Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାରୁ ରାମ ମନ୍ଦିର ନିର୍ମାଣ ପାଇଁ ସଂଗ୍ରହ ହେଲା ୪୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କା

ଭୁବନେଶ୍ବର: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ‘ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି’ ଦ୍ଵାରା ଦେଶ ବ୍ୟାପୀ ଅର୍ଥ ସଂଗ୍ରହ କରାଯାଉଛି। ଓଡିଶାରେ ମଧ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ କରାଯାଇଥିଲା।

ତେବେ ଓଡିଶାରୁ ରାମ ମନ୍ଦିର ନିର୍ମାଣ ପାଇଁ ୪୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ସଂଗ୍ରହ ହୋଇଛି। ମକର ସଙ୍କ୍ରାନ୍ତି ଠାରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ହୋଇଥିବା ଅର୍ଥ ସଂଗ୍ରହରେ ମୋଟ ୪୨ କୋଟି ୩ ଲକ୍ଷ ୭ ହଜାର ୬୬ ଟଙ୍କା ସଂଗ୍ରହ ହୋଇଛି। ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ଏନେଇ ଖୁସି ବ୍ୟକ୍ତ କରିବା ସହ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛି।

Categories
ଆଞ୍ଚଳିକ

ରାମ ମନ୍ଦିର ନିର୍ମାଣ ପାଇଁ ୧ ଲକ୍ଷ ଟଙ୍କା ପ୍ରଦାନ କଲେ ଡ. ଭବାନୀ ଶଙ୍କର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସମଗ୍ର ଭାରତବର୍ଷରେ ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଲାଗି ରାଜ୍ୟର ସହର ଠାରୁ ଆରମ୍ଭ କରି ପୁରପଲ୍ଲୀର ସମସ୍ତ ପରିବାରଠାରୁ ନିଧି ସଂଗ୍ରହ ଅଭିଯାନ ଆରମ୍ଭ ହୋଇସାରିଛି। ଅନୁରୂପ ଭାବେ ଗଂଜାମ ଜିଲ୍ଲାରେ ମଧ୍ୟ ଚଳିତ ସଂକ୍ରାନ୍ତି ଠାରୁ ଏହି ଅଭିଯାନ ଆରମ୍ଭ ହୋଇଯାଇଛି।

ଏହି ପରିପ୍ରେକ୍ଷୀରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣାର୍ଥେ ବାଜପେୟୀ ରିସର୍ଚ୍ଚ ସେଣ୍ଟରର ପରିଚାଳନା ନିର୍ଦ୍ଦେଶକ ଡ. ଭବାନୀ ଶଙ୍କର ଦାସ ମଧ୍ୟ ସାମିଲ ହୋଇ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ନିଧି ଅର୍ପଣ ସ୍ୱରୂପ ଏକଲକ୍ଷ ଏକହଜାର ଏକଶହ ଆଠ ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି। ଗଂଜାମ ଜିଲ୍ଲା ବିଏଚ୍‌ପି କାର୍ଯ୍ୟାଳୟ ପରିସରରେ ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ସଂଗଠକ ମନ୍ତ୍ରୀ ଶ୍ରୀ ଆନନ୍ଦ ଜି ପାଣ୍ଡେଙ୍କ ଉପସ୍ଥିତିରେ ଏହି ଚେକ୍ ପ୍ରଦାନ କରାଯାଇଛି। ଚେକ୍ ପ୍ରଦାନ ବେଳେ ଶ୍ରୀ ଦାସଙ୍କ ସହଧର୍ମିଣୀ ସାରିକା ଦାସ, ପୁତ୍ର ଶୁଭାଶିଷ ଦାସ ଉପସ୍ଥିତ ଥିଲେ।

ଏହି ଅବସରରେ ଜିଲ୍ଲାର ବିଶ୍ୱ ହିନ୍ଦୁ ପରିଷଦର ସମସ୍ତ ପଦାଧିଖାରୀ ଉପସ୍ଥିତ ଥିଲେ। ମର୍ଯ୍ୟାଦା ପୁରୁଷ ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ରଙ୍କ ଏହି ଭବ୍ୟ ମନ୍ଦିର ନିର୍ମାଣ ସକାଶେ ସମସ୍ତ ସହରବାସୀଙ୍କୁ ଯଥା ସମ୍ଭବ ଅର୍ଥରାଶି ଦାନ କରିବା ଲାଗି ଶ୍ରୀ ଦାସ ନିବେଦନ କରିଛନ୍ତି। ଏହାସହ ଏଭଳି ଭବ୍ୟ ମନ୍ଦିର ନିର୍ମାଣ ଲାଗି ଅର୍ଥ ସାହାଯ୍ୟ କରି ପରିବାର ଆଜି ଧନ୍ୟ ଅନୁଭବ କରିଥିବା ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ରାମ ମନ୍ଦିର ପାଣ୍ଠି ସଂଗ୍ରହ ଅଭିଯାନ: ଦାନ ଦେଇ ଶୁଭାରମ୍ଭ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ଆଜିଠାରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅଭିଯାନର ଶୁଭାରାମ୍ଭ କରିଛନ୍ତି। ସେ ‘ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‍’ର ପ୍ରତିନିଧିମାନଙ୍କୁ ଭେଟି ପାଣ୍ଠି ସଂଗ୍ରହ ଅଭିଯାନର ଶୁଭାରାମ୍ଭ କରିଛନ୍ତି। ଦାନ ବାବଦକୁ ନିଜ ଆକାଉଣ୍ଟରୁ ମୋଟ ୫ ଲକ୍ଷ ୧୦୦ ଟଙ୍କାର ଚେକ ଦେଇଛନ୍ତି ରାଷ୍ଟ୍ରପତି। ତେବେ ସମଗ୍ର ଦେଶରେ ମନ୍ଦିର ନିର୍ମାଣ ଲାଗି ପାଣ୍ଠି ସଂଗ୍ରହ କରାଯିବ। ମୋଟ ୫୨,୫୦,୦୦ ଗାଁରେ ପାଣ୍ଠି ସଂଗ୍ରହ ଅଭିଯାନ ଚାଲିବ। ସଂଗୃହୀତ ଟଙ୍କା ୪୮ ଘଣ୍ଟା ମଧ୍ୟରେ ବ୍ୟାଙ୍କ୍‌ରେ ଜମା କରାଯିବ। ୨୦,୦୦୦ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର ଦାନକୁ ଚେକ୍‌ ଆକାରରେ ଗ୍ରହଣ କରାଯିବ। ଏହା ଆଜି ଠାରୁ ଆରମ୍ଭ ହୋଇ ଫେବ୍ରୁଆରି ୨୭ ତାରିଖ ଦିନ ପର୍ଯ୍ୟନ୍ତ ଏହି ପାଣ୍ଠି ସଂଗ୍ରହ ଅଭିଯାନ ଚାଲିବ।

Categories
ଜାତୀୟ ଖବର ବିଶେଷ ଖବର ସଂସ୍କୃତି

ରାମ ମନ୍ଦିର ନିର୍ମାଣ ପାଇଁ ଆରମ୍ଭ ହେଲା ପଥର ଖମ୍ବ ଉଠା କାମ, ମିଳିଲା 613 କିଲୋର ଏକ ବଡ ଘଣ୍ଟା

ଅଯୋଧ୍ୟା, ରାମ ମନ୍ଦିର ନିର୍ମାଣ କାମ ଦ୍ରୁତ ଗତିରେ ଚାଲିଛି। ବର୍ତ୍ତମାନ ରାମ ମନ୍ଦିରରେ ଖୋଦିତ ପଥର ସ୍ଥାନାନ୍ତର କରିବାର କାର୍ଯ୍ୟ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଏହି ପଥରଗୁଡିକ ବଢେଇ କର୍ମଶାଳାରୁ ମନ୍ଦିର ପରିସରକୁ ନିଆଯାଉଛି। ବ୍ରାହ୍ମଣମାନେ ପଥର ବଦଳାଇବା ପୂର୍ବରୁ ଏକ ବିଶେଷ ପୂଜା ମଧ୍ୟ କରିଥିଲେ।

ପ୍ରକୃତରେ, ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ତରଫରୁ ଶୁକ୍ରବାର ଦିନ ଏକ ଟ୍ୱିଟ୍ କରି ଏହି ବିଷୟରେ ସୂଚନା ଦିଆଯାଇଛି। ଟ୍ୱିଟରେ ଲେଖାଯାଇଛି ଯେ, “ଜୟ ଶ୍ରୀରାମ! ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ ପାଇଁ କର୍ମଶାଳାରୁ ମନ୍ଦିର ପରିସରକୁ ଖୋଦିତ ପଥର ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପଥରଗୁଡ଼ିକ ସହିତ ଏକ ମହାନ୍ ଏବଂ ଇଶ୍ୱରୀୟ ଶକ୍ତି ରହିଛି। ଯାହାକୁ ନେଇ ରାମ ମନ୍ଦିର ନିର୍ମାଣ ହେବ।

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ରାମ ମନ୍ଦିର ନିର୍ମାଣର ନୂତନ ପ୍ରସ୍ତାବିତ ଡିଜାଇନ୍ ଅନୁଯାୟୀ ରାମ ମନ୍ଦିରରେ ବର୍ତ୍ତମାନ ଦୁଇ ମହଲା ପରିବର୍ତ୍ତେ ତିନି ମହଲା ରହିବ। ପୁରାତନ ମଡେଲ ଅନୁଯାୟୀ, ମନ୍ଦିରର ଲମ୍ବ 268 ଫୁଟ 5 ଇଞ୍ଚ ଥିଲା, ଯାହା ବର୍ତ୍ତମାନ 280 ରୁ 300 ଫୁଟକୁ ବୃଦ୍ଧି ପାଇବ | କେବଳ ଏତିକି ନୁହେଁ, ନୂତନ ମଡେଲରେ ମନ୍ଦିରର ମୋଟେଇ ମଧ୍ୟ ପ୍ରାୟ 272-280 ଫୁଟକୁ ବୃଦ୍ଧି ପାଇବ, ଏହା ପୂର୍ବରୁ ଏହା 140 ଫୁଟ ଥିଲା।

ଅଯୋଧ୍ୟା ବିକାଶ ପ୍ରାଧିକରଣ (ଏଡିଏ) ସେପ୍ଟେମ୍ବର ମାସରେ ରାମ ମନ୍ଦିରର ଲେଆଉଟ୍ ଅନୁମୋଦନ କରିଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର 29 ଅଗଷ୍ଟରେ ଅଯୋଧ୍ୟାରେ ଥିବା ରାମ ମନ୍ଦିରର ଲେଆଉଟ୍ ଏବଂ ଏହା ସହ ଜଡିତ ଅନ୍ୟାନ୍ୟ ଦସ୍ତାବିଜକୁ ଅନୁମୋଦନ ପାଇଁ ଏଡିଏକୁ ଦେଇଥିଲେ।

ସୂଚନା ଅନୁଯାୟୀ, ଏଲ ଆଣ୍ଡ ଟି କମ୍ପାନୀର ମେସିନ୍ ସାହାଯ୍ୟରେ ପଥର ସ୍ଥାନାନ୍ତର କରାଯାଉଛି। ଏହି ପଥର ପରିବହନ ପାଇଁ 3 ଟି କ୍ରେନ୍, 10 ଟି ଟ୍ରକ୍ ଏବଂ 50 ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି।

ଅଗଷ୍ଟ 5 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂମି ପୂଜା କରି ଅଯୋଧ୍ୟାରେ ଏକ ମହାନ ରାମ ମନ୍ଦିର ନିର୍ମାଣ ପାଇଁ ମୂଳଦୁଆ ପକାଇଲେ। ଭୂମିପୂଜନ ପରଠାରୁ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ରାମଲାଲା ପରିଦର୍ଶନ କରିବାକୁ ଆସୁଛନ୍ତି ଏବଂ ରାମଲାଲା ପାଇଁ ଉପହାର ଦେଉଛନ୍ତି।

ଏହି ସମୟରେ, ବୁଧବାର ଦିନ ତାମିଲନାଡୁର ରମେଶ୍ୱରାମ ଠାରୁ 4500 କିଲୋମିଟର ଯାତ୍ରା କରି ରାମଲାଲାକୁ 613 କିଲୋଗ୍ରାମ ଘଣ୍ଟା ପ୍ରଦାନ କରାଯାଇଥିଲା। ଏହି ଘଣ୍ଟାର ବିଶେଷ କଥା ହେଉଛି ଏହାର ଶବ୍ଦ ଅନେକ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଏ।