Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତାକାଲି ରାଷ୍ଟ୍ରପତିଙ୍କ ପୁରୀ କୋଣାର୍କ ଗସ୍ତ, ବାଲୁକା କଳାରେ ସ୍ବାଗତ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ, ଆସନ୍ତାକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଭ୍ରମଣରେ ଯିବେ। ସେ ସକାଳରୁ ରାଜଭବନରୁ ବାହାରି ସ୍ବତନ୍ତ୍ର ହେଲିକାପ୍ଟରରେ ପୁରୀରେ ଓହ୍ଲାଇବେ। ସେଠାରେ ସେ ଶ୍ରୀମନ୍ଦିର ଯାଇ ସେଠାରେ ଜଗନ୍ନାଥ ଦର୍ଶନ କରିବେ। ସେଥିପାଇଁ ପୁରୀ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସେଠାରୁ ରାଷ୍ଟ୍ରପତି କୋଣାର୍କ ଫେରିବେ। ସେଠାରେ ମଧ୍ୟାହ୍ନ ଭୋଜନ କରି କୋଣାର୍କ ମନ୍ଦିର ପରିଦର୍ଶନ କରିବେ। ଏହାପରେ ଅପରାହ୍ନରେ ସେ ସିଧା ଭୁବନେଶ୍ବର ବିମାନ ବନ୍ଦରରୁ ନୂଆଦିଲ୍ଲୀ ଫେରିଯିବେ।

ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଜଗନ୍ନାଥ ଧାମ ଗସ୍ତ ପୂର୍ବରୁ ପୁରୀ ବେଳାଭୂମିରେ ତାଙ୍କର ବାଲୁକା କଳା କରାଯାଇ ସ୍ବାଗତ କରାଯାଇଛି। ଏହି ବାଲୁକା କଳା କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏଥିରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଭାରତର ପ୍ରଥମ ମହିଳା ସବିତା କୋବିନ୍ଦଙ୍କ ବାଲୁକା କଳା ନିର୍ମାଣ କରିଛନ୍ତି।