Categories
ଆଜିର ଖବର ରାଜ୍ୟ ଖବର

ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ କାର୍ଯ୍ୟକ୍ରମ

ଭୁବନେଶ୍ୱର: ର।ଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣି ଥରେ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି।ସେ ଏହି ଜୁଲ।ଇ ୨୬ ଏବଂ ୨୭ ରେ କଟକ ଏବଂ ଭଦ୍ରକ ଗସ୍ତରେ ଆସିବାର କ।ର୍ଯ୍ୟକ୍ରମ ରହିଛି। ର।ଷ୍ଟ୍ରପତି ତ।ଙ୍କର ଦୁଇ ଦିନିଆ ଓଡିଶା ଗସ୍ତ ସମୟରେ ସେ ଅନେକ କ।ର୍ଯ୍ୟକ୍ରମରେ ଯୋଗ ଦେବେ।

ସେ କଟକସ୍ଥିତ ଏସସିବି ମେଡିକ।ଲ କଲେଜର ଷ୍ଟୁଡେଣ୍ଟସ୍ ୟୁନିଅନ୍ ବାର୍ଷିକ ଉତ୍ସବରେ ଯୋଗଦେବେ। ଏ ନେଇ ର।ଷ୍ଟ୍ରପତି ଭବନ ଏବଂ କେନ୍ଦ୍ର ଗୃହ ମନ୍ତ୍ରଣାଳୟରୁ କଲେଜ କର୍ତ୍ତୃପକ୍ଷଙ୍କ ଚିଠି କରାଯାଇଛି। ସେହିପରି କଟକରେ ରାଷ୍ଟ୍ରପତି ଓଡ଼ିଶା ହ।ଇକୋର୍ଟର ୭୫ ତମ ବାର୍ଷିକ ଉତ୍ସବରେ ମଧ୍ୟ ଯୋଗ ଦେବେ।

ସେ ସେହି ଦିନ କଟକସ୍ଥିତ ଜ।ତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାରୋହରେ ମଧ୍ୟ ଯୋଗଦେବେ। ସେହିପରି ର।ଷ୍ଟ୍ରପତି ଜୁଲ।ଇ ୨୭ ତ।ରିଖରେ ଭଦ୍ରକ ସ୍ୱୟଂଶ।ସିତ ମହାବିଦ୍ୟ।ଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବେ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତିଙ୍କୁ ସ୍ବାଗତ କରି ପାରିଲାନି ଓଡିଶା ବିଧାନସଭା, ହେଲେ ମିଜୋରାମ ପାରିଲା

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିଲେ। ଏହା ଥିଲା ତାଙ୍କର ରାଷ୍ଟ୍ରପତି ହେବା ପରେ ପ୍ରଥମ ଓଡିଶା ଗସ୍ତ। ମୁଖ୍ୟତଃ ସେ ଶ୍ରୀମନ୍ଦିର ଦର୍ଶନରେ ଆସିବା ସହିତ ନିଜ ସ୍କୁଲ ପରିଦର୍ଶନ କଲେ। ହେଲେ ସମ୍ବିଧାନର ମୁଖ୍ୟ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ଓଡିଶା ବିଧାନସଭା ପୁରା ଚୁପ ରହିଗଲା। ଯାହା ସାଧାରଣରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ହେଲେ ମିଜୋରାମ ପରି ରାଜ୍ୟ ବିଧାନସଭାରେ କରାଯାଇଥିଲା ଏକ ସ୍ବତନ୍ତ୍ର ଅଧିବେସନ। ନଭେମ୍ବର ତିନି ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିିନଆ ମିଜୋରାମ ଗସ୍ତରେ ଯାଇଥିଲେ ଦ୍ବିତୀୟ ଦିନରେ ତାଙ୍କୁ ମିଜୋରାମ ବିଧାନସଭା ତରଫରୁ ସ୍ବାଗତ କରାଯାଇଥିଲା। ରାଷ୍ଟ୍ରପତି ମିଜୋରାମ ଗସ୍ତରେ ଆସୁଥିବାରୁ ରାଜ୍ୟ ବିଧାନସଭା ତରଫରୁ ଏକ ସ୍ବତନ୍ତ୍ର ଅଧିବେସନ ଡକାଯାଇଥିଲା। ଯାହା ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ଏହି ଅଧିବେସନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଏହା ଥିଲା ପ୍ରଥମ ବିଧାନସଭା ଗୃହ ଭିତରେ ସମ୍ମାନ ପ୍ରଦାନ କରିବା।

ସେଠାରେ ରାଷ୍ଟ୍ରପତିଙ୍କୁ ପ୍ରଥମେ ବିଧାନସଭା ପରିସରରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଏହାପରେ ରାଜ୍ୟପାଳ, ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀ ତାଙ୍କୁ ବିଧାନସଭା ପରିସରକୁ ପାଛୋଟି ନେଇଥିଲେ। ଗୃହରେ ବାଚସ୍ପତିଙ୍କ ଆସନରେ ରାଷ୍ଟ୍ରପତି ବସିଥିବା ବେଳେ ତାଙ୍କ ଦୁଇ ପାର୍ଶରେ ରାଜ୍ୟପାଳ ଏବଂ ବାଚସ୍ପତି ବସିଥିଲେ।

ମିଜୋରାମ ବିଧାନସଭାର ବାଚସ୍ପତି ର୍ଲାରିନିଲା ସାଓଲୋ ରାଷ୍ଟ୍ରପତିଙ୍କ ପାଇଁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସେହିପରି ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ସହିତ ଅନ୍ୟ ବିଧାୟକମାନେ ମଧ୍ୟ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ। ପରିଶେଷରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଅଭିଭାଷଣ ରଖିଥିଲେ। ଯାହା ସେହି ବିଧାନ ସଭା ବିବରଣୀରେ ଲିପିବଦ୍ଧ ହୋଇ ରହିଲା।

ହେଲେ ଦୁଃଖର କଥା ରାଷ୍ଟ୍ରପତିଙ୍କ ପାଇଁ ସ୍ବତନ୍ତ୍ର ଅଧିବେସନ କରିବା ପାଇଁ ଓଡିଶା ବିଧାନସଭାର କୌଣସି ଆଗ୍ରହ ପ୍ରକାଶ କରାଯାଇ ନାହିଁ। ଅନ୍ୟ କେଉଁ ରାଜ୍ୟରେ ହେଉ କି ନାହିଁ ଭିନ୍ନ କଥା ହେଲେ ଓଡିଶା ଝିଅ ରାଷ୍ଟ୍ରପତି ହୋଇଥିବାରୁ ତାଙ୍କ ପାଇଁ ଓଡିଶା ବିଧାନସଭା ଏକ ସ୍ବତନ୍ତ୍ର ଅଧିବେସ ଡାକି ଅଭିନନ୍ଦନ କରିବାର ଆବଶ୍ୟକତା ଥିଲେ ମଧ୍ୟ ତାହା କେହି ଅନୁଭବ କଲେ ନାହିଁ।

ଅବଶ୍ୟ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ବିଧାୟକ ଦଳ ନୂଆଦିଲ୍ଲୀ ଯାଇଥିଲେ। ହେଲେ ତାହା ଗୃହର ବିବରଣୀରେ ସ୍ଥାନିତ ହେବ ନାହିଁ। ଓଡିଶା ଝିଅ ରାଷ୍ଟ୍ରପତି ହେବା ଘଟଣାକୁ ଗୃହ ବିବରଣୀରେ ସ୍ଥାନିତ କରିବା ପାଇଁ ଏକ ସ୍ବତନ୍ତ୍ର ଅଧିବେଶନର ଆବଶ୍ୟକତା ଥିଲେ ମଧ୍ୟ ସମସ୍ତେ ଚୁପ୍।