Categories
ବିଶେଷ ଖବର

ଅଗ୍ନିଶମ ସେବା, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା (ସିଡି) କର୍ମଚାରୀମାନଙ୍କ ପାଇଁ ରାଷ୍ଟ୍ରପତି ପଦକ ଘୋଷଣା

ନୂଆଦିଲ୍ଲୀ: ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଏବଂ ସ୍ବାଧୀନତା ଦିବସ ଉପଲକ୍ଷେ ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା କ୍ଷେତ୍ରର କର୍ମଚାରୀମାନଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଥାଏ। ଏମାନଙ୍କୁ ସାହସିକତା ପାଇଁ ରାଷ୍ଟ୍ରପତି ପଦକ, ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ, ସାହସିକତା ପଦକ, ପ୍ରଶଂସନୀୟ ସେବା ପଦକ ଆଦି ବର୍ଗରେ ସମ୍ମାନିତ କରାଯାଏ।

ସାଧାରଣତନ୍ତ୍ର ଦିବସ ୨୦୨୨ ଉପଲକ୍ଷେ, ୪୨ ଜଣ କର୍ମଚାରୀଙ୍କୁ ଅଗ୍ନିଶମ ସେବା ପଦକରେ ସମ୍ମାନିତ କରାଯିବାକୁ ଘୋଷଣା କରାଯାଇଛି।

ଏମାନଙ୍କ ମଧ୍ୟରୁ ଜଣେ ଅଗ୍ନିଶମ କର୍ମଚାରୀଙ୍କୁ ସାହସିକତା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବାକୁ ଥିବା ବେଳେ ବୀରତା ଓ ସାହସିକତା ପାଇଁ ୨ ଜଣଙ୍କୁ ସାହସିକତା ପାଇଁ ଅଗ୍ନିଶମ ସେବା ପଦକ ଦିଆଯିବ।

ଅନୁରୂପ ଭାବେ ୯ ଜଣ ଅଗ୍ନିଶମ ସେବା କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ଦିଆଯିବାକୁ ଘୋଷଣା କରାଯାଇଛି। ପ୍ରଶଂସନୀୟ ସେବା ପାଇଁ ୩୦ଜଣ ଅଗ୍ନିଶମ କର୍ମଚାରୀଙ୍କୁ ସମ୍ମାନିତ କରାଯିବ।

ଏହାବ୍ୟତୀତ ସାଧାରଣତନ୍ତ୍ର ଦିବସ ୨୦୨୨ ଉପଲକ୍ଷେ ୨୫ ଜଣ କର୍ମୀ/ସ୍ବେଚ୍ଛାସେବୀଙ୍କୁ ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ପଦକରେ ସମ୍ମାନିତ କରାଯିବ। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା କ୍ଷେତ୍ରରେ ରାଷ୍ଟ୍ରପତିଙ୍କ ପଦକ ମିଳିବ। ଅନ୍ୟ ୨୩ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା କ୍ଷେତ୍ର ପଦକ ମିଳିବ।

ଅଗ୍ନିଶମ ସେବା ପଦକ, ଗୃହରକ୍ଷୀ ଓ ବେସାମରିକ ସେବା ପଦକ ବିଜେତାଙ୍କ ନାମ ନିମ୍ନରେ ଦିଆଗଲା।

ପ୍ରଶଂସନୀୟ ସେବା ପାଇଁ ଗୃହରକ୍ଷୀ ଓ ବେସାମରିକ ସେବା ପଦକ ପାଇବାକୁ ଓଡ଼ିଶାର ୫ ଜଣ କର୍ମଚାରୀ ମନୋନିତ ହୋଇଛନ୍ତିସେମାନେ ହେଲେ :

ଜୟନ୍ତ କୁମାର ପଟେଲ, ଗୃହରକ୍ଷୀ କମ୍ପାନୀ କମାଣ୍ଡର

ରବିନ୍ଦ୍ର କୁମାର ମଲ୍ଲିକ, ଗୃହରକ୍ଷୀ

ମାୟାଧର ସୂତାର, ଗୃହରକ୍ଷୀ

ବି. ରାଜ କିଶୋର ସିଂ, ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀ

ସୁରଜ ହେମ୍ରମ, ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀ