Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଗଣେଶ ଚତୁର୍ଥୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଗଣେଶ ଚତୁର୍ଥୀ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ଯେ “ ଗଣେଶ ଚତୁର୍ଥୀର ପବିତ୍ର ଅବସରରେ ମୁଁ ଭାରତ ଓ ବିଦେଶରେ ଥିବା ସମସ୍ତ ନାଗରିକଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।”

ଜ୍ଞାନ, ସମୃଦ୍ଧି ଓ ସୌଭାଗ୍ୟର ପ୍ରତୀକ ପ୍ରଭୁ ଗଣେଶଙ୍କ ଜନ୍ମଦିନକୁ ଗଣେଶ ଚତୁର୍ଥୀ ଭାବେ ପାଳନ କରାଯାଇଥାଏ। ପ୍ରଭୁ ଗଣେଶଙ୍କୁ ବିଘ୍ନ ବିନାଶନ ଓ ମଙ୍ଗଳ ମୂର୍ତ୍ତି ଭାବେ ବିବେଚନା କରାଯାଏ। ଏହି ଅବସରରେର ଶାନ୍ତି ଓ ସୌହାର୍ଦ୍ଦ୍ୟ ନିମନ୍ତେ ଆସନ୍ତୁ ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇଁ ପ୍ରାର୍ଥନା କରିବା। ବିଶ୍ୱ ଶାନ୍ତି ଓ ଖୁସି ପାଇଁ ଆମେ ପ୍ରାର୍ଥନା କରିବା।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷା, ସ୍ୱାସ୍ଥ୍ୟ ଓ ଖାଦ୍ୟ ସମସ୍ୟା କୁ ନେଇ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଲେ ଭାଇଭଉଣୀ

ରେଢାଖୋଲ, ( କନ୍ଦର୍ପ ବେହେରା) :  ନାକଟିଦେଉଳ ବ୍ଲକ ଅନ୍ତର୍ଗତ କୁଡାନାଳୀ ଗ୍ରାମର ଭାଇଭଉଣୀ, ଆୟୁଷ ରଞ୍ଜନ ରାଉତ ଓ ଆଦ୍ୟାଶା ପ୍ରିୟଦର୍ଶିନୀ ରାଉତ ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ତାଙ୍କର ବିଜୟ ପାଇଁ ଏକ ଅଭିନନ୍ଦନ କାର୍ଡ଼ ସହ ଭାରତର ଅବହେଳିତ ଛାତ୍ରଛାତ୍ରୀଙ୍କ ପାଇଁ ଉଚିତ ପଦକ୍ଷେପ ନେବାକୁ ଏକ ଆବେଗ ପୂର୍ଣ୍ଣ ପତ୍ର ମଧ୍ୟ ପଠାଇଛନ୍ତି।

ଅଭିନନ୍ଦନ କାର୍ଡ଼ ରେ”ଓଡ଼ିଶାର ଝିଅ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ଅଭିନନ୍ଦନ” ବାର୍ତା ଇଂରାଜୀ ରେ ଲେଖିଥିବା ବେଳେ ଚିଠି କୁ ଓଡ଼ିଆ ରେ ଲେଖିଛନ୍ତି। ଉକ୍ତ ଚିଠିରେ ସେମାନେ ଦର୍ଶାଇଛନ୍ତି ଯେ ,ଭାରତରେ ବହୁ ଜାଗାରେ ଗରିବ ଅବହେଳିତ ପିଲାମାନେ ଉପଯୁକ୍ତ ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏପରିକି ଖାଇବା କୁ ମୁଠାଏ ମଧ୍ୟ ପାଇ ପାରୁନାହାନ୍ତି। ଯଦ୍ୱାରା କି ବିଲକୁଲ ଶିକ୍ଷା ଗ୍ରହଣ କରିପାରୁନାହାନ୍ତି ଅଥବା ଅଧାରୁ ପାଠ ଛାଡ଼ି ଶ୍ରମିକ ଭାବେ କାମ କରୁଛନ୍ତି।

ଏପରିକି ଖାଇ ବାକୁ ନପାଇ ଭିକ୍ଷା ବୃତ୍ତି ହେଉ ବା ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି।ଏଥିପାଇଁ ସରକାରୀ ସ୍ତରରେ ବହୁ ଯୋଜନା ଥିଲେ ମଧ୍ୟ ଉପଯୁକ୍ତ ସଚେତନତା ହେଉ ବା ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ ଏହାର ସୁଫଳ ମିଳି ପାରୁ ନାହିଁ।ଏମିତି କି ବହୁ ପିଲା ଅସାମାଜିକ ତତ୍ତ୍ୱ ଙ୍କ ପ୍ରରୋଚନାରେ ଅସାମାଜିକ କାର୍ଯ୍ୟ କଳାପ ରେ ଲିପ୍ତ ହେବା ସହ ନିଶା ଗ୍ରସ୍ତ ହୋଇପଡୁଛନ୍ତି।ଏହି ଗରିବ, ନିଷ୍ପେସିତ ପିଲା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ ହେବା ଦରକାର।

ସେମାନେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ, ମହାମହିମ ରାଷ୍ଟ୍ରପତି ମହୋଦୟା,”ଆଜିର ଶିଶୁ କାଲିର ନାଗରିକ”ଏବଂ ଆପଣ ଜଣେ ଶିକ୍ଷୟତ୍ରୀ ରୁ ରାଷ୍ଟ୍ରପତି ହୋଇ ପାରିଛନ୍ତି।ସେଥିପାଇଁ ଆମେ ଛାତ୍ର ଛାତ୍ରୀ ଭାବେ ଓ ଆପଣ ଜଣେ ଶିକ୍ଷୟତ୍ରୀ ଥିବାରୁ ଆପଣଂକୁ ଆମର ନିବେଦନ ଏହିପରି ଅବହେଳିତ ଛାତ୍ର ସମାଜ ପାଇଁ କିଛି କରନ୍ତୁ।ଆମେ ଆପଣଙ୍କୁ” ଛାତ୍ରଛାତ୍ରୀ ଙ୍କ ରାଷ୍ଟ୍ରପତି”(Students President)ଭାବେ ଦେଖି ବାକୁ ଚାଂହୁ।