Categories
ଆଜିର ଖବର ଜାତୀୟ ଖବର

କୋଇଲା /ଲିଗ୍‌ନାଇଟ୍ ଗ୍ୟାସିଫିକେସନ ପ୍ରକଳ୍ପକୁ ପ୍ରୋତ୍ସାହନ ପ୍ରଦାନ ନିଷ୍ପତ୍ତିକୁ କ୍ୟାବିନେଟରେ ଅନୁମୋଦନ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  କେନ୍ଦ୍ର କ୍ୟାବିନେଟ ବୈଠକରେ ରାଷ୍ଟ୍ରାୟତ୍ତ ଓ ଘରୋଇ କ୍ଷେତ୍ରରେ କୋଇଲା ଏବଂ ଲିଗ୍‌ନାଇଟ୍ ଗ୍ୟାସିଫିକେସନ ପ୍ରକଳ୍ପକୁ ସରକାରୀ ପ୍ରୋତ୍ସାହନ ଯୋଗାଣ ସଂକ୍ରାନ୍ତ ନିଷ୍ପତ୍ତିକୁ  ଅନୁମୋଦନ କରାଯାଇଛି। କୋଇଲା ଓ ଲିଗ୍‌ନାଇଟ୍‌କୁ ଗ୍ୟାସରେ ପରିଣତ କରିବାକୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହନ ଆକାରରେ ମୋଟ ୮୫୦୦ କୋଟି ଟଙ୍କା ସରକାର ଯୋଗାଇଦେବ। ସମ୍ପୃକ୍ତ ଉଦ୍ୟୋଗକୁ ତିନି ବର୍ଗରେ ବିଭକ୍ତ କରାଯାଇ ଏହି ପ୍ରୋତ୍ସାହନ ରାଶି ମିଳିବ। କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ଏହି ପ୍ରୋତ୍ସାହନ ଯୋଜନା ନିମ୍ନମତେ କାର୍ଯ୍ୟକାରୀ ହେବ:

(କ) କୋଇଲାରୁ ଗ୍ୟାସ ପ୍ରସ୍ତୁତି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ତିନିଟି ବର୍ଗର ସମ୍ପୃକ୍ତ ଉଦ୍ୟୋଗକୁ ୮୫୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇବେ।

(ଖ) ପ୍ରଥମ ବର୍ଗରେ ସରକାରୀ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ପିଏସ୍‌ୟୁ ଗୁଡିକ ପାଇଁ ସର୍ବାଧିକ ତିନିଟି ଗ୍ୟାସିଫିକେସନ ପ୍ରକଳ୍ପ ନିମନ୍ତେ ସରକାର ମୋଟ ୪୦୫୦ କୋଟି ଟଙ୍କା ପ୍ରୋତ୍ସାହନ ବାବଦରେ ଯୋଗାଇବେ। ଏଥିରେ ପ୍ରତ୍ୟେକ ପ୍ରକଳ୍ପ ପାଇଁ ଏକକାଳୀନ ୩୫୦ କୋଟି ଟଙ୍କା ଲେଖାଏଁ କିମ୍ବା ମୋଟ ପ୍ରକଳ୍ପ ଖର୍ଚ୍ଚ (କ୍ୟାପେକ୍ସ)ର ୧୫ ଶତାଂଶ -ଏହା ଭିତରୁ ଯେଉଁଟି ସର୍ବନିମ୍ନ ସେହି ଅର୍ଥ ରାଶି ଯୋଗାଇବେ।

ଗ) ଦ୍ୱିତୀୟ ବର୍ଗରେ ଘରୋଇ କ୍ଷେତ୍ରଙ୍କ ପାଇଁ କୋଇଲା / ଲିଗ୍‌ନାଇଟ ଗ୍ୟାସିଫିକେସନ ପ୍ରକଳ୍ପ ନିମନ୍ତେ ମୋଟ ୩୮୫୦କୋଟି ଟଙ୍କାର ପ୍ରୋତ୍ସାହନ ରାଶି ସରକାର ଯୋଗାଇବେ। ଏଥିରେ ମଧ୍ୟ ସରକାରୀ ରାଷ୍ଟ୍ରାୟତ ଉଦ୍ୟୋଗକୁ ସାମିଲ କରାଯାଇଛି। ଏହି ବର୍ଗରେ ସହାୟତା ବାବଦରେ ଏକାକାଳୀନ ୧୦୦୦ କୋଟି କିମ୍ବା ପ୍ରକଳ୍ପ ଖର୍ଚ୍ଚର ସର୍ବାଧିକ ୧୫ଶତାଂଶ-ଏହା ମଧ୍ୟରୁ ଯେଉଁଟି ସର୍ବନିମ୍ନ ସେହି ପରିମାଣର ଅର୍ଥ ସହାୟତା ବାବଦରେ ଯୋଗାଇ ଦିଆଯିବ। ଟାରିଫ  ଭିତ୍ତିକ ନିଲାମ ପ୍ରକ୍ରିୟାରେ ଅତିକମ୍‌ରେ ଗୋଟିଏ ପ୍ରକଳ୍ପକୁ ସାମିଲ କରାଯିବ ଏବଂ ଏହାର ସର୍ତ୍ତାବଳୀ ନୀତି ଆୟୋଗ ପ୍ରସ୍ତୁତ କରିବ।

ଘ) ତୃତୀୟ ବର୍ଗରେ ଦେଶୀ ପ୍ରଯୁକ୍ତିର ଉପଯୋଗ କରି ଛୋଟ ଗ୍ୟାସିଫିକେସନ ପ୍ରକଳ୍ପ କରିବାକୁ ଆଗ୍ରହୀ ସଂସ୍ଥା ବା ଉଦ୍ୟୋଗକୁ ସର୍ବାଧିକ ୧୦୦କୋଟି କିମ୍ବା ମୋଟ ପ୍ରକଳ୍ପର ଖର୍ଚ୍ଚର ୧୫ ଶତାଂଶରୁ ଯେଉଁଠି କମ୍ ତାହା ସହାୟତା ଆକାରରେ ସରକାର ଯୋଗାଇବେ। ତେବେ ଏଥିପାଇଁ ସମ୍ପୃକ୍ତ ଉଦ୍ୟୋଗକୁ ପ୍ରକଳ୍ପ ନିମନ୍ତେ ସର୍ବନିମ୍ନ ୧୦୦କୋଟି ଟଙ୍କା ବିନିଯୋଗ କରିବା ସହିତ 1500 Nm3/hr ସିଏନ୍‌ଜି ଗ୍ୟାସ ଉତ୍ପାଦନ କରିବାକୁ ହେବ।

(ଛ) ଏହି ପ୍ରକଳ୍ପ ପାଇଁ ସରକାର ଯେଉଁ ପ୍ରୋତ୍ସାହନ ଦେବେ ତାହାର ମୋଟ ପରିମାଣ ୮୫୦୦ କୋଟି ମଧ୍ୟରେ ସୀମିତ ରହିବ।

(ଜ) କୋଇଲା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଇଜିଓଏସ୍ ଏହି ଯୋଜନାରେ ଆବଶ୍ୟକ ପରିବର୍ତ୍ତନ କରିବାର ଅଧିକାର ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

୩୭୧ ତମ ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଓଡ଼ିଶାରେ କାର୍ଯ୍ୟରତ ସମସ୍ତ ଗଣମାଧ୍ୟମ ବିଭାଗ, କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବିଭାଗ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମଧ୍ୟରେ ସମନ୍ୱୟ ରକ୍ଷା କରୁଥିବା ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି (ଆଇଏମପିସିସି)ର ୩୭୧ ତମ ବୈଠକ ଆଜି ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି। ସମିତିର ଅଧ୍ୟକ୍ଷ ତଥା ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଓଡ଼ିଶା ପ୍ରାନ୍ତ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ରାଜିନ୍ଦର ଚୌଧୁରୀ ଏହି ବୈଠକରେ ପୌରହିତ୍ୟ କରିଥିଲେ। ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତିର  ସଭ୍ୟ ମାନେ ଯୋଗଦେଇ ନିଜ ନିଜ ଅନୁଷ୍ଠାନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ବୈଠକରେ ଏଡିଜି ଶ୍ରୀ ଚୌଧୁରୀ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଲାଗି କେନ୍ଦ୍ର ସରକାରଙ୍କ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ମଧ୍ୟରେ ସମନ୍ବୟ ସ୍ଥାପନ କରିବାର ଆବଶ୍ୟକତା ରହିଛି। ଆଧୁନିକ ପ୍ରଯୁକ୍ତି ଏବଂ ସାମାଜିକ ଗଣମାଧ୍ୟମର ପ୍ରଭାବୀ ଉପଯୋଗ ସହ ଜନସାଧାରଣଙ୍କ ନିକଟରେ ଗୁରୁତ୍ବପୂର୍ଣ୍ଣ ଏବଂ ସଠିକ ସୂଚନା ପହଞ୍ଚାଇବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଅନ୍ୟ ସଂସ୍ଥାଗୁଡ଼ିକ ଏ କ୍ଷେତ୍ରରେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ସହିତ ସମ୍ପର୍କ ସ୍ଥାପନ କରିବା ଲାଗି ସେ ପରାମର୍ଶ ଦେଇଥିଲେ।

ବୈଠକରେ ପୂର୍ବତଟ ରେଳବାଇର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ କୌଶଳେନ୍ଦ୍ର ଖାଡ଼ଙ୍ଗା, ପିଆଇବିର ଉପ ନିର୍ଦ୍ଦେଶକ ଡ. ଗିରୀଶ ଚନ୍ଦ୍ର ଦାଶ, ଗଣ ଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ, ଏସ ପଟେଲ, ଭାରତୀୟ ସର୍ବେକ୍ଷଣ ବିଭାଗର ନିର୍ଦ୍ଦେଶକ କେ.ସି ଦାସ, ପୂର୍ବତଟ ରେଳବାଇ ଲୋକସମ୍ପର୍କ ଅଧିକାରୀ ବିକାଶ କୁମାର, ଗେଲ ଇଣ୍ଡିଆ ଲିମିଟେଡର ଡିଜିଏମ ଏନ. ମିଶ୍ର, ଓ୍ବାପକସ ଲିମିଟେଡର ଆର.ଡି ରାଓ, ଏନଆଇସି ଭୁବନେଶ୍ବରର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଏ. କେ. ପଣ୍ଡା, ପାରାଦୀପ ପୋର୍ଟ ଟ୍ରଷ୍ଟର ଏ. କେ. ବେହେରା, ରତିକାନ୍ତ ନାଗର, ପିଆଇବି ଭୁବନେଶ୍ବରର ସ୍ବାଧୀନ ଶକ୍ତିପ୍ରସାଦ ପ୍ରମୁଖ ଯୋଗ ଦେଇଥିଲେ।

ଏହି ବୈଠକରେ ଭାରତୀୟ ସୂଚନା ସେବା- ୨୦୧୯ ବ୍ୟାଚର ପ୍ରଶିକ୍ଷାର୍ଥୀ ଅଧିକାରୀ ସନ୍ତୋଷ ଭି., ମନଦୀପ କୁମାର, ଶୀନମ ଜୈନ ଓ ନିକିତା ଯୋଶୀ ମଧ୍ୟ ଯୋଗ ଦେଇଥିଲେ।

Categories
ଆଜିର ଖବର ବ୍ୟବସାୟ

ଷ୍ଟକ୍ ଏକ୍ସଚେଞ୍ଚରେ ତାଲିକାଭୁକ୍ତ ହେବ‘ଇସିଜିଏସ୍‌’, କ୍ୟାବିଟେନର ନିଷ୍ପତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏମ୍ ଏସ୍ ଏକ୍ସପୋର୍ଟ କ୍ରୋଡିଟ୍ ଗ୍ୟାରେଣ୍ଟି କର୍ପୋରସନ ଲିମିଟେଡ(ଇସିଜିସି) ଷ୍ଟକ୍ ଏକ୍ସଚେଂଚରେ ତାଲିକାଭୁକ୍ତ କରିବା (ଲିଷ୍ଟିଂ) ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।

ଇସିଜିସି ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ସିପିଏସ୍‌ସି) ଯାହା ଏଯାଏ ଷ୍ଟକ ବଜାରରେ ତାଲିକାଭୁକ୍ତ ହୋଇ ନ ଥିଲା। ଏହି ଅନୁମୋଦନ ପୂର୍ବରୁ ଇସିଜିସି ‘ସେବି’ ନିୟମ୨୦୧୮ ଅନୁସାରେ ଷ୍ଟକ୍ ଏକ୍ସଚେଞ୍ଚରେ ଆଇପିଓ କାରବାର କରୁଥିଲା ।

ଏହା ଭାରତ ସରକାରଙ୍କ ସମ୍ପୂର୍ଣ୍ଣ ମାଲିକାନାରେ ଏକ ସଂସ୍ଥା । ରପ୍ତାନୀ ବାଣିଜ୍ୟକୁ ବଢାଇବା ସହ ରପ୍ତାନୀକାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି ପାଇଁ ତିଆରି ହୋଇଥିବା ଏହି ସଂସ୍ଥା କ୍ରେଡିଟ ରିସ୍କ ଇନ୍‌ସୁରାନ୍ସ ଓ ସେବା ଯୋଗାଉଛି । ଏହି କମ୍ପାନୀର ବର୍ତ୍ତମାନର ଦେଣା ପରିମାଣ ଏକଲକ୍ଷ କୋଟି ଟଙ୍କା, ୨୦୨୫-୨୬ ମଧ୍ୟରେ ଏହି ଦେଣା(ଲିଆବିଲିଟି) ପରିମାଣକୁ ସର୍ବାଧିକ ୨.୦୩ଲକ୍ଷ କୋଟି ଟଙ୍କାରେ ପହଂଚାଇବାକୁ ଲକ୍ଷ୍ୟ ରଖିଛି ।

ଇସିଜି ଷ୍ଟକ ମାର୍କେଟରେ ଲିଷ୍ଟିଂ ହେଲେ ଏହାର ପ୍ରକୃତ ମୂଲ୍ୟ ନିର୍ଦ୍ଧାରିତ ହେବ ଏବଂ ସର୍ବସାଧାରଣ ଏହାର ସେୟାର ବିକ୍ରି ପାଇଁ ମିଳିବ । ଲୋକେ ଯେତେ ସେୟାର କିଣିବେ କମ୍ପାନୀର ମାଲିକାନା ପରିସର ସେତେ ବଢିବ ଏବଂ ଏହା ଜନତାଙ୍କ କମ୍ପାନୀର ପରିଣତ ହେବ । ଏହା ଫଳରେ କର୍ପୋରେଟ ଗଭର୍ଣ୍ଣାସ ପାଇଁ ବାଟ ଫିଟିବ ଓ କମ୍ପାନୀର ପରିଚାଳନାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଢିବ ।

ଲିଷ୍ଟଂ ଫଳରେ ଏହି କମ୍ପାନୀ ସେୟାର ବା ଆଇପିଓ ବିକି ଅଧିକ ପୁଞ୍ଜି ବଜାରରୁ ସଂଗ୍ରହ କରିପାରିବ । ସରକାର ଏଥିରୁ ନିଜର ଅଂଶଧନ ପ୍ରତ୍ୟାହାର କରି ତାହାକୁ ବିଭିନ୍ନ ସାମାଜିକ କ୍ଷେତ୍ରର ଯୋଜନା ବାବଦରେ ଖର୍ଚ୍ଚ କରିବ ।