Categories
ଆଜିର ଖବର ଜାତୀୟ ଖବର

ହିନ୍ଦୀ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ହିନ୍ଦୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

‘ମୋର ସମସ୍ତ ପରିବାରଜନଙ୍କୁ ହିନ୍ଦୀ ଦିବସର ହାର୍ଦ୍ଦିକ ଶୁଭେଚ୍ଛା। ହିନ୍ଦୀ ଭାଷା ରାଷ୍ଟ୍ରୀୟ ଏକତା ଏବଂ ସଦ୍‌ଭାବନାର ସୂତ୍ରକୁ ଆହୁରି ମଜଭୁତ କରୁ ବୋଲି ମୋର କାମନା।’

Categories
ଆଜିର ଖବର ଜାତୀୟ ଖବର

ନାଗରିକମାନଙ୍କୁ ତିରଙ୍ଗା ସହ ଫଟୋ ଅପଲୋଡ କରିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ହର ଘର ତିରଙ୍ଗା’ ଅଭିଯାନରେ ଅଗଷ୍ଟ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ harghartiranga.com ରେ ତ୍ରିରଙ୍ଗା ସହ ଫଟୋ ଅପଲୋଡ କରିବା ପାଇଁ ନାଗରିକମାନଙ୍କୁ ଆହ୍ୱାନ ଜଣାଇଛନ୍ତି।

ଏକାଧିକ ଟ୍ୱିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ହର ଘର ତିରଙ୍ଗା’’ ଅଭିଯାନ ଆଜାଦୀ କା ଅମୃତ ମହୋତ୍ସବରେ ଏକ ନୂଆ ଶକ୍ତି ଭରିଛି। ଦେଶବାସୀମାନଙ୍କୁ ଚଳିତବର୍ଷ ଏହି ଅଭିଯାନକୁ ଏକ ନୂଆ ଉଚ୍ଚତାକୁ ନେଇଯିବାର ଅଛି। ଆସନ୍ତୁ, ଅଗଷ୍ଟ ୧୩ରୁ ୧୫ ମଧ୍ୟରେ ଦେଶର ଗର୍ବ ଓ ଗୌରବର ପ୍ରତୀକ ଜାତୀୟ ପତାକାକୁ ଉଡ଼ାଇବା। ତ୍ରିରଙ୍ଗା ସହିତ harghartiranga.com ରେ ନିଜ ସେଲଫି ମଧ୍ୟ ନିଶ୍ଚିତ ଅପଲୋଡ କରିବା’’।

‘‘ସ୍ୱାଧୀନତା ଓ ରାଷ୍ଟ୍ରୀୟ ଏକତା ଉତ୍ସାହର ପ୍ରତୀକ ହେଉଛି ତ୍ରିରଙ୍ଗା। ତ୍ରିରଙ୍ଗା ସହିତ ପ୍ରତ୍ୟେକ ଭାରତୀୟଙ୍କର ଆବେଗିକ ସମ୍ପର୍କ ରହିଛି ଏବଂ ଏହା ଜାତୀୟ ପ୍ରଗତିକୁ ଆହୁରି ସମୃୃଦ୍ଧ କରିବାପାଇଁ କଠିନ ପରିଶ୍ରମ କରିବାକୁ ଆମକୁ ପ୍ରେରଣା ଦେଉଛି। ଏହି ପରିପ୍ରେକ୍ଷୀରେ ମୁଁ ଆପଣମାନଙ୍କୁ ‘ହର ଘର ତିରଙ୍ଗା’ ଅଭିଯାନରେ ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ଅଂଶଗ୍ରହଣ ନିମନ୍ତେ ଆହ୍ୱାନ ଜଣାଉଛି। ତ୍ରିରଙ୍ଗା ସହିତ ଆପଣମାନେ ନିଜ ଫଟୋକୁ harghartiranga.com ରେ ଅପଲୋଡ କରନ୍ତୁ।’’

Categories
ଅପରାଧ ଆଜିର ଖବର ଜାତୀୟ ଖବର

‘ପାକିସ୍ତାନ ଜିନ୍ଦାବାଦ’ ଗୀତ ଶୁଣିଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଦୁଇ ଗିରଫ

ବରେଲି: ଉତ୍ତରପ୍ରଦେଶର ବରେଲିରେ ‘ପାକିସ୍ତାନ ଜିନ୍ଦାବାଦ’ ଗୀତ ଶୁଣୁଥିବା ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି। ଗାଁର ଜଣେ ଯୁବକ ଉଭୟଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏହା ପରେ ଗୁରୁବାର ଦିନ ପୋଲିସ ସେମାନଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ କରିଥିଲା ​​ଏବଂ ଶୁକ୍ରବାର ଦିନ ସେମାନଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କ ନାମ ନଇମ୍ ଏବଂ ମୁସ୍ତାକିମ ବୋଲି ପୋଲିସ କହିଛି, ସେମାନେ ବରେଲି ଜିଲ୍ଲାର ଭୁଟା ଅଞ୍ଚଳର ସିଙ୍ଗାଇ ମୁରବାଁ ଗାଁର ବାସିନ୍ଦା।

ବରେଲି ଅତିରିକ୍ତ ପୋଲିସ ଅଧୀକ୍ଷକ (ଗ୍ରାମୀଣ) ରାଜକୁମାର ଅଗ୍ରୱାଲ କହିଛନ୍ତି ଯେ, ଅଭିଯୋଗ ଉପରେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଛି ଏବଂ ଘଟଣାର ତଦନ୍ତ ଚାଲିଛି। ପୋଲିସର ସୂଚନାନୁସାରେ ଆଶିଷ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଅଭିଯୁକ୍ତ ଆକ୍ରମଣ କରିଥିଲା।

ସୂଚନାଯୋଗ୍ୟ ଯେ ଅଭିଯୋଗକାରୀ ଏହି ଭିଡିଓକୁ ଟ୍ୱିଟର ହ୍ୟାଣ୍ଡେଲରେ ଅପଲୋଡ୍ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ହେଉଥିଲା। ପୋଲିସ୍ କହିଛି ଯେ, ଆଇପିସିର ଧାରା ୧୫୩ ଅନୁଯାୟୀ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଛି, ଯାହା ରାଷ୍ଟ୍ରୀୟ ଏକତାକୁ ବାଧା ସୃଷ୍ଟି କରୁଥିବା କାର୍ଯ୍ୟଗୁଡିକ ସହିତ ଜଡିତ।