Categories
ଆଜିର ଖବର ଜାତୀୟ ଖବର

ଅଖିଳେଶ ଯାଦବଙ୍କ ଗୁରୁତର ଅଭିଯୋଗ, ବିଜେପି ନିର୍ଦ୍ଦେଶରେ ଯାଦବ-ମୁସଲିମଙ୍କ ଭୋଟ୍ କାଟିଦେଲେ ଇସି

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସମ୍ମିଳନୀ ଆଜି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଅଖିଳେଶ ଯାଦବ ପୁଣି ଥରେ ସମାଜବାଦୀ ଦଳର ରାଷ୍ଟ୍ରୀୟ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ଏହି ସମୟ ମଧ୍ୟରେ ଅଖିଳେଶ ଯାଦବ ନିର୍ବାଚନ ଆୟୋଗଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।

ଏସପି ମୁଖ୍ୟ କହିଛନ୍ତି ଯେ, “ଆମେ ଆଶା କରିଥିଲୁ ଯେ ନ୍ୟାୟ ପ୍ରଦାନ କରାଯିବ। କିନ୍ତୁ ବିଜେପି ନିର୍ଦ୍ଦେଶରେ ନିର୍ବାଚନ ଆୟୋଗ ଜାଣିଶୁଣି ଆମ ଯାଦବ ଏବଂ ମୁସଲମାନ ଭାଇମାନଙ୍କ ଭୋଟ୍ ହଠାତ୍ ହଟାଉଛନ୍ତି। ଏମିତି କୌଣସି ବିଧାନସଭା ନାହିଁ, ଯେଉଁଥିରେ ଯାଦବ ଏବଂ ମୁସଲମାନ ଭାଇ ଓ ଭଉଣୀମାନଙ୍କର ୨୦ ହଜାର ଭୋଟ୍ କାଟି ଦିଆଯାଇ ନାହିଁ। ଅନେକ ବୁଥରେ ନାମ ନାମ କାଟି ଦିଆଯାଇଛି କିମ୍ବା ଅନ୍ୟ ବୁଥକୁ ସ୍ଥାନାନ୍ତରିତ କରାଯାଇଛି। “