Categories
ଆଜିର ଖବର ରାଜ୍ୟ ଖବର

ରାସ୍ତା ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଷାଣୀ ନୁଆ ଗାଁ ଥାନା ଅନ୍ତର୍ଗତ ଆମ୍ବ ମାର୍କେଟ ନିକଟରେ ଏକ ପିକ୍ ଅପ୍ ଭ୍ୟାନ ଧକ୍କାରେ ଗୁରୁତର ଆହତ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ପାଟପୁର ଥାନା ଅନ୍ତର୍ଗତ ମହାନଳା ଗ୍ରାମର ସରୋଜ କୁମାର ଦାସ ବୋଲି ଜଣାପଡିଛି। ସେ ବ୍ରହ୍ମପୁର ସହରରେ ଦିନ ମଜୁରିଆ ଭାବେ କାମ ସାରି ନିଜ ଗାଁ କୁ ଫେରୁଥିବା ବେଳେ ନିକଟସ୍ଥ ଏକ ଆପାର୍ଟମେଣ୍ଟ ନିକଟରେ ପିକ୍ ଅପ୍ ଭ୍ୟାନ ଧକ୍କା ଦେଇ ଘଟଣାସ୍ଥଳରୁ ଭ୍ୟାନ ଚାଳକ ଫେରାର୍ ହୋଇ ଯାଇଥିଲେ।

ଖବର ପାଇ ଟ୍ରାଫିକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହ ସରୋଜଙ୍କ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ରାସ୍ତା ଦୁର୍ଘଟଣାରେ ଜଣେ ଛାତ୍ରର ମୃତ୍ୟୁ ଓ ଆଉ ଜଣେ ଗୁରୁତର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ବାଳକୃଷ୍ଣପୁର ଓ ଧୋବାଡି ପାଟପୁର ମଧ୍ୟରେ ଏକ ମୋଟରସାଇକେଲ (ଓଡି୩୨ ଏଫ୍ ୮୩୯୪) ସହ ଏକ କୋର୍ଟ ଭ୍ୟାନ୍ ମୁହାଁମୁହିଁ ଧକ୍କା ଫଳରେ ଆସ୍କା ଅଞ୍ଚଳର କାହ୍ନୁଚରଣ ଦାସ ନାମରେ ଜଣେ ଛାତ୍ରର ମୃତ୍ୟୁ ଘଟିଥିବା ବେଳେ ଦୀପକ କୁମାର ପ୍ରଧାନ ନାମକ ଜଣେ ଛାତ୍ର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ପ୍ରକାଶ ଯେ, ଉଭୟେ ଛାତ୍ର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାବନ୍ଧ ଗ୍ରାମ ରେ ଅବସ୍ଥିତ ଜି ଆଇ ଟି ବୈଷୟିକ ଶିକ୍ଷା ଅନୁଷ୍ଠାନ ର ଛାତ୍ର ଅଟନ୍ତି। ସେମାନେ ମୋଟରସାଇକେଲ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ଉକ୍ତ ଗ୍ରାମରେ ପୋଲିସ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ କାହ୍ନୁ ର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୀପକ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ପଡ଼ିଥିଲା।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁଁ ଦୀପକକୁ ଡ଼ାକ୍ତରଖାନାକୁ ପଠାଇଥିବା ବେଳେ କାହ୍ନୁର ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛନ୍ତି। ଦୁର୍ଘଟଣା ପରେ ପୋଲିସ ଭ୍ୟାନ ଘଟଣାସ୍ଥଳରୁ ଚାଲିଯାଇଥିବା ଜଣାପଡିଛି ଓ ଅନ୍ୟ ପକ୍ଷରେ ଦୁର୍ଘଟଣା ବିଷୟରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ସଡ଼କ ଦୁର୍ଘଟଣାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ

କୈଲାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଆସ୍କା ରୋଡ଼ ନୁଆଁ ତାଲୁକା ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଯାହା ଫଳରେ ଜଣେ ସ୍କୁଟି ଆରୋହୀଙ୍କ ବିୟୋଗ ଘଟିଛି।

ଆଜି ଭୋର୍ ସକାଳୁ କେ ଏ୩୫ ସି ୯୮୪୫ ନଂ ବିଶିଷ୍ଟ ଟ୍ରକ୍ ଦ୍ରୁତ ଗତିରେ ଆସି ସ୍କୁଟି ଚାଳକକୁ ଧକ୍କା ଦେଇଥିଲା, ଯ’ଦ୍ଵାରା ସ୍କୁଟି ଚାଳକଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗି ତାଙ୍କର ମୁଣ୍ଡରୁ ଦହି ବାହାରି ଘଟଣାସ୍ଥଳରେ ମୃତ୍ୟୁହୋଇ ଯାଇଥିଲା।

ବଡ଼ବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଥିଲା ଓ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।