Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ଏବଂ ଡିଜନି ପକ୍ଷରୁ ଷ୍ଟ୍ରାଟେଜିକ୍ ଜଏଣ୍ଟ ଭେଞ୍ଚର (ମିଳିତ ଉଦ୍ୟୋଗ) ଗଠନ ଘୋଷଣା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼, ଭାୟାକମ୧୮ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ ଏବଂ ୱାଲ୍ଟ ଡିଜନି ପକ୍ଷରୁ ଭାୟାକମ୧୮ ଓ ଷ୍ଟାର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ର ବ୍ୟବସାୟକୁ ଏକାଠି କରି ଏକ ମିଳିତ ଉଦ୍ୟୋଗ (ଜଏଣ୍ଟ ଭେଞ୍ଚର) ଗଠନ କରିବା ନେଇ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିବା ଘୋଷଣା କରାଯାଇଛି। ଏହି କାରବାରର ଏକ ଅଂଶ ଭାବରେ, ଭାୟାକମ୧୮ ର ମିଡିଆ ସଂସ୍ଥା ଷ୍ଟାର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ରେ କୋର୍ଟ ଅନୁମୋଦିତ ଯୋଜନା ଜରିଆରେ ମିଶ୍ରିତ ହେବ।

ଏଥିସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ପକ୍ଷରୁ ଏହି ମିଳିତ ଉଦ୍ୟୋଗର ଅଭିବୃଦ୍ଧି ପାଇଁ ୧୧୫୦୦ କୋଟି ଟଙ୍କା ନିବେଶ କରାଯିବାକୁ ନିଷ୍ପତ୍ତି କରାଯାଇଛି। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଏହି ମିଳିତ ଉଦ୍ୟୋଗ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ନିୟନ୍ତ୍ରଣ ରେ ରହିବ ଯେଉଁଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ୧୬.୩୪ ପ୍ରତିଶତ ମାଲିକାନା, ଭାୟାକମ୧୮ ର ୪୬.୮୨ ପ୍ରତିଶତ ଓ ଡିଜନିର ୩୬.୮୪ ପ୍ରତିଶତ ମାଲିକାନା ରହିବ। ଆବଶ୍ୟକୀୟ ନିୟାମକ ଓ ତୃତୀୟ ପକ୍ଷ ଅନୁମୋଦନ ଅନୁଯାୟୀ ଡିଜନି ମଧ୍ୟ ଏହି ମିଳିତ ଉଦ୍ୟୋଗରେ ନିର୍ଦ୍ଦିଷ୍ଟ ଅତିରିକ୍ତ ମିଡ଼ିଆ ଆସେଟ ଯୋଗଦାନ କରିପାରେ।

ନୀତା ଏମ ଅମ୍ବାନୀ ଏହି ମିଳିତ ଉଦ୍ୟୋଗର ଅଧ୍ୟକ୍ଷା ହେବେ ଏବଂ ଉଦୟ ଶଙ୍କର ଉପାଧ୍ୟକ୍ଷ ଭାବରେ ଏହି ମିଳିତ ଉଦ୍ୟୋଗକୁ ରଣନୀତିକ ମାର୍ଗଦର୍ଶନ କରିବେ।

ଭାରତରେ ମନୋରଞ୍ଜନ ଏବଂ କ୍ରୀଡା ବିଷୟବସ୍ତୁ ପାଇଁ ଏହି ମିଳିତ ଉଦ୍ୟୋଗ ଏକ ଅଗ୍ରଣୀ ଟିଭି ଏବଂ ଡିଜିଟାଲ୍ ଷ୍ଟ୍ରିମିଂ ପ୍ଲାଟଫର୍ମ ମଧ୍ୟରୁ ଅନ୍ୟତମ ହେବ ଯେଉଁଥିରେ ମନୋରଞ୍ଜନରେ କଲର୍ସ, ଷ୍ଟାରପ୍ଲସ୍‌, ଷ୍ଟାରଗୋଲ୍ଡ ଏବଂ କ୍ରୀଡାରେ ଷ୍ଟାର୍ ସ୍ପୋର୍ଟସ୍ ଏବଂ ସ୍ପୋର୍ଟସ୍ ୧୮ ଭଳି ଆଇକନିକ୍ ମିଡିଆ ସମ୍ପତ୍ତି ଏକତ୍ର ହେବାସହିତ ଜିଓସିନେମା ଏବଂ ହଟଷ୍ଟାର ମାଧ୍ୟମରେ ଟେଲିଭିଜନ୍ ଓ ଡିଜିଟାଲ୍ ପ୍ଲାଟଫର୍ମରେ ପ୍ରମୁଖ ଇଭେଣ୍ଟ ଏକତ୍ରିତ ହେବ। ଏହି ମିଳିତ ଉଦ୍ୟୋଗରେ ସମଗ୍ର ଭାରତରେ ୭୫୦ ନିୟୁତରୁ ଉର୍ଦ୍ଧ୍ୱ ଦର୍ଶକ ରହିବେ ଏବଂ ଏହା ସମଗ୍ର ବିଶ୍ୱରେ ପ୍ରବାସୀ ଭାରତୀୟମାନଙ୍କ ଚାହିଦା ମଧ୍ୟ ପୂରଣ କରିବ।

ଭାରତରେ ଡିଜନିର ଚଳଚ୍ଚିତ୍ର ଏବଂ ପ୍ରଡକ୍ସନ୍ ବିତରଣ ପାଇଁ ଏହି ମିଳିତ ଉଦ୍ୟୋଗକୁ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରାଯିବ ଏବଂ ୩୦୦୦୦ରୁ ଅଧିକ ଡିଜନି ବିଷୟବସ୍ତୁକୁ ଲାଇସେନ୍ସ ସହିତ ଭାରତୀୟ ଗ୍ରାହକଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ମନୋରଞ୍ଜନ ସମ୍ଭାର ବିକଳ୍ପ ପ୍ରଦାନ କରାଯିବ।

ଜେଭି ବିଷୟରେ ସୂଚନା ଦେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଡି ଅମ୍ବାନୀକହିଛନ୍ତି ଯେ “ଏହା ଏକ ଯୁଗାନ୍ତକାରୀ ଚୁକ୍ତି ଯାହା ଭାରତୀୟ ମନୋରଞ୍ଜନ ଶିଳ୍ପରେ ଏକ ନୂତନ ଯୁଗର ପ୍ରାରମ୍ଭ କରିଛି। ଆମେ ସର୍ବଦା ଡିଜନିକୁ ବିଶ୍ୱସ୍ତରରେ ସର୍ବୋତ୍ତମ ମିଡିଆ ଗୋଷ୍ଠୀ ଭାବରେ ସମ୍ମାନ ଦେଇ ଆସିଛୁ ଏବଂ ଏହି ଷ୍ଟ୍ରାଟେଜିକ୍ ମିଳିତ ଉଦ୍ୟୋଗ ଗଠନ ସହିତ ବେଶ ଉତ୍ସାହିତ ଯେ ଆମ ବିସ୍ତୃତ ବିଷୟବସ୍ତୁ ସମ୍ଭାର, ସୃଜନଶୀଳ ପ୍ରବୃତ୍ତି ଏବଂ ବଜାର ଅଭିଜ୍ଞତା ବଳରେ ସମଗ୍ର ଦେଶରେ ଦର୍ଶକଙ୍କ ନିକଟରେ ଶ୍ରେଷ୍ଠ ବିଷୟବସ୍ତୁ ସୁଲଭ ମୂଲ୍ୟରେ ପହଞ୍ଚାଇବାରେ ଏହା ସାହାଯ୍ୟ କରିବ।

ୱାଲ୍ଟ ଡିଜନି କମ୍ପାନୀର ସିଇଓ ବବ ଆଇଗର କହିଛନ୍ତି, “ଭାରତ ହେଉଛି ବିଶ୍ୱର ସବୁଠାରୁ ଜନବହୁଳ ବଜାର, ଏବଂ ଏହି ମିଳିତ ଉଦ୍ୟୋଗ କମ୍ପାନୀ ପାଇଁ ଦୀର୍ଘମିଆଦି ମୂଲ୍ୟ ସୃଷ୍ଟି କରିବାର ସୁଯୋଗ ପାଇଁ ଆମେ ଉତ୍ସାହିତ ଅଛୁ। ଭାରତୀୟ ବଜାର ଏବଂ ଉପଭୋକ୍ତା ବିଷୟରେ ରିଲାଏନ୍ସର ଗଭୀର ଅଭିଜ୍ଞତା ରହିଛି ଏବଂ ମିଳିତ ଭାବରେ ଆମେ ଦେଶର ଏକ ଅଗ୍ରଣୀ ମିଡିଆ କମ୍ପାନୀ ସୃଷ୍ଟି କରିବୁ, ଯାହା ଡିଜିଟାଲ୍ ସେବା ଏବଂ ମନୋରଞ୍ଜନ ଏବଂ କ୍ରୀଡା ବିଷୟବସ୍ତୁର ଏକ ବ୍ୟାପକ ସମ୍ଭାର ସହିତ ଗ୍ରାହକଙ୍କୁ ଉନ୍ନତ ସେବା ପ୍ରଦାନ କରିବାକୁ ସକ୍ଷମ କରିବ। ”

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ଼ରେ ପୁଞ୍ଜିନିବେଶ କରିବ ଆବୁଧାବି ଇନଭେଷ୍ଟମେଣ୍ଟ ଅଥୋରିଟି

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ସହଯୋଗୀ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ଼ (ଆରଆରଭିଏଲ)ରେ ଆବୁଧାବି ଇନଭେଷ୍ଟମେଣ୍ଟ ଅଥୋରିଟିର ଏକ ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ୪୯୬୬.୮୦ କୋଟି ଟଙ୍କା ପୁଞ୍ଜିନିବେଶ କରିବା ନେଇ ଆରଆରଭିଏଲ ପକ୍ଷରୁ ଘୋଷଣା କରାଯାଇଛି। ଆବୁଧାବି ଇନଭେଷ୍ଟମେଣ୍ଟ ଅଥୋରିଟିର ଏହି ନିବେଶ ପୂର୍ଣ୍ଣ ବିଘଟିତ ଭାବରେ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ଼ର ୦.୫୯ ପ୍ରତିଶତ ଇକ୍ୱିଟି ଅଂଶରେ ପରିବର୍ତ୍ତିତ ହେବ। ଏହି ନିବେଶ ଆରଆରଭିଏଲର ପ୍ରି-ମନି ଇକ୍ୱିଟି ମୂଲ୍ୟ ୮.୩୮୧ ଲକ୍ଷ କୋଟି ଟଙ୍କା ଆକଳନ କରିଛିଯାହା ଇକ୍ୱିଟି ମୂଲ୍ୟ ହିସାବରେ ଦେଶର ଚାରି ଅଗ୍ରଣୀ କମ୍ପାନୀ ମଧ୍ୟରେ ରହିଛି।

ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ଼ ଏହାର ସହଯୋଗୀ କମ୍ପାନୀ ଗୁଡିକ ଜରିଆରେ ଭାରତର ସର୍ବବୃହତଦ୍ରୁତ ଅଭିବୃଦ୍ଧିଶୀଳ ଏବଂ ସର୍ବାଧିକ ଲାଭଦାୟକ ରିଟେଲ ବ୍ୟବସାୟ ପରିଚାଳନା କରୁଛି। ଗ୍ରୋସରୀକଂଜୁମର ଇଲେକ୍ଟ୍ରୋନିକ୍ସଫ୍ୟାସନ ଓ ଲାଇଫଷ୍ଟାଇଲ ଏବଂ ଫାର୍ମା ଉପଭୋକ୍ତା ବର୍ଗରେ ୧୮୫୦୦ ରୁ ଉର୍ଦ୍ଧ୍ୱ ଷ୍ଟୋର ଏବଂ ଡିଜିଟାଲ କମର୍ସ ପ୍ଳାଟଫର୍ମ ନେଟୱାର୍କ ଜରିଆରେ ଏହା ୨୬୭ ନିୟୁତରୁ ଅଧିକ ନିୟମିତ ଗ୍ରାହକମାନଙ୍କ ଆବଶ୍ୟକତା ପୁରଣ କରୁଛି। ଏହାର ନିଉ-କମର୍ସ ବ୍ୟବସାୟ ଜରିଆରେ ଆରଆରଭିଏଲ ୩୦ ଲକ୍ଷରୁ ଅଧିକ ଛୋଟ ଓ ଅସଂଗଠିତ ବ୍ୟବସାୟୀଙ୍କୁ ଡିଜିଟାଇଜ ହେବାରେ ସହାୟକ ହୋଇଛି। ଏହା ଦ୍ୱାରା ଏହି ବ୍ୟବସାୟୀ ମାନେ ଟେକ୍ନୋଲୋଜି ବଳରେ ସେମାନଙ୍କ ନିଜ ଗ୍ରାହକମାନଙ୍କୁ ଶ୍ରେଷ୍ଠ ସୁବିଧା ଓ ସେବା ଦେଇପାରିବେ।

ଏହି ଅବସରରେ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ଼ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଇଶା ଅମ୍ବାନୀକହିଛନ୍ତି ” ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ଼ର ଏକ ନିବେଶକ ଭାବରେ ଆବୁଧାବି ଇନଭେଷ୍ଟମେଣ୍ଟ ଅଥୋରିଟି ସହିତ ଆମର ସମ୍ପର୍କକୁ ଆହୁରି ସୁଦୃଢ କରି ଆମେ ବେଶ ଆନନ୍ଦିତ। ବିଶ୍ୱରେ ମୂଲ୍ୟ ସୃଷ୍ଟି କରିବା କ୍ଷେତ୍ରରେ ସେମାନଙ୍କର ରହିଥିବା ସୁଦୀର୍ଘ ଅଭିଜ୍ଞତା ଆମକୁ ଭାରତର ରିଟେଲ କ୍ଷେତ୍ରକୁ ପରିବର୍ଦ୍ଧିତ କରିବାନେଇ ଆମର ରହିଥିବା ଲକ୍ଷ୍ୟ ହାସଲରେ ସହାୟକ ହେବ। ଆରଆରଭିଏଲରେ ଏହି ନିବେଶ ଭାରତୀୟ ଅର୍ଥନୀତି ତଥା ଆମ ବ୍ୟବସାୟିକ ମୂଳଭିତ୍ତି ଏବଂ କାର୍ଯ୍ୟ ସମ୍ପାଦନ କ୍ଷମତା ନେଇ ସେମାନଙ୍କର ରହିଥିବା ବିଶ୍ୱାସର ପରିଚାୟକ। “

ଏହି ଅବସରରେ ଆବୁଧାବି ଇନଭେଷ୍ଟମେଣ୍ଟ ଅଥୋରିଟିର ଘରୋଇ ଇକ୍ୱିଟି ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହମଦ ଅଲଢ଼ହେରିକହିଛନ୍ତି ” ଦ୍ରୁତ ଗତିରେ ଆଗକୁ ବଢୁଥିବା ଏକ ବଜାରରେ ରିଲାଏନ୍ସ ରିଟେଲ ଦୃଢ ଅଭିବୃଦ୍ଧି ଓ ନମନୀୟତା ପ୍ରଦର୍ଶିତ କରିଛି । ରିଲାଏନ୍ସ ସହିତ ଆମର ସହଭାଗିତା ବଢ଼ାଇ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଉପଭୋକ୍ତା କ୍ଷେତ୍ରରେ ଆମ ଉପସ୍ଥିତି ବୃଦ୍ଧି କରି ଆମେ ବେଶ ଆନନ୍ଦିତ। “

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପ୍ରଧାନମନ୍ତ୍ରୀଙ୍କ ହ୍ୱାଇଟ ହାଉସ ରାଷ୍ଟ୍ରୀୟ ନୈଶଭୋଜି କାର୍ଯ୍ୟକ୍ରମରେ ଯୋଗଦେଲେ ମୁକେଶ ଅମ୍ବାନି

ନ୍ୟୁୟର୍କ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ଏବଂ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ତଥା ଅଧ୍ୟକ୍ଷା ନୀତା ଅମ୍ବାନି ପାରମ୍ପରିକ ଭାରତୀୟ ପରିଧାନରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମାନରେ ଯୁକ୍ତରାଷ୍ଟ୍ର ଆମେରିକାର ହ୍ୱାଇଟ ହାଉସ ଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ନୈଶଭୋଜି (ଡିନର) କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି ସ୍ୱତନ୍ତ୍ର ଅବସର ପାଇଁ ନୀତା ଅମ୍ବାନି ଭାରତୀୟ ପରମ୍ପରା ଓ ସଂସ୍କୁତିର ଅବିଛେଦ୍ୟ ଅଙ୍ଗ ରହିଥିବା ଭାରତୀୟ ହସ୍ତକଳା ଓ ହସ୍ତଶିଳ୍ପକୁ ପ୍ରଦର୍ଶିତ କରିଥିବା ରିଲାଏନ୍ସ ଫାଉଣ୍ଡେସନର ‘ସ୍ୱଦେଶ’ ଅଭିଯାନର ଏକ ଆକର୍ଷଣୀୟ ସିଲ୍କ ଶାଢ଼ୀ ପରିଧାନ କରିବା ପାଇଁ ବାଛିଥିଲେ।

Categories
ଆଜିର ଖବର ବ୍ୟବସାୟ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ପ୍ରଥମ ବିଶ୍ୱସ୍ତରୀୟ ଗନ୍ତବ୍ୟ ସ୍ଥଳ ‘ଜିଓ ୱାର୍ଲଡ୍ ସେଂଟର’ ଖୋଲିବା ଘୋଷଣା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ ଦେଶର ସର୍ବବୃହତ ଏବଂ ସର୍ବାଧିକ ସମ୍ମାନଜନକ ବହୁମୁଖୀ ଗନ୍ତବ୍ୟସ୍ଥଳ ‘ଜିଓ ୱାର୍ଲଡ୍ ସେଂଟର’ ଉଦ୍‌ଘାଟନ ସମ୍ପର୍କରେ ଘୋଷଣା କରିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନିର୍ଦ୍ଦେଶିକା ଏବଂ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା-ଚେୟାରପର୍ସନ ନିତା ଅମ୍ବାନିଙ୍କ ଦୂରଦୃଷ୍ଟିସଂପନ୍ନତା ବଳରେ ସ୍ଥାପନ କରାଯାଇଥିବା ଏହି ସେଂଟର ମୁମ୍ବଇର ବାନ୍ଦ୍ରା କୁର୍ଲା କଂପ୍ଲେକ୍ସରେ ୧୮.୫ ଏଳର ପରିମିତ ଜମି ଉପରେ ସ୍ଥାପିତ ଏବଂ ଏହା ଏକ ପ୍ରତିଷ୍ଠିତ ବ୍ୟବସାୟ, ବାଣିଜ୍ୟ ଏବଂ ସାଂସ୍କୃତିକ ଗନ୍ତବ୍ୟବସ୍ଥଳ ହେବାକୁ ଯାଉଛି, ଯାହା ଭାରତ ଏବଂ ଏହାର ନାଗରିକମାନଙ୍କ ପାଇଁ ଏକ ବିଶ୍ୱ ଶ୍ରେଣୀର ଯୁଗାନ୍ତକାରୀ ସ୍ଥଳ ହେବ।

ପ୍ରାରମ୍ଭିକ ଭାବରେ ଧିରୁଭାଇ ଅମ୍ବାନି ସ୍କୋୟାରର ଲୋକାର୍ପଣ ଏବଂ ମୁମ୍ବଇ ମହାନଗର ପାଇଁ ମ୍ୟୁଜିକାଲ ଫାଉଁଟେନ୍ ଅଫ ଜଏ ର ଉତ୍ସର୍ଗ ସହିତ ଭାରତର ସର୍ବବୃହତ ଏବଂ ସୁନ୍ଦରତମ ‘ଜିଓ ୱାର୍ଲଡ୍ କନଭେନ୍‌ସନ ସେଂଟର’ ଅନାବରଣ ଦ୍ୱାରା ଜିଓ ୱାର୍ଲଡ୍ ସେଂଟର ଚଳିତ ବର୍ଷ ଏବଂ ଆସନ୍ତା ବର୍ଷର ବିଭିନ୍ନ ସମୟରେ ପର୍ଯ୍ୟାୟକ୍ରମେ ଉଦ୍‌ଘାଟିତ ହେବା କାର୍ଯ୍ୟକ୍ରମ ରହିଛି।

ଭାରତରେ ଏହି ଧରଣର ପ୍ରଥମ ଗନ୍ତବ୍ୟସ୍ଥଳ ହୋଇଥିବା ଜିଓ ୱାର୍ଲଡ୍ ସେଂଟରରେ ରହିଛି ଏକ ସାଂସ୍କୃତିକ କେନ୍ଦ୍ର, ଏକ ମ୍ୟୁଜିକାଲ ଫାଉଁଟେନ, ଏକ ଉଚ୍ଚତର ରିଟେଲ ଅନୁଭୂତି, ନିଖୁଣ ଭାବରେ ବଛା ଯାଇଥିବା କାଫେଗୁଡିକର ସମ୍ଭାର ଏବଂ ଅତ୍ୟନ୍ତ ଆକର୍ଷଣୀୟ ରେସ୍ତୋରାଂ, ସମସ୍ତ ସୁବିଧା ସୁଯୋଗ ଥିବା ଆପାର୍ଟମେଂଟ ଏବଂ କାର୍ଯ୍ୟାଳୟ ଓ ଅତ୍ୟାଧୁନିକ ସମ୍ମିଳନୀ ସ୍ଥଳ।

ଏହି ସେଂଟର ସମ୍ପର୍କରେ ନିଜର ଦୃଷ୍ଟିଭଙ୍ଗୀ ସମ୍ପର୍କରେ ପ୍ରକାଶ କରି ଶ୍ରୀମତୀ ନିତା ଅମ୍ବାନି କହିଛନ୍ତି, “ଜିଓ ୱାର୍ଲଡ୍ ସେଂଟର ଆମର ଗୌରବାବହ ରାଷ୍ଟ୍ର ପ୍ରତି ଏକ ସମ୍ମାନର ନିଦର୍ଶନ ଏବଂ ନୂତନ ଭାରତର ଆଶା ଆକାଂକ୍ଷାର ପ୍ରତିଫଳନ। ସର୍ବବୃହତ ସମ୍ମିଳନୀ ସ୍ଥଳ ଠାରୁ ନେଇ ସାଂସ୍କୃତିକ ଅନୁଭୂତି ଏବଂ ଯୁଗାନ୍ତକାରୀ ରିଟେଲ ଏବଂ ଭୋଜନ ସୁବିଧା ସହିତ ଜିଓ ୱାର୍ଲଡ୍ ସେଂଟରକୁ ମୁମ୍ବଇର ଏକ ନୂଆ ପ୍ରତିଷ୍ଠିତ ସ୍ଥଳ ଭାବରେ ପରିକଳ୍ପନା କରାଯାଇଛି, ଏହା ଏଭଳି ଏକ ସ୍ଥଳ ହେବ ଯେଉଁଠାକୁ ଆମେ ଏକତ୍ର ଆସି ଭାରତର ଅଭିବୃଦ୍ଧି ଗାଥାର ପରବର୍ତୀ ଅଧ୍ୟାୟ ରଚନା କରିବା।”

ଧିରୁଭାଇ ଅମ୍ବାନି ସ୍କୋୟାର ମୁମ୍ବଇ ମହାନଗରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହେବାକୁ ଯାଉଥିବା ଧିରୁଭାଇ ଅମ୍ବାନି ସ୍କୋୟାର ରିଲାଏନ୍ସର ପ୍ରଣମ୍ୟ ପ୍ରତିଷ୍ଠାତା ଧିରୁଭାଇ ଅମ୍ବାନି ଏବଂ ମୁମ୍ବଇ ମହାନଗର ପ୍ରତି ଏକ ଉତ୍ସର୍ଗ ହେବ। ନିଃଶୁଳ୍କ ପ୍ରବେଶ, ମୁକ୍ତାକାଶ ସାଧାରଣ ସ୍ଥଳ ସହିତ ଏହା ସ୍ଥାନୀୟ ନାଗରିକ ଏବଂ ସମଗ୍ର ବିଶ୍ୱର ପର୍ଯ୍ୟଟକଙ୍କ ପାଇଁ ନିଶ୍ଚିତ ଦେଖିବାଭଳି ଏକ ସ୍ଥଳ ହେବାର ପ୍ରତିଶୃତି ରଖୁଛି।

ଧିରୁଭାଇ ଅମ୍ବାନି ସ୍କୋୟାର ଫାଉଁଟେନ ଅଫ୍ ଜଏ ଚତୁର୍ପାଶ୍ୱର୍ରେ ଘେରି ରହିଛି, ଯେଉଁଠାରେ ଏକାଧିକ କୃତ୍ରିମ ଝରଣାରେ ଜଳ ସହିତ ଆଲୋକ ଓ ସଂଗୀତ ପ୍ରଦର୍ଶିତ ହେବ। ଏହି କୃତ୍ରିମ ଝରଣା ଭାରତ ଏବଂ ତାହାର ବିବିଧ ରଙ୍ଗର ପ୍ରତୀକ ହୋଇଛି, ଯେଉଁଥିରେ ୮ଟି ଫାୟାର ସୁଟର, ୩୯୨ଟି ୱାଟର ଜେଟ୍ ଏବଂ ୬୦୦ରୁ ଅଧିକ ଏଲଇଡି ଆଲୋକ ଖଞ୍ଜାଯାଇଛି ଯାହା ପଦ୍ମ ଫୁଲ ପ୍ରସ୍ଫୁଟିତ ହେବା ଶୈଳୀର ଅଭୁଲା ଦୃଶ୍ୟ ସୃଷ୍ଟିକରୁଛି ଏବଂ ପଦ୍ମ ପାଖୁଡାଗୁଡିକ ସଂଗୀତର ତାଳେ ତାଳେ ନୃତ୍ୟ କରୁଛି।

ଏହି ମ୍ୟୁଜିକାଲ ଫାଉଁଟେନ୍‌କୁ ଉତ୍ସର୍ଗ କରି ଶ୍ରୀମତୀ ନିତା ଅମ୍ବାନି କହିଥିଲେ, “ଅତ୍ୟନ୍ତ ଆନନ୍ଦ ଏବଂ ଗର୍ବର ସହିତ ଆମେ ମୁମ୍ବଇ ମହାନଗର ଅଧିବାସୀ ଏବଂ ଜନସାଧାରଣଙ୍କ ପାଇଁ ଧିରୁଭାଇ ଅମ୍ବାନି ସ୍କୋୟାର ଏବଂ ବିଶ୍ୱ ଶ୍ରେଣୀର ଫାଉଁଟେନ ଅଫ୍ ଜୟ ଉତ୍ସର୍ଗ କରୁଛୁ। ମହାନଗରର ଉଦ୍ଦୀପନାକୁ ପାଳନ କରିବା ସହିତ ଏହା ଏକ ପ୍ରତିଷ୍ଠିତ ନୂଆ ସର୍ବସାଧାରଣ ସ୍ଥଳ ହେବ ଯେଉଁଠାରେ ଜନସାଧାରଣ ଖୁସିର ଆଦାନ ପ୍ରଦାନ କରିବେ ଏବଂ ଆମ୍‌ଚି ମୁମ୍ବଇର ରଙ୍ଗ ଏବଂ ଶବ୍ଦରେ ଭିଜିବେ! ଉଦ୍‌ଘାଟନୀ ରାତ୍ରିରେ ମୁଖ୍ୟତଃ ଶିକ୍ଷକମାନଙ୍କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦର୍ଶନ କରିବା ନେଇ ଅତ୍ୟନ୍ତ ଆନନ୍ଦିତ। ମୁଁ ନିଜେ ଜଣେ ଶିକ୍ଷକ ହୋଇଥିବାରୁ ଏହିଭଳି ଆହ୍ୱାନମୂଳକ ସମୟରେ ନିରଳସ ଭାବରେ କାର୍ଯ୍ୟକରି ଜ୍ଞାନର ଶିଖାକୁ ପ୍ରଜ୍ଜ୍ୱଳିତ କରୁଥିବା ଆମ ଶିକ୍ଷକମାନଙ୍କୁ ମୁଁ ଧନ୍ୟବାଦ ଅର୍ପଣ କରୁଛି। ଆମର ସମ୍ମାନ ପ୍ରଦର୍ଶନ କାର୍ଯ୍ୟକ୍ରମ ଏହି ବାସ୍ତବ ବୀରମାନଙ୍କୁ ଭୂୟସୀ ପ୍ରଶଂସା କରୁଛି।”

ଗତ ଦୁଇବର୍ଷ ଧରି ଜ୍ଞାନର ଶିଖାକୁ ପ୍ରଜ୍ଜ୍ୱଳିତ କରି ରଖିବା ଏବଂ ଭାରତକୁ ତାହାର ସଫଳତାର ପରବର୍ତୀ ଦଶନ୍ଧି ଦିଗରେ ଅଗ୍ରସର କରାଇବା ସୁନିଶ୍ଚିତ କରିବା ନିମନ୍ତେ ନୂତନ ଶିକ୍ଷା ପଦ୍ଧତିକୁ ଆପଣେଇବା ଦିଗରେ ଶିକ୍ଷକମାନଙ୍କର ପ୍ରୟାସକୁ ସମ୍ମାନ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁମ୍ବଇ ମହାନଗର ନିଗମ (ବିଏମସି) ବିଦ୍ୟାଳୟସମୂହ ଏବଂ ମୁମ୍ବଇର ଅନ୍ୟ ବିଦ୍ୟାଳୟଗୁଡିକରୁ ୨୫୦ରୁ ଅଧିକ ଶିକ୍ଷକଙ୍କୁ ଆମନ୍ତ୍ରଣ କରାଯାଇଥିଲା। ପ୍ରତିଦିନ ସଂଧ୍ୟାକାଳୀନ ପ୍ରଦର୍ଶନ ସହିତ ସ୍କୋୟାରକୁ ଉନ୍ମୁକ୍ତ କରାଯିବ।