Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଜର୍ମାନିର ନେକ୍ସୱେଫ୍‌ରେ ନିବେଶ ଏବଂ ଡେନ୍‌ମାର୍କର ଷ୍ଟିସ୍‌ଡଲ୍ ସହ ସହଭାଗିତା ଘୋଷଣା କଲା ରିଲାଏନ୍ସ

ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ପୂର୍ଣ୍ଣ ମାଲିକାନାରେ ଥିବା ସଂସ୍ଥା ରିଲାଏନ୍ସ ନ୍ୟୁ ଏନର୍ଜି ସୋଲାର ଲିମିଟେଡ୍ (ଆର୍‌ଏନ୍‌ଇଏସ୍‌ଏଲ୍‌) ପକ୍ଷରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ବିଷୟରେ ଘୋଷଣା କରାଯାଇଛି। ଜର୍ମାନିର ନେକ୍ସୱେଫ୍‌ରେ ୨.୫ କୋଟି ୟୁରୋ ନିବେଶ କରିବା ବିଷୟରେ ମଙ୍ଗଳବାର ଆର୍‌ଏନ୍‌ଇଏସ୍‌ଏଲ୍ ପକ୍ଷରୁ ଘୋଷଣା କରାଯାଇଛି।

ଅନ୍ୟ ଏକ ଘୋଷଣା ଭାବେ ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ୍ ପକ୍ଷରୁ ହାଇଡ୍ରୋଜେନ୍ ଇଲେକ୍ଟ୍ରୋଲାଇଜର୍ସର ବିକାଶ ଓ ନିର୍ମାଣ ଲାଗି ଷ୍ଟିସ୍‌ଡଲ୍ ସହିତ ବୁଝାମଣା କରାଯାଇଛି। ଡେନ୍‌ମାର୍କର ପ୍ରଧାନମନ୍ତ୍ରୀ ସୁଶ୍ରୀ ଫ୍ରେଡରିକ୍‌ସେନ୍‌ଙ୍କ ଭାରତ ଗସ୍ତ ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଡେନ୍‌ମାର୍କର ପ୍ରଧାନମନ୍ତ୍ରୀ ସୁଶ୍ରୀ ମେଟେ ଫ୍ରେଡରିକ୍‌ସେନ୍‌ଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।

ଭାରତୀୟ ବଜାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନେକ୍ସୱେଫ୍ ସହିତ ଗୁରୁତ୍ୱପୂର୍ଣ୍ଣ ବୁଝାମଣା କରାଯାଇଛି ବୋଲି ରିଲାଏନ୍ସ ପକ୍ଷରୁ କୁହାଯାଇଛି। ଆରଏସ୍‌ଇଏନ୍‌ଏଲ୍ ପକ୍ଷରୁ କୁହାଯାଇଛି ଯେ କଂପାନି ନେକ୍ସୱେଫ୍‌ର ୮୬,୮୮୭ ସିରିଜ୍‌-ସି ପ୍ରିଫର୍ଡ ସେୟାରକୁ ସେୟାର ପିଛା ୨୮୭.୭୩ ୟୁରୋରେ କିଣିବ। ଏହା ବ୍ୟତୀତ ଆରଏନଇଏସ୍‌ଏଲ୍‌କୁ ୧ ୟୁରୋ ହିସାବରେ ୩୬,୨୦୧ ୱାରେଂଟ୍ ମଧ୍ୟ ଜାରି କରାଯିବ।

ସେମିକଣ୍ଡକ୍ଟରରେ ବ୍ୟବହାର ହେଉଥିବା ମୋନୋକିଷ୍ଟାଲାଇନ୍ ସିଲିକନ୍ ୱେଫର୍ସକୁ ନେ୍‌କ୍ସୱେଫ୍ ନିର୍ମାଣ କରୁଛି। ସେମିକଣ୍ଡକ୍ଟରକୁ ସବୁ ପ୍ରକାର ଇଲେକ୍ଟ୍ରୋନିକ୍ସ ଉପକରଣରେ ବ୍ୟବହାର କରାଯାଉଛି। ଷ୍ଟକ୍ ଏକ୍ସଚେଂଜକୁ  ଦେଇଥିବା ସୂଚନାରେ ରିଲାଏନ୍ସ ଜଣାଇଛି ଯେ ନେକ୍ସୱେଫ୍ ଯେଉଁ ମୋନୋକ୍ରିଷ୍ଟାଲାଇନ୍ ସିଲିକନ୍ ୱେଫର୍ସର ବିକାଶ ଓ ଉତ୍ପାଦନ କରୁଛିସେଥିରେ ବ୍ୟବହାର ହେଉଥିବା କଂଚାମାଲ ବହୁତ ସୁଲଭ ମୂଲ୍ୟର ଏବଂ କଂପାନିର ପ୍ରଯୁକ୍ତି ଜ୍ଞାନକୌଶଳ ଉତ୍ପାଦନର ଅନେକ ମହଙ୍ଗା ପ୍ରକ୍ରିୟାକୁ ସମାପ୍ତ କରିଛି। ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ଯେ ଏହା ଜରିଆରେ ରିଲାଏନ୍ସ ସେମିକଣ୍ଡକ୍ଟର ପ୍ରଯୁକ୍ତି ପର୍ଯ୍ୟନ୍ତ ପହଂଚିପାରିଛି।

ଏହି ବୁଝାମଣା ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ, “ରିଲାଏନ୍ସରେ ଆମେ ସର୍ବଦା ଔଦ୍ୟୋଗିକ କ୍ଷେତ୍ରରେ ଆଗରେ ରହିବାରେ ବିଶ୍ୱାସ କରୁ। ନେକ୍ସ୍‌ୱେଫ୍ ସହିତ ଆମର ଏହି ସହଯୋଗିତା ଆମେ ଭାରତୀୟ ଅର୍ଥନୀତି ଲାଗି ସୁଲଭ ମୂଲ୍ୟର ସବୁଜ ଶକ୍ତିର ଯେଉଁ ଆବଶ୍ୟକତା ରହିଛି ତାହାକୁ ପୂରଣ କରିବା ଲାଗି ଆରମ୍ଭ କରିବାକୁ ଯାଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ମିସନର ପରିଚାୟକ। ଫୋଟୋଭୋଲ୍‌ଟାଇକ୍ ନିର୍ମାଣରେ ଭାରତକୁ ବିଶ୍ୱର ଏକ ଅଗ୍ରଣୀ ଦେଶ ଭାବେ ଉପସ୍ଥାପନ କରିବା ଦିଗରେ ଆମର ନେକ୍ସୱେଫ୍‌ରେ ନିବେଶ ଏକ ଗୁୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆମର ବିଶ୍ୱାସ ରହିଛି ଯେ ନେକ୍ସୱେଫ୍‌ର ଅଭିନବ ଅତି ପତଳା ୱେଫରସୋଲାର ପ୍ୟାନେଲ୍ ନିର୍ମାଣକାରୀ ଓ ଉପଭୋକ୍ତାଙ୍କୁ ଲାଭ ପ୍ରଦାନ କରିବ। ରିଲାଏନ୍ସ ପାଇଁ ସୌର ଓ ଅନ୍ୟ ଅକ୍ଷୟ ଶକ୍ତି କ୍ଷେତ୍ରରେ ପ୍ରବେଶ ପୃଥିବୀକୁ ବଂଚାଇବା ଓ ଏହାକୁ ଜଳବାୟୁ ସଙ୍କଟରୁ ଉଦ୍ଧାର କରିବା ଲାଗି ସାରା ବିଶ୍ୱରେ ଚାଲିଥିବା ମିସନ ପ୍ରତି ଆମର ଏକ ଯୋଗଦାନ।’’

ଷ୍ଟିସ୍‌ଡଲ୍ ହେଉଛି ଡେନ୍‌ମାର୍କର ଏକ କଂପାନି ଯାହା ଜଳବାୟୁ ପରିବର୍ତନକୁ ଦୃଷ୍ଟିରେ ରଖି ଔଦ୍ୟୋଗିକ ବିକାଶ ଦିଗରେ କାର୍ଯ୍ୟ କରୁଛି। ଗୁଜରାଟର ଜାମନଗରରେ ହାଇଡ୍ରୋଜେନ୍ ଇଲେକ୍ଟ୍ରୋଲାଇଜର୍ସ ଉତ୍ପାଦନ କରିବା ଲାଗି ଏକ ଗିଗା ଫ୍ୟାକ୍ଟ୍ରି ସ୍ଥାପନ କରିବା ବିଷୟରେ ପୂର୍ବରୁ ମୁକେଶ ଅମ୍ବାନି ଘୋଷଣା କରିଥିଲେ। ଏହି ବୁଝାମଣା ଅନୁସାରେ ଆରଏନ୍‌ଇଏସ୍‌ଏଲ୍ ଓ ଷ୍ଟିସ୍‌ଡଲ୍ ମିଳିତ ଭାବେ ନିଜ ପ୍ରଯୁକ୍ତିକୁ ବ୍ୟବହାର କରି ହାଇଡ୍ରୋଜେନ୍ ଇଲେକ୍ଟ୍ରୋଲାଇଜର୍ସର ଔଦ୍ୟୋଗିକ ବିକାଶକୁ ଆଗକୁ ବଢ଼ାଇବା ଦିଗରେ କାର୍ଯ୍ୟ କରିବେ। ଏହା ସହିତ ଏହାର ନିର୍ମାଣ ସୁବିଧା ସ୍ଥାପନ କରିବାରେ ସହଯୋଗ କରିବେ। ୨୦୩୦ ସୁଦ୍ଧା ୧୦୦ ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ କରିବାକୁ ଆର୍‌ଆଇଏଲ୍ ଲକ୍ଷ୍ୟ ରଖିଛି।

ସୂଚନାଯୋଗ୍ୟ ଯେଅକ୍ଟୋବର ୧୦ ତାରିଖରେ ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ୍ ନରୱେ୍‌ର କଂପାନି ଆରଇସି ସୋଲାର ହୋଲ୍‌ଡିଂସ୍‌କୁ ଅଧିଗ୍ରହଣ କରିଥିବା ବିଷୟରେ ଘୋଷଣା କରିଥିଲା। ଏହା ଜରିଆରେ ଫଟୋଭୋଲ୍‌ଟାଇକ୍ ନିର୍ମାଣ କ୍ଷେତ୍ରରେ ଆର୍‌ଆଇଏଲ୍ ଦୁନିଆର ଅଗ୍ରଣୀ ସଂସ୍ଥାରେ ପରିଣତ ହେବାକୁ ଲକ୍ଷ୍ୟ ରଖିଛି। ଆରଇସି ପାଖରେ ଦୁନିଆର ସବୁଠୁ ଉତ୍କୃଷ୍ଟ ହେଟେରୋଜଙ୍କସନ୍ ପ୍ରଯୁକ୍ତି ରହିଛି। ଏହା ବ୍ୟତୀତ ଆରଏନ୍‌ଇଏସ୍‌ଏଲ୍ ପକ୍ଷରୁ ଅକ୍ଟୋବର ୧୦ରେ ଷ୍ଟର୍ଲିଂ ଆଣ୍ଡ୍ ୱିଲ୍‌ସନ୍ ସୋଲାର ଲିମିଟେଡ୍‌ର ୪୦% ଅଂଶଧନକୁ ଅଧିଗ୍ରହଣ କରାଯାଇଥିବା ବିଷୟରେ ଘୋଷଣା କରାଯାଇଥିଲା।

Categories
ଆଜିର ଖବର ବ୍ୟବସାୟ

ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ୍ ପକ୍ଷରୁ ଆମ୍ବ୍ରି ଆଇଏନ୍‌ସିରେ ନିବେଶ ଘୋଷଣା

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ୍ (ଆର୍‌ଏନ୍‌ଇଏସ୍‌ଏଲ୍‌) ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ ନିବେଶକ ଯଥା ପଲସନ୍ ଆଣ୍ଡ୍ କୋ ଆଇଏନ୍‌ସିବିଲ୍ ଗେଟ୍‌ସ ଏବଂ କିଛି ଅନ୍ୟ ନିବେଶକଙ୍କ ସହ ମିଶି ଯୁକ୍ତରାଷ୍ଟ୍ର ଆମେରିକାର ମାସାଚୁସେଟ୍‌ସ ସ୍ଥିତ ଶକ୍ତି ସଂରକ୍ଷଣ (ଷ୍ଟୋରେଜ୍‌) କଂପାନି ଆମ୍ବ୍ରି ଆଇଏନ୍‌ସିରେ ୧୪୪ ନିୟୁତ ଡଲାର ନିବେଶ କରାଯିବା ବିଷୟରେ ଘୋଷଣା କରାଯାଇଛି । ଏହି ନିବେଶ କଂପାନିକୁ ଶକ୍ତି ଷ୍ଟୋରେଜ୍ ବ୍ୟବସ୍ଥା ଦୀର୍ଘମିଆଦୀ ଭିତିରେ ସାରା ବିଶ୍ୱରେ ବାଣିଜ୍ୟିକ ପ୍ରସାର କରିବା ଓ ଆଗକୁ ବଢ଼ାଇବାରେ ସହାୟକ ହେବ। ଆମ୍ବ୍ରିର ଅଗ୍ରାଧିକାର ଷ୍ଟକ୍‌ର ୪୨.୩ ନିୟୁତ ସେୟାରକୁ ଅଧିଗ୍ରହଣ କରିବା ଲାଗି ଆରଏନ୍‌ଇଏସ୍‌ଏଲ୍ ୫୦ ନିୟୁତ ଡଲାର ନିବେଶ କରିବ।

ପେଟେଂଟ୍ ପ୍ରଯୁକ୍ତି ଭିତିକ ଓ ୪ ରୁ ୨୪ ଘଂଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ପାଇଁ ସ୍ୱତନ୍ତ୍ରା ଭାବେ ଡିଜାଇନ୍ କରାଯାଇଥିବା ଆମ୍ବ୍ରିର ଲମ୍ବା ସମୟ ଶକ୍ତି-ସଂରକ୍ଷଣ ବ୍ୟବସ୍ଥା ଗ୍ରୀଡ୍ ସ୍କେଲ୍‌ରେ ସ୍ଥିର ଷ୍ଟୋରେଜ୍ ପ୍ରୟୋଗଗୁଡିକରେ ବୃବହୃତ ଲିଥିୟମ୍ ଆୟନ ବ୍ୟାଟେରି ସହ ଜଡ଼ିତ ଥିବା ବ୍ୟୟଦୀର୍ଘସ୍ଥାୟିତ୍ୱ ଓ ସୁରକ୍ଷାଜନିତ ପ୍ରତିବନ୍ଧକଗୁଡିକୁ ଦୂର କରିବ। ଏହାର ଗୁରୁତ୍ୱପୂର୍ଣ୍ଣ ଶକ୍ତି ସଂରକ୍ଷଣ ସମାଧାନକୁ ସକ୍ଷମ କରିବ ଯାହା ବିଦ୍ୟୁତ୍ ଗ୍ରୀଡ୍ ସହ ସମନ୍ୱିତ ହେଉଥିବା କ୍ରମବର୍ଦ୍ଧିଷ୍ଣୁ ଅକ୍ଷୟ ଶକ୍ତି ପାଇଁ ସହାୟକ ହେବ।

ଭାରତରେ ଏକ ବୃହତ ଆକାରର ବ୍ୟାଟେରି ଉତ୍ପାଦନ କାରଖାନା ସ୍ଥାପନ କରିବା ନେଇ ଆରଏନଇଏସ୍‌ଏଲ୍ ଓ ଆମ୍ବ୍ରି ମଧ୍ୟରେ ଆଲୋଚନା ଜାରି ରହିଛି ଯାହା ଆଗକୁ ବ୍ୟାପକ ହୋଇ ରିଲାଏନ୍ସର ସବୁଜ ଶକ୍ତି ଉଦ୍ୟମ ପାଇଁ ଖର୍ଚ୍ଚକୁ ଆହୁରି ହ୍ରାସ କରିବ।

ଚଳିତ ବର୍ଷ ଜୁନ୍‌ରେ ଅଂଶଧନଧାରୀମାନଙ୍କୁ ସମ୍ବୋଧିତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୁକେଶ ଧୀରୁଭାଇ ଅମ୍ବାନି ଗ୍ରିନ୍ ଏନର୍ଜି ଗିଗା କମ୍ପେ୍ଲକ୍ସ ପ୍ରୋଜେକ୍ଟର ଅଂଶ ସ୍ୱରୂପ ଜାମନଗରରେ ଶକ୍ତି ସଂରକ୍ଷଣ ଲାଗି ସ୍ଥାପନ କରାଯିବାକୁ ଥିବା ଗିଗା ଫ୍ୟାକ୍ଟ୍ରି (କାରଖାନା) ସମ୍ପର୍କିତ ଯୋଜନା ବିଷୟରେ ଘୋଷଣା କରିଥିଲେ। “ଆମେ ନୂଆ ଓ ଉନ୍ନତ ଇଲେକ୍ଟ୍ରୋ-କେମିକାଲ୍ ପ୍ରଯୁକ୍ତିର ସନ୍ଧାନ କରୁଛୁ ଯାହାକୁ ଆମେ ଶକ୍ତି ସଂରକ୍ଷଣ ଲାଗି ବଡ଼ ଧରଣର ଗ୍ରିଡ୍ ବ୍ୟାଟେରି ପାଇଁ ବ୍ୟବହାର କରିପାରିବୁ। ବିଦ୍ୟୁତ ଉତ୍ପାଦନସଂରକ୍ଷଣ ଓ ଗ୍ରିଡ୍ ସଂଯୋଗର ମିଶ୍ରଣ ଜରିଆରେ ଚବିଶ ଘଂଟା ଭରସାଯୋଗ୍ୟ ବିଦ୍ୟୁତ ଉପଲବ୍ଧତା ସୁନିଶ୍ଚିତ କରିବା ନିମନ୍ତେ ଆମେ ବ୍ୟାଟେରି ପ୍ରଯୁକ୍ତି କ୍ଷେତ୍ରରେ ଥିବା ବିଶ୍ୱର ଅଗ୍ରଣୀ ସଂସ୍ଥାଗୁଡ଼ିକ ସହ ସହଯୋଗିତା ସ୍ଥାପନ କରିବୁ ବୋଲି ଶ୍ରୀ ଅମ୍ବାନି ଘୋଷଣା କରିଥିଲେ।’’

ଆମ୍ବ୍ରି ପକ୍ଷରୁ ଘଂଟା ପ୍ରତି ୧୦ ମେଗାୱାଟ୍‌ରୁ ଆରମ୍ଭ କରି ୨ରୁ ଅଧିକ ଗିଗାୱାଟ୍ ପର୍ଯ୍ୟନ୍ତର ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଦରକାର କରୁଥିବା ପ୍ରକଳ୍ପଗୁଡ଼ିକୁ ସୁବିଧା ଯୋଗାଇ ଦିଆଯାଇପାରିବ। କଂପାନି ତରଫରୁ କ୍ୟାଲସିୟମ୍ ଓ ଆଂଟିମୋନି ଇଲେକ୍ଟ୍ରୋଡ୍ ଭିତିକ ସେଲ୍ ଓ କଂଟେନର ଭିତିକ ବ୍ୟବସ୍ଥା ବିକଶିତ କରାଯିବ ଯାହା ଲିଥିୟମ୍ ଆୟନ ବ୍ୟାଟେରି ତୁଳନାରେ ସୁଲଭ ରହିବ ଓ ଯେକୌଣସି ପ୍ରକାର ଜଳବାୟୁ ପରିସ୍ଥିତିରେ କାର୍ଯ୍ୟ କରିବ ଓ ଏଥିପାଇଁ ଅତିରିକ୍ତ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ଦରକାର ପଡ଼ିବନି ଏବଂ ସ୍ୱଳ୍ପ କ୍ଷୟ ସହିତ ୨୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିବ। ଦିନ ବେଳା ସୃଷ୍ଟି ହେଉଥିବା ସୌର ଶକ୍ତିକୁ ସନ୍ଧ୍ୟା ଓ ଅତ୍ୟାବଶ୍ୟକ ସମୟର ଆବଶ୍ୟକତା ଲାଗି ସ୍ଥାନାନ୍ତର କରିବା ଭଳି ଉଚ୍ଚ ବ୍ୟବହାରର ପ୍ରୟୋଗ ଲାଗି ଆମ୍ବ୍ରିର ବ୍ୟବସ୍ଥା ବେଶ ଉପଯୋଗୀ। ଏହି କଂପାନି ୨୦୨୩ ଓ ପରବର୍ତୀ ସମୟ ପାଇଁ ବାଣିଜ୍ୟିକ ପରିଚାଳନା ନିମନ୍ତେ ଗ୍ରାହକ ନିଶ୍ଚିତ କରୁଛି।