Categories
ଆଜିର ଖବର ବ୍ୟବସାୟ

ରିଲାଏନ୍ସ ରିଟେଲ୍ ଭେଂଚର୍ସ ପକ୍ଷରୁ ଆବ୍ରାହମ୍ ଆଣ୍ଡ୍ ଠାକୋର୍‌ରେ ନିବେଶ

ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ରିଟେଲ୍ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌) ପକ୍ଷରୁ ଆବ୍ରାହମ୍ ଆଣ୍ଡ୍ ଠାକୋର ଏକ୍ସପୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍‌ର ସଂଖ୍ୟାଗରିଷ୍ଠ ଅଂଶଧନ ପାଇଁ ନିବେଶ କରାଯାଇଛି। ଆର୍‌ଆର୍‌ଭିଏଲ୍ ଏହାର ସହଯୋଗୀ ସଂସ୍ଥା ରିଲାଏନ୍ସ ବ୍ରାଣ୍ଡ୍‌ସ୍ ଲିିମିଟେଡ୍ (ଆରବିଏଲ୍‌) ପ୍ରିମିୟମ୍ ବର୍ଗର ଗ୍ରାହକଙ୍କୁ ଯେଉଁଭଳି ଗଭୀର ଭାବେ ବୁଝିଛି ଓ ଡିଜିଟାଲ୍‌, ରିଟେଲ୍ ପରିଚାଳନା, ମାର୍କେଟିଂ ଓ ଯୋଗାଣ ଶୃଙ୍ଖଳ ପ୍ଲାଟଫର୍ମ ଆଦିରେ ରହିିଥିବା ଶକ୍ତିକୁ ନେଇ ଫେସନ୍ ଓ ଲାଇଫ୍‌ଷ୍ଟାଇଲ୍ ବର୍ଗରେ ଆବ୍ରାହମ୍ ଆଣ୍ଡ୍ ଠାକୋର୍ ବ୍ରାଣ୍ଡ୍‌କୁ ବିଶ୍ୱସ୍ତରୀୟ ଭାବେ ଗଢିତୋଳିବ।

ଡେଭିଡ୍ ଆବ୍ରହମ୍ ଓ ରାକେଶ ଠାକୋରଙ୍କ ଦ୍ୱାରା ୧୯୯୨ରେ ଆରମ୍ଭ କରାଯିବା ପରେ ସେଥିରେ କେଭିନ୍ ନିଗ୍‌ଲି ଯୋଗ ଦେଇଥିଲେ, ଯାହା ଆବ୍ରାହମ୍ ଆଣ୍ଡ୍ ଠାକୋର୍‌ରେ “ଆଣ୍ଡ’ ଯୋଡ଼ି ହୋଇ ଏଆଣ୍ଡ୍‌ଟି ଭାବେ ଲୋକପ୍ରିୟ ହୋଇଥିଲା। ଏଆଣ୍ଡ୍‌ଟି ଆଧୁନିକ ଓ ଅର୍ଥପୂର୍ଣ୍ଣ ଭାବେ ବୟନ ଏବଂ ଅଣପାରମ୍ପରିକ ଡିଜାଇନ୍ ତଥା ଅଭିନବ ଉପାୟରେ ସେମାନଙ୍କ ନିକଟରେ ପହଂଚି ଭାରତୀୟ ହସ୍ତତନ୍ତରେ ଅନ୍ତର୍ନିହୀତ ରହିଥିବା ଶକ୍ତି ଓ ସୁଯୋଗକୁ ଉନ୍ମୁକ୍ତ କରିଥିଲା।

ଭାରତୀୟ ବୟନକୁ ବ୍ୟାଖ୍ୟା କରି ଏଆଣ୍ଡ୍‌ଟି ଲାଉଞ୍ଜ ଓୟାର ଓ ହୋମ୍ କଲେକ୍ସସନରୁ ଆରମ୍ଭ କରିଥିଲା ଯାହା ପ୍ରଥମେ ଲଣ୍ଡନର ଦି କନରାନ୍ ସପ୍‌ରେ ବିକ୍ରି କରାଯାଇଥିଲା ଏବଂ ପରବର୍ତୀ ସମୟରେ ତାହା ଲୋକପ୍ରିୟ ବିଶ୍ୱସ୍ତରୀୟ ଷ୍ଟୋର ଯଥା ଲିବର୍ଟି, ବ୍ରାଉନ୍ସ, ହାରୋଡସ୍ ଓ ସେଲଫ୍ରିଜ୍ସ୍ ଆଦିରେ ଉପଲବ୍ଧ ହୋଇଥିଲା। ପ୍ରାୟ ୧୫ ବର୍ଷ ପର୍ଯ୍ୟନ୍ତ ମୁଖ୍ୟତଃ ଆନ୍ତର୍ଜାତିକ ଷ୍ଟୋର୍‌ଗୁଡ଼ିକରେ ଖୁଚୁରା ଭାବେ ବିକ୍ରି ହେବା ପରେ ସେମାନଙ୍କ ପ୍ରଥମ ଫେସନ ସୋ’ ଉପସ୍ଥାପନ ସହ ଏହି ବ୍ରାଣ୍ଡ୍ ଭାରତ ଆସିଥିଲା।

ଫେସନର ସାଂସ୍କୃତିକ ଗଠନକୁ ଭଲ ଭାବେ ବୁଝିବାର ଦର୍ଶନ ସହିତ ଏହି ବ୍ରାଣ୍ଡ୍ ଦୃଢ଼ ଭାବେ ଯୋଡ଼ି ହୋଇରହିଛି। ଆବ୍ରାହମ୍ ଆଣ୍ଡ୍ ଠାକୋରର ଇକତ୍ ଶାଢ଼ି କେବଳ ଭିକ୍ଟୋରିଆ ଆଣ୍ଡ୍ ଆଲବର୍ଟ ମ୍ୟୁଜିୟମର ସ୍ଥାୟୀ ଅଂଶ ହୋଇନଥିଲା ବରଂ ୨୦୧୫ରେ ବ୍ରାଣ୍ଡ୍‌ର ସୃଷ୍ଟିକୁ ଭିଆଣ୍ଡଏର ପ୍ରଥମ ପ୍ରମୁଖ ପ୍ରଦର୍ଶନୀ ଫ୍ୟାବ୍ରିକ୍ ଫର ଇଣ୍ଡିଆ ପାଇଁ ଚୟନ କରାଯାଇଥିଲା ଯାହା ଭାରତୀୟ ହାତତିଆରି ଫ୍ୟାବ୍ରିକ୍‌ର ସମୃଦ୍ଧ, ବିବିଧ ଓ ଚମତ୍କାର ଦୁନିଆର ଅନୁସନ୍ଧାନ କରିଥିଲା। ପ୍ରତିଟି ସମ୍ଭାର ଏକ ଶାନ୍ତ ଏବଂ ଆଧୁନିକ ଡିଜାଇନ ସ୍ୱରକୁ ବିକଶିତ କରିବାର ଅନୁସନ୍ଧାନକୁ ଜାରି ରଖିଥିବା ବେଳେ ସମାନ ଭାବେ ତାହା ଭାରତୀୟ ଡିଜାଇନ୍ ଓ କାର ସମୃଦ୍ଧ ପରମ୍ପରାକୁ ଆଙ୍କିଥିଲା। ଏହାର ଦୃଢ଼ ସାଂସ୍କୃତିକ ଭାଷା ବିଭିନ୍ନ ମାନସିକତା ଓ ବଜାର ସହିତ ସ୍ୱତନ୍ତ୍ର ସମ୍ପର୍କ ଯୋଡ଼ିଥିଲା।

“ଆବ୍ରାହମ୍ ଆଣ୍ଡ୍ ଠାକୋର ପକ୍ଷରୁ ପାରମ୍ପରିକ ବୟନ ପଦ୍ଧତିରେ ଉପକରଣ ଓ ସତେଜ ଭାବନାର ଚମତ୍କାର ବ୍ୟବହାରରେ ବ୍ରାଣ୍ଡ୍ ପାଇଁ ଉଚ୍ଚ ମାନର ନିର୍ଦିଷ୍ଟ ଡିଜାଇନ୍ ସିଗ୍ନେଚର ତିଆରି କରାଯାଇଛି। ଭାରତୀୟ ଲକ୍‌ଜୁରି ଗ୍ରାହକଙ୍କ ଉପଯୋଗିତାରେ ଏକ ପିଢ଼ିର ପରିବର୍ତନ ହେଉଥିବା ବେଳେ ଆବ୍ରାହମ୍ ଆଣ୍ଡ୍ ଠାକୋରର ଅସୀମ ଡିଜାଇନକୁ ବେଶ୍ ପସନ୍ଦ କରାଯାଉଛି ଏବଂ ଆମେ ଭାରତୀୟ କାରିଗରୀର ସ୍ୱତନ୍ତ୍ର ପରିପ୍ରକାଶକୁ ବିଶ୍ୱସ୍ତରରେ ଥିବା ଗ୍ରାହକମାନଙ୍କ ନିକଟରେ ପହଂଚାଇବା ଲାଗି ଏହି ବ୍ରାଣ୍ଡ୍ ସହ ସ୍ଥାପନ କରିଥିବା ସହଯୋଗିତାକୁ ନେଇ ବେଶ ଉତ୍ସାହିତ ରହିଛୁ ବୋଲି ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍‌ର ନିର୍ଦ୍ଦେଶିକା ଇଶା ଅମ୍ବାନି କହିଛନ୍ତି।

“ଭାରତର ଲକ୍‌ଜୁରି ଦୃଶ୍ୟପଟ୍ଟରେ ପୁନର୍ବିନ୍ୟାସ ଘଟାଇଥିବା କଂପାନି ଆରଆରଭିଏଲ୍ ସହିତ ସହଯୋଗିତା ସ୍ଥାପନ କରି ଆବ୍ରାହମ୍ ଆଣ୍ଡ୍ ଠାକୋର ବେଶ ଉତ୍ସାହିତ। ଏହି ସହଯୋଗିତା ଜରିଆରେ ଆମେ ବ୍ରାଣ୍ଡ୍‌ର ଉପସ୍ଥିତିକୁ ବଢ଼ାଇବୁ ଏବଂ ଉଭୟ ଫେସନ ଓ ଲାଇଫଷ୍ଟାଇଲ୍ କଲେକ୍ସନକୁ ଆଣିବୁ ଯେଉଁଥିରେ ହୋମ୍ ଫର୍ଣ୍ଣିସିଂ ଓ ଲାଉଞ୍ଜ ଓୟାର ସାମିଲ ରହିଛି” ବୋଲି ଡେଭିଡ୍ ଆବ୍ରାହମ୍ କହିଛନ୍ତି।

ବ୍ରାଣ୍ଡ୍‌ର କ୍ରିଏଟିଭ୍ ନିର୍ଦ୍ଦେଶନା ତିନିଟି ଡିଜାଇନର ଡେଭିଡ୍ ଆବ୍ରାହମ୍‌, ରାକେଶ ଠାକୋର ଓ କେଭିନ୍ ନିଗ୍‌ଲିଙ୍କ ପାଖରେ ରହିବ।

Categories
ବିଶେଷ ଖବର ବ୍ୟବସାୟ

ରିଲାଏନ୍ସ ରିଟେଲ୍ ଭାରତରେ ଖୋଲିବ ‘୭-ଇଲେଭେନ୍ କନ୍‌ଭିନିଏନ୍ସ’ ଷ୍ଟୋର୍‌, ଜାଣନ୍ତୁ ଏଥିରେ କଣ ମିଳିବ

ମୁମ୍ବାଇ / ଭୁବନେଶ୍ୱର: ଭାରତରେ ୭-ଇଲେଭେନ୍ କନ୍‌ଭିନିଏନ୍‌ସ ଷ୍ଟୋର୍ ଖୋଲିବା ଲାଗି ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆରଆରଭିଏଲ୍‌) ଏହାର ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ୭-ଇଣ୍ଡିଆ କନ୍‌ଭିନିଏନ୍ସ ରିଟେଲ୍ ଲିମିଟେଡ୍ ଜରିଆରେ ୭-ଇଲେଭନ୍ ଆଇଏନ୍‌ସି (ଏସ୍‌ଇଆଇ) ସହିତ ମାଷ୍ଟର ଫ୍ରାଚାଂଇଜି ଚୁକ୍ତିପତ୍ର ସ୍ୱାକ୍ଷର କରିଛି ।

ଏହି କ୍ରମରେ ଅକ୍ଟୋବର ୯, ଶନିବାର ଦିନ ମୁମ୍ବାଇର ଅନ୍ଧେରୀ ଇଷ୍ଟ୍‌ରେ ପ୍ରଥମ ୭-ଇଲେଭେନ୍ ଷ୍ଟୋର ଖୋଲାଯିବାର କାର‌୍ୟ୍ୟକ୍ରମ ରହିଛି । ଏହା ପରେ ଗ୍ରେଟର ମୁମ୍ବାଇର ପ୍ରମୁଖ ଆବାସିକ ଓ ବାଣିଜ୍ୟିକ ଅଂଚଳଗୁଡ଼ିକରୁ ଆରମ୍ଭ କରି ଏହି ଷ୍ଟୋର୍‌ଗୁଡ଼ିକର ଦ୍ରୁତ ସମ୍ପ୍ରସାରଣ କରାଯିବ ।

୭-ଇଲେଭେନ୍ ଷ୍ଟୋର ଉନ୍ମୋଚନ ସହିତ ଦେଶର ସର୍ବବୃହତ ରିଟେଲର ଆର୍‌ଆର୍‌ଭିଏଲ୍ ଭାରତୀୟ ଗ୍ରାହକଙ୍କୁ ଉତ୍କୃଷ୍ଟ ସପିଙ୍ଗ ଅନୁଭୂତି ପ୍ରଦାନ କରିବା ଏବଂ କିଣିବା ପାଇଁ ଗ୍ରାହକମାନଙ୍କୁ ଆକର୍ଷଣୀୟ ମୂଲ୍ୟ ଉପସ୍ଥାପନ କରିବା ଯାତ୍ରା ପ୍ରତି ଆଉ ଏକ ପାଦ ଅଗ୍ରସର ହୋଇଛି । ୭-ଇଲେଭେନ୍ ଷ୍ଟୋର୍‌ଗୁଡ଼ିକର ଲକ୍ଷ୍ୟ ହେଉଛି ଗ୍ରାହକମାନଙ୍କୁ ସ୍ୱତନ୍ତ୍ର ଷ୍ଟାଇଲ୍‌ର ସୁବିଧା ଦେଇ ସେମାନଙ୍କୁ ପାନୀୟ, ସ୍ନାକ୍ସ ଓ ସୁସ୍ୱାଦୁ ପଦାର୍ଥର ବ୍ୟାପକ ବର୍ଗମାଳା ପ୍ରଦାନ କରିବା ଯାହାକୁ ସ୍ଥାନୀୟ ସ୍ୱାଦକୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି ।

ଏଥିସହିତ ଏହା ଗ୍ରାହକଙ୍କ ଦୈନିକ ଆବଶ୍ୟକତା ପୂରଣ କରିବ ଏବଂ ସବୁର ମୂଳରେ ରହିବ ସୁଲଭତା ଓ ସ୍ୱଚ୍ଛତା । ଏକ ଦ୍ରୁତ ସମ୍ପ୍ରସାରଣ ଯୋଜନା ରହିଥିବାରୁ ଏହା ସ୍ଥାନୀୟ ନିଯୁକ୍ତିକୁ ଉଲ୍ଲେଖନୀୟ ଯୋଗଦାନ ପ୍ରଦାନ କରିବ ଏବଂ ସହଜ ଖାଦ୍ୟ (କନଭିନିଏନ୍ସ ଫୁଡ୍‌)ର ଏକ ସମ୍ପୂର୍ଣ୍ଣ ପରିବ୍ୟବସ୍ଥା ସୃଷ୍ଟି କରିବ । ଭାରତରେ ୭-ଇଲେଭେନ୍‌ର ସୁବିଧାଜନକ ଖୁଚୁରା ବ୍ୟବସାୟ ମଡେଲ୍‌କୁ କାର‌୍ୟ୍ୟକାରୀ କରିବା ଏବଂ ସ୍ଥାନୀୟ ଆବଶ୍ୟକତା ଅନୁସାରେ ତାହାକୁ ପ୍ରସ୍ତୁତ କରିବାରେ ଆରଆରଭିଏଲ୍‌କୁ ଏସ୍‌ଇଆଇ ଶ୍ରେଷ୍ଠ ଶ୍ରେଣୀର ପରିଚାଳନା ପ୍ରକ୍ରିୟା ଓ ବ୍ୟବସ୍ଥା ଆଣିବାରେ ସହଯୋଗ କରିବ ।

ଇଶା ଅମ୍ବାନି, ନିର୍ଦେଶିକା, ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ କହିଛନ୍ତି ଯେ, “ରିଲାଏନ୍ସରେ ଆମେ ଗ୍ରାହକଙ୍କୁ ସବୁବେଳେ ଶ୍ରେଷ୍ଠ ପ୍ରଦାନ କରି ଆମେ ଗର୍ବ ଅନୂଭବ କରୁ ଏବଂ ସାରା ଦୁନିଆର ବିଶ୍ୱାସଭାଜନ ହୋଇଥିବା କନ୍‌ଭିନିଏନ୍‌ସ ଷ୍ଟୋର୍ ୭-ଇଲେଭେନ୍‌କୁ ଭାରତ ଆଣିଥିବାରୁ ଆମେ ଗର୍ବିତ । କନ୍‌ଭିନିଏନ୍‌ସ ଖୁଚୁରା ଦୃଶ୍ୟପଟ୍ଟରେ ୭-ଇଲେଭେନ୍ ହେଉଛି ଅନ୍ୟତମ ସବୁଠୁ ଆଇକନିକ୍ (ପ୍ରମୁଖ) ବିଶ୍ୱସ୍ତରୀୟ ବ୍ରାଣ୍ଡ୍ । ଏସ୍‌ଇଆଇ ସହିତ ଆମେ ଯେଉଁ ନୂଆ ପଥ ଗଠନ କରିବୁ ତାହା ଭାରତୀୟ ଗ୍ରାହକଙ୍କୁ ସେମାନଙ୍କ ଆଖପାଖ (ପଡ଼ୋଶୀ) ସ୍ଥାନରେ ଶ୍ରେଷ୍ଠ ସୁବିଧା ଓ ପସନ୍ଦ ପ୍ରଦାନ କରିବ ।’’

“ଭାରତର ହେଉଛି ବିଶ୍ୱର ଦ୍ୱିତୀୟ ବୃହତମ ଦେଶ ଏବଂ ଏହା ହେଉଛି ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି । ଦୁନିଆର ସର୍ବବୃହତ କନ୍‌ଭିନିଏନ୍ସ ରିଟେଲର୍ ଭାବେ ଭାରତରେ ଆମେ ପ୍ରବେଶ କରିବାର ଏହା ଉପଯୁକ୍ତ ସମୟ ବୋଲି କହିଛନ୍ତି ଏସ୍‌ଇଆଇର ସଭାପତି ଓ ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଜୋ ଡିପିଂଟୋ । “ରିଲାଏନ୍ସ ରିଟେଲ୍ ଭେଂଚର୍ସ ସହିତ ଆମର ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ତଥା ସହଯୋଗିତା ମୁମ୍ବାଇ ସହରରୁ ଆରମ୍ଭ ହୋଇ ନିୟୁତାଧିକ ଭାରତୀୟ ଗ୍ରାହକଙ୍କୁ ୭-ଇଲେଭେନ୍ ବ୍ରାଣ୍ଡ୍‌ର କନ୍‌ଭିନିଏଂଟ୍ ଉତ୍ପାଦ ଓ ସେବା ପ୍ରଦାନ କରିବ।’’

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ରିଲାଏନ୍ସ ରିଟେଲ ଭେଂଚର୍ସ ଲିମିଟେଡ୍ ପକ୍ଷରୁ ସର୍ବବୃହତ ପୁଞ୍ଜିନିବେଶ ହାସଲ ପ୍ରକ୍ରିୟା ଦୁଇ ମାସ ଭିତରେ ସମ୍ପୂର୍ଣ୍ଣ

ମୂମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌) ପକ୍ଷରୁ ଆରଆର୍‌ଭିଏଲ୍‌ରେ ସହଯୋଗୀ ସାମିଲ କରିବା ଏବଂ ପୁଞ୍ଜିନିବେଶ ହାସଲ ପ୍ରକ୍ରିୟାର ବର୍ତ୍ତମାନର ପର୍ଯ୍ୟାୟକୁ ସମ୍ପୂର୍ଣ୍ଣ କରାଯାଇଛି।

ଆର୍‌ଆର୍‌ଭିଏଲ୍ ପକ୍ଷରୁ ଆର୍ଥିକ ସହଯୋଗୀମାନଙ୍କ ଠାରୁ ମୋଟ ୪୭,୨୬୫ କୋଟି ଟଙ୍କା ପୁଞ୍ଜି ହାସଲ କରାଯାଇଥିବା ବେଳେ ସେମାନଙ୍କୁ ୬୯,୨୭,୮୧,୨୩୪ ଇକ୍ୱିଟି ସେୟାର ଜାରି କରାଯାଇଛି। ସମ୍ପୂର୍ଣ୍ଣ ବିଘଟିତ ଭାବେ ଏହି ସେୟାର ଜାରି କରାଯାଇଛି। ଚଳିତ ପାଣ୍ଠି ହାସଲ ପର୍ଯ୍ୟାୟରେ ସିଲ୍‌ଭର୍ ଲେକ୍ ପାର୍ଟନର୍ସ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ଯଥାକ୍ରମେ ୭୫୦୦ କୋଟି ଟଙ୍କା ଓ ୧୮୭୫ କୋଟି ଟଙ୍କା ନିବେଶ କରାଯାଇଥିବା ବେଳେ କେକେଆର୍ ୫୫୫୦ କୋଟି ଟଙ୍କା, ମୁବାଦଲା ୬୨୪୭.୫୦ କୋଟି ଟଙ୍କା, ଏଡିଆଇଏ ୫୫୧୨.୫୦ କୋଟି ଟଙ୍କା, ଜିଆଇସି ୫୫୧୨.୫୦ କୋଟି ଟଙ୍କା, ଟିପିଜି ୧୮୩୭.୫୦ କୋଟି ଟଙ୍କା, ଜେନେରାଲ୍ ଆଟ୍‌ଲାଟିଂକ୍ ୩୬୭୫ କୋଟି ଟଙ୍କା ଓ ପିଆଇଏଫ୍ ପକ୍ଷରୁ ୯୫୫୫ କୋଟି ଟଙ୍କା ନିବେଶ କରାଯାଇଛି। ପାଣ୍ଠି ହାସଲ ପ୍ରକ୍ରିୟା ୨୦୨୦ ସେପ୍ଟେମ୍ବର ୨୫ରୁ ଆରମ୍ଭ ହୋଇ ନଭେମ୍ବର ୯ରେ ଶେଷ ହୋଇଛି।

ଇଶା ମୁକେଶ ଅମ୍ବାନି, ନିର୍ଦ୍ଦେଶିକା, ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ କହିଛନ୍ତି ଯେ, “ଆର୍‌ଆର୍‌ଭିଏଲ୍‌ରେ ଏଭଳି ଦୃଢ଼ ଏବଂ ଖ୍ୟାତିସମ୍ପନ୍ନ ସହଯୋଗୀଙ୍କୁ ପାଇ ଆମେ ଗର୍ବିତ। ଆମ ବ୍ୟବସାୟ ପ୍ରତି ନିବେଶକମାନେ ପ୍ରଦର୍ଶନ କରିଥିବା ଉଲ୍ଲେଖନୀୟ ଆଗ୍ରହକୁ ନେଇ ଆଗେ ଗର୍ବିତ ଅନୁଭବ କରୁଛୁ ଏବଂ ସେମାନଙ୍କ ସହ କାର୍ଯ୍ୟ କରି ସେମାନଙ୍କ ଅଭିଜ୍ଞତା ଏବଂ ବିଶ୍ୱସ୍ତରରେ ରହିଥିବା ସମ୍ପର୍କର ଲାଭନେବା ପାଇଁ ଆମେ ଲକ୍ଷ୍ୟ ରଖିଛୁ। ନୂତନ ବାଣିଜ୍ୟ ଉପରେ ଆମେ ଗୁରୁତ୍ୱ ଦେବା ସହ ନିୟୁତାଧିକ ବ୍ୟବସାୟୀ ଏବଂ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗଗୁଡ଼ିକୁ ସଶକ୍ତ କରି ଆମେ ଭାରତୀୟ ରିଟେଲ୍ କ୍ଷେତ୍ରରେ ପରିବର୍ତନକାରୀ ଭୂମିକା ନିର୍ବାହ କରିବାକୁ ପ୍ରତିବଦ୍ଧ ରହିଛୁ।’’

ଆର୍‌ଆର୍‌ଭିଏଲ୍ ପାଇଁ ମର୍ଗାନ ଷ୍ଟାନଲି ଆର୍ଥିକ ପରାମର୍ଶଦାତା, ସିରିଲ୍ ଅମରଚାନ୍ଦ ମଙ୍ଗଳଦାସ ଓ ଡେଭିସ୍ ପୋଲକ୍ ଓ ୱାର୍ଡୱେଲ୍ ଆଇନଗତ ପରାମର୍ଶଦାତା ଏବଂ ବିଓଏଫ୍‌ଏ ସିକ୍ୟୁରିଟିଜ୍ ଅତିରିକ୍ତ ଆର୍ଥିକ ଉପଦେଷ୍ଟା ଭାବେ କାର୍ଯ୍ୟ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍‌ରେ ସାଉଦି ଆରବର ପିଆଇଏଫ୍‌ ପକ୍ଷରୁ ୯,୫୫୫ କୋଟି ଟଙ୍କାର ପୁଞ୍ଜିନିବେଶ

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌)ରେ ୨.୦୪ ପ୍ରତିଶତ ଇକ୍ୱିଟ ଅଂଶଧନ ପାଇଁ ସାଉଦି ଆରବର ଦି ପବ୍ଲିକ୍ ଇନଭେଷ୍ଟ୍‌ମେଂଟ୍ ଫଣ୍ଡ୍ (ପିଆଇଏଫ୍‌) ୯,୫୫୫ କୋଟି ଟଙ୍କାର (ପ୍ରାୟ ୧.୩ ବିଲିଅନ ଡଲାର) ପୁଞ୍ଜିନିବେଶ କରିବ। ଆର୍‌ଆର୍‌ଭିଏଲ୍‌ର ପ୍ରି-ମନି ଇକ୍ୱିଟି ମୂଲ୍ୟକୁ ୪.୫୮୭ ଲକ୍ଷ କୋଟି ଟଙ୍କା (ପ୍ରାୟ ୬୨.୪ ବିଲିଅନ ଡଲାର) ଆକଳନ କରି ଏହି ନିବେଶ କରାଯାଇଛି। ପୂର୍ବରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଡିଜିଟାଲ୍ ସେବା ପ୍ରଦାନକାରୀ ସହଯୋଗୀ ସଂସ୍ଥା ଜିଓ ପ୍ଲାଟର୍ମର୍ସ୍‌ର ୨.୩୨ ପ୍ରତିଶତ ଅଂଶଧନ ହାସଲ କରିବା ପରେ ଏବେ ପିଆଇଏଫ୍ ପକ୍ଷରୁ ଆର୍‌ଆର୍‌ଭିଏଲ୍‌ରେ ପୁଞ୍ଜିନିବେଶ କରାଯାଇଛି। ଦୀର୍ଘମିଆଦୀ ବାଣିଜ୍ୟିକ ରିଟର୍ଣ୍ଣ ପ୍ରଦାନ କରୁଥିବା ଅଭିନବ ଓ ପରିବର୍ତନଶୀଳ ବ୍ୟବସାୟରେ ନିବେଶ କରିବା ଲାଗି ପିଆଇଏଫ୍‌ର ରହିଥିବା ରଣନୀତି ଓ ସିଦ୍ଧାନ୍ତ ଅନୁସାରେ ଏହି ପୁଞ୍ଜିନିବେଶ କରାଯାଇଛି। ଭାରତର ରିଟେଲ୍ କ୍ଷେତ୍ର ହେଉଛି ବିଶ୍ୱର ଅନ୍ୟତମ ଏବଂ ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରତି ଏହାର ଅବଦାନ ୧୦ ପ୍ରତିଶତରୁ ଅଧିକ ରହିଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ଯେ, “ରିଲାଏନ୍ସରେ ଆମର ସାଉଦି ଆରବ ସାମ୍ରାଜ୍ୟ ସହିତ ଦୀର୍ଘ ଅବଧିର ସୁସମ୍ପର୍କ ରହିଛି। ସାଉଦି ଆରବ ସାମ୍ରାଜ୍ୟର ଅର୍ଥନୈତିକ ପୁନର୍ବିନ୍ୟାସ କ୍ଷେତ୍ରରେ ପିଆଇଏଫ୍ ଅଗ୍ରଦୂତ ସାଜିଛି। ରିଲାଏନ୍ସ ରିଟେଲ୍‌ରେ ପିଆଇଏଫ୍‌କୁ ଏକ ମୂଲ୍ୟବାନ ସହାଯୋଗୀ ଭାବେ ମୁଁ ସ୍ୱାଗତ କରୁଛି। ଆମେ ଭାରତର ଖୁଚୁରା କ୍ଷେତ୍ରରେ ପରିବର୍ତନ ଆଣି ୧୩୦ କୋଟି ଭାରତୀୟ ଓ ନିୟୁତାଧିକ କ୍ଷୁଦ୍ର ବ୍ୟବସାୟୀଙ୍କ ଜୀବନକୁ ସମୃଦ୍ଧ କରିବା ଭଳି ମହତ୍ୱକାଂକ୍ଷୀ ଯାତ୍ରାରେ ଆଗକୁ ବଢୁଥିବା ବେଳେ ଏହାର ନିରନ୍ତର ସହାୟତା ଏବଂ ମାର୍ଗଦର୍ଶନ ଆଶା ରଖିଛୁୁ।’’

ପିଆଇଏଫ୍‌ର ଗଭର୍ଣ୍ଣର ୟାସିର ଅଲ୍‌-ରୁମାୟନ କହିଛନ୍ତି ଯେ, “ଭାରତରେ ଏକାଧିକ ଆକର୍ଷଣୀୟ ଓ ଉତ୍ସାହଜନକ କ୍ଷେତ୍ରରେ ଅଗ୍ରଣୀ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସହିତ ଆମର ବିଶ୍ୱାସପୂର୍ଣ୍ଣ ସହଯୋଗିତାକୁ ଆହୁରି ସୁଦୃଢ଼ କରିଥିବାରୁ ଆମେ ଅତ୍ୟନ୍ତ ଖୁସି। ସାରା ବିଶ୍ୱର ଅଭିନବ ବ୍ୟବସାୟ ସହିତ ଦୀର୍ଘମିଆଦୀ ସହଯୋଗିତା ଏବଂ ନିବେଶ ପାଇଁ ପିଆଇଏଫ୍‌ର ରହିଥିବା ପ୍ରତିବଦ୍ଧତାକୁ ଏହି ନିବେଶ ପ୍ରତିଫଳିତ କରୁଛି, ଯାହା ସେହି କ୍ଷେତ୍ରର ଅଗ୍ରଣୀ ହେବା ସହିତ ପରିବର୍ତନର ପଥ ସୁଗମ କରୁଛି। ସାଉଦି ଆରବର ଲୋକମାନଙ୍କ ପାଇଁ ଲାଭ ସୃଷ୍ଟି କରିବା ଏବଂ ସାଉଦି ଆରବରେ ଅର୍ଥନୈତିକ ବିବିଧତା ଆଣିବା ପାଇଁ ପିଆଇଏଫ୍‌ର ରହିଥିବା ପ୍ରତିବଦ୍ଧତାକୁ ଏହି ସହଯୋଗିତା ପରିଦର୍ଶିତ କରୁଛି।”

ରିଟେଲ୍ କ୍ଷେତ୍ରରେ ଭାରତର ସର୍ବବୃହତ୍ ଓ ଦ୍ରୁତ ଅଭିବୃଦ୍ଧିଶୀଳ ରିଲାଏନ୍ସ ରିଟେଲ୍ ଲିିମଟେଡ୍ ହେଉଛି ଆର୍‌ଆର୍‌ଭିଏଲ୍‌ର ଏକ ସହଯୋଗୀ ସଂସ୍ଥା, ଯାହାର ସାରା ଭାରତରେ ୧୨,୦୦୦ରୁ ଅଧିକ ବିଭିନ୍ନ ପ୍ରକାରର ଷ୍ଟୋର୍ ରହିଛି ଏବଂ ସେହି ସବୁ ଷ୍ଟୋର୍‌ରେ ୬୪ କୋଟିରୁ ଅଧିକ ଲୋକ ପ୍ରବେଶ କରୁଛନ୍ତି। ରିଲାଏନ୍ସ ରିଟେଲ୍‌ର ଲକ୍ଷ୍ୟ ହେଉଛି ନୂଆ ବାଣଜ୍ୟ ରଣନୀତି ଜରିଆରେ ଭାରତୀୟ ଖୁଚୁରା କ୍ଷେତ୍ରର ପୁନର୍ବିନ୍ୟାସକୁ ତ୍ୱରାନ୍ୱିତ କରି ଭାରତୀୟ ସମାଜକୁ ଲାଭ ପହଂଚାଇବା ଏବଂ ନିୟୁତାଧିକ ଲଘୁ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ (ଏମ୍‌ଏସ୍‌ଏମ୍‌ଇ) ଗୁଡିକୁ ସଶକ୍ତ କରିବା।