Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ହେବ ଟୋକା ଲଢେଇ, ବିଜେଡିର ରୁଦ୍ର ବନାମ ବିଜେପିର ସୂର୍ଯ୍ୟ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ଏଥର ବିଭିନ୍ନ ଦୃଷ୍ଟିରୁ ନିଆରା ହେବ। କାରଣ ଏଥର ଏହି ନିର୍ବାଚନ ଯୁଦ୍ଧରେ ଦୁଇ ଟୋକା ମଧ୍ୟରେ ହେବ ଲଢେଇ। ସେମାନେ ହେଲେ ରୁଦ୍ର ଆଉ ସୂର୍ଯ୍ୟ। ଅର୍ଥାତ ଏଥର ପଦ୍ମପୁରରେ ବିଜେଡି ତରଫରୁ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ ମଙ୍ଗ ଧରିବେ। ବିଜେଡିର ପ୍ରାର୍ଥୀ ଘୋଷଣା ହୋଇ ନ ଥିଲେ ମଧ୍ୟ ରୁଦ୍ର ବର୍ତ୍ତମାନଠାରୁ ଡେରା ପକାଇ ପ୍ରଚାର କଲେଣି।

ସେହିପରି ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପଦ୍ମପୁର ମଇଦାନରେ ଅବତିଣ୍ଣ ହେବେ ନବ ନିର୍ବାଚିତ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ। ଏଥର ସୂର୍ଯ୍ୟବଂଶୀ ପଥର ପାହଡରେ ପଦ୍ମ ଫୁଟାଇବାରେ ସକ୍ଷମ ହୋଇଛନ୍ତି। ଫଳରେ ତାଙ୍କର କ୍ରେଜ ବେଶ ବୃଦ୍ଧି ପାଇଛି। ଯାହାକୁ ପଦ୍ମପୁର ଉପନିର୍ବାଚନରେ ବିଜେପି ବ୍ୟବହାର କରିବାକୁ ନିଷ୍ପତି କରିଛି।

ଉଭୟ ରୁଦ୍ର ଏବଂ ସୂର୍ଯ୍ୟଙ୍କୁ ଯଦି ଦେଖାଯାଏ ତେବେ ସେମାନଙ୍କ ମଧ୍ୟରେ ରହିଛି ଅନେକ ସାମଞ୍ଜସ୍ୟ। ପ୍ରଥମତଃ ଉଭୟଙ୍କ ପିତାଙ୍କ ପରଲୋକ ପରେ ଟିକେଟ ପାଇଁ ବିଜୟ ଲାଭ କରିଛନ୍ତି। ଉଭୟଙ୍କ ଶରୀରରେ ପ୍ରବାହିତ ହେଉଛି ଯୁବ ରକ୍ତ। ତେବେ ଆଉ ଏକ ସାମଞ୍ଜସ୍ୟ ହେଲା ଉଭୟଙ୍କ ପିତା ଓଡିଶା ରାଜନୀତିରେ ଥିଲେ ବେଶ୍ ଚର୍ଚ୍ଚିତ ଆଉ ମଜଦାର ନେତା। ଉଭୟ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଥିଲେ ବେଶ ଲୋକପ୍ରିୟ।

ରୁଦ୍ରଙ୍କ ବାପା ପ୍ରଦୀପ ମହାରାଥୀ ଏବଂ ସୂର୍ଯ୍ୟଙ୍କ ବାପା ବିଷ୍ଣୁ ସେଠୀ ଯେତେବେଳେ ବିଧାନସଭାରେ ଭାଷଣ ପ୍ରଦାନ କରନ୍ତି ସେତେବେଳେ ତାହା ବେଶ୍ ଚର୍ଚ୍ଚା ହୋଇଥାଏ। ପ୍ରଦୀପ ମହାରାଥୀ ଯାତ୍ରା ଡାଇଲଗ ମାରି ଲୋକଙ୍କୁ ଆକୃଷ୍ଟ କରିପାରୁଥିବା ବେଳେ ବିଷ୍ଣୁ ମଧ୍ୟ କବିତା ତଥା ତାଙ୍କର ଡାଇଲଗ ମଧ୍ୟ ଚର୍ଚ୍ଚାକୁ ଆସିଥାଏ। ଏବେ ସେମାନଙ୍କ ପୁତ୍ର ଓଡିଶା ରାଜନୀତିରେ ସେମିତି କିଛି କରିବେ ବୋଲି ଆଶା କରାଯାଉଛି।

ରୁଦ୍ର ପୁରୁଣା ହୋଇଯାଇଥିବାରୁ ସେ ପୂର୍ବରୁ ବିଭିନ୍ନ ଉପନିର୍ବାଚନ ପ୍ରଚାରରେ ଭାଗ ନେଇଛନ୍ତି। ନିକଟରେ ଧାମନଗର ଉପନିର୍ବାଚନରେ ରୁଦ୍ର ତାଙ୍କ ବାପାଙ୍କ ପରି ଡାଇଲଗ ମାରି ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାରେ ସକ୍ଷମ ହୋଇଥିଲେ। ତାଙ୍କର ପ୍ରଚାର ଶୈଳୀ ମଧ୍ୟ ଥିଲା ନିଆରା, ଯାହା ବିଜେଡି ନେତାମାନେ ବେଶ୍ ଖୁସି କରିପାରିଥିଲା।

ତେବେ ପ୍ରଥମ ଥର ପାଇଁ ଉପନିର୍ବାଚନ ପ୍ରଚାରରେ ଯୋଗଦେବେ ସୂର୍ଯ୍ୟବଂଶୀ। ପଦ୍ମପୁରରେ ନିଜର ପତିୟାରା ଦେଖାଇବା ପାଇଁ ଆରମ୍ଭ କରିଛନ୍ତି ପ୍ରସ୍ତୁତି। ତାଙ୍କ ଭାଷଣ ତାଙ୍କ ବାପାଙ୍କ ପରି କିପରି ଲୋକଙ୍କୁ ଆକୃଷ୍ଟ କରିବ ସେଥିପାଇଁ ସେ ଚେଷ୍ଠା କରିବେ। ହେଲେ ଏହା ନିଶ୍ଚିତ ଯେ, ପଦ୍ମପୁର ମଇଦାନରେ ଏହି ଦୁଇ ଟୋକା ବିଧାୟକ ନିଜ ନିଜ ଶୈଳୀରେ ଦେଖାଇବେ କରିସ୍ମା।

Categories
ଆଜିର ଖବର ରାଜ୍ୟ ଖବର

ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ, ଦୁଃଖ ଭରା ଆଖିରେ ତାଙ୍କୁ କୋଳେଇ ନେଲେ ବାଚସ୍ପତି

ଭୁବନେଶ୍ବର: ଆଜି ପିପିଲିର ବିଧାୟକ ଭାବେ ରୁଦ୍ରପ୍ରତାପ ମହାରଥୀ ଶପଥ ଗ୍ରହଣ କରିଛନ୍ତି। ସେ ବାଚସ୍ପତିଙ୍କ ବିଧାନସଭା ପ୍ରକୋଷ୍ଠରେ ଏହି ଶପଥ କରିଛନ୍ତି। ତାଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶପଥ କରାଇଥିଲେ। ଶପଥ କରାଇବା ପରେ ତାଙ୍କୁ ବାଚସ୍ପତି ଦୁଃଖଭରା ଆଖିରେ କୋଳେଇ ନେଇଥିଲେ। କାରଣ ତାଙ୍କ ବାପା ପ୍ରଦୀପ ମହାରାଥୀ ଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଘନିଷ୍ଠ ବନ୍ଧୁ।

ଏକ ଟୁଇଟ କରି ବାଚସ୍ପତି କହିଛନ୍ତି ଯେ, ‘ଆଜି ଵିଧି ବଦ୍ଧ ଭାବରେ ବିଧାନସଭାରେ ମୋ ଉପସ୍ଥିତିରେ ବିଧାୟକ ପଦ ଓ ଗୋପନୀୟତାର ଶପଥ ପାଠ ନେଲେ ଶ୍ରୀ ରୁଦ୍ରପ୍ରତାପ ମହାରଥୀ । ଶପଥ ପାଠ କରି ପିପିଲିର ଜନସାଧାରଣଙ୍କ ସୁଖ ଦୁଃଖରେ ସାମିଲ ହେବା ପାଇଁ ପ୍ରତିଶୃତି ନେଲେ। ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ରୁଦ୍ରପ୍ରତାପ ମହାରଥୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।’

Categories
ବିଶେଷ ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନର ଭୋଟ ଫଳାଫଳ ସଂପର୍କରେ ଜାଣନ୍ତୁ ଏହି ୨୦ଟି ରୋଚକ କଥା

ଭୁବନେଶ୍ବର: ଶେଷରେ ପିପିଲି ଉପନିର୍ବାଚନ ଶେଷ ହୋଇଛି, ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ଏହି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାର ୯୧୬ ଭୋଟରେ ପରାସ୍ତ କରିଛନ୍ତି।  ତେବେ ଏହି ନିର୍ବାଚନର ଫଳାଫଳକୁ ନେଇ ଆସନ୍ତୁ ଜାଣିବା ଏହି ୨୦ଟି କଥା।

ପିପିଲିର ମୋଟ ଭୋଟର ସଂଖ୍ୟା- ୨ ଲକ୍ଷ ୨୯ ହଜାର ୫୮୩

ମୋଟ ପୁରୁଷ ଭୋଟର ସଂଖ୍ୟା- ୧ ଲକ୍ଷ ୧୯ ହଜାର ୨୦

ମୋଟ ମହିଳା ଭୋଟର ସଂଖ୍ୟା- ୧ ଲକ୍ଷ ୧୦ ହଜାର ୫୬୨

ପିପିଲି ଉପନିର୍ବାଚନରେ ମୋଟ ଭୋଟ ଗ୍ରହଣ- ୧ ଲକ୍ଷ ୮୦ ହଜାର ୯୩୦

ମୋଟ ପୋଷ୍ଟାଲ ବାଲାଟ- ୮୯୩ ଭୋଟ

ମୋଟ ବୈଧ ଭୋଟ ସଂଖ୍ୟା -୧ ଲକ୍ଷ ୮୦ ହଜାର ୯୯

ମୋଟ ରିଜେକ୍ଟ ହୋଇଥିବା ଭୋଟ- ୧୩୬ ଖଣ୍ଡ

ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିବା ମୋଟ ପ୍ରାର୍ଥୀଙ୍କ ସଂଖ୍ୟା- ୧୦

ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ଭୋଟ- ୯୬,୯୭୨ ଖଣ୍ଡ

ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଭୋଟ- ୭୬,୦୫୬ ଖଣ୍ଡ ଭୋଟ

କଂଗ୍ରେସ ପ୍ରାର୍ଥୀ ବିଶ୍ବକେସନ ହରିଚନ୍ଦନ ମହାପାତ୍ରଙ୍କ ଭୋଟ- ୪୨୬୧ ଖଣ୍ଡ

ସିପିଆଇ ପ୍ରାର୍ଥୀ ଅଶୋକ ପ୍ରଧାନଙ୍କ ଭୋଟ ସଂଖ୍ୟା- ୮୯୮ ଖଣ୍ଡ

ଅଖିଳ ଭାରତ ହିନ୍ଦୁ ମହାସଭା ପ୍ରାର୍ଥୀ ଜୟ ପ୍ରକାଶ ସେଠୀଙ୍କ ଭୋଟ- ୪୫୫

କଳିଙ୍ଗ ସେନା ପ୍ରାର୍ଥୀ ପିଙ୍କଲିନ ମହାନ୍ତିଙ୍କ ଭୋଟ ସଂଖ୍ୟା- ୧୫୬ ଭୋଟ

ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ପ୍ରାର୍ଥୀ ମହମ୍ମଦ ଇମାନୁଉଦ୍ଦିନ ୨୪୪ ଭୋଟ

ଏହି ନିର୍ବାଚନରେ ଛିଡା ହୋଇଥିବା ମୋଟ ସ୍ବାଧୀନ ପ୍ରାର୍ଥୀ ସଂଖ୍ୟା- ୩ ଜଣ

ସ୍ବାଧୀନ ପ୍ରାର୍ଥୀ ନାଗେନ୍ଦ୍ର ନାଥ ମିଶ୍ରଙ୍କ ଭୋଟ- ୪୧୪,

ସ୍ବାଧୀନ ପ୍ରାର୍ଥୀ ସୁଲୋଚନା ସାହୁଙ୍କ ଭୋଟ-  ୨୬୬

ସ୍ବାଧୀନ ପ୍ରାର୍ଥୀ ସ୍ବପ୍ନେଶ୍ବର ନାୟକଙ୍କ ଭୋଟ- ୩୭୭

ନୋଟାରେ ପଡିଥିବା ମୋଟ ଭୋଟ ସଂଖ୍ୟା-୮୩୧ ଖଣ୍ଡ

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇ କଣ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ପିପିଲି ଜନସାଧାରଣ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କୁ ବିପୁଳ ଭୋଟରେ ଜିତାଇଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ପ୍ରଦାନ କରିଛନ୍ତି। ଆଜି ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାର ୯୧୬ ଭୋଟ ବ୍ୟବଧାନରେ ହରାଇଛନ୍ତି।

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏକ ଟୁଇଟ ମାଧ୍ୟମରେ କହିଛନ୍ତି ଯେ, “ବିଧାନସଭା ଉପ ନିର୍ବାଚନରେ ବିଜେଡିର ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିପୁଳ ଜନସମର୍ଥନ ଦେଇଥିବାରୁ ପିପିଲିବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଏଥିସହ ଦଳର ସମସ୍ତ କର୍ମୀ ଓ ନେତୃବୃନ୍ଦଙ୍କୁ ମୋର ଶୁଭେଚ୍ଛା। ବିଜୁ ଜନତା ଦଳ ଆପଣମାନଙ୍କର ଦଳ। ଆପଣମାନଙ୍କ ସେବାରେ ଆମେ ସର୍ବଦା ସମର୍ପିତ।”

Categories
ଆଜିର ଖବର ରାଜ୍ୟ ଖବର

ପିପିଲିରେ ବିଜେଡି ଜିତିବାର ମିଳିଲା ସଙ୍କେତ, ରୁଦ୍ର ମହାରଥୀ ହୋଇପାରନ୍ତି ବିଧାୟକ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ଭୋଟ ଗଣତି ଚାଲିଛି। ତେବେ ବର୍ତ୍ତମାନ ଟ୍ରେଣ୍ଡ ଅନୁସାରେ ସେଠାରେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଜିତିବା ନିଶ୍ଚିତ ହୋଇଛି। କାରଣ ବର୍ତ୍ତମାନ ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ 5 ହଜାର 44 ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ 13 ହଜାର 611 ଭୋଟ ପାଇଥିବା ବେଳେ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ 8 ହଜାର 567 ଖଣ୍ଡ ଭୋଟ ପାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର 1 ହଜାର 180 ଖଣ୍ଡ ଭୋଟ ପାଇଛନ୍ତି।

ପୂର୍ବ ଉପନିର୍ବାଚନ ଟ୍ରେଣ୍ଡକୁ ଆକଳନ କଲେ ଏଥର ପିପିଲିରେ ବିଜେଡି ପ୍ରାର୍ଥୀ ଜିତିବା ସମ୍ଭାବନା ରହିଛି।