Categories
ବିଶେଷ ଖବର

ଆଶିଷ ମିଶ୍ରଙ୍କ ଜାମିନ ଖାରଜ ପରେ ରାକେଶ ଟିକାଏତଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ ଏଭଳି କଥା

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରୀ ମାମଲାରେ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଜାମିନକୁ ସୁପ୍ରିମକୋର୍ଟ ବାତିଲ କରିଛନ୍ତି। ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ କୋର୍ଟ କହିଛନ୍ତି। କୋର୍ଟର ଏହି ନିଷ୍ପତ୍ତି ଉପରେ କୃଷକ ନେତା ରାକେଶ ଟିକାଏତ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ୍। ବର୍ତ୍ତମାନ ଆମେ ଆଗାମୀ ରୂପରେଖ ପ୍ରସ୍ତୁତ କରିବୁ ବୋଲି ରାକେଶ ଟିକାଏତ କହିଛନ୍ତି।

ରାକେଶ ଟିକାଏତ କହିଛନ୍ତି ଯେ, ଆଶା ରଖିଛୁ କି ସୁପ୍ରିମକୋର୍ଟ ପୀଡିତ ପକ୍ଷର କଥା ଶୁଣିବେ। ଏହା ସହ ସରକାର ପୀଡିତ ପକ୍ଷଙ୍କ ସହ ଛିଡା ହେବେ ବୋଲି ଆଶା କରାଯାଉଛି। ଆମେ ୨୪-୨୫ ଏପ୍ରିଲରେ ଲକ୍ଷ୍ମୀପୁର ଖେରୀକୁ ଯାଉଛୁ। ସେଠାରେ ଆମେ ଓକିଲ ଏବଂ ପୀଡିତ ପରିବାର ସହିତ କଥା ହେବୁ। ପୀଡିତ ପରିବାରକୁ ଭେଟିବା ପରେ ଆମେ ଆହୁରି ରୋଡ୍ ମ୍ୟାପ୍ କରିବୁ। ଆମେ ମଧ୍ୟ ସରକାରଙ୍କ ସହ କଥା ହେବୁ ବୋଲି କୃଷକ ନେତା କହିଛନ୍ତି।

ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ଇସ୍ତଫା ଦାବିରେ ରାକେଶ ଟିକାଏତ ଜିଦ୍ ଧରିଛନ୍ତି। ସେ କହିଛନ୍ତି ଯେ, ଅଜୟ ମିଶ୍ରଙ୍କ ଚାପରେ ସବୁକିଛି ଘଟୁଛି। କେନ୍ଦ୍ରରେ ଥିବାରୁ ରାଜ୍ୟ ସରକାର ମଧ୍ୟ ଚାପରେ ରହିଛନ୍ତି। ଆମେ ଆଶା କରୁଛୁ ଯେ ସୁପ୍ରିମକୋର୍ଟଙ୍କଠାରୁ ନ୍ୟାୟ ମିଳିବ।