Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଟୀକାକରଣରେ ନୂଆ ରେକର୍ଡ: ସେପ୍ଟେମ୍ବର ମାସରେ ଦିଆଗଲା ସର୍ବାଧିକ ଟୀକା

ନୂଆଦିଲ୍ଲୀ: ଭାରତରେ କରୋନା ମାମଲାଙ୍କ ସଂଖ୍ୟା ଉପର ତଳ ହେଉଥିବା ବେଳେ ସେପ୍ଟେମ୍ବର ମାସରେ କୋଭିଡ ଟୀକାକରଣର ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଗତ ଏକ ମାସରେ ଦେଶରେ ପ୍ରାୟ ୨୩ କୋଟି ଟିକା ଦିଆଯାଉଛି, ଯାହାକି କୌଣସି ମାସରେ ଏହା ସବୁଠାରୁ ବଡ ରେକର୍ଡ ଅଟେ।

ଗୁରୁବାର ଦିନ ଦେଶରେ ମୋଟ ଟିକା ସଂଖ୍ୟା ୮୮.୩୪ କୋଟିରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୫.୩୪ ଲକ୍ଷ କରୋନା ଟିକା ଦିଆଯାଇଥିଲା। ଭାରତରେ ସେପ୍ଟେମ୍ବର ୩୦ ତାରିଖରେ କରୋନାର ମୋଟ କରୋନା ଟୀକାକରଣ ସଂଖ୍ୟା ୮୮,୩୪,୭୦,୫୭୮ ରେ ପହଞ୍ଚିଛି। ସେପ୍ଟେମ୍ବର ୧ ତାରିଖରେ, ଟୀକାକରଣ ସଂଖ୍ୟା ପାଖାପାଖି ୬୫.୪୧ କୋଟି ଥିଲା। ସେହି ଅନୁଯାୟୀ, ଗତ ୩୦ ଦିନ ମଧ୍ୟରେ ୨୨.୯୩ କୋଟି ଟିକା ଦିଆଯାଇଛି।