Categories
ଆଜିର ଖବର ରାଜ୍ୟ ଖବର

ରେଙ୍ଗାଲି ଠାରେ ସମଲେଶ୍ୱରୀ ଏକ୍ସପ୍ରେସ, ଲୋଇସିଙ୍ଗା ଏବଂ ମୁରିବାହାଲଠାରେ ରହଣି କରିବ ପୁରୀ-ଦୁର୍ଗ ଏକ୍ସପ୍ରେସ

ଭୁବନେଶ୍ବର: ଏବେ ରେଙ୍ଗାଲି ଠାରେ ସମଲେଶ୍ୱରୀ ଏକ୍ସପ୍ରେସ ରହଣି କରିବ। ଏହାସହିତ ପୁରୀ-ଦୁର୍ଗ ଏକ୍ସପ୍ରେସ ଲୋଇସିଙ୍ଗା ଏବଂ ମୁରିବାହାଲ ଠାରେ ରହଣି କରିବ।

ନିମ୍ନରେ ପ୍ରଦତ୍ତ ଦୁଇଟି ଟ୍ରେନର ପରୀକ୍ଷାମୂଳକ ଭାବେ ରହଣି ପାଇଁ ନିଷ୍ପତ୍ତି ନିଆଯାଇଅଛି ଏବଂ ଏହା ଆଧାରରେ ଷ୍ଟେସନଗୁଡିକ ଉଲ୍ଲେଖ କରାଯାଇଛି।

18005/18006 ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ପରୀକ୍ଷାମୂଳକ ଭିତ୍ତିରେ ରେଙ୍ଗାଲି ଷ୍ଟେସନ ଠାରେ ରହଣି କରିବ। 18005 ହାଓଡ଼ା-ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ ହାଓଡ଼ା ଠାରୁ 28.02.2024 ରୁ ଏବଂ 18006 ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ଜଗଦଳପୁର ଠାରୁ 29.02.2024 ରୁ ରେଙ୍ଗାଲି ଷ୍ଟେସନରେ ରହଣି କରିବ। ହାଓଡ଼ାରୁ ଛାଡୁଥିବା ସମଲେଶ୍ୱରୀ ଏକ୍ସପ୍ରେସ ରେଙ୍ଗଲିରେ ସକାଳ 08ଘ.36ମି.ରେ ପହଞ୍ଚି 08ଘ.38ମି.ରେ ଜଗଦଳପୁର ଅଭିମୁଖେ ଯାତ୍ରା କରିବି। ସେହିଭଳି, ଜଗଦଳପୁରରୁ ଏହି ଟ୍ରେନ୍ ରେଙ୍ଗାଲିରେ ସନ୍ଧ୍ୟା 06ଘ.55ମି.ରେ ପହଞ୍ଚି ସନ୍ଧ୍ୟା 06ଘ.57ମି.ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ।

18425/18426 ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ ପୁରୀରୁ 01 ମାର୍ଚ୍ଚ 2024 ଠାରୁ ଏବଂ ଦୁର୍ଗରୁ 2 ମାର୍ଚ୍ଚ 2024 ଠାରୁ ଛାଡୁଥିବା ଟ୍ରେନ ଲୋଇସିଙ୍ଗା ଏବଂ ମୁରିବାହାଲ ଷ୍ଟେସନ ମାନଙ୍କରେ ରହଣି କରିବ। ପୁରୀ ଠାରୁ ଛାଡୁଥିବା 18425 ପୁରୀ- ଦୁର୍ଗ ଏକ୍ସପ୍ରେସ ଲୋଇସିଙ୍ଗାରେ ଭୋର 03ଘ.58ମି.ରେ ପହଞ୍ଚି ଭୋର 04 ଘଟିକାରେ ଛାଡିବ। ଏହି ଟ୍ରେନ୍ ମଧ୍ୟ ମୁରିବାହାଲରେ ଭୋର 06ଘ.10ମି.ରେ ପହଞ୍ଚି ଭୋର 06ଘ.12ମି.ରେ ଦୁର୍ଗ ଆଡକୁ ଯାତ୍ରା କରିବ। ଫେରିବା ମାର୍ଗରେ ଦୁର୍ଗରୁ ଛାଡୁଥିବା 18426 ଦୁର୍ଗ-ପୁରୀ ଏକ୍ସପ୍ରେସ ସନ୍ଧ୍ୟା 08ଘ.25ମି.ରେ ମୁରିବାହାଲରେ ପହଞ୍ଚି ସନ୍ଧ୍ୟା 08ଘ.27ମି.ରେ ଛାଡିବ। ଏହି ଟ୍ରେନ୍ ମଧ୍ୟ ରାତ୍ରି 10ଘ.25ମି.ରେ ଲୋଇସିଙ୍ଗା ଠାରେ ପହଞ୍ଚି ରାତ୍ରି 10ଘ.27ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ।

ଉପରୋକ୍ତ ଟ୍ରେନ ମାନଙ୍କ ପାଇଁ ଅନ୍ୟ ସ୍ତ୍ରୀକୃତ ଷ୍ଟେସନ ଓ ସମୟ ସାରଣୀ ଅପରିବର୍ତ୍ତିତ ରହିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବୋରୱେଲରେ ଫିଙ୍ଗାଯାଇଥିବା ନବଜାତକ ଶିଶୁ ଉଦ୍ଧାର, ୬ ଘଣ୍ଟା ଧରି ଚାଲିଥିଲା ଅପରେସନ

ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟସ୍ଥ ଲାରିପାଲି ଜଙ୍ଗଲର ଏକ ବୋରୱେଲ ଭିତରୁ ନବଜାତକ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ଶିଶୁଟିକୁ କେହି ଜନ୍ମ କରି ସେହି ଜଙ୍ଗଲ ବୋରୱେଲ ଭିତରକୁ ଫିଙ୍ଗି ଦେଇଥିଲା।

ହେଲେ ପିଲାଟିର କାନ୍ଦ ଶୁଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ଅପରେସନ।

ସ୍ଥାନୀୟ ପ୍ରଶାସନର ତ୍ବରିତ ଉଦ୍ୟମ ପରେ ସେଠାରେ ପହଞ୍ଚିଥିଲେ ଓଡ୍ରାଫ ଟିମ, ଅଗ୍ନିଶମ ପୋଲିସ ଏବଂ ହସପିଟାଲ ଟିମ। ପ୍ରଥମେ ବୋରୱେଲ ଭିତରକୁ ଅକ୍ସିଜେନ ପଠାଯାଇଥିଲା।

ଏହାପରେ ତିନୋଟି ଜେସିବି ସାହାର୍ଯ୍ୟରେ ସେହି ବୋରୱେଲ ଚାରପଟୁ ଖୋଳାଯାଇଥିଲା। ପ୍ରାୟ ୬ ଘଣ୍ଟା ଧରି ଚାଲିଥିଲା ଏହି ଉଦ୍ଧାର କାର୍ଯ୍ୟ। ଖୋଳା ଶେଷ ହେବା ପରେ ବୋରୱେଲ ପାଇପକୁ କଟାଯାଇ ଶିଶୁକୁ ଜୀବନ୍ତ ଉଦ୍ଧାର କରାଯାଇଛି।

ଉଦ୍ଧାର ବେଳେ ଶିଶୁଟିର ମୁଣ୍ଡ ତଳକୁ ଥିଲା। ହେଲେ ଶିଶୁଟି କାନ୍ଧୁଥିବାରୁ ତାହାକୁ ଜୀବନ୍ତ ଉଦ୍ଧାର କରାଯାଇପାରିବ ବୋଲି ଆଶା କରାଯାଇଥିଲା।

ଶେଷରେ ତାହା ସଫଳ ହେଲା। ଉଦ୍ଧାର ପରେ ସେଠାରେ ଥିବା ମେଡିକାଲ ଟିମ ତୁରନ୍ତ ସେଠାରେ ପ୍ରାଥମିକ ଚିକିତ୍ସା କରି ହସପିଟାଲରେ ଭର୍ତ୍ତି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ରେଙ୍ଗାଲି ଓ ସମ୍ବଲପୁର ମଧ୍ୟରେ ବାତିଲ ହେବ ଏହି ଟ୍ରେନ

ଭୁବନେଶ୍ବର: ଜରୁରୀ ଟ୍ରାକ ରକ୍ଷଣାବେକ୍ଷଣ କାର୍ଯ୍ୟଜନୀତ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ମେମୁ ଟ୍ରେନର ଚଳାଚଳରେ ବାଧାପ୍ରାପ୍ତ ହେବ। 08169/08170 ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ମେମୁ ଟ୍ରେନର ଯାତାୟାତରେ ବାଧାପ୍ରାପ୍ତ ହେବ। ଏଥିପାଇଁ ଏହି ଟ୍ରେନ ଉଭୟ ପାର୍ଶ୍ବରୁ ଝାରସୁଗୁଡା ଓ ରେଙ୍ଗାଲି ମଧ୍ୟରେ ଚଳାଚଳ କରିବ ଏବଂ ରେଙ୍ଗାଲି ଓ ସମ୍ବଲପୁର ମଧ୍ୟରେ ବାତିଲ ରହିବ। ଆସନ୍ତା 14, 16, 18, 20, 23 ଏବଂ 25 ତାରିଖ ଦିନ ଏହି ଟ୍ରେନ ଉଭୟ ପାର୍ଶ୍ବରୁ ଝାରସୁଗୁଡା ଓ ରେଙ୍ଗାଲି ମଧ୍ୟରେ ଚଳାଚଳ କରିବ ଏବଂ ରେଙ୍ଗାଲି ଓ ସମ୍ବଲପୁର ମଧ୍ୟରେ ବାତିଲ ରହିବ।