Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ରେଡ କ୍ରସ ବୈଠକ

ଖୋର୍ଦ୍ଧା: ଆଜି ପୂର୍ବାହ୍ନ ୧୦ ଟା ରେ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଜିଲ୍ଲପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ରେଡକ୍ରସ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପ. ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠି, ମୁଖ୍ୟ ଚିକିତ୍ସା ଅଧିକାରୀ ଆର୍ତ୍ତବନ୍ଧୁ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକକୁ ପରିଚାଳନା କରିଥିଲେ ଡେପୁଟି କଲେକ୍ଟର ଉର୍ମିପ୍ରଭା ମହାରଣା।

୨୦୨୨ ମସିହାରେ ରେଡ଼କ୍ରସ ଟଙ୍କାର ସମୀକ୍ଷା କରାଯାଇ ବ୍ୟାଙ୍କରେ କେଉଁ ପ୍ରକାରରେ ଯଥା ଫିକ୍ସ ଏବଂ ସେଭିଂ ଜମା କରାଯାଇଛି ସେ ବିଷୟରେ ଜିଲ୍ଲାପାଳ ଆଲୋଚନା କରିଥିଲେ ଏବଂ କେତେ ଫିକ୍ସ ଜମା କରାଯାଇ ପାରିବ ପରାମର୍ଶ ଦେଇଥିଲେ। ପୁରୁଣା ରସିଦ ବହି ଫେରାଇ ନୂଆ ରସିଦ ବହି ନେଇଯିବାକୁ ସମସ୍ତ ବିଭାଗକୁ ଅନୁରୋଧ କରିଥିଲେ।

ଲୋକଙ୍କ ମଙ୍ଗଳ ପାଇଁ ରସିଦ ବହିରେ ଟଙ୍କା ପାଇବାର ୧୫ ଦିନ ଭିତରେ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ବିଭାଗକୁ କିଛି ରସିଦ ବହି ଦେବା ପାଇଁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନୁରୋଧ କରିଥିଲେ। ଆଦାୟ ଜୋର ଜବରଦସ୍ତ ନକରିବାକୁ ପରାମର୍ଶ ଦେଇଥିଲେ। ଏହା କେବଳ ଜନ ସାଧାରଣଙ୍କ ହିତ ପାଇଁ ଉଦ୍ଦିଷ୍ଟ। ଶେଷରେ ଧନ୍ୟବାଦ ପୂର୍ବକ ସଭା ସାଙ୍ଗ କରାଯାଇଥିଲା।