Categories
ଅପରାଧ ଆଜିର ଖବର ଜାତୀୟ ଖବର

ଲକଡାଉନରେ ବିଦେଶୀଙ୍କ ରେଭ୍ ପାର୍ଟି; ପୋଲିସର ଚଢାଉ,11 ଜଣ ବିଦେଶୀ ନାଗରିକ ଅଟକ

ନୋଇଡା, ଗ୍ରେଟର ନୋଏଡା ହାଉସିଂ ସୋସାଇଟି ନିକଟରେ ଏକ ରେଭ୍ ପାର୍ଟି ଆୟୋଜନ ଚାଲିଥିବା ବେଳେ ପୋଲିସ ଚଢାଉ କରିଛି। ଏହି ଚଢାଉ ସମୟରେ ବିପୁଳ ପରିମାଣର ବିୟର ମିଳିବା ସହିତ ମୋଟ 11 ଜଣ ବିଦେଶୀ ନାଗରିକଙ୍କୁ ପୋଲିସ ଅଟକ ରଖିଛି।

ଲକଡାଉନ ସମୟରେ ଗ୍ରେଟର ନୋଇଡାସ୍ଥିତ ପାରାମାଉଣ୍ଟ ଗଲ୍ଫ ଫରେଷ୍ଟ ହାଉସିଂ ନିକଟରେ କିଛି ବିଦେଶୀ ଏକ ପାର୍ଟିର ଆୟୋଜନ କରିଥିବା ପୋଲିସକୁ ସୂଚନା ମିଳିଥିଲା। ସୂଚନା ପାଇବା ପରେ ପୋଲିସ ସେହି ରାତିରେ ଚଢାଉ କରିଥିଲା।

ନୋଇଢାର କେନ୍ଦ୍ରୀୟ ଡିସିପି ହରିଶ ଚନ୍ଦ୍ର କହିଛନ୍ତି ଯେ ଆଫ୍ରିକୀୟ ଦେଶରୁ ସାତ ଜଣ ପୁରୁଷ ଏବଂ ଚାରିଜଣ ମହିଳାଙ୍କୁ ଅଟକ ରଖାଯାଇଛି। ଘଟଣାସ୍ଥଳରୁ 288 ବିୟର ବୋତଲ ଏବଂ ତିନୋଟି ମଦ ବୋତଲ ମିଳିଥିବାବେଳେ 7 ଟି ବିଳାସପୂର୍ଣ୍ଣ କାର ମଧ୍ୟ ଜବତ କରାଯାଇଛି।