Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ସ୍ବାସ୍ଥ୍ୟ

ଚାହିଦାକୁ ଦୃଷ୍ଟିରେ ରଖି ରେମଡେସିଭିର ଉତ୍ପାଦନ ଦଶଗୁଣା ବୃଦ୍ଧି କରିଲା କେନ୍ଦ୍ର

ନୂଆଦିଲ୍ଲୀ, ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ରେମଡେସିଭିର ଉତ୍ପାଦନ ଦଶଗୁଣା ବୃଦ୍ଧି କରାଯାଇଛି। ୧୧ ଏପ୍ରିଲରେ ଏହି ଔଷଧର ଦୈନିକ ଉତ୍ପାଦନ ପରିମାଣ ୩୩,୦୦୦ ଶିଶି ହୋଇଥିବା ବେଳେ ବର୍ତ୍ତମାନ ଏହା ବୃଦ୍ଧି ପାଇଁ ଦୈନିକ ୩,୫୦,୦୦୦ ଶିଶି ହୋଇଛି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ସରକାର ରେମଡେସିଭିର ଉତ୍ପାଦନ କରୁଥିବା ପ୍ଲାଣ୍ଟଗୁଡ଼ିକର ସଂଖ୍ୟା ଗୋଟିଏ ମାସ ମଧ୍ୟରେ ୨୦ରୁ ବୃଦ୍ଧି ୬୦ କରି ଦେଇଛନ୍ତି। ସେ କହିଥିଲେ ଯେ ଏବେ ଦେଶରେ ପର‌୍ୟ୍ୟାପ୍ତ ପରିମାଣରେ ରେମଡେସିଭିର ରହିଛି କାରଣ ଚାହିଦା ତୁଳନାରେ ଯୋଗାଣ ପରିମାଣ ବହୁଗୁଣା ଅଧିକ ରହିଛି।

ମାଣ୍ଡଭିୟ କହିଥିଲେ ଯେ ସରକାର ରାଜ୍ୟଗୁଡ଼ିକୁ ରେମଡେସିଭିରର କେନ୍ଦ୍ରୀୟ ଆବଣ୍ଟନ ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ସେ ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ସ ପ୍ରାଇସିଂ ଏଜେନ୍ସି ଓ ସିଡିଏସସିଓକୁ ଦେଶରେ ରେମଡେସିଭିର ଉପଲବ୍ଧତା ଉପରେ ଲଗାତାର ନଜର ରଖିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ସରକାର ଜରୁରିକାଳୀନ ଆବଶ୍ୟକତା ପାଇଁ ରଣନୈତିକ ଭଣ୍ଡାର ସୃଷ୍ଟି କରିବା ନିମନ୍ତେ ରେମଡେସିଭିରର ୫୦ ଲକ୍ଷ ଶିଶି କ୍ରୟ କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରେମଡେସିଭିର ଉପରୁ ଆମଦାନୀ ଶୁଳ୍କ ଛାଡ କରାଗଲା, ମନ୍ତ୍ରୀ ଡି.ଭି.ସଦାନନ୍ଦ ଗୌଡା

ନୂଆଦିଲ୍ଲୀ, କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ଶ୍ରୀ ଡି. ଭି. ସଦାନନ୍ଦ ଗୌଡା ଟୁଇଟର ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ଫାର୍ମାସ୍ୟୁଟିକାଲ୍ସ ବିଭାଗର ସୁପାରିଶ ଅନୁଯାୟୀ, ରାଜସ୍ୱ ବିଭାଗ ତୁରନ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେମଡେସିଭିର ଏବଂ ଏହାର API/KSM ଉପରେ ଆମଦାନୀ ଶୁଳ୍କ ଛାଡ଼ କରିଛନ୍ତି । ଏହି ପଦକ୍ଷେପ ରେମଡେସିଭିର ଇଞ୍ଜେକସନର ଘରୋଇ ଉପଲବ୍ଧତାକୁ ଆହୁରି ବୃଦ୍ଧି କରିବ ବୋଲି ସେ କହିଛନ୍ତି ।