Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିରାକାରପୁର: ଟ୍ରେନ ସମ୍ମୁଖକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ନିରାକାରପୁର: ଆଜି ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳଷ୍ଟେସନ ନିକଟରେ ଟ୍ରେନରେ କଟି ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି। ମୃତକ ଜଣକ ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଗୌଡ଼କେରା ଗ୍ରାମର ଦିଲ୍ଲୀପ ପ୍ରଧାନ (୩୫ ) ବୋଲି ଜଣାପଡିଛି।

ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ନରେ ନିରାକାରପୁର ରେଳ ଷ୍ଟେସନ ନିକଟରେ ଏକ ମାଲ ବୋଝେଇ ଟ୍ରେନ ସମ୍ମୁଖରେ ଦିଲ୍ଲୀପ ଡେଇଁ ଆତ୍ମହତ୍ୟା କରିଛନ୍ତି। ଖବରପାଇ ଖୋର୍ଦ୍ଧା ରୋଡ଼ ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ଶବକୁ ଜବତ କରିଛି।

ମୃତ ଦିଲ୍ଲୀପଙ୍କ ନିକଟରୁ ଏକ ମୋବାଇଲ ଫୋନ, ପକେଟରୁ ୫୫୦ଟଙ୍କା, ଭୋଟ ପରିଚୟପତ୍ର ଏବଂ ପ୍ୟାନ କାର୍ଡ ଜବତ କରାଯାଇ ଥାନାରେ ୩୩/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଜିଆରପି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି।