Categories
ଆଜିର ଖବର ରାଜ୍ୟ ଖବର

ନିରାକାରପୁର ଷ୍ଟେସନ ରେଳଯାତ୍ରୀ ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ପ୍ରତିବାଦ

ନିରାକାରପୁର: ରେଳ ଯାତ୍ରୀ ସଂଘ ପକ୍ଷରୁ ନିରାକାରପୁର ରେଳ ଷ୍ଟେସନ୍ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଖୋର୍ଦ୍ଧା ରୋଡ଼ ବ୍ରହ୍ମପୁର ରୁଟରେ ସମସ୍ତ ପାସେଞ୍ଜର ଟ୍ରେନର ଚଳାଚଳକୁ ପୂର୍ବ ଭଳି ନିୟମିତ କରିବା, ସ୍ୱଳ୍ପ ମୂଲ୍ୟରେ ପାସେଞ୍ଜର ଟ୍ରେନର ଦୈନନ୍ଦିନ, ମାସିକିଆ ଏବଂ ତ୍ରୟମାସିକିଆ ଟିକେଟ ବିକ୍ରି ପାଇଁ ଆଜି ସଂଘ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି।

ରେଳଯାତ୍ରୀ ସଂଘର ରାଜ୍ୟ ସଂଯୋଜକଙ୍କ ଡାକରାରେ ସ୍ଥାନୀୟ ଅଂଚଳର ଯୁବନେତା ବିଦୁଭୂଷଣ ମହାରଣାଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ମାନ୍ୟବର କେନ୍ଦ୍ର ରେଳ ମନ୍ତ୍ରୀ, ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଖୋର୍ଦ୍ଧାରୋଡ୍ ପୂର୍ବତଟ ରେଳ ବିଭାଗର ଜେନେରାଲ୍ ମ୍ୟାନେଜରଙ୍କ ଉଦ୍ଧେଶ୍ୟରେ ଏକ ସ୍ବତନ୍ତ୍ର ଦାବିପତ୍ର ନିରାକାରପୁର ଷ୍ଟେସନ୍ ମ୍ୟାନେଜରଙ୍କୁ ପ୍ରଦାନ କରାଯାଇଛି।

ସଂଘର ସମସ୍ତ ସଦସ୍ୟମାନଙ୍କ ଉପସ୍ଥିତ ଓ ନେତୃତ୍ଵ ଦ୍ଵାରା ଆୟୋଜିତ ଏହି ବିକ୍ଷୋଭରେ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ, ଶିକ୍ଷାବିତ, ସାଧାରଣ ଜନତା ଓ ସ୍ଥାନୀୟ ଅଂଚଳରୁ କାମ କରିବାକୁ ଆସିଥିବା ବହୁ ସଂଖ୍ୟକ କର୍ମଜୀବୀ ପୁରୁଷମାନେ ଏହି ଆନ୍ଦୋଳନରେ ନିଜକୁ ସାମିଲ୍ କରି ରେଳଯାତ୍ରା ବିନା ନିଜର ଦୈନନ୍ଦିନ ଯାତ୍ରାରେ ଭୋଗୁଥିବା ଦୁଃଖକୁ ଏଠାରେ ଦାବି ଦ୍ୱାରା ଉପସ୍ଥାପନ କରିଛନ୍ତି।