Categories
ଆଞ୍ଚଳିକ

ଵାଣପୁର-ବାଲୁଗାଁ ରୋଟାରୀ କ୍ଳଵ ପକ୍ଷରୁ ଵୃକ୍ଷ ରୋପଣ ସପ୍ତାହ ପାଳନ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଵନ ମହୋତ୍ସବ ସପ୍ତାହ ପାଳନ ଅଵସରରେ ପ୍ରତି ଵର୍ଷ ପରି ଚଳିତ ଵର୍ଷ ପରିଵେଶର ସୁରକ୍ଷା ନିମିତ୍ତ ଵାଣପୁର ବାଲୁଗାଁ ରୋଟାରୀ କ୍ଳଵ ଆଜି ତାର ଵୃକ୍ଷ ରୋପଣର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଅଲାଇଡିହ ହାଇସ୍କୂଲ ପରିସରରେ ପ୍ରାୟ ୬୦ ଟି ବିଭିନ୍ନ ପ୍ରକାରର ଯଥା ପିଜୁଳି, ଜାମୁ, ଆମ୍ଵ, ଲିମ୍ଵ, ଵଉଳ, ଓ ଆକାଶିଆ ଆଦି ଗଛର ଚାରା ରୋପଣ କରିଅଛି। ଏଥିରେ କ୍ଳଵ ସଭାପତି ଶ୍ୟାମସୁନ୍ଦର ପୃଷ୍ଟି, ସମ୍ପାଦକ ଅଶୋକ ନାୟକ ଓ ପ୍ରାକ୍ତନ ସଭାପତି ଵିଜୟ କୁମାର ନନ୍ଦ, ଧୀରେନ୍ଦ୍ରନାଥ ପାତ୍ର, ରଵିନାରାୟଣ ନାୟକ, ନନ୍ଦକିଶୋର ମିଶ୍ର, ଗୋପାଳ ଚନ୍ଦ୍ର ନାୟକ, ରଵିନାରାୟଣ ପାଲ ଓ ସଭ୍ଯ ସଚ୍ଚିଦାନନ୍ଦ ସେଠି, ଚିନ୍ତାମଣୀ ମିଶ୍ର, ସୁନୀଲ ପାତ୍ର, ସୋମନାଥ ସୁଵୁଦ୍ଧି, ହିମାଶୁ ପାତ୍ର, ପ୍ରଶନ୍ନ ସାମନ୍ତରାୟ ଓ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

ଦ୍ଵିତୀୟ ପର୍ଯ୍ୟାୟରେ ବାଲୁଗାଁ ରାଜୀଵ ନଗର ମନ୍ଦିର ଓ କ୍ଳବ ପରିସରରେ ଆସନ୍ତା କାଲି, ତୃତୀୟ ପର୍ଯ୍ୟାୟରେ ଆସନ୍ତା ସୋମଵାର ଗଵପଦର ପ୍ରାଥମିକ ଵିଦ୍ଯାଳୟ ଓ ନୂଆଗଡ଼ ଉଚ୍ଚ ପ୍ରାଥମିକ ଵିଦ୍ଯାଳୟ ପରିସରରେ, ଓ ଚତୁର୍ଥ ପର୍ଯ୍ୟାୟରେ ମେଘାମ୍ଵରୀ ମନ୍ଦିର ପଛରେ ଥିଵା ମଙ୍ଗରାଜ ପୁର ଶ୍ମଶାନ ପରିସରରେ ପ୍ରାୟ ୨୦୦ ଗୋଟି ଭିନ୍ନ ଭିନ୍ନ ଗଛର ଚାରା ସଵୁ ରୋପଣ କରାଯିଵାର ଯୋଜନା କରାଯାଇଛି। ଚିଲିକା ଡିଭିଜନର ଡିଭିଜନାଲ ଫରେଷ୍ଟ ଅଫିସର ସମସ୍ତ ଚାରା ଯୋଗାଇ ଵାରେ ସହଯୋଗ କରିଥିଲେ।