ଭୁବନେଶ୍ୱର: 3 ଫେବୃଆରୀ 1925 ରେ ଭାରତର ପ୍ରଥମ ବିଦ୍ୟୁତ୍ ଟ୍ରେନର ଶୁଭାରମ୍ଭ ପରଠାରୁ 100 ବର୍ଷର ପ୍ରଯୁକ୍ତିବିଦ୍ୟା ବିକାଶ ଏବଂ କାର୍ଯ୍ୟକ୍ଷମ ଉତ୍କର୍ଷତାକୁ ଲକ୍ଷ୍ୟ କରି ଗର୍ବର ସହିତ ବୈଦ୍ୟୁତିକ ଟ୍ରାକ୍ସନର ଶତବାର୍ଷିକୀ ପାଳନ କରୁଛି ଭାରତୀୟ ରେଳବାଇ। ବିଗତ ଶତାବ୍ଦୀରେ, ବିଦ୍ୟୁତୀକରଣ ରେଳବାଇ କାର୍ଯ୍ୟରେ ବିପ୍ଳବ ଆଣିଛି, ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରିବା ସହିତ ଦକ୍ଷତା, ସ୍ଥାୟୀତ୍ୱ ଏବଂ ପ୍ରଗତିକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି।
ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଧୁନିକ ରେଳବାଇ କାର୍ଯ୍ୟରେ ସ୍ୱୟଂଚାଳିତ, ରକ୍ଷଣାବେକ୍ଷଣ ଏବଂ ନିଦାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ ଭାରତୀୟ ରେଳବାଇକୁ ଦ୍ରୁତ ପ୍ରଯୁକ୍ତିବିଦ୍ୟା ଉନ୍ନତି ସହିତ ଖାପ ଖୁଆଇବା ଏବଂ ଆଗାମୀ 25 ବର୍ଷ ପାଇଁ ପ୍ରସ୍ତୁତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ଫୁଙ୍କୱାଲ ରେଳବାଇ ଭିତ୍ତିଭୂମି ରକ୍ଷଣାବେକ୍ଷଣରେ ଉନ୍ନତି ଆଣିବାର କାର୍ଯ୍ୟକଳାପକୁ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଏବଂ ଭାରତୀୟ ରେଳବାଇ ମଧ୍ୟରେ ଟ୍ରାକ୍ସନ୍ ବଣ୍ଟନ (TRD)କୁ ଏକ ରୋଲ୍ ମଡେଲ୍ ଭାବରେ ସ୍ୱୀକାର କରିଥିଲେ।
ଏହି ଅବସରରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ, ସମସ୍ତ ପ୍ରମୁଖ ବିଭାଗୀୟ ମୁଖ୍ୟ, ବରିଷ୍ଠ ଅଧିକାରୀ ମାନଙ୍କ ସହିତ ପ୍ରମୁଖ ମୁଖ୍ୟ ବୈଦ୍ୟୁତିକ ଇଞ୍ଜିନିୟର ଯୋଗ ଦେଇଥିଲେ, ଯେଉଁମାନେ ସାମୂହିକ ଭାବରେ ଭାରତରେ ରେଳ ବିଦ୍ୟୁତୀକରଣର ଉଲ୍ଲେଖନୀୟ ଯାତ୍ରାକୁ ସ୍ୱୀକୃତି ଦେଇଥିଲେ।
ଭାରତରେ ରେଳ ବିଦ୍ୟୁତୀକରଣର ମୂଳଦୁଆ 3 ଫେବୃଆରୀ 1925 ରେ ପ୍ରାରମ୍ଭ କରାଯାଇଥିଲା ଯେତେବେଳେ ଗ୍ରେଟ୍ ଇଣ୍ଡିଆନ୍ ପେନିନସୁଲା ରେଲୱେ (GIPR) ବମ୍ବେ VT (ବର୍ତ୍ତମାନ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍) ଏବଂ କୁର୍ଲା ମଧ୍ୟରେ ପ୍ରଥମ ବୈଦ୍ୟୁତିକ ଟ୍ରେନ ସେବା ପ୍ରଚଳନ କରିଥିଲା। ଏହି 16 ରୁଟ୍ କିଲୋମିଟର (RKM) ସେକ୍ସନ 1500V DC ଟ୍ରାକ୍ସନ୍ ସିଷ୍ଟମରେ ପରିଚାଳିତ ହୋଇଥିଲା ଏବଂ ବମ୍ବେର ତତ୍କାଳୀନ ରାଜ୍ୟପାଳ ସାର୍ ଲେସଲି ୱିଲସନ୍ ଙ୍କ ଦ୍ୱାରା ଏହାକୁ ଉଦଘାଟନ କରାଯାଇଥିଲା। ଏହି ମାଇଲଖୁଣ୍ଟ ସହିତ, ଭାରତ ବୈଦ୍ୟୁତିକ ଟ୍ରାକ୍ସନ୍ ଗ୍ରହଣ କରିବାରେ ବିଶ୍ୱର 24ତମ ଦେଶ ପାଲଟିଲା।
ରେଳ ବିଦ୍ୟୁତୀକରଣର ପ୍ରାରମ୍ଭିକ ପର୍ଯ୍ୟାୟ ଅନେକ ବୈଷୟିକ ଓ ପ୍ରଯୁକ୍ତିବିଦ୍ୟା ଗୁଡିକର ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ତଥାପି, ନିରନ୍ତର ନବସୃଜନ ଯୋଗୁଁ 1950 ଦଶକରେ 3000V DC ଟ୍ରାକ୍ସନ ଗ୍ରହଣ କରାଯାଇଥିଲା ଏବଂ 1957 ମସିହାରେ ହାଓଡା-ବର୍ଦ୍ଧମାନ ସେକ୍ସନ ଏହି ସିଷ୍ଟମ ଅଧୀନରେ ପ୍ରଥମ ବିଦ୍ୟୁତୀକରଣ ହୋଇଥିଲା। 25 kV AC ଟ୍ରାକ୍ସନର ଉତ୍କୃଷ୍ଟ ଦକ୍ଷତାକୁ ସ୍ୱୀକାର କରି, ଭାରତୀୟ ରେଳବାଇ ଟ୍ରାକ୍ସନ ପରାମର୍ଶଦାତା କମିଟିର ସୁପାରିଶ ଆଧାରରେ 1957 ମସିହାରେ ଏହି ସିଷ୍ଟମକୁ ମାନକୀକରଣ କରିଥିଲା।
ରେଳ ବିଦ୍ୟୁତୀକରଣରେ ମାଇଲଖୁଣ୍ଟ
1. 1947: ଭାରତରେ 1500V DC ଟ୍ରାକ୍ସନରେ 388 RKM ବିଦ୍ୟୁତୀକରଣ ହୋଇଥିଲା।
2. 1960: ରାଜ ଖରସୁଆଁ-ଡୋଙ୍ଗୋଆପୋସି ମଧ୍ୟରେ ପ୍ରଥମ 25 kV AC ବିଦ୍ୟୁତୀକରଣ ସେକ୍ସନରେ ଟ୍ରେନ ଚଳାଚଳ କରିଥିଲା ।
3. 1984: କୋଲକାତା ମେଟ୍ରୋ 750V DC ତୃତୀୟ ରେଳ ସିଷ୍ଟମ ସହିତ ଆରମ୍ଭ ହୋଇଥିଲା।
4. 1995: ବିନା-କଟନି ଏବଂ କଟନି-ଅନୁପପୁର-ବିଶ୍ରାମପୁର ସେକ୍ସନରେ 2×25 kV AT ସିଷ୍ଟମ ପ୍ରଚଳନ କରାଯାଇଥିଲା।
5. 2006: ମୁମ୍ବାଇ ଉପନଗରୀୟ ରେଳ ମାର୍ଗ ମାନଙ୍କରେ DC ଟ୍ରାକ୍ସନକୁ 25 kV AC ରେ ସମ୍ପୂର୍ଣ୍ଣ ପରିବର୍ତ୍ତନ।
6. 2024: ବ୍ରଡଗେଜ୍ ରୁଟ୍ର 100% ବିଦ୍ୟୁତୀକରଣ ହାସଲ, 65,000 ରୁଟ କିଲୋମିଟର – RKM ଅତିକ୍ରମ।
ପୂର୍ବତଟ ରେଳପଥ (ECoR) ରେ ବିଦ୍ୟୁତୀକରଣ ସଫଳତା
2003 ମସିହାରେ ପୂର୍ବତଟ ରେଳପଥର ଗଠନ ହେବା ପରଠାରୁ, ପୂର୍ବତଟ ରେଳପଥ ଭାରତର ବିଦ୍ୟୁତୀକରଣ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପୂର୍ବତଟ ରେଳପଥରେ ପ୍ରଥମ ବିଦ୍ୟୁତୀକରଣ ସେକ୍ସନ ଥିଲା 1983 ମସିହାରେ କୋଟ୍ଟଭାଲାସା-କିରନ୍ଦୁଲ (K-K) ଲାଇନର ଜଗଦଲପୁର-କୋରାପୁଟ ରେଳ ସେକ୍ସନ, ଯାହା ସେତେବେଳେ ଦକ୍ଷିଣ ପୂର୍ବ ରେଳପଥ (SER) ର ଅଂଶ ଥିଲା। ବର୍ଷ ବର୍ଷ ଧରି, ପ୍ରମୁଖ କରିଡରରେ ବିଦ୍ୟୁତିକରଣ ବିସ୍ତାର ହୋଇ 2024 ସୁଦ୍ଧା 100% ବିଦ୍ୟୁତିକରଣରେ ପରିଣତ ହେଲା।
ପୂର୍ବତଟ ରେଳପଥରେ ବିଦ୍ୟୁତିକରଣର ପ୍ରମୁଖ ମାଇଲଖୁଣ୍ଟ:
କୋଟ୍ଟଭାଲାସା-କୋରାପୁଟ-କିରାଣ୍ଡୁଲ ଲାଇନ 1983 ରେ ବିଦ୍ୟୁତକରଣ ହୋଇଛି, କୋରାପୁଟ – ଦାମନଯୋଡି 1989 ରେ, 2000 ରେ ଦୁଭାଡା-ପଲାସା, 2002 ରେ ପାଲାସା-ଖୋର୍ଦ୍ଧା ରୋଡ, 2004 ରେ ବାରଙ୍ଗ-ତାଳଚେର, 2005 ରେ ଖୋର୍ଦ୍ଧା ରୋଡ-ପୁରୀ, 2006 ରେ ଖୋର୍ଦ୍ଧା ରୋଡ-ଭଦ୍ରକ, 2008 ରେ କଟକ-ପାରାଦୀପ, 2016 ରେ ବିଜୟନଗରମ-ସିଙ୍ଗାପୁର ରୋଡ୍, 2017 ରେ ଝାରସୁଗୁଡା-ସମ୍ବଲପୁର, 2018 ରେ ସିଙ୍ଗାପୁର ରୋଡ୍-ଦାମନଯୋଡି, 2019 ରେ ସମ୍ବଲପୁର-ଟିଟିଲାଗଡ-ଲାଖୋଲି ଏବଂ ସମ୍ବଲପୁର-ଅନୁଗୁଳ ରେଳ ବିଦ୍ୟୁତୀକରଣ ହୋଇଛି।
ବିଦ୍ୟୁତ ଟ୍ରାକ୍ସନର ଶତବାର୍ଷିକୀ ଭାରତୀୟ ରେଳବାଇର ଆଧୁନିକୀକରଣ ଏବଂ ସ୍ଥାୟୀତ୍ୱ ଦିଗରେ ରେଳବାଇ ରୂପାନ୍ତରଣ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। 1925 ରେ ୧୬ କିଲୋମିଟର ଦୈର୍ଘ୍ୟ ବୈଦ୍ୟୁତିକ ଟ୍ରେନ୍ ସେବା ଆରମ୍ଭ ହେବାଠାରୁ 2024ରେ ଶତପ୍ରତିଶତ ବ୍ରଡଗେଜ୍ ବିଦ୍ୟୁତୀକରଣ ହାସଲ କରିବା ପର୍ଯ୍ୟନ୍ତ, ପରିବର୍ତ୍ତନ ସାଧାରଣ ହୋଇନଥିଲା। 2030 ସୁଦ୍ଧା ନେଟ୍-ଶୂନ୍ୟ କାର୍ବନ ନିର୍ଗମନ ହାସଲ କରିବାର ଦୃଷ୍ଟିକୋଣ ସହିତ, ଭାରତୀୟ ରେଳବାଇ ଭାରତରେ ରେଳ ପରିବହନର ଭବିଷ୍ୟତକୁ ପୁନଃପରିଭାଷିତ କରିବାକୁ ପ୍ରସ୍ତୁତ ଯାହାକି ଏହାକୁ ଦ୍ରୁତ, ସବୁଜ ଏବଂ ଅଧିକ ଦକ୍ଷ କରିପାରିବ।