Categories
ଆଜିର ଖବର ରାଜ୍ୟ ଖବର

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ମୃତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କୁ ସହିଦ ଘୋଷଣା କରନ୍ତୁ ସରକାର 

ଭୁବନେଶ୍ୱର: ସମ୍ବାଦପତ୍ର ସମାଜକୁ ଦିଗ୍‌ଦର୍ଶନ ଦେଇଥାଏ। ସଠିକ୍ ଓ ଅନୁସନ୍ଧାନମୂଳକ ସମ୍ବାଦ ପରିବେଷଣ ଉପରେ ସାମ୍ବାଦିକମାନେ ଗୁରୁତ୍ୱ ଦେବା ଆବଶ୍ୟକ। କାରଣ ଅନୁସନ୍ଧାନମୂଳକ ଓ ଗଠନମୂଳକ ସମ୍ବାଦ ସମାଜର ପରିବର୍ତ୍ତନ ସହ ସାମ୍ବାଦିକଙ୍କର ଦକ୍ଷତାର ପରିଚୟ ଦେଇଥାଏ ବୋଲି ଡ. ଭି. ରାଜେନ୍ଦ୍ର ରାଜୁ କହିଛନ୍ତି। ରବିବାର ଓଡ଼ିଶା ପତ୍ରକାର ସଂଘ ବ୍ରହ୍ମପୁର ଶାଖାର ବନ୍ଧୁମିଳନ ଉତ୍ସବ ବ୍ରହ୍ମପୁରସ୍ଥିତ ଡୁଡୁମା କଲୋନୀ ଫାକ୍ଟଗେଟ୍ ନିକଟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଡ. ରାଜୁ ଯୋଗଦେଇ ବର୍ତ୍ତମାନ ସମ୍ବାଦପତ୍ରର ସ୍ଥିତି ଓ ସାମ୍ବାଦିକଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ।

ଓଡ଼ିଶା ପତ୍ରକାର ସଂଘର ରାଜ୍ୟ ସଭାପତି ଅବିନାଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ପ୍ରଥମେ ଦିବଙ୍ଗତ ସାମ୍ବାଦିକ ଓ ସ୍ୱର ସାମଜ୍ଞ୍ରୀ ଲତା ସଙ୍ଗେସକରଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟବକ୍ତା ଭାବେ ବରିଷ୍ଠ କଂଗ୍ରେସ ନେତା ତଥା ଆଇନ୍‌ଜୀବୀ କିଶୋର ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସଂଘର ରାଜ୍ୟ ଉପସଭାପତି ହରପ୍ରସାଦ ଦାସ, କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭାକର ବିଶ୍ୱାଳ ଯୋଗଦେଇ ସାମ୍ବାଦିକଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ।

ସଂଘର ସଭାପତି ଶ୍ରୀ ମିଶ୍ର ତାଙ୍କ ଅଭିଭାଷଣରେ ସାମ୍ବାଦିକଙ୍କ ସୁରକ୍ଷା, ବୀମା ରାଶି ୫ଲକ୍ଷ ଟଙ୍କାକୁ ବୃଦ୍ଧି ସହ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ମୃତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କୁ ସରକାର ସହିଦ ଘୋଷଣା କରିବା ସହ ତାଙ୍କ ପରିବାରକୁ ଅତି କମ୍‌ରେ ୫୦ ଲକ୍ଷ ଟଙ୍କା ସହାୟତା ସହ ସ୍ୱର୍ଗତ ବିଶ୍ୱାଳଙ୍କ ପତ୍ନୀଙ୍କୁ ସରକାରୀ ଚାକିର ଦେବା ଲାଗି ଦାବି କରିଥିଲ ।

ଶେଷରେ ବ୍ରହ୍ମପୁର ଶାଖା ସଭାପତି ଚିତ୍ତରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅନେକ ସାମ୍ବାଦିକ ଓଡ଼ିଶାପତ୍ରକାର ସଂଘର ସଦସ୍ୟ ଗ୍ରହଣ କରିଥିଲେ।

Categories
ଆଞ୍ଚଳିକ

ଓୟୁଜେ ରେଢାଖୋଲ ୟୁନିଟ୍ ପକ୍ଷରୁ ସାମ୍ବାଦିକ ରୋହିତ ବିଶ୍ୱାଳ ଓ ସୁର ସାମ୍ରାଜ୍ଞୀ ଲତା ଦିଦିଙ୍କୁ ଶ୍ରଦ୍ଧାଞ୍ଜଳି

କନ୍ଦର୍ପ ବେହେରା

ରେଢାଖୋଲ: ଲତା ଦିଦିଙ୍କ ପରଲୋକରେ ଭାରତୀୟ ସଂଗୀତର ସୁବର୍ଣ୍ଣ ଯୁଗର ଅବସାନ ଘଟିଲା, ସାରା ଦେଶ ଲତା ଦିଦିଙ୍କ ଅବର୍ତ୍ତମାନ କାଳରେ ତାଙ୍କ ସ୍ୱରକୁ ମନେ ରଖିବ। ସେହିପରି ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁରେ ସାରା ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଆୟୋଜିତ ଶ୍ରଦ୍ଧାଞଳୀ ସଭାରେ ଉପସ୍ଥିତ ସାମ୍ବାଦିକମାନେ ମତ ରଖିଥିଲେ।

ରେଢାଖୋଲ ଉପଖଣ୍ଡ ସାମ୍ବାଦିକ ସଂଘର ସଭାପତି ରମାକନ୍ତ ମହାନନ୍ଦଙ୍କ ସଭାପତିତ୍ୱରେ ସ୍ଥାନୀୟ ପିଡବ୍ଲୁଡି ବଙ୍ଗଳାରେ ଆୟୋଜିତ ଶ୍ରଦ୍ଧାଞଳୀ ସଭାରେ , ଉଭୟଙ୍କ ପାଇଁ ପ୍ରଥମେ ଦୁଇମିନିଟ ନିରବ ପ୍ରାର୍ଥନା କରିବା ସହ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅପର୍ଣ କରାଯାଇଥିଲା। ରେଢାଖୋଲ, ନାକଟିଦେଉଳ ବ୍ଲକର ସାମ୍ବାଦିକ ମାନେ ଯୋଗଦେଇ ଉଭୟଙ୍କ ଜୀବନୀ ଉପରେ ସ୍ମୃତିଚାରଣ କରିଥିଲେ। ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ନିର୍ଭୀକତା ଖବର ପରିବେଷଣ ସମସ୍ତଙ୍କ ପାଇଁ ମନେରହିବ। ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା , ଖବର ସଂଗ୍ରହ ବେଳେ ମୃତ୍ୟୁକାଳିନ ଅର୍ଥରାଶି ବୃଦ୍ଧି କରିବା ସହିତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କୁ ସହିଦ ମାନ୍ୟତା ପ୍ରଦାନ ପାଇଁ ସଂଘ ପକ୍ଷରୁ ଦାବୀ ଉପସ୍ଥାପନା କରାଯାଇଥିଲା।

ସେହିଭଳି ଲତା ମଙ୍ଗେସକରଙ୍କ ବଲିଉଡ ପ୍ରତି ତାଙ୍କର ଅବଦାନ ମନେରହିବ ଓ ତାଙ୍କ ପରଲୋକରେ ସାରାଦେଶ ଶୋକରେ ମ୍ରିୟମାଣ ବୋଲି ସାମ୍ବାଦିକ ମାନେ ନିଜ ବକ୍ତବ୍ୟରେ ପ୍ରକାଶ କରିଥରଲେ।

ଆଜିର ଶୋକସଭାରେ ଓୟୁଜେ ଜିଲ୍ଲା ଉପସଭାପତି ଜୟନ୍ତ କୁମାର ଖଡିରତ୍ନ , ବରିଷ୍ଠ ସାମ୍ବାଦିକ ଶରତ କୁମାର ପ୍ରଧାନ, ପ୍ରସନ୍ନ ପ୍ରଧାନ, ଶଙ୍କର ପୃଷ୍ଟି, ତପନ କୁମାର ବିଶ୍ୱାଳ, ସରୋଜ ସାହୁ, ମମତା ପାତ୍ର, ସୁଶାନ୍ତ ନାଗ,ଅନୀଲ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଓୟୁଜେ ରେଢାଖୋଲ ୟୁନିଟ୍ ର ସମ୍ପାଦକ ସାମ୍ବାଦିକ କନ୍ଦର୍ପ ବେହେରା ଧନ୍ୟବାଦ ଦେଇଥିଲେ।