Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ବଢିଲା ଲକଡାଉନ ଅବଧି: ଜୁନ ୧୭ ଯାଏଁ ବଳବତ୍ତର ରହିବ କଟକଣା

ଭୁବନେଶ୍ବର: ରାଜ୍ୟରେ ଲକଡାଉନ କଟକଣା ଅବଧିକୁ ଆଉ ୧୬ ଦିନ ପାଇଁ ବୃଦ୍ଧି କରାଯାଇଛି। ଜୁନ ୧୭ ତାରିଖ ଯାଏଁ ଲକଡାଉନ କଟକଣା ଅବଧିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଜୁନ ୧୭ ତାରିଖ ସକାଳ ୫ ଟା ଯାଏଁ କଟକଣା ଜାରି ରହିବ। ପୂର୍ବ ଭଳି ସପ୍ତାହନ୍ତ ସଟଡାଉନ ଜାରି ରହିବ। କେବଳ ୩ ଟି ଜିଲ୍ଲାରେ ସପ୍ତାହନ୍ତ ସଟଡାଉନକୁ କୋହଳ କରାଯାଇଛି।

ଗଜପତି, ନୂଆପଡା ଏବଂ ସୁନ୍ଦରପଡା ଜିଲ୍ଲାରେ କଟକଣାକୁ କୋହଳ କରାଯାଇଛି। ଏହି ଜିଲ୍ଲାରେ ସକାଳ ୭ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ହେଲେ ରାଜ୍ୟର ବାକି ସବୁ ଜିଲ୍ଲାରେ ପୂର୍ବ ଭଳି ସକାଳ ୭ ଟାରୁ ୧୧ ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ବଢିଲା ରାଜ୍ୟରେ ଲକଡାଉନ ଅବଧି: ସକାଳ ୭ ଟାରୁ ୧୧ ଟା ଯାଏଁ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀ

ଭୁବନେଶ୍ବର: ରାଜ୍ୟରେ ଲକଡାଉନ ଅବଧିକୁ ସରକାର ବୃଦ୍ଧି କରିଛନ୍ତି। ଜୁନ୍ ୧ ତାରିଖ ଯାଏଁ ଲକଡାଉନକୁ ବୃଦ୍ଧି କରାଯାଇଛି। ଜୁନ୍ ୧ ତାରିଖ ସକାଳ ୫ ଟା ଯାଏଁ ରାଜ୍ୟରେ କଟକଣା ବଳବତ୍ତର ରହିବ। ଏହାସହ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସମୟ ଅବଧିକୁ ହ୍ରାସ କରାଯାଇଛି।

ପୂର୍ବରୁ ସକାଳ ୬ ଟା ରୁ ୧୨ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଅନୁମତି ରହିଥିବା ବେଳେ ବର୍ତ୍ତମାନ ଏହାର ଅବଧିକୁ ସକାଳ ୭ ଟାରୁ ୧୧ ଟା ଯାଏଁ ଅନୁମତି ରହିଛି। ଏହି ସମୟରେ ୫୦୦ ମିଟର ଭିତରେ ଚାଲିକି ଯାଇ ସାମଗ୍ରୀ କିଣିବାକୁ ଅନୁମତି ମିଳିଛି।

ପୂର୍ବଭଳି ପ୍ରତ୍ୟେକ ଶନିବାର ଏବଂ ରବିବାର ଦିନ ସଟଡାଉନ କଟକଣା ଜାରି ରହିବ। ବିବାହ ଉତ୍ସବରେ ମାତ୍ର ୨୫ ଜଣଙ୍କୁ ଅନୁମତି ରହିଛି। ବାହାଘର, ବ୍ରତ ଘର, ଶୁଦ୍ଧିକ୍ରିୟାରେ ଭୋଜି ଭାତ ପାଇଁ ଅନୁମତି ନାହିଁ। କେବଳ ପ୍ୟାକେଟ ଖାଦ୍ୟ ଅନୁମତି ମିଳିବ।

Categories
ଆଜିର ଖବର ଜାତୀୟ ଖବର

ଲକଡାଉନ ଅବଧିକୁ ଆଉ ୬ ଦିନ ପାଇଁ ବଢାଇଲା ଏହି ରାଜ୍ୟ

ନୂଆଦିଲ୍ଲୀ: କରୋନାର ଦ୍ରୁତ ସଂକ୍ରମଣକୁ ଦେଖି ଦିଲ୍ଲୀ ସରକାର ୨୬ ତାରିଖ ଯାଏଁ ଲକଡାଉନ ଘୋଷଣା ରଖିଥିଲା। କିନ୍ତୁ ଏବେ ଆଉ ୬ ଦିନ ପାଇଁ ଲକଡାଉନ ବଢାଇବାକୁ ଦିଲ୍ଲୀ ସରକାର ନିସ୍ପତି ନେଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏନେଇ ଘୋଷଣା କରିଛନ୍ତି। ବର୍ତ୍ତମାନ ଲକଡାଉନ ଅବଧିକୁ ମେ’ ୩ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ବୃଦ୍ଧି କରିଛନ୍ତି। ମେ’ ୩ ତାରିଖ ସକାଳ ୫ ଟା ଯାଏଁ ଦିଲ୍ଲୀରେ ଲକଡାଉନ କଟକଣା ବଳବତ୍ତର ରହିବ। ତେବେ ଏହି ଲକଡାଉନ ଏପ୍ରିଲ ୧୯ ତାରିଖ ରାତି ୧୦ ଟାରୁ ଆରମ୍ଭ ହୋଇଥିଲା।