Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୦ ମହିଳାଙ୍କ ସମେତ ୧୬ ଗିରଫ, ଲକ୍ଷାଧିକ ଟଙ୍କା ଜବତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ବ୍ରହ୍ମପୁର ଏସ୍ ପି ଙ୍କ ନିର୍ଦ୍ଦେଶକ୍ରମେ ନିମଖଣ୍ଡି ଥାନା ପୋଲିସ ଭାବିନିପୁର ବଜରଙ୍ଗ ନଗର ଠାରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇଛି। ଯେଉଁଥିରେ ୧୦ ଜଣ ମହିଳା ଓ ୬ ଜଣ ପୁରୁଷଙ୍କୁ ଗିରଫ କରିବା ସହ ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା, ଗୋଟିଏ ଏଟିଏମ୍ କାର୍ଡ, ଦୁଇଟି ମୋଟରସାଇକେଲ ଓ ୧୪ ଟି ମୋବାଇଲ ଫୋନ ଜବତ କରାଯାଇଛି। ଏନେଇ ବ୍ରହ୍ମପୁର ଏସ୍ ପି ଙ୍କ ଠାରୁ ସୁଚନା ମିଳିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ସୀମାନ୍ତରେ ଜୁଆ ଆଡ୍ଡା ଉପରେ ଚଢାଉ, ତିନି ଗିରଫ, ଲକ୍ଷାଧିକ ଟଙ୍କା ଜବତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଝାଟିପଦର ଗ୍ରାମର ଏକ କିଆଁ ବୁଦା ମଧ୍ୟରେ ଚାଲିଥିବା ଏକ ବିରାଟ ଜୁଆ ଆଡ୍ଡା ଉପରେ ଗୋଳନ୍ଥରା ପୋଲିସ ଚଢ଼ାଉ କରିଛି। ଯେଉଁଥିରେ ୩ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କା ଓ ୪ ଟି ମୋବାଇଲ ଫୋନ ଜବତ୍ କରିଛି। ଝାଟିପଦର ଗ୍ରାମର ପି ମୋହନ ରେଡି, ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଇଚ୍ଛାପୁର ଥାନା ଅଞ୍ଚଳର ପି ପ୍ରସାଦ ରାଓ କେ ବିଘ୍ନେଶ୍ ରେଡ଼ିଙ୍କୁ ପୋଲିସ ଗିରଫ କରିଛି। ପୋଲିସ ଉକ୍ତ ଜୁଆ ଆଡ୍ଡା ଉପରେ ଚଢାଉ କରିବା ପୁର୍ବରୁ ଆଉ କିଛି ଜୁଆଡି ଆଡ୍ଡା ସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡ଼ିଛି।

ପ୍ରକାଶ ଥାଊକି ଝାଟିପଦର ଗ୍ରାମଟି ଆନ୍ଧ୍ର ଓ ଓଡ଼ିଶାର ସୀମାନ୍ତବର୍ତ୍ତୀ ଅଞ୍ଚଳ ଅଟେ। ଏହି ସ୍ଥାନରେ ବର୍ଷ ସାରା ଏହି ଭଳି ଜୁଆ ଖେଳ ଚାଲିଥିବା ଅଞ୍ଚଳ ବାସୀଙ୍କ ଠାରୁ ପ୍ରକାଶ।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଚଢ଼ାଉ କରି ସଫଳତା ପାଇଛନ୍ତି।