Categories
ଆଜିର ଖବର ଖେଳ ଜାତୀୟ ଖବର

ଏକ ରୋମାଞ୍ଚକର ମ୍ୟାଚରେ ଲକ୍ଷ୍ନୌକୁ ପରାସ୍ତ କଲା ଗୁଜୁରାଟ: ଶେଷ ଓଭରରେ ଖସିଲା ୪ ଟି ୱିକେଟ୍

ଲକ୍ଷ୍ନୌ: ଏକ ରୋମାଞ୍ଚକର ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ଗୁଜୁରାଟ ଟାଇଟାନ୍ସ ୭ ରନରେ ପରାସ୍ତ କରିଛି। ଅନ୍ତିମ ଓଭରରେ ଲଗାତାର ୪ ଟି ୱିକେଟ୍ ନେଇ ଗୁଜୁରାଟ ମ୍ୟାଚର ଦିଗ ବଦଳାଇଥିଲା। କମ୍ ସ୍କୋର ସତ୍ତ୍ୱେ ବୋଲରଙ୍କ ଶକ୍ତିରେ ଗୁଜରାଟ ମ୍ୟାଚ୍ ଜିତିଥିଲା। ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ମାତ୍ର ୧୩୫ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଲକ୍ଷ୍ନୌ ଖେଳାଳିମାନେ ୨୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୧୨୮ ରନ୍ ସଂଗ୍ରହ କରିପାରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ପ୍ଲେଅଫରେ ସ୍ଥାନ ସୁରକ୍ଷିତ କଲା ଗୁଜୁରାଟ ଟାଇଟାନ୍ସ, ୬୨ ରନରେ ପରାସ୍ତ ହେଲା ଲକ୍ଷ୍ନୌ ସୁପର ଜିଆଣ୍ଟସ

ମୁମ୍ବାଇ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ୍ ୨୦୨୨ ର ୫୭ ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ଗୁଜୁରାଟ ଟାଇଟାନ୍ସ ୬୨ ରନରେ ପରାସ୍ତ କରିଛି। ଏହି ସଂସ୍କରଣରେ ଗୁଜୁରାଟର ୯ମ ବିଜୟ। ଏହା ସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଗୁଜୁରାଟ ହେଉଛି ଆଇପିଏଲ୍ ୨୦୨୨ ର ପ୍ରଥମ ଦଳ, ଯିଏ ପ୍ଲେ ଅଫ୍ ରେ ପହଞ୍ଚିଛି।

ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ଟାଇଟାନ୍ସ ୨୦ ଓଭରରେ ୪ ୱିକେଟରେ ୧୪୪ ସ୍କୋର କରିଥିଲା। ଏହାର ଜବାବରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଦଳ ୧୩.୫ ଓଭରରେ ମାତ୍ର ୮୨ ରନ୍ ସଂଗ୍ରହ କରିଥିଲା। ଗୁଜୁରାଟ ପାଇଁ ରସିଦ ଖାନ, ୟଶ ଦୟାଲ ଏବଂ ଆର ସାଇ କିଶୋର ଚମତ୍କାର ପ୍ରଦର୍ଶନ କରିଥିଲେ। ରସିଦ ଚାରିଟି ୱିକେଟ୍ ନେଇଥିଲେ। ଏହି ସମୟରେ ୟଶ ଏବଂ କିଶୋର ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।