Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପିରେ ଯୋଗଦେଲେ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲେସିକା

ଭୁବନେଶ୍ବର: ବିଜେଡି ଛାଡି ବିଜେପିରେ ଯୋଗଦେଇଛନ୍ତି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲେସିକା। ତାଙ୍କ ସହ ବ୍ଲକ ବିଜେଡି ସଭାପତି ପ୍ରମୋଦ ଖରା ଏବଂ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଶତାଧିକ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି। ଗତକାଲି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲ, ବିଜେପି ନେତା ଅରବିନ୍ଦ ଢାଲି ଏବଂ ଅରିନ୍ଦମ ରାୟଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି।

ଶ୍ରୀ କୁଲେସିକା ୨୦୧୪ ରୁ ୨୦୧୯ ଯାଏ କଂଗ୍ରେସରୁ ଟିକେଟ ପାଇ ବିଧାୟକ ରହିଥିଲେ।ସେତେବେଳେ ସେ ହେମା ଗମାଙ୍ଗଙ୍କୁ ବହୁ ଭୋଟରେ ପରାଜିତ କରିଥିଲେ। ଏହାପରେ ସେ ୨୦୧୯ ମଧ୍ୟ କଂଗ୍ରେସରୁ ପ୍ରାର୍ଥୀ ହୋଇ ଲଢିଥିଲେ ମଧ୍ୟ ବିଜେଡିର ପ୍ରଭୁ ଜାନିଙ୍କଠାରୁ ମାତ୍ର ୨୨୯ଟି ଭୋଟରେ ହାରିଯାଇଥିଲା। ଏହାପରେ ସେ ବିଜେଡିରେ ୨୦୨୧ରେ ସାମିଲ ହୋଇଥିଲେ। ହେଲେ ବିଜେଡି ତାଙ୍କୁ ଏଥର ଟିକେଟ ନ ଦେଇ ସେହି ପ୍ରଭୃ ଜାନିଙ୍କୁ ପ୍ରାର୍ଥୀ କରିଛି। ସେହି ରାଗରେ ସେ ବିଜେଡି ଛାଡିଦେଇଥିବାର ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପାୟୀଙ୍କ ଭିଡିଓ ମାଧ୍ୟମରେ ନିଜ ସରକାରକୁ ଟାର୍ଗେଟ କଲେ ସାଂସଦ ବରୁଣ ଗାନ୍ଧୀ

ନୂଆଦିଲ୍ଲୀ: କେନ୍ଦ୍ର ତଥା ଉତ୍ତରପ୍ରଦେଶରେ ଶାସକ ଭାରତୀୟ ଜନତା ପାର୍ଟିର ସାଂସଦ ବରୁଣ ଗାନ୍ଧୀ ଆଜିକାଲି ଦଳ ବିରୋଧରେ ଆକ୍ରମଣ କରୁଛନ୍ତି। ଲକ୍ଷ୍ମୀପୁର ଖେରୀରେ କୃଷକଙ୍କୁ ଗାଡି ଚଢାଇବା ମାମଲାରେ ବିଜେପି ସରକାରକୁ ସେ ପୁଣିଥରେ ସମାଲୋଚନା କରିବା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭାଷଣର ଏକ ଅଂଶ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ବରୁଣ ଗାନ୍ଧୀଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ବାଜପେୟୀ କୃଷକଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ବାଜପେୟୀ ଏଭଳି କହୁଥିବା ଶୁଣିବାକୁ ମିଳୁଛି ଯେ, “ମୁଁ ସରକାରଙ୍କୁ ଚେତାବନୀ ଦେବାକୁ ଚାହୁଁଛି। ଦମନ ପ୍ରକ୍ରିୟାକୁ ଛାଡିଦିଅ। ଭୟଭୀତ କରିବାକୁ ଚେଷ୍ଟା କର ନାହିଁ। କୃଷକ ଭୟଭୀତ ନୁହଁନ୍ତି। ଆମେ ଦଳୀୟ ରାଜନୀତିକୁ କୃଷକଙ୍କ ଆନ୍ଦୋଳନରେ ବ୍ୟବହାର କରିବାକୁ ଚାହୁଁନାହୁଁ।” କିନ୍ତୁ ଆମେ ଚାଷୀଙ୍କ ଉଚିତ ଦାବିକୁ ସମର୍ଥନ କରୁଛୁ। ଯଦି ସରକାର ଆଇନକୁ ଦମନ କରନ୍ତି, ଅପବ୍ୟବହାର କରନ୍ତି, ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା କରନ୍ତି, ତା’ହେଲେ ଆମେ କୃଷକଙ୍କ ଆନ୍ଦୋଳନରେ ଡେଇଁବାକୁ ଦ୍ୱିଧା କରିବୁ ନାହିଁ। ସେମାନଙ୍କ ସହିତ କାନ୍ଧ ସହିତ କାନ୍ଧ ମିଶାଇ ଏକାଠି ଠିଆ ହେବୁ।”

ଗତ ରବିବାର (ଅକ୍ଟୋବର ୧୦ ତାରିଖ) ମଧ୍ୟ ବରୁଣ ଗାନ୍ଧୀ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟନିର୍ବାହୀ ପଦରୁ ବହିଷ୍କୃତ ହେବା ପରେ ଲକ୍ଷ୍ମୀପୁର ଖେରୀ ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କୁ ଟାର୍ଗେଟ କରିଥିଲେ। ଯେଉଁଥିରେ ସେ କହିଥିଲେ ଯେ, ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ‘ଖାଲିସ୍ତାନୀ’ ଏଭଳି ଘଟଣାକୁ ଘଟାଇଛି। ମନ୍ତ୍ରୀଙ୍କ ନାମ ନ ରଖି ବରୁଣ ଗାନ୍ଧୀ କହିଛନ୍ତି ଯେ, ଏହି ଘଟଣାକୁ ସାମ୍ପ୍ରଦାୟିକ କରିବା ପାଇଁ ପ୍ରୟାସ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ମୋଦୀ ସରକାରଙ୍କର ବିମୁଦ୍ରୀକରଣ ଯୋଜନାକୁ ବାତିଲ ଓ ଲକ୍ଷ୍ମୀପୁରରେ କୃଷକଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବୀ

ଭୁବନେଶ୍ୱର: ମୋଦୀ ସରକାରଙ୍କର ବିମୁଦ୍ରୀକରଣ ଯୋଜନାକୁ ବାତିଲ ଓ ଲକ୍ଷ୍ମୀପୁରରେ କୃଷକଙ୍କ ହତ୍ୟାକାରୀଙ୍କୁ ଗରିଫ ଦାବୀ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆଇ.ଏନ୍‌.ଟି.ୟୁ.ସି., ଏ.ଆଇ.ଟି.ୟୁ.ସି., ସି.ଆଇ.ଟି.ୟୁ., ଏ.ଆଇ.ୟୁ.ଟି.ୟୁ.ସି., ଏ.ଆଇ.ସି.ସି.ଟି.ୟୁ., ଟି.ୟୁ.ସି.ସି ଓ ସେୱା ପକ୍ଷରୁ ପ୍ରଦିବାଦ ବିକ୍ଷୋଭ କରାଯାଇଛି। ମୋଦୀ ସରକାର ମୁଦ୍ରୀକରଣ ଯୋଜନା ନାମରେ ଦେଶକୁ ବିକିବାର ଚେଷ୍ଟା କରୁଛନ୍ତି ତାହାକୁ ଶ୍ରମିକ ଶ୍ରେଣୀ ରକ୍ଷା କରିବାକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି।

ଆସନ୍ତା ୪ ବର୍ଷ ମଧ୍ୟରେ ୬ ଲକ୍ଷ କୋଟି ଟଙ୍କା ଆୟ କରିବା ଲାଗି ମୋଦୀ ସରକାର ଦେଶର ରେଳ, ବିମାନବନ୍ଦର, ବନ୍ଦର, କୋଇଲା ଖଣି, ବି.ଏସ୍‌.ଏନ୍‌.ଏଲ. ଓ ଏମ୍‌ଟିଏଲଏନ, ଦୁଇଟି ଖେଳ ଷ୍ଟାଡ଼ିୟମ୍‌., ଭାରତୀୟ ତୈଳ ନିଗମ କୁ ବିକ୍ରି କରିବା ମସୁଧାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବୀ କରାଯାଇଛି। ଏତଦ୍‌ବ୍ୟତିତ ମୋଦୀ ସରକାର କୃଷକ-ଶ୍ରମକ ମାନଙ୍କ ଉପରେ ଦମନ ନୀତି ବନ୍ଦ କରିବା ଓ ଉତର ପ୍ରଦେଶର ଲକ୍ଷ୍ମୀପୁରର ଖେରୀ ଠାରେ କୃଷକମାନଙ୍କୁ ହତ୍ୟା କରିଥିବା ବି.ଜେ.ପି. ଗୁଣ୍ଡାମାନଙ୍କୁ ତୁରନ୍ତ ଗିରଫ କରିବାକୁ ଏହି ବିକ୍ଷୋଭରେ ଦାବୀ କରାଯାଇଅଛି।

ମୋଦୀ ସରକାର ଦେଶର ସାଧାରଣ ମଣିଷଙ୍କ ଟିକସ ପଇସାରେ ନିମିତ ହୋଇଥିବା ରାଷ୍ଟ୍ରୀୟ ସଂପତିକୁ ପୁଞ୍ଜିପତିଙ୍କ ହାତରେ ବିକିଦେବା ଏକ ଲଜ୍ୟାଜନକ। ଏହି ରାଷ୍ଟ୍ରୀୟ ସଂପତି ଦେଶର ସଂପତି ଭାବେ ରଖିବାକୁ ସମସ୍ତ ଶ୍ରମିକ ଶ୍ରେଣୀ ଆଗେଇ ଆସିବା ଉଚିତ୍ ବୋଲି କେନ୍ଦ୍ରୀୟ ଶ୍ରମିକ ସଂଗଠନ ନେତାମାନେ ଦୃଢ଼ ଦାବୀ କରିଛନ୍ତି।

ଏହି ପ୍ରତିବାଦ ବିକ୍ଷୋଭରେ ଆଇ.ଏନ୍‌.ଟି.ୟୁ.ସିର କିଶୋର ଜେନା, ଶ୍ୟାମ ସୁନ୍ଦର ମହାପାତ୍ର, ଏ.ଆଇ.ଟି.ୟୁ.ସିର ନେତା ରାମକୃଷ୍ଣ ପଣ୍ଡା, ସୁର ଜେନା, ବିଜୟ ଜେନା, ସି.ଆଇ.ଟି.ୟୁର ନେତା ରମେଶ ଜେନା ଓ ପୂର୍ଣ୍ଣ ପାଢ଼ୀ, ଏ.ଆଇ.ୟୁ.ଟି.ୟୁ.ସିର ନେତା ପୂର୍ଣ୍ଣଚନ୍ଦ୍ର ବେହେରା, ନିରଞ୍ଜନ ମହାନ୍ତି, ଏ.ଆଇ.ସି.ସି.ଟି.ୟୁର ନେତା ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା, ଟି.ୟୁ.ସି.ସିର ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଓ ସେୱାର ନେତ୍ରୀ ପରିଲତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ପ୍ରଣତି ମିଶ୍ର, ସତ୍ୟବ୍ରତ ନାୟକ, ଧରଣୀଧର ସ୍ୱାଇ, ସିଲି ସେଠୀ, ଏ.ଆଇ.ସି.ସି.ଟି.ୟୁର ବଂଶିଧର ପରିଡ଼ା, ମାନସ ରଞ୍ଜନ ପ୍ରଧାନ, ସି.ଆଇ.ଟି.ୟୁର ପ୍ରଭାତ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଲକ୍ଷ୍ମୀପୁର ଖେରୀ ହିଂସା ମାମଲା: କେନ୍ଦ୍ରମନ୍ତ୍ରୀ ଏବଂ ତାଙ୍କ ପୁଅଙ୍କ ନାମରେ ରୁଜ୍ଜୁ ହେଲା ମାମଲା

ଲକ୍ଷ୍ନୌ: ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ହତ୍ୟା ଅଭିଯୋଗରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ନାମ ମଧ୍ୟ ଏହି ଏତଲାରେ ଅନ୍ତର୍ଭୁକ୍ତ। ଧାରା ୧୨୦ବି ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଅପରାଧିକ ଷଡଯନ୍ତ୍ରର ମଧ୍ୟ ଅଭିଯୋଗ ରହିଛି।

ଉଲ୍ଲେଖ ଯୋଗ୍ୟ ଯେ, ଲକ୍ଷ୍ମୀପୁର ଖେରୀରେ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ଏଥିମଧ୍ୟରୁ ୪ ଜଣ କାର ଯୋଗୁଁ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟମାନେ ଉତ୍ତ୍ୟକ୍ତ ଲୋକଙ୍କ ହଙ୍ଗମା ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି। କୃଷକମାନେ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ର ତାଙ୍କ କାର ଚଳାଇଥିବା ବେଳେ ସେମାନେ କୃଷି ଆଇନ ବିରୋଧରେ ବିରୋଧ କରୁଛନ୍ତି। ଏହା ପରେ କେବଳ ରାଜ୍ୟରେ ନୁହେଁ ସମଗ୍ର ଦେଶରେ ଏକ ହଙ୍ଗାମା ସୃଷ୍ଟି ହୋଇଛି। ଏଥି ସହ ମନ୍ତ୍ରୀଙ୍କ ପୁଅ ଆଶିଷ କହିଛନ୍ତି ଯେ, ସେ ଦୁର୍ଘଟଣା କରାଇଥିବା କାରରେ ନଥିଲେ।