Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଲକ୍ଷ୍ମୀପୂଜା ଭସାଣି ଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଗଜ ଲକ୍ଷୀ ପୂଜା ଭସାଣି ଯେପରି ଖୋରଧା ସହରରେ ଶାନ୍ତି ଶୃଙ୍ଖଳା ଭାବେ ସମ୍ପର୍ଣ୍ଣ ହେବ ଏ ସଂକ୍ରାନ୍ତୀୟ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ପ୍ରଶାସନ ଏବଂ ସମସ୍ତ ପୂଜା କମିଟିର କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷାକରି ଆସନ୍ତା ୧୬ ତାରିଖରେ ଭସାଣି ଯାତ୍ରା ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା।

ମେଢ ଯିବା ରାସ୍ତାରେ ବିଦ୍ୟୁତ ତା’ରକୁ ଉଚ୍ଚ ସ୍ଥାନରେ ରଖିବା, ପଲ୍ଲା ଛକ ଠାରୁ ନୂଆ ବସଷ୍ଟାଣ୍ତ ପର୍ଯ୍ୟନ୍ତ ରାସ୍ତା ମରାମତି, ପୂଜା ମଣ୍ତପ ଗୁଡିକ ସମ୍ମୁଖରୁ ଗାଡି ଅବରୋଧ ହଟେଇବା ସଂପର୍କରେ ଆଲୋଚନା ହୋଇଥିଲା। ଦିନ ଓ ରାତ୍ରି ସମୟରେ ଦୁଇଥର ସହର ସଫା କରାଯିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଡାକବାଜି ଯନ୍ତ୍ର ବଜେଇବା ଏବଂ ଶୋଭାଯାତ୍ରା ନିମନ୍ତେ ଅନୁମତି ନେବା ନିମନ୍ତେ ମଧ୍ୟ ପରାମର୍ଶ ଦିଆଯାଇଛି।

ସେହିଭଳି ବିସର୍ଜନ ଶୋଭାଯାତ୍ରା ବେଳେ ଉଚ୍ଚ ଶଦ୍ଦ ସମ୍ପର୍ଣ୍ଣ ଡାକବାଜି ଯନ୍ତ୍ର ନବଜାଇବା ସହ ସ୍କୁଲ, ମେଡିକାଲ ନିକଟରେ କମ ଶଦ୍ଦ ସୃଷ୍ଟି କରିବାକୁ ବୈଠକରେ ଆଲୋଚନା ହୋଇଛି।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ତହସିଲଦାର ତଥା ପୌର ସଂସ୍ଥା ନିର୍ବାହୀ ଅଧିକାରୀ ଇପସିତ ସାହୁ, ଏସଡିପିଓ ଦିଲ୍ଲିପ କୁମାର ଦାସ, ପୂର୍ତ୍ତ ବିଭାଗ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ସୁଦର୍ଶନ ନାୟକ, ଆକାଶ କୁମାର ଗୁପ୍ତା, ବିଭିନ୍ନ ବିଭାଗୀୟ ଅଧିକାରୀ, ପୂଜା କମିଟିର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଲକ୍ଷ୍ମୀପୂଜାରେ ଆସୁଛି “ପ୍ରେମରେ ରିସ୍କ ହେଲା ମତେ ଇସ୍କ”

ଭୁବନେଶ୍ବର: ଲକ୍ଷ୍ମୀପୂଜାରେ ଆସୁଛି ନୂଆ ଓଡ଼ିଆ ସିନେମା।  ୟୁଏସ ମୋସନ ପିକ୍ଚର୍ସ ଓ କେ ମୁରଲୀ କ୍ରିଷ୍ଣା ଫିଲ୍ମସ ମିଳିତ ସହଯୋଗରେ ମୁକ୍ତିଲାଭ କରିବାକୁ ଯାଉଛି “ପ୍ରେମରେ ରିସ୍କ ହେଲା ମତେ ଇସ୍କ”। ନିକଟରେ ଏହି ସିନେମାର ଅଡିଓ ରିଲିଜ ହୋଇସାରିଥିବା ବେଳେ ଲକ୍ଷ୍ମୀ ପୂଜାରେ ସିନେମା ମୁକ୍ତିଲାଭ କରିବ। ଏନେଇ ପ୍ରଡକ୍ସନ ହାଉସ ସୂଚନା ଦେଇଛି।

ୟୁଏସ ମୋସନ ପିକ୍ଚର୍ସ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଦାଇତ୍ୱରେ ରହିଛନ୍ତି ସଞ୍ଜୟ ପାତ୍ର ଓ ଉମେଶ ସାହୁ। ସିନେମାର ନିର୍ଦ୍ଦେଶନା ଦେଇଛନ୍ତି କେ ମୁରଲୀ କ୍ରିଷ୍ଣା। ଡ଼ଃ ରଜନୀ ରଞ୍ଜନ ସିନେମାର ସଂଳାପ ଲେଖିଥିବା ବେଳେ ସଞ୍ଜୟ ଓ ସିତୁ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ହ୍ୟୁମାନ ସାଗର, ଅସୀମା ପଣ୍ଡା, କୁଳଦୀପ, ଅର୍ପିତା, ସତ୍ୟଜିତ, ନାଭ୍ୟା, ଲିପ୍ସା, ସୁଶାନ୍ତ ପ୍ରମୁଖ କଣ୍ଠଦାନ କରିଛନ୍ତି। ସତ୍ୟାନନ୍ଦ ନାୟକ, ଉମେଶ ସାହୁ, ଏମ ଜେବି ବଣ୍ଟି, ପିଣ୍ଟୁ ଗୀତ ରଚନା କରିଥିବା ବେଳେ ସୁରୟନ ରଥ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି।

ଶୈଳେନ୍ଦ୍ର ଓ ଦିବ୍ୟା ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଟୁଲୁ, ଶୁଭ୍ରାଂଶୁ, ଚିନ୍ତାମଣୀ, ଅଞ୍ଜନା, ରବି ମିଶ୍ର, ରତନ ମେହେର, କାଳିଆ ଷଣ୍ଢ ପ୍ରମୁଖ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଆଗାମୀ ଲକ୍ଷ୍ମୀପୂଜାରେ ସିନେମା ମୁକ୍ତିଲାଭ କରିବ ବୋଲି କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।

Categories
ବିଶେଷ ଖବର ସଂସ୍କୃତି

ଦୀପାବଳିରେ ମା ଲକ୍ଷ୍ମୀଙ୍କ ପୂଜା କରୁଥିଲେ 5ଟି ବିଷୟରେ ଦିଅନ୍ତୁ ଧ୍ୟାନ, ନଚେତ ହୋଇପାରେ ଅସୁବିଧା

ନୂଆଦିଲ୍ଲୀ, ଆଜି ହେଉଛି ଦୀପାବଳି। ଆଜି ସଂଧ୍ୟାରେ ଘରେ ଘରେ ଦୀପ ଜଳି ଉଠିବ। ଏହି ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ। କାରଣ ବିଶ୍ବାସ ରହିଛି ଯେ, ଦୀପାବଳିରେ ମା ଲକ୍ଷ୍ମୀ ବେଶ୍ ପ୍ରସନ୍ନ ହୋଇଥାନ୍ତି। ହେଲେ ଅନେକ ଜାଣି ନ ଥାନ୍ତି ଯେ, ପୂଜା ବିଧିରେ ସାମାନ୍ୟ ଭୁଲ ହେଲେ ମା ଲକ୍ଷ୍ମୀ ରୋଷ କରନ୍ତି। କାରଣ ମା ଲକ୍ଷ୍ମୀ ଯେତେବେଳେ ରାଗନ୍ତି ତାଙ୍କର ସର୍ବନାଶ କରି ଦିଅନ୍ତି। ଏପରିକି ପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ଭିକାରୀ କରିଦେଇଥିଲେ। ସେଥିପାଇଁ ଲକ୍ଷ୍ମୀ ପୂଜା ବିଧିରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ଏହି ପାଞ୍ଚୋଟି ବିଷୟର ଦିଅନ୍ତୁ ଧ୍ୟାନ

1-ମା ଲକ୍ଷ୍ମୀଙ୍କ ପୂଜା କରିବା ସମୟରେ କେବେ ବି ତୁଳସୀ ଲଗାନ୍ତୁ ନାହିଁ। କାରଣ ବିଷ୍ଣୁଙ୍କର ଅତି ପ୍ରିୟ ହେଉଛି ତୁଳସୀ ପତ୍ର। ହେଲେ ଏହାକୁ ମା ଲକ୍ଷ୍ମୀ ସହଜରେ ଗ୍ରହଣ କରନ୍ତି ନାହିଁ। ସେଥିପାଇଁ ଲକ୍ଷ୍ମୀ ପୂଜାରେ ତୁଳସୀ ଲାଗି କରନ୍ତୁ ନାହିଁ।

2-ଲକ୍ଷ୍ମୀ ପୂଜାର ଭୋଗ ଅପେକ୍ଷା ଦୀପ ହେଉଛି ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ। କାରଣ ଦୀପ ହେଉଛି ମାଙ୍କର ପସନ୍ଦ। ହେଲେ ଏହି ଦୀପକୁ ଠିକ ଦିଗରେ ନ ରଖିଲେ ତାହା ମଧ୍ୟ ପୂଜା ନିତିରେ ଭୁଲ ହୋଇଯିବ। ମା ଲକ୍ଷ୍ମୀଙ୍କ ପୂଜା ବେଳେ ଦୀପକୁ ଡାହାଣ ପାର୍ଶରେ ରଖନ୍ତୁ। କୌଣସି ପରିସ୍ଥିତିରେ ବାମ ପଟେ ଦୀପ ରଖନ୍ତୁ ନାହିଁ।

3-ମା ଲକ୍ଷ୍ମୀଙ୍କ ପୂଜା କରିବା ସମୟରେ କେବେ ବି ଭଗବାନ ବିଷ୍ଣୁଙ୍କୁ ପୂଜା କରିବାରେ ଭୁଲନ୍ତୁ ନାହିଁ। ଯଦି ଆପଣ ଭଗବାନ ବିଷ୍ଣୁଙ୍କୁ ପୂଜା ନ କରନ୍ତି ତେବେ ଲକ୍ଷ୍ମୀ ପୂଜା ଅଧା ରହିଲା ବୋଲି ଧରିବାକୁ ହେବ। ଆପଣ ପ୍ରଥମେ ଶ୍ରୀ ଗଣେଷଙ୍କୁ ପୂଜା କରନ୍ତୁ, ଏହାପରେ ଲକ୍ଷ୍ମୀ ଏବଂ ଶେଷରେ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ।

4-ମା ଲକ୍ଷ୍ମୀଙ୍କୁ କେବେ ବି ଧଳା ଫୁଲରେ ପୂଜା କରନ୍ତୁ ନାହିଁ। କାରଣ ମା ଲକ୍ଷ୍ମୀ ସଦା ସୁହାଗିନୀ। ସେଥିପାଇଁ ଧଳା ଫୁଲ ଲାଗି କରିବା ଅନୁଚିତ। ମା ଲକ୍ଷ୍ମୀ ଲାଲ ଫୁଲକୁ ବେଶୀ ପସନ୍ଦ କରନ୍ତି। ଧଳା ରଂଗର ଫୁଲ ବ୍ୟତିତ ଅନ୍ୟ ରଂଗର ଫୁଲ ଚଢା ଯାଇପାରିବ।

5-ମା ଲକ୍ଷ୍ନୀକୁ ପୂଜା କରିବା ବେଳେ ଭୋଗ ବା ପ୍ରସାଦକୁ ଦକ୍ଷିଣ ଦିଗରେ ରଖନ୍ତୁ। ପୂଜା ସାମଗ୍ରୀ ଯେପରି ଫୁଲ ପ୍ରଭୃତି ମାଙ୍କ ଆଗରେ ରଖନ୍ତୁ।