Categories
ଅପରାଧ ଆଜିର ଖବର ଜାତୀୟ ଖବର

ଯୁବକଙ୍କୁ ଗଛରେ ବାନ୍ଧି ପତ୍ନୀଙ୍କୁ ଗଣଦୁଷ୍କର୍ମ: ୨ ନାବାଳକଙ୍କ ସମେତ ୧୦ ଗିରଫ

ଲକ୍ଷ୍ନୌ: ୟୁପିର ମୁଜାଫରନଗର ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକଙ୍କୁ ଗଛରେ ବାନ୍ଧି ପତ୍ନୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭଯୋଗ ହୋଇଛି। ଏହି ଲଜ୍ଜାଜନକ ଘଟଣାରେ ୨ ନାବାଳକ ସମେତ ୧୦ ଜଣଙ୍କୁ ପୋଲିସ ଗିରଫ କରିଛି।
ପୀଡିତା ଅଭିଯୋଗ କରିଛନ୍ତି ଯେ, ଗତକାଲି ତାଙ୍କ ସ୍ୱାମୀଙ୍କ ସହ ମାତୃ ଘରୁ ଫେରୁଥିବା ବେଳେ ଦଶ ଜଣ ଲୋକ ତାଙ୍କୁ ରାସ୍ତାରେ ଅଟକାଇ ଆମ୍ବ ବଗିଚାକୁ ନେଇଯାଇଥିଲେ। ୬ ଜଣ ବ୍ୟକ୍ତି ତାଙ୍କ ସ୍ୱାମୀଙ୍କୁ ବଗିଚାରେ ଥିବା ଏକ ଗଛରେ ବାନ୍ଧି ଚାରି ଜଣଙ୍କ ଦ୍ୱାରା ଦୁଷ୍କର୍ମ କରିଥିଲେ। ମୁଜାଫରନଗର ଏସପି ଅର୍ପିତ ବିଜୟବର୍ଗିୟ କହିଛନ୍ତି ଯେ, ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ଏ ସମ୍ପର୍କରେ ଦଶ ଜଣଙ୍କୁ ଗିରଫ କରିଛି। ପୀଡିତାଙ୍କ ବିବୃତ୍ତି ଶୀଘ୍ର ମାଜିଷ୍ଟ୍ରେଟଙ୍କ ନିକଟରେ ରେକର୍ଡ ହେବ ବୋଲି ପୋଲିସ କହିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୨୬ ଅଭିଯୁକ୍ତ ଗିରଫ, ୩ ଫେରାର

ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଡୋମ୍ବିଭଲି ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୫ ବର୍ଷର ନାବାଳିକାକୁ ୨୯ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ରର ରାଜନୀତି ତୀବ୍ର ହେବାରେ ଲାଗିଛି ଏବଂ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠିଛି।

ଏହି ପରିପ୍ରେକ୍ଷୀରେ ଡୋମ୍ବିଭାଲିର ମାନପାଡା ପୋଲିସ ଷ୍ଟେସନରେ ୨୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏପର୍ଯ୍ୟନ୍ତ ଦୁଇ ନାବାଳିକାଙ୍କ ସମେତ ୨୬ ଜଣଙ୍କୁ ଗିରଫ କରାଯାଇଛି। ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ, କିଛି ଅଭିଯୁକ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସମ୍ପର୍କୀୟ। ଗିରଫ ଅଭିଯୁକ୍ତମାନଙ୍କୁ ପୋଲିସ କୋର୍ଟରେ ହାଜର କରିଛି, ସେଠାରୁ ସେମାନଙ୍କୁ ସେପ୍ଟେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଛି। ନାବାଳକ ଅଭିଯୁକ୍ତମାନଙ୍କୁ ରିମାଣ୍ଡ ରୁମକୁ ପଠାଯାଇଛି।

ପୀଡ଼ିତା ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତମାନେ ଆଠ ମାସ ଧରି ତାଙ୍କୁ ଯୌନ ଶୋଷଣ କରିଥିଲେ। ପ୍ରେମିକ ତାଙ୍କୁ ଦୁଷ୍କର୍ମ କରିବାର ଭିଡିଓ ପ୍ରସ୍ତୁତ କରି ବ୍ଲାକ ମେଲ କରିଥିଲେ। ପ୍ରେମିକଜଣଙ୍କ ନିଜ ସାଙ୍ଗମାନଙ୍କୁ ଏହି ଭିଡିଓ ଦେଖାଇଥିଲେ। ଏହି ଭିଡିଓ ଦେଖାଇବା ପରେ ବାକି ବନ୍ଧୁମାନେ ତାଙ୍କୁ ବଦଲାପୁର, ରାବାଲେ, ମୁର୍ବାଦ୍ ଏବଂ ଡୋମ୍ବିଭଲିର ବିଭିନ୍ନ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ।

ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୬ (ଦୁଷ୍କର୍ମ) ଏବଂ ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପୋକ୍ସୋ) ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ପୀଡିତାଙ୍କୁ ବିଶ୍ୱାସରେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ମନପାଡା ପୋଲିସ ଏପର୍ଯ୍ୟନ୍ତ ୨୬ ଜଣଙ୍କୁ ଗିରଫ କରିଛି, ସେଥିମଧ୍ୟରୁ ଦୁଇଜଣ ନାବାଳକ। ନାବାଳିକାଙ୍କୁ ଚିକିତ୍ସା ପାଇଁ ଥାନେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ସମ୍ବେଦନଶୀଳ ଘଟଣା ପରେ ରାଜ୍ୟର ରାଜନୀତିରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି। ଏନସିପି ନେତା ବିଦ୍ୟା ଚହ୍ଵାନ ଥାନେ ଜିଲ୍ଲାର ମନପାଡା ପୋଲିସ ଷ୍ଟେସନରେ ପହଞ୍ଚି ଏହି ଗ୍ୟାଙ୍ଗର ଅଭିଯୁକ୍ତମାନଙ୍କୁ ଦଣ୍ଡିତ କରିବା ବିଷୟରେ କହିଥିଲେ। ସେହିଭଳି ବିଜେପି ନେତା ଚିତ୍ରା ୱାଘ ଶିବସେନା ସରକାରଙ୍କୁ ପ୍ରଶ୍ନ କରି କହିଛନ୍ତି ଯେ, ଡୋମ୍ବିଭଲି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଆଉ କେତେ ଦୁଷ୍କର୍ମ ପରେ ମହାରାଷ୍ଟ୍ର ସରକାର ନିଦରୁ ଉଠିବ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଲଜ୍ଜାଜନକ ଘଟଣା: ପୋଷାକ ଦେବା ବାହାନରେ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏକ ଲଜ୍ଜାଜନକ ଘଟଣା ଘାଟିଯାଇଛି। ଜଣେ ୯ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଛି। ଦିଲ୍ଲୀର ଶାଲିମାର ବାଗ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ପୋଲିସର ସୂଚନାନୁସାରେ, ରବିବାର ଦିନ ନାବାଳିକା ଜଣକ ଘରୁ କିଛି ଜିନିଷ କିଣିବାକୁ ବାହାରକୁ ଯାଇଥିଲା। ଏହା ପରେ ଅଭିଯୁକ୍ତ ଶାହାରୁଖ ଓରଫ ସଲିମ ସେହି ନାବାଳିକା ଜଣଙ୍କୁ ନୂଆ ପୋଷାକ ଦେବା ବାହାନରେ ଏକ ଝୁପଡିକୁ ନେଇଯାଇଥିଲା। ଅଭିଯୁକ୍ତ ଜଣଙ୍କ ନାବାଳିକାକୁ ୫ ଘଣ୍ଟା ଧରି ସେଠାରେ ରଖି ଦୁଷ୍କର୍ମ କରିଥିଲା। ଏବଂ ପରେ ଅଭିଯୁକ୍ତଜଣଙ୍କ ତାଙ୍କ ଘର ପାଖରେ ଛାଡି ଦେଇଥିଲା। ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହ ତଦନ୍ତ ଜାରି ରଖିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ୟୁପିରେ ଲଜ୍ଜାଜନକ ଘଟଣା: ସ୍ବାମୀଙ୍କ ସମ୍ମୁଖରେ ସ୍ତ୍ରୀଙ୍କୁ କଲେ ଗଣଦୁଷ୍କର୍ମ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଯାହା ତିନି ଜଣ ଲୋକ ସ୍ବାମୀଙ୍କ ସମ୍ମୁଖରେ ସ୍ତ୍ରୀକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ମହିଳା ଜଣଙ୍କ ଏତ୍ମାଦପୁର ଥାନାରେ ତିନିଜନଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ ଜାରି ରଖିଛି।

ଏହି ଘଟଣା ବିଷୟରେ ଆରକ୍ଷୀ ଅଧିକ୍ଷକ ଆରଏ ସତ୍ୟଜିତ ଗୁପ୍ତା କହିଛନ୍ତି ଯେ, ଅଭିଯୁକ୍ତଙ୍କ ନାମରେ ଗଣଦୁଷ୍କର୍ମ, ଲୁଟ ଏବଂ ଜୀବନରୁ ମାରିଦେବା ଧମକର ଧାରାରେ କେସ ରୁଜ୍ଜୁ କରାଯାଇଛି। ପୀଡ଼ିତାଙ୍କୁ ଡାକ୍ତରଖାନା ପଠାଯାଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଟିମ ଗଠନ କରାଯାଇଛି। ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ କହିଛନ୍ତି।