Categories
ଆଜିର ଖବର ଜାତୀୟ ଖବର

ମେଣ୍ଟ ସହ ଆଲୋଚନା ସଫଳ ନହଲେ ଏକାକି ୟୁପି ନିର୍ବାଚନ ଲଢିବ ଜେଡିୟୁ: କେସି ତ୍ୟାଗୀ

ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ପରେ ଜେଡିୟୁ ନେତା କେସି ତ୍ୟାଗୀ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଏଥିସହିତ ଏହା କାହା ପାଇଁ ବିଜୟ କିମ୍ବା ପରାଜୟ ନୁହେଁ ବୋଲି କହିଛନ୍ତି। କୃଷକ ଆନ୍ଦୋଳନ ଏବଂ କୃଷକ ସଂଗଠନର ଏକତା ପାଇଁ ଏହା ଏକ ବିଜୟ। ଜେଡିୟୁ ନେତା କେସି ତ୍ୟାଗୀ କହିଛନ୍ତି ଯେ ,ଏହି ଆନ୍ଦୋଳନରେ ୭୦୦ ଚାଷୀଙ୍କ ମୃତ୍ୟୁ ଘଟିଛି। ଏକ ବର୍ଷ ଧରି ଚାଲିଥିବା ଏହି ଆନ୍ଦୋଳନ ଏକ ଅହିଂସା ଆନ୍ଦୋଳନ ଥିଲା, ଯାହାକି ଗାନ୍ଧିଜୀଙ୍କ ନୀତି ଅନୁଯାୟୀ ଚାଲିଥିଲା।

ଜେଡିୟୁ ନେତା କେସି ତ୍ୟାଗୀ କହିଛନ୍ତି ଯେ, ଲଢେଇ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏମଏସପି ଉପରେ ଆଇନ ନହେବା ପର୍ଯ୍ୟନ୍ତ ସଂଗ୍ରାମ ଶେଷ ହେବ ନାହିଁ।

ୟୁପି ବିଧାନସଭା ନିର୍ବାଚନରେ ​​ଜେଡିୟୁ ପ୍ରତିଦ୍ୱନ୍ଦ୍ୱିତା କରିବ:

ଅନ୍ୟପକ୍ଷରେ, ଆଗାମୀ ୟୁପି ନିର୍ବାଚନ ସମ୍ପର୍କରେ ଜେଡିୟୁ ନେତା କେସି ତ୍ୟାଗୀ କହିଛନ୍ତି ଯେ, ତାଙ୍କ ଦଳ ୟୁପିରେ ଏନଡିଏ ସହ ନିର୍ବାଚନ ଲଢିବାକୁ ଚେଷ୍ଟା କରୁଛି ଏବଂ ଏହି ଦିଗରେ ଆଲୋଚନା ଚାଲିଛି। ଯଦି ଆଲୋଚନା ସଫଳ ନହୁଏ, ତେବେ ଜେଡିୟୁ ସୀମିତ ଆସନରେ ନିଜେ ନିର୍ବାଚନ ଲଢିବ।

ଅନ୍ୟପକ୍ଷରେ, ଲକ୍ଷ୍ମୀପୁର ଖେରୀ ଘଟଣାରେ ଜେଡିୟୁ ନେତା କେ.ସି ତ୍ୟାଗୀ କହିଛନ୍ତି ଯେ, ମନ୍ତ୍ରୀଙ୍କ ପୁଅ ଯେପରି ଚାଷୀଙ୍କୁ ଗାଡି ଚଢାଇଥିଲେ, ତାହା ନିନ୍ଦନୀୟ। ଲକ୍ଷ୍ମୀପୁର ଖେରୀ ଘଟଣା ପୂର୍ବରୁ ମନ୍ତ୍ରୀ ଯେଉଁଭଳି ଭାବରେ ବିବୃତ୍ତି ଦେଇଥିଲେ, ତାହା ମଧ୍ୟ ଭୁଲ ଥିଲା। ଚାଷୀଙ୍କ ଦାବି ହେଉଛି ମନ୍ତ୍ରୀଙ୍କୁ ବରଖାସ୍ତ କରାଯାଉ।