Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲଣ୍ଡାକୋଟ ଜଙ୍ଗଲରୁ କୁଟୁରା ମାଂସ ଓ ଦେଶୀ ବନ୍ଧୁକ ସହ ଦୁଇ ଶିକାରୀ ଗିରଫ

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ବଡ଼ମାଳ ରେଞ୍ଜ ଲଣ୍ଡାକୋଟ ଜଙ୍ଗଲରୁ ବୁଧୁବାର ଦିନ ୧୦ କେଜି କୁଟୁରା ମାଂସ ଓ ଦେଶୀ ବନ୍ଧୁକ ସହ ଦୁଇ ଶିକାରୀକୁ ବନବିଭାଗ ଗିରଫ କରିଛି। ସୂଚନା ଯୋଗ୍ୟ ଯେ, ରେଢ଼ାଖୋଲ ବନଖଣ୍ଡ ବଡ଼ମାଳ ରେଞ୍ଜ ମୋଚିବାହାଳ ଗ୍ରାମ ପଞ୍ଚାୟତ ଲଣ୍ଡାକୋଟ ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁ ମାଈ କୁଟୁରା ଶିକାର ହେବାର ବନବିଭାଗ ଖବର ପାଇ ବୁଧୁବାର ଦିନ ଚଢ଼ାଉ କରିଥିଲା। ଦୁଇ ଶିକାରୀ ହେଲେ ମଧୁସୂଦନ ବେହେରା (୩୦) ଓ ଅଖୁଜ ଭୋଇ (୨୩)। ଉଭୟ ରେଢ଼ାଖୋଲ ବନଖଣ୍ଡ ମୋଚିବାହାଳ ଗ୍ରାମର ବୋଲି ଜଣାପଡ଼ିଛି।

ଉଭୟ ଶିକାରୀଙ୍କୁ ଗିରଫ କରିବା ସହ ୧୦ କେଜି କୁଟୁରା ମାଂସ, କୁଟୁରା ମୁଣ୍ଡ, ଚମଡା ଇତ୍ୟାଦି ସହ ଦେଶୀ ବନ୍ଧୁକ ଓ ଟର୍ଚ୍ଚ ଲାଇଟ୍ ଜବତ କରିଛି ବନବିଭାଗ। ଏଥିରେ ବଡ଼ମାଳ ରେଞ୍ଜର ପ୍ରଦୀପ ସେଠୀ, ଫରେଷ୍ଟର ଶ୍ରୀବତ୍ସ କିଶାନ ଓ ଅନ୍ୟ ବନ କର୍ମଚାରୀ ମାନେ ସାମିଲ ଥିଲେ। ଆଜି ଦୁଇ ଶିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି।