Categories
ଆଜିର ଖବର ଜାତୀୟ ଖବର

ଲତା ମଙ୍ଗେସକର ଗାଇଥିବା ଶ୍ରୀ ରାମ ରକ୍ଷା ସଙ୍ଗୀତର ଶ୍ଲୋକ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲତା ମଙ୍ଗେସକର ଗାଇଥିବା ଶ୍ରୀ ରାମ ରକ୍ଷା ଗୀତର ଶ୍ଲୋକ ‘ମାତା ରାମୋ ମାତାପିତା ରାମଚନ୍ଦ୍ର’ ସେୟାର କରିଛନ୍ତି।

ଏହା ମହାନ ଗାୟିକାଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଶେଷ ଶ୍ଲୋକ ଥିଲା।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି ଯେ, ‘ଦେଶ ବଡ଼ ଉତ୍ସାହର ସହ ଜାନୁଆରୀ ୨୨କୁ ଅପେକ୍ଷା କରିଥିବାବେଳେ ଯେଉଁ ଲୋକଙ୍କ ଅଭାବ ଅନୁଭୂତ ହେଉଛି ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଆମ ପ୍ରିୟ ଲତା ଦିଦି।

ଏହା ତାଙ୍କ ଦ୍ୱାରା ଗାନ କରାଯାଇଥିବା ଏକ ଶ୍ଲୋକ। ତାଙ୍କ ପରିବାର ମୋତେ କହିଥିଲେ ଯେ ଏହା ତାଙ୍କ ଶେଷ ଶ୍ଲୋକ ଥିଲା ଯାହାକୁ ସେ ରେକର୍ଡ କରିଥିଲେ।’

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଲତା ମଙ୍ଗେସକରଙ୍କ ଜନ୍ମଦିନରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା ଅଭିନନ୍ଦନ

ପୁରୀ, ଆଜି ଲତା ମଙ୍ଗେସକର 91 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ସୁଦର୍ଶନ ପୁରୀ ବେଳାଭୂମିରେ ବାଲୁକା କଳାରେ ନିର୍ମାଣ କରିଛନ୍ତି ଏକ ଆକର୍ଷଣୀୟ ସ୍ଥାପତ୍ୟ। ଏଥିରେ ସୁଦର୍ଶନ ଲତାଙ୍କର ଏକ ପ୍ରତିମୂର୍ତ୍ତି ସହିତ ଏକ ଗ୍ରାଫୋନ ରେକର୍ଡଟିଏ ପାଖରେ ରଖିଛନ୍ତି। ଏଥିସହିତ ସେ ବାଲୁକା କଳାରେ ହାପି ବାର୍ଥ ଡେ ବୋଲି ଇଂରାଜୀରେ ଲେଖିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ସଂସ୍କୃତି ସିନେମା

ଆଜି ପ୍ରଖ୍ୟାତ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ଜନ୍ମ ଦିନ, ଜାଣନ୍ତୁ ସେ ଷ୍ଟୁଡିଓକୁ ଯିବା ପୂର୍ବରୁ କଣ କରନ୍ତି

ଭୁବନେଶ୍ବର, ଆଜି ହେଉଛି ପ୍ରଖ୍ୟାତ କଣ୍ଠଶିଳ୍ପ ଲତା ମଙ୍ଗେସକରଙ୍କ ଜନ୍ମଦିନ। ଲତା ୧୯୨୯ ମସିହା ସେପ୍ଟେମ୍ବର୨୮ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମ ଗ୍ରହଣ କରିଥିଲେ। ଆଜି ଏହି ମହାନ୍ ଗାୟିକାଙ୍କର ଜନ୍ମଦିବସ ଉପଲକ୍ଷେ ବିଭିନ୍ନ ମହଲରୁ ଅଭିନନ୍ଦନର ବାର୍ତ୍ତା ଆସିବାରେ ଲାଗିଛି।

ଭାରତୀୟ ସଂଗୀତ ଜଗତରେ ଲତା ମଙ୍ଗେସକର ବେଶ୍ ପରିଚିତ ନାମ। ଯାହାକୁ କୁହାଯାଇ ପାରିବ ଘରେ ଘରେ ପରିଚିତ ନାମ। ସେ ପ୍ରଥମେ ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର ‘କିଟ୍ଟି ହାସଲ’ରୁ  ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ସେ ୧୯୪୨ରୁ ୧୯୪୮ ମଧ୍ୟରେ ପାଖାପାଖି ଆଠୋଟି ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।

ଲତାଙ୍କ ସଂଗୀତ ଜୀବନ ମଧ୍ୟ ବେଶ୍ ସଂଘର୍ଷମୟ। ଥରେ ସେ ମୁମ୍ବାଇର ଏକ ଲୋକାଲ୍ ଟ୍ରେନରେ ଯାତ୍ରା କରୁଥିବା ସମୟରେ ତାଙ୍କୁ ‘ଆପ୍ କି ସେବା ମେଁ’ରେ ଗାୟିକା ହେବାର ସୁଯୋଗ ମିଳିଥିଲା । ପରେ ତାଙ୍କୁ ‘ମଜବୁର୍’ ଓ ‘ବେଦର୍ଦ୍’ ନାମକ ଦୁଇଟି ଚଳଚ୍ଚିତ୍ରରେ ଗୀତ ଗାଇବାର ସୁଯୋଗ ମିଳିଲା । ଏହି ଦୁଇଟି ଚଳଚ୍ଚିତ୍ର ଦ୍ୱାରା ସେ ସଙ୍ଗୀତ ଜଗତରେ ଅଣ୍ଟା ସିଧାକରି ଛିଡା ହୋଇ ପାରିଥିଲେ। ହେଲେ ତାଙ୍କୁ ପ୍ରସିଦ୍ଧି ଆଣି ଦେଲା ଅନ୍ଦାଜ୍, ବରସାତ୍ ଓ ମହଲ୍ ଚଳଚ୍ଚିତ୍ର। ଏହି ଚଳଚିତ୍ରକ ଗୀତ ଦ୍ବାରା ସେ ସଙ୍ଗୀତ ମହଲରେ ପୁରାପୁରି ଭାବେ ପରିଚିତ ଆଣିଦେଇଥିଲା।

ତେବେ ଲତାଙ୍କ ଶହଶହ ସଂଗୀତ ମଧ୍ୟରୁ ଗୋଟିଏ ଗୀତ ଆଜି ପର୍ଯ୍ୟନ୍ତ ସବୁ ପିଢୀର ସଂଗୀତ ପ୍ରେମୀଙ୍କୁ ଆକର୍ଷିତ କରିପାରିଛି। ତାହା ହେଲା ଦେଶାତ୍ମବୋଧକ ଗୀତ ‘ଏ ମେରେ ୱତନ୍ କେ ଲୋଗୋଁ’। ୧୯୬୩ ମସିହାରେ ଭାରତ-ଚୀନ ଯୁଦ୍ଧ ସମୟରେ ଲତାଙ୍କର ଏହି ଗୀତଟି ସେତେବେଳର ପ୍ରଧାନମନ୍ତ୍ରୀ ଜବହାରଲାଲ ନେହୁରଙ୍କୁ ବେଶ ଭାବ ବିହ୍ୱଳ କରିଦେଇଥିଲା । ଫଳରେ ଏହି ଗୀତ ପାଇଁ ଲତା ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ଲତା ୧୯୭୦ରୁ ୧୯୮୦ ମଧ୍ୟରେ ତିନି ଜଣ ପ୍ରମୁଖ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ସେମାନେ ହେଲେ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ୍, କଲ୍ୟାଣଜୀ ଆନନ୍ଦଜୀ ଓ ଆର ଡି ବର୍ମନ।  ଲତା ଅନେକ ରୋମାଣ୍ଟିକ ଗୀତ ବୋଲି ମଧ୍ୟ ବେଶ ଲୋକପ୍ରିୟ ହାସଲ କରିପାରିଛନ୍ତି। ସେ ‘ହମ୍ ଆପକେ ହେ କୌନ୍’, ‘ବୀରଜାରା’ ପରି ରୋମାଣ୍ଟିକ୍ ଚଳଚ୍ଚିତ୍ରରେକଣ୍ଠଦାନ କରି ସେତେବେଳେର ଯୁବପିଢୀଙ୍କ ମନ ଜିଣିପାରିଥିଲେ।

ପୁରୁଖା ଏବଂ ନୂଆ ସଂଗୀତ ନିର୍ଦ୍ଦେଶକ ସହ ମଧ୍ୟ ସେ କାମ କରିବାରେ ଆଗ୍ରହ ପ୍ରକାଶ କରିଥାନ୍ତି। ସେ କ୍ଷେତ୍ରରେ ଏ ଆର ରେହେମାନ ଭଳି ନୂଆ ନିର୍ଦ୍ଦେଶକଙ୍କ କାମ କରିବାରେ କୁଣ୍ଠାବୋଧ କରି ନାହାଁନ୍ତି। ଲତା ତାଙ୍କର ସମଗ୍ର ଜୀବନକୁ ସଙ୍ଗୀତ ପାଇଁ ସମର୍ପିତ କରିଛନ୍ତି।

ତେବେ ଲତାଙ୍କର ଗୋଟିଏ ଭଲ ଗୁଣ ହେଲା ଯେ, ସେ ରେକର୍ଡିଂ ଷ୍ଚୁଡିଓକୁ ଗଲେ ବାହାରେ ଯୋତା ରଖିଥାନ୍ତି । ଯାହାକୁ ପୁରୁଣା ନୂଆ ପିଢୀର ସଂଗୀତଜ୍ଞମାନେ ପ୍ରଶଂସା କରିଥାନ୍ତି। ସେ ଜୋତା ବାହାରେ ରଖୁଥିବାର ସମସ୍ତେ ଜାଣିବା ପରେ ତାଙ୍କର ଯେଉଁଦିନ ରେକର୍ଡିଂ ଥିବ ସେଦିନ ଣନ୍ୟ ସମସ୍ତେ ଷ୍ଟୁଡିଓ ବାହାରେ ଜୋତା ରଖିବା ପାଇଁ ବାଧ୍ୟ ହୋଇଥାନ୍ତି।

ଲତାଙ୍କ ସଂଗୀତ ଜଗତରେ ଏପରି ଅବଦାନ ପାଇଁ ତାଙ୍କୁ ୨୦୦୧ ମସିହାରେ ଭାରତର ସର୍ବୋଚ୍ଚ ବେସାମରିକ ସମମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଛି। ସେହିପରି ୧୯୬୯ ମସିହାରେ ପଦ୍ମ ଭୂଷଣ, ୧୯୮୯ ମସିହାରେ ଦାଦା ସାହେବ୍ ଫାଲକେ ପୁରସ୍କାର,୧୯୯୯ ମସିହାରେ ପଦ୍ମ ବିଭୂଷଣ ସହ ଜାତୀୟ ଚଳଚିତ୍ର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ପ୍ରଖ୍ୟାତ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ କୋଠାକୁ କରଗଲା ସିଲ୍, ଲତା ସୁରକ୍ଷିତ ଅଛନ୍ତି

ମୁମ୍ବାଇ,  ପ୍ରଖ୍ୟାତ କଣ୍ଠଶିଳ୍ପୀ ଲତା ମଙ୍ଗେସକର ରହୁଥିବା ଆବାସିକ କୋଠା ପ୍ରଭାକୁଞ୍ଜକୁ   ଶନିବାର ଦିନ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ ସିଲ୍ କରିଛି। କୋଭିଡ -19 ମହାମାରୀ ସତର୍କତାମୂଳକ ପଦକ୍ଷେପ ଭାବେ ଏହା କରାଯାଇଛି। ହେଲେ ଲତା ଏବଂ ତାଙ୍କ ପରିବାର ସୁରକ୍ଷିତ ଅଛନ୍ତି। 90 ବର୍ଷ ବୟସ୍କା ଲତା ମଙ୍ଗେସକର ନିଜ ପରିବାର ସହିତ ଦକ୍ଷିଣ ମୁମ୍ବାଇର ପେଡର୍ ରୋଡ୍ ଚାମ୍ବଲା ହିଲରେ ଅବସ୍ଥିତ ଏହି ଆପାର୍ଟମେଣ୍ଟରେ ରହୁଛନ୍ତି।