Categories
ଆଜିର ଖବର ରାଜ୍ୟ ଖବର ସିନେମା

‘ଲଭ୍ ଇନ୍ ଲଣ୍ଡନ’ ଫିଲ୍ମର ଲାଭାଶଂ ଅର୍ଥର ୧୦ ଭାଗ ଓଡିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଯିବ: ପ୍ରଯୋଜକ

ଭୁବନେଶ୍ଵର: ଜେବି ଫିଲ୍ମସ୍ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି ତରଫରୁ ଗତ ଜୁନ୍ ୨ରେ ଘଟିଥିବା ଭୟଙ୍କର ତଥା ବିନାଶକାରୀ ବାହାନାଗା ଟ୍ରେନ୍ ଟ୍ରାଜେଡି ପାଇଁ ଦୁଖ ଓ ସମବେଦନା ଜଣାଯାଇଛି। ଭୁବନେଶ୍ବର ଶୀତଲ୍‌ ହୋଟେଲ୍ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଜେବି ଫିଲ୍ମସ୍ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି ବ୍ୟାନରରେ ନିର୍ମିତ, ଆକ୍ସନ୍‌ଷ୍ଟାର ଅନୁଭବ ମହାନ୍ତି, ନବାଗତା ସ୍ୱପ୍ନା ପ୍ରିୟଦର୍ଶିନୀ ଓ ସୌମ୍ୟା ସଚ୍ଚଦେବାଙ୍କ ଅଭିନୀତ ‘ଲଭ୍ ଇନ୍ ଲଣ୍ଡନ୍‌’ର ଟିମ୍ କହିଥିଲେ ଯେ ଏହି ଦୁଖଦ ଘଟଣା ଆମ ସମସ୍ତଙ୍କୁ ଗଭୀର ଭାବରେ ପ୍ରଭାବିତ କରିଛି ଏବଂ ଆମେ ଶୋକରେ ସମସ୍ତେ ଶୋକରେ ଅଛୁ।

ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହ ଆଲୋଚନା କଲାପରେ, ଆମେ ଅନୁଭବ କରୁଛୁ ଯେ ବହୁ ପ୍ରତୀକ୍ଷିତ ‘ଲଭ୍ ଇନ୍ ଲଣ୍ଡନ’ ଜୁନ୍ ୯, ୨୦୨୩ ରେ ମୁକ୍ତିଲାଭ କରିବାକୁ ଯୋଜନା କରାଯାଇଥିଲା, ହେଲେ ବାହାନାଗାର ଏହି ଅଘଟଣକୁ ସମ୍ମାନ ଏବଂ ଓଡ଼ିଶାରେ ଏକତାର ଚିହ୍ନ ଭାବରେ ଆମେ ଫିଲ୍ମର ପ୍ରିମିୟର୍ ଜୁନ୍ ୧୩, ୨୦୨୩କୁ ଘୁଞ୍ଚାଇବାକୁ ନିଷ୍ପତ୍ତି କରିଛୁ।  ଆମେ ଆମର ଦର୍ଶକମାନଙ୍କୁ ଆନ୍ତରିକତାର ଧନ୍ୟବାଦ ଦେବା ସହ ଏପରି ଦୁଃଖଦ ସମୟରେ ତାଙ୍କର ସହଯୋଗ ଆଶା କରୁଛୁ। ଏହି ନିଷ୍ପତ୍ତିକୁ ଅନୁଭବ ମହାନ୍ତି ଫ୍ୟାନ୍ କ୍ଲବ୍ ଏବଂ ଓଡିଶାର ପ୍ରତ୍ୟେକ ବ୍ୟକ୍ତି ବୁଝିଛନ୍ତି ଏବଂ ସମର୍ଥନ କରିଛନ୍ତି। ଓଡିଶାର କଳାକାର ଏବଂ ଲୋକମାନଙ୍କ ସହିତ ଆମର ସଠିକ୍ କାର୍ଯ୍ୟ ସପକ୍ଷରେ କାର୍ଯ୍ୟ କରିବା ଏବଂ ଜାରି ରଖିବା।

ସେ ଆହୁରି କହିଛନ୍ତି ଯେ, ସମସ୍ତଙ୍କ ସମର୍ଥନ ପାଇ ଆମେ ଜାଣି ଆନନ୍ଦିତ ଓ ଏହି ଗୁରୁତର ପରିସ୍ଥିତିକୁ ବୁଝି ନିଆଯାଇଥିବା ଏହି ସଠିକ୍ ପଦକ୍ଷେପରେ ଏହି ଚଳଚ୍ଚିତ୍ରର କଳାକାରମାନେ, ଦର୍ଶକ ଏବଂ ଥିଏଟର ମାଲିକମାନଙ୍କୁ ଆମକୁ ସମର୍ଥନ କରିଥିବାରୁ ଆମେ ଧନ୍ୟବାଦ ଦେଉଛୁ ଏବଂ ଚଳଚ୍ଚିତ୍ର ରିଲିଜକୁ ବିଳମ୍ବ କରିବାକୁ ଆମେ ଚିନ୍ତା କରିଛୁ।

ଏଥିସହ, “ଆମେ ‘ପୀଡିତଙ୍କ ପରିବାରକୁ ସହାୟତା କରିବା ପାଇଁ ଏକ ପ୍ରତିଶ୍ରୁତି ଦେଉଛୁ ଯେ ‘ଲଭ୍ ଇନ୍ ଲଣ୍ଡନ’ ଫିଲ୍ମର ପ୍ରଯୋଜକ ଲାଭାଷଂ ଅର୍ଥର ୧୦ ଭାଗ ଓଡିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଇ ଏହି ଦୁଃଖଦ ଘଟଣାରେ ସହଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ।  ଆମର ଆତ୍ମବିଶ୍ୱାସ ଏବଂ ଆଶା ଯେ ଏହି ଅବଦାନ ଦୁର୍ଘଟଣା ଦ୍ୱାରା ପ୍ରଭାବିତ ଲୋକଙ୍କ ଆରୋଗ୍ୟ ଏବଂ ପୁନରୁଦ୍ଧାର ପ୍ରକ୍ରିୟାରେ କିଛି ସାହାଯ୍ୟ ଏବଂ ସହାୟତା ପ୍ରଦାନ କରିବ,” ଫିଲ୍ମର ନିର୍ମାତା ନବୀନ ଭଣ୍ଡାରୀ ଓ ଜେ. ବର୍ଖା କହିଛନ୍ତି।

ଆମର ଚିନ୍ତାଧାରା ଏବଂ ପ୍ରାର୍ଥନା ପୀଡିତ, ସେମାନଙ୍କ ପରିବାର ଏବଂ ଏହି ଦୁର୍ଭାଗ୍ୟଜନକ ଘଟଣା ଦ୍ୱାରା ପ୍ରଭାବିତ ସମସ୍ତଙ୍କ ସହିତ ଅଛି। ଏହି କଠିନ ସମୟରେ ଆମେ ସମସ୍ତଙ୍କ ସହ ସହିତ ଏକତା ରେ ଛିଡ଼ା ହୋଇଛୁ ବୋଲି ‘ଲଭ୍ ଇନ୍ ଲଣ୍ଡନ’ର ଟିମ୍ କହିଛି।

ସାମ୍ବାଦିକ ସମ୍ମିଳନୀରେ ଅଭିନେତା ଅନୁଭବ ମହାନ୍ତି ,ଅଭିନେତ୍ରୀ ସ୍ବପ୍ନା ପ୍ରିୟଦର୍ଶିନୀ, ର୍ଦ୍ଦେଶକ ତାପସ ସରଘରିଆ, ଆମର ମ୍ୟୁଜିକର ଓଡିଶା ମୁଖ୍ୟ ଦେବାଶିଷ ପଣ୍ଡା, ଲଭ୍ ଇନ୍‌ ଲଣ୍ଡନ୍ ର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

‘ଲଭ୍ ଇନ୍ ଲଣ୍ଡନ’ର ମ୍ୟୁଜିକ ରିଲିଜ, ଏଥର ରଜ ସୁପରଷ୍ଟାର ଅନୁଭବ ସହ

ଭୁବନେଶ୍ଵର: ବହୁ ପ୍ରତୀକ୍ଷିତ ‘ଲଭ୍ ଇନ୍ ଲଣ୍ଡନ’ର ସଙ୍ଗୀତ ଲୋକାର୍ପଣ ଭୁବନେଶ୍ବରସ୍ଥିତ ଏସପ୍ଲାନେଡ୍ ପରିସରରେ ବର୍ଣାଢ୍ୟ ପରିଵେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସୁପରଷ୍ଟାର ଅନୁଭବ ମହାନ୍ତି, ହିରୋଇନ ସ୍ୱପ୍ନା ପ୍ରିୟଦର୍ଶିନୀ, ନିର୍ଦ୍ଦେଶକ ତାପସ ସରଘରିଆ, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, ପ୍ରଯୋଜକ ତଥା ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଯୋଜକ ତଥା ନିର୍ଦ୍ଦେଶକ ସବ୍ୟସାଚ୍ଚି ମହାପାତ୍ର, ପ୍ରଯୋଜକ ଟୁଟୁ ନାୟକ, ଡେଲିଭରି ବୟ ର ପ୍ରଯୋଜକ ଜ୍ୟୋତି ରଞ୍ଜନ ମହାନ୍ତି, ଗ୍ଲାମର ୭୭ ର ନିର୍ଦ୍ଦେଶକ ସଞ୍ଜୟ, ମହାକୁଡ଼, ଏଥିପୂର୍ବରୁ ଅନୁଭବ ମହାନ୍ତି ଏବଂ ସ୍ୱପ୍ନା ପ୍ରିୟଦର୍ଶିନୀଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ଲଭ୍ ଇନ୍ ଲଣ୍ଡନ’ର ଟ୍ରେଲର ଆମର ମ୍ୟୁଜିକ ଅଫିସିଆଲ ୟୁଟିଉବ ଚ୍ଯାନେଲରେ ରିଲିଜ୍ ହୋଇ ବେଶ୍ ଲୋକପ୍ରିୟତା ହାସଲ କରି ସାରିଛି। ଆସନ୍ତା ଜୁନ ୧୪ ରଜ ଅବସରରେ ଫିଲ୍ମ ଲଭ୍ ଇନ୍ ଲଣ୍ଡନ୍ ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ଦିଆଯାଇଛି। ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଫିଲ୍ମରେ ଅଛି ପ୍ରେମ, ରୋମାନ୍ସ, ସୁସପେନ୍ସ ଓ ଫାଇଟ୍ ଯାହା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିବ।

ଜେ.ବି. ଫିଲ୍ମ୍ସ ଓ ଆମରା ମ୍ୟୁଜିକ ବ୍ୟାନର ରେ, ନବୀନ ଭଣ୍ଡାରି ଓ ଜେ. ବର୍ଖା ପ୍ରଯୋଜିତ ଏହି ଭିନ୍ନ ଧରଣର ରୋମାଣ୍ଟିକ ଫିଲ୍ମ, ‘ଲଭ ଇନ୍ ଲଣ୍ଡନ’ରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ନବାଗତା ସ୍ୱପ୍ନା ପ୍ରିୟଦର୍ଶିନୀ। ଏହାର ଅନ୍ୟତମ ନାୟିକା ହେଲେ ସୌମ୍ୟା ସଚ୍ଚଦେବ । ତାପସ ସରଘରିଆ ନିଜେ ଫିଲ୍ମର କାହାଣୀ ଲେଖିଥିବା ବେଳେ ଚିତ୍ରନାଟ୍ୟ ଲେଖିଛନ୍ତି ସୁରେଶ ପଟ୍ଟନାୟକ ଏବଂ ଅନ୍ତର୍ଯ୍ୟାମୀ ସରଘରିଆ ସଂଳାପ ରଚନା କରିଛନ୍ତି। ଗୀତର ସ୍ବର ସଜାଇଛନ୍ତି ବୈଦ୍ୟନାଥ ଦାଶ, ଅସଦ ନିଜାମ ଓ ସୋମେଶ ଶତପଥୀ।

ଫିଲ୍ମର ଫାଷ୍ଟ ପୋଷ୍ଟର ମଧ୍ୟ ସୋସିଆଲ ମିଡିଆରେ ଚହଳ ପକାଇଥିଲା ଏଥିରେ ନଜର ଆସିଥିଲା ଅନୁଭବଙ୍କ ଏକ ଲିପକିସ୍ ସିନ୍। ଫିଲ୍ମର ପ୍ରଚାର ଓ ପ୍ରସାର ଦାୟିତ୍ବରେ ଥିବା ମିଡ଼ିଆ ପ୍ଲାନର୍ ମୁଖ୍ୟ ପ୍ରଣୟ ଜେଠୀ କହିଛନ୍ତି କି ଏହି ଫିଲ୍ମର ଖାସ କଥା, ଫିଲ୍ମର ସୁଟିଂ ଲଣ୍ଡନରେ ଓ ବାରିପଦାରେ ହୋଇଥିବା ବେଳେ ଓଲିଉଡ ର ଭାଇଜାନ ୨୦୧୯ ପରେ ପୁଣି ଥରେ ଏହି ଫିଲ୍ମ ମାଧ୍ୟମରେ ବଡ଼ ପରଦାକୁ କମ୍ ବ୍ୟାକ୍ କରୁଥିବାରୁ ‘ଲଭ ଇନ୍ ଲଣ୍ଡନ’ ଓଡ଼ିଶାରେ ଏଇ ବର୍ଷର ସବୁଠାରୁ ବଡ଼ ହିଟ୍ ନିଶ୍ଚୟ ହେବ।