Categories
ଆଜିର ଖବର ରାଜ୍ୟ ଖବର

କଳିଙ୍ଗ ଆର୍ଟ ଗ୍ୟାଲେରୀରେ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ

ଭୂବନେଶ୍ୱର: ଧଉଳି ଚାରୁକଳା ମହାବିଦ୍ୟାଳୟର ବାର୍ଷିକ ପ୍ରଦର୍ଶନୀ- ୨୦୨୩ ଓଡିଶା ଲଳିତ କଳା ଏକାଡେମୀର ରାଜ୍ୟ ସଂଗ୍ରାହାଳୟ ପରିସରରେ ଥିବା କଳିଙ୍ଗ ଆର୍ଟ ଗ୍ୟାଲେରୀରେ ଅତିଥି ମାନଙ୍କ କରକମଳ ରେ ଉଦ୍ଦଘାଟିତ ହୋଇ ଯାଇଛି। ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ରୂପେ ଧର୍ମପଦ ପୁରସ୍କାର ପ୍ରାପ୍ତ ଶୀଳ୍ପୀ ମାହେନ୍ଦ୍ର ପ୍ରସାଦ ମହାପାତ୍ର, ସମ୍ମାନୀତ ଅତିଥି ରୂପେ ଓଡିଶା ଲଳିତ କଳା ଏକାଡେମୀର ପୂର୍ବତନ ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ, ଓଡିଶା ଲଳିତ କଳା ଏକାଡେମୀର ସଚିବ ତଥା ଚିତ୍ର ଶିଳ୍ପୀ ଡ଼ଃ. ପଞ୍ଚାନନ ସାମଲ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ସ୍ନାତକତ୍ତୋର ବିଭାଗର ମୁଖ୍ୟ ଡ଼ଃ. ଚକ୍ରଧର ବେହେରା ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଦଘାଟନ କରିଥିଲେ।

ଅତିଥି ମାନେ ଛାତ୍ର, ଛାତ୍ରୀ ମାନଙ୍କ ଦ୍ୱାରା ଅଙ୍କିତ ଚିତ୍ର କଳା ଗୁଡ଼ିକୁ ବୁଲି ଦେଖିବା ସହ ଏହାର ଭୂୟସୀ ପ୍ରଶଂସା କରି ଥିଲେ। ପ୍ରତ୍ତେକ ଶଳ୍ପୀ ଛାତ୍ର, ଛାତ୍ରୀ ଆଗାମୀ ଦିନରେ ଜଣେ ଜଣେ ପ୍ରତିଷ୍ଠିତ ଚିତ୍ରକର ହୁଅନ୍ତୁ ବୋଲି ଅତିଥି ମାନେ ମତ ପ୍ରକାଶ କରିବା ସହ ଶଳ୍ପୀଙ୍କ ସୃଜନ ଶୀଳ କଳା କୃତି ସମାଜକୁ ଉଦବୁଦ୍ଧ କରିଥାଏ ବୋଲି କହିଥିଲେ।

ପ୍ରଦର୍ଶନୀ ଅବସରରେ ମହାବିଦ୍ୟାଳୟର କୃତି ଛାତ୍ରୀ ସୋଫିଆ ୟାସମିନ୍ ଓ ଛାତ୍ର ସୁବ୍ରତ କୁମାର ମୁଦୁଲିଙ୍କୁ ଅଧୀର କୁମାର ଜେନା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରରେ ଯାତୀୟ ଲଳିତ କଳା ଏକାଡେମି ପୁରଷ୍କାର ପାଇଁ ମନୋନୀତ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ନରୋତ୍ତମ ଦାସ ଙ୍କୁ କଳାକ୍ଷେତ୍ର ରେ ସଫଳତା ପାଇଁ ସମ୍ବର୍ଦ୍ଧିତ କରା ଯାଇଥିଲା।

ଏହି ପ୍ରଦର୍ଶନୀରେ ୫୦ଟି ଏକ୍ରେଲିକ ଚିତ୍ର, ୧୫ ଟି ଭାସ୍କର୍ଯ୍ୟ କଳା, ୧୨ଟିଡ୍ରଇଁ, ୮ଟ ିମୁଦ୍ରଣ କଳା, ୧୨ଟି ପାରମ୍ପାରିକ କଳା, ୧୯ଟି ଜଳ ରଂଗ ଚିତ୍ର ଓ ୬ଟି ବ୍ୟବହାରିକ କଳା ପ୍ରଦର୍ଶୀତ ହୋଇ ଅଛି। ପ୍ରାରମ୍ଭରେ ଅଧ୍ୟକ୍ଷ ଚନ୍ଦନ କୁମାର ସାମଲ ଓ ସମ୍ପାଦକ ରବିଶଙ୍କର ଦାସ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ମହାବିଦ୍ୟଳ୍ୟର କାର୍ଯ୍ୟକାରୀ ସଭାପତି ଡ଼. ହ୍‌ୃଷିକେଶ ମିଶ୍ର କର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ। ଏହିଅବସରରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ବହୁ ଚିତ୍ର ଶିଳ୍ପୀ ଓ କଳାନୁରାଗୀ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କ କଳାକୃତି କୁ ବୁଲି ଦେଖିଥିଲେ।

ଏହି ପ୍ରଦର୍ଶନୀ ଆସନ୍ତା ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ।

Categories
ଆଜିର ଖବର ରାଜ୍ୟ ଖବର

ଡ. ଦିନନାଥ ପାଠୀ ରାଜ୍ୟର ଚିତ୍ରଶିଳ୍ପ କ୍ଷେତ୍ରରେ ଉଜ୍ଜ୍ୱଳ ଜ୍ୟୋତିଷ୍କ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ଚିତ୍ରଶିଳ୍ପୀ କେନ୍ଦ୍ର ଲଳିତ କଳା ଏକାଡେମୀର ପୂର୍ବତନ ସଭାପତି ତଥା ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ଦିନନାଥ ପାଠୀଙ୍କ ୮୧ତମ ଜୟନ୍ତୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ବିଭୂତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଆନୁକୂଲ୍ୟରେ ଗତକାଲି ପ୍ରତୁ୍ୟଷରେ ପାଳିତ ହୋଇଛି। ମହାବିଦ୍ୟାଳୟ ପରିସରସ୍ଥ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଭକ୍ତିପୂର୍ଣ୍ଣ ପରିବେଶରେ ପୁଷ୍ପମାଲ୍ୟ ପ୍ରଦାନ ସହ ଦୀପଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ଅଧ୍ୟାପକ ଡ. ରଙ୍ଗାଧର ସାହୁ, ରମେଶ ଚନ୍ଦ୍ର ପାତାଳସିଂହ, ପୂର୍ବତନ ଅଧ୍ୟକ୍ଷ ଜୟନ୍ତ କୁମାର ଦାସ, ରାମହରି ଜେନା, ପ୍ରବୀର ମହାନ୍ତି, ରାଜକୁମାର ସୁବୁଦ୍ଧି, ଖଲ୍ଲିକୋଟ ଚାରୁକଳା ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବ୍ରତ ମଲ୍ଲିକ, ମୀନକେତନ ପାଢ଼ୀ, ଗିରିଜା ଶଙ୍କର ମହାପାତ୍ର, ପ୍ରଦୀପ କୁମାର ପାତ୍ର ପ୍ରମୁଖ ଯୋଗଦେଇଥିବାବେଳେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ ଆଭାସୀ ମାଧ୍ୟମରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ୱର୍ଗତ ଡ. ପାଠୀଙ୍କ ସ୍ମୃତିଚାରଣ କରିଥିଲେ।

ଶ୍ରୀ ରାଉତରାଏ ନିଜ ବକ୍ତବ୍ୟରେ ବିଭୂତି କାନୁନ୍‌ଗୋ ଚାରୁକଳା ମହାବିଦ୍ୟାଳୟ ସହିତ ରାଜ୍ୟର ସମସ୍ତ ଚାରୁକଳା ମହାବିଦ୍ୟାଳୟର ଶିକ୍ଷା ଭିତ୍ତିଭୂମି ଉନ୍ନୟନ କରିବା ସହିତ ବିଦ୍ୟାର୍ଥୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ସେମାନଙ୍କୁ ଭବିଷ୍ୟତରେ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ପାଇଁ ଅଧ୍ୟାପକ ମଣ୍ଡଳୀ ଦୃଷ୍ଟି ଦେବାକୁ ଆହ୍ୱାନ ଦେଇଥିଲେ।

ବିଦ୍ୟାର୍ଥୀମାନେ ଡ. ପାଠୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମର୍ପିତ ଭାବରେ ଶିକ୍ଷାଲାଭ କରି ନିଜକୁ ଭବିଷ୍ୟତରେ ଜଣେ ସଫଳ ଚିତ୍ରଶିଳ୍ପୀ ଓ ଭାସ୍କର୍ଯ୍ୟ ଶିଳ୍ପୀ ଭାବରେ ପରିଣତ କରି ରାଜ୍ୟର ମର୍ଯ୍ୟାଦା ବୃଦ୍ଧି ପାଇଁ ଉଦ୍ୟମ କରିବେ ବୋଲି ସେ ଆହ୍ୱାନ ଜଣାଇଥିଲେ। କଲେଜ ଅଧ୍ୟକ୍ଷ ଗଜେନ୍ଦ୍ର କୁମାର ପାଢ଼ୀ ସ୍ୱାଗତ ଜଣାଇଥିବାବେଳେ ଚୌଧୁରୀ ଆଶିଷ ଶରଣ ପରିଚୟ ପ୍ରଦାନ କରିଥିଲେ।

ଏହି ଅବସରରେ ବିଧାୟକ ପ୍ରଫୁଲ୍ଲ ସାମଲ, ଡ. ରଙ୍ଗାଧର ସାହୁ, ରମେଶ ଚନ୍ଦ୍ର ପାତାଳସିଂହ, ଜୟନ୍ତ କୁମାର ଦାସ, ରାମହରି ଜେନା, ସୁବ୍ରତ ମଲ୍ଲିକ ପ୍ରମୁଖଙ୍କୁ ଡ. ଦିନନାଥ ପାଠୀ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଚନ୍ଦ୍ରଶେଖର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ୪୦ ତମ ରାଜ୍ୟ ଚାରୁକଳା ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ଵର: ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଆୟୋଜିତ ୪୦ ତମ ରାଜ୍ୟ ଚାରୁକଳା ପ୍ରଦର୍ଶନୀ ରାଜ୍ୟ ସଂଗ୍ରହାଳୟ ପରିସରରେ ଥିବା କଳିଙ୍ଗ ଆର୍ଟ ଗ୍ୟାଲେରୀ ଠାରେ ଅନୁଷ୍ଠିତ ହେଉଛି। ଆଜି ଏହି ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସୂଚନା ଆୟୁକ୍ତ ଦିଲ୍ଲୀପ କୁମାର ବିଶୋଇ ଯୋଗଦେଇ ଉଦଘାଟନ ପୂର୍ବକ ଶିଳ୍ପୀମାନଙ୍କ ସୃଜନଶୀଳ ଚିତ୍ର ଓ ଭାସ୍କର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ।

ସମ୍ମାନିତ ଅତିଥି ରୂପେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି  ବିଭାଗର ନିର୍ଦ୍ଦେଶକ ତଥା ସ୍ଵତନ୍ତ୍ର ଶାସନ ସଚିବ ରଞ୍ଜନ କୁମାର ଦାସ ଓ ଧର୍ମପଦ ପୁରସ୍କାର ପ୍ରାପ୍ତ ବରିଷ୍ଠ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନଗୋ ପ୍ରମୁଖ ଶିଳ୍ପୀମାନଙ୍କ କଳାକୃତି ବୁଲି ଦେଖିବା ସହ ସାମ୍ପ୍ରତିକ କଳାକୃତିଗୁଡିକ ସମୟପୋଯୋଗୀ ହୋଇଥିବା ପ୍ରକାଶ କରିଥିଲେ।

ଏହି ଅବସରରେ କଳାକୃତିଗୁଡିକର ଏକ ରଙ୍ଗୀନ କ୍ୟାଟଲଗ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ପ୍ରଦର୍ଶନୀରେ ୪୦ ତମ ରାଜ୍ୟ ପୁରସ୍କାରରେ ପୁରସ୍କୃତ କଳାକୃତି ଗୁଡିକ ପ୍ରଦର୍ଶିତ ହେବା ସହ ଚିତ୍ରକଳାରେ ୧୦୧ ଟି, ଭାସ୍କର୍ଯ୍ୟ କଳାରେ ୩୦ ଟି, ମୁଦ୍ରଣ କଳାରେ ୧୮ ଟି ଓ ପାରମ୍ପରିକ କଳାରେ ୧୫ ଟି ଚିତ୍ର ପ୍ରଦର୍ଶିତ ହୋଇଛି।

ଉଦଘାଟନ ଉତ୍ସବ ଅବସରରେ ଏକାଡେମୀ କାର୍ଯ୍ୟକାରୀ ସମିତିର ସଦସ୍ୟ ତଥା ବରିଷ୍ଠ ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ, ବହୁ ବରିଷ୍ଠ ଶିଳ୍ପୀ, ଛାତ୍ର ଛାତ୍ରୀ ତଥା କଳାନୁରାଗୀ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏକାଡେମୀର ସଚିବ ପଞ୍ଚାନନ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ପ୍ରଦର୍ଶନୀ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଚାଲିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଚିତ୍ରକଳା ଶିବିର ଉଦ୍‌ଘାଟିତ, ୩୫ଜଣ ଶିଳ୍ପୀ ଆଙ୍କିବେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀଙ୍କ ଚିତ୍ର

ଭୁବନେଶ୍ୱର : ଲଳିତ କଳା ଏକାଡ଼େମୀ ନୂଆଦିଲ୍ଲୀର ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱର ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ବୁଦ୍ଧ ମନ୍ଦିର ପରିସରରେ ଏକ ଚିତ୍ରକଳା ଶିବିର ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଓ ଆଜାଦୀର ଅମୃତ ଉତ୍ସବ ପାଳନ ଅବସରରେ ଭାରତର ସ୍ୱାଧୀନତା ପାଇଁ ଯେଉଁ ସଂଗ୍ରାମୀ ମାନଙ୍କର ଅତୁଳନୀୟ ଭୂମିକା ରହିଛି, ସେହି ମହାନାୟକ ମାନଙ୍କର ପ୍ରତିକୃତି ଓ ତାଙ୍କର ଘଟଣା ସମ୍ବନ୍ଧୀୟ ଚିତ୍ରକଳାକୁ ୫ ଦିନ ଧରି ଘରେ ରହି ଅଙ୍କନ କରିବେ ଚିତ୍ରଶିଳ୍ପୀମାନେ।

ଶିବିରକୁ ମୁଖ୍ୟ ଅତିଥି ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ପରାମର୍ଶଦାତା ଏସ.ସି. ବର୍ମା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ।  ଲଳିତ କଳା ଏକାଡ଼େମୀର ସଚିବ ରାମକୃଷ୍ଣ ବେଦାଲା, ଲଳିତ କଳା ଏକାଡ଼େମୀର ସଭ୍ୟ ତଥା ଶିବିର ସଂଯୋଜଗ ବଳଦେବ ପ୍ରସାଦ ମହାରଥା, ଚିତ୍ରଶିଳ୍ପୀ ତାରାକାନ୍ତ ପରିଡ଼ା, ପଞ୍ଚାନନ ସାମଲ, ସତ୍ୟଭାମା ମାଝୀ, ରବି ନାରାୟଣ ରଥ, ସଞ୍ଜୟ କେତନ ଚୌଧୁରୀ, ବି ପଣ୍ଡା, ରାଜକିଶୋର ମହାରଣା, ଜନାର୍ଦ୍ଦନ ପରମଗୁରୁ ଯୋଗଦେଇଛନ୍ତି।

ସେହିପରି ରାଜେନ୍ଦ୍ର ନାରାୟଣ ସାହୁ, ଭବାନୀ ଶଙ୍କର ଦାସ, ସ୍ଥିତଧୀ ରଥ, ଧର୍ମପଦ ବିଶ୍ୱାଳ, ବିଶ୍ୱମୋହନ ରଥ, ପ୍ରଦୀପ କୁମାର ପାଣ୍ଡେ, ଲିପିଶ୍ରୀ ନାୟକ, ନିତ୍ୟାନନ୍ଦ ସାହୁ, ସୌରଭ ରାୟ, ମନୋରଞ୍ଜନ ମହାପାତ୍ର, ଲକ୍ଷ୍ମଣ ନାୟକ, ଛତ୍ରପତି ବିଶ୍ୱାଳ, ସଞ୍ଜୟ ପଟ୍ଟନାୟକ, ସନ୍ତୋଷ ମହାରଣା, ମମତା ସାମନ୍ତରାୟ, ମଳୟ ରଞ୍ଜନ ମହନ୍ତ, ଜ୍ୟୋର୍ତିଦେବ ସିଂ, ଅସିତ କୁମାର ସାମଲ, ଦ୍ୱିତୀକୃଷ୍ଣ ବରାଳ, ଶଶିକାନ୍ତ ରାଉତ, ସମରେନ୍ଦ୍ର ରାଉତରାୟ, ବସନ୍ତ ମହାରଣା, ସଜନ ସ୍ୱାଇଁ, ସୁଜିତ ସ୍ୱାଇଁ, ସୁରଥ ଚୌଧୁରୀ, ପ୍ରିୟଦର୍ଶିନୀ ମହାନ୍ତି ଓ ବିଜୟ କୁମାର ମଲ୍ଲିକ ପ୍ରମୁଖ ୩୫ଜର ଶିଳ୍ପୀ ଏହି ଚିତ୍ରକଳା ଶିବିରରେ ଅଂଶଗ୍ରହଣ କରିଛନ୍ତି ।

ଆସନ୍ତା ଜୁଲାଇ ୨୫ ଓ ୨୬ ତାରିଖ ଦୁଇଦିନ ଧରି ରବୀନ୍ଦ୍ର ମଣ୍ଡପଠାରେ କଳିଙ୍ଗ ଉତ୍ସବ ପାଳନ ଅବସରରେ ଶିଳ୍ପୀମାନଙ୍କ ସ୍ୱକୀୟ ଚିତ୍ରକଳା ଗୁଡ଼ିକର ପ୍ରଦର୍ଶନୀ ଜନସାଧାରଣଙ୍କ ପାଇଁ ଖୋଲା ରହିବ। ରାଜଧାନୀ ଉତ୍ସବରେ ୩୫ଜଣ ଶିଳ୍ପୀଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ଏକାଡ଼େମୀ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ନାରୀ ଶିଳ୍ପୀ ସତ୍ୟଭାମା ମାଝୀ ସଞ୍ଚାଳନ କରିଥିଲେ।