ଭୁବନେଶ୍ବର: ସତ୍ୟଭାମା ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲାଡ୍ଡୋ-ମାଟିର ମଣିଷ’ର ଗ୍ରାଣ୍ଡ୍ ମହୁରତ ଅନୁଷ୍ଠିତ ହୋଇଯାଇଛି। ପଟିଆସ୍ଥିତ ସାଇ ମନ୍ଦିର ପରିସରରେ ଆୟୋଜିତ ଏହି ମହୁରତ ପର୍ବର ଅତିଥି ଇ. ଦୁଷ୍ମନ୍ତ କୁମାର ସ୍ୱାଇଁ, ବିଧାୟକ ଖଣ୍ଡପଡା, ଜଗନ୍ନାଥ ପ୍ରଧାନ, ପ୍ରକାଶ କୁମାର ପଣ୍ଡା ଓ ଯଜ୍ଞାଶିଷ ମହାପାତ୍ର ମହୁରତ କ୍ଲାପ ଦେଇ ଚଳଚ୍ଚିତ୍ରର ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଚଳଚ୍ଚିତ୍ରର କଳାକାର ଓ ଟେକ୍ନିସିଆନଙ୍କ ସମେତ ଇଣ୍ଡଷ୍ଟ୍ରି ସହ ସମ୍ପୃକ୍ତ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।
‘ଲାଡ୍ଡେ।’ କେବଳ ଏକ ମନୋରଞ୍ଜନ ଧର୍ମୀ ସିନେମା ନୁହେଁ। ଏଥିରେ ସମାଜ ପାଇଁ ବାର୍ତ୍ତା ବି ରହିଛି । ପ୍ରକୃତିକୁ ରକ୍ଷା ପାଇଁ ଜଣେ ପ୍ରକୃତିର ସନ୍ତାନ ବା ମାଟିର ମଣିଷ କେଉଁ ପର୍ଯ୍ୟାୟକୁ ଯାଇପାରେ ତାର ନଜିର ଏଥିରେ ଦେଖିବାକୁ ମିଳିବ। ଚଳଚ୍ଚିତ୍ରର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି ଶୁଭମ ସାଗର। ନିର୍ଦ୍ଦେଶନା ଦେଇଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଆଗ ଧାଡ଼ିର ଓ ସଫଳ ନିର୍ଦ୍ଦେଶକ ସନ୍ତୋଷ ବିଶ୍ୱାଳ।
ବିଜୟ ରାଉଳ ସଂଳାପ ଲେଖିଥିଲା ବେଳେ ଏଥିରେ ସଙ୍ଗୀତ ଦେଇଛନ୍ତି ସୋମେଶ ଶତପଥୀ। ଡ. ନିର୍ମଳ ନାୟକ ଓ ଜେପି ୱାର୍ଡସ୍ମିଥଙ୍କ ଗୀତରେ କଣ୍ଠଦାନ କରିଛନ୍ତି କୁଲଦୀପ, ଅନନ୍ୟା ଶ୍ରୀତମ ନନ୍ଦ, ଗୌରବ ଆନନ୍ଦ, ଅସୀମା ପଣ୍ଡା ଓ ମଣ୍ଟୁ ଛୁରିଆ। ନୃତ୍ୟ ନିର୍ଦ୍ଦେଶନାରେ ଅଛନ୍ତି ବିଦୁ ସାର। କଳାରେ ଅଜୟ ସୁତାର, ପୋଷାକରେ ବାବୁଲି ଓ ମେକଅପରେ ସମରେଶ ପାଲ ନିଜ ନିଜର ଦାୟିତ୍ୱ ନିର୍ବାହ କରିବେ। କ୍ରି୍ଏଟିଭ ହେଡ ଓ ପ୍ରଚାର ମୁଖ୍ୟ ରହିଛନ୍ତି ହରପ୍ରସାଦ ମହାପାତ୍ର।
ନାୟକ ଭୂମିକାରେ ନଜର ଆସିବେ ଶୁଭମ ସାଗର, ଆଉ ମୁଖ୍ୟ ଖଳନାୟକ ଭୂମିକାରେ ସୁଶାନ୍ତ କୁମାର ନାୟକ। ଅନ୍ୟାନ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ଅର୍ଲିନ ଅଙ୍କିତା, ଅଶ୍ରୁ୍ମୋଚନ ମହାନ୍ତି, ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ସ୍ମିତା ମହାନ୍ତି, କେକେ, ଉଦିତ ଗୁରୁ, ରାଜଶ୍ରୀ, ଯୋଗେଶ ଜୋଜୋ ଓ ଅର୍ପଣ ମିଶ୍ର। ଶୀର୍ଷକରୁ ଏହା ଏକ ଭିନ୍ନ ଧରଣର ଛବି ବୋଲି ଜଣାପଡୁଛି, ଯାହା ଦର୍ଶକଙ୍କୁ ନିଶ୍ଚୟ ପସନ୍ଦ ଆସିବ। ଏହା ଏକ ବ୍ୟୟ ବହୁଳ ସିନେମା ହୋଇଥିବା ବେଳେ କୌଣସିଥିରେ ଉଣା କରାଯିବନି ବୋଲି ଏହାର ନିର୍ଦ୍ଦେଶକ କହିଛନ୍ତି। ପରିଶେଷରେ ଯେଉଁ ମାନେ ଯୋଗ ଦେଇଥିଲେ ସମସ୍ତଙ୍କୁ ଉତ୍ତରୀୟ ଓ ଚାରା ଗଛ ଦେଇ ସମ୍ମାନିତ କରାଯାଇଥିଲା।