Categories
ଆଞ୍ଚଳିକ

ଖଣ୍ଡିଆନଇ ପଞ୍ଚାୟତରେ ମିଥ୍ୟା ବିଲ୍ ହୋଇଥିବା ନେଇ ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଖଣ୍ଡିଆନଇ ପଞ୍ଚାୟତର ଗେଞ୍ଜରାପଲି ଗ୍ରାମରେ ଥିବା ଗୋଦରାବନ୍ଧରେ କିଛି କାର୍ଯ୍ୟ ନ କରାଯାଇ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ମିଥ୍ୟା ବିଲ ହୋଇଥିବା ନେଇ ଗ୍ରାମବାସୀ ମାନେ ଗଞ୍ଜାମ ଜିଲ୍ଲାପାଳ, ଭିଜିଲାନ୍ସ ବିଭାଗ ଏବଂ ବେଗୁନିଆପଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିବା ନେଇ ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଉକ୍ତ ପୋଖରି କାର୍ଯ୍ୟ ନ ହୋଇ ବିଭାଗୀୟ ଅଧିକାରୀ ମାନେ ମିଥ୍ୟା ବିଲ କରିଛନ୍ତି। ଏ ନେଇ ତଦନ୍ତ କରିବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି।

ଏହାର ସତ୍ୟାସତ୍ୟ ଜାଣିବା ପାଇଁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏବଂ ଗ୍ରାମ ରୋଜଗାର ସେବକ ଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବପର ହୋଇ ପାରିନାହିଁ। ଦେଖାଯାଉ ଆଗକୁ କଣ ହେଉଛି ତାହା ଦେଖବାକୁ ବାକି ରହିଲା।

ବାସ୍ତବରେ ଗ୍ରାମବାସୀଙ୍କ ଅଭିଯୋଗ ସତ୍ୟତା ନା କିଛି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ତାହା ତଦନ୍ତ ସାପେକ୍ଷ ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସ୍ତ୍ରୀ ନିଖୋଜ ମାମଲା: ଥାନାରେ ଲିଖିତ ଅଭିଯୋଗ କଲେ ସ୍ବାମୀ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବୁଗୁଡ଼ା ଥାନା ଅନ୍ତର୍ଗତ ବେତାରସିଂ ଗ୍ରାମର କୃଷ୍ଣ ଚନ୍ଦ୍ର ନାଇକ ସକାଳୁ ଦଣ୍ଡନାଚ ଦେଖି ଘରକୁ ଫେରିବା ବେଳକୁ ଘରେ ସ୍ତ୍ରୀ ସୁଦଷ୍ଣା ନାଇକ ନଥିବା ଜାଣିବାକୁ ପାଇଥିଲେ। କିନ୍ତୁ ଘରେ ଶଳା ଓ ଶାଶୁ ଥିଲେ ମଧ୍ୟ ସେମାନେ ଜାଣି ନାହାନ୍ତି ବୋଲି କହିଥିଲେ। ଏହା ପରେ କୃଷ୍ଣ ବହୁ ଅଞ୍ଚଳ ଖୋଜିବା ପରେ ସ୍ତ୍ରୀଙ୍କୁ ନପାଇବାରୁ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ।

ଥାନା ଅତିରିକ୍ତ ଭାରପ୍ରାପ୍ତ ଅଧିକାରୀ ସର୍ମିଷ୍ଠା ପ୍ରଧାନ ଏତଲା ଗ୍ରହଣ କରି ମାମଲା ନଂ ୧୨/୨୩ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗିରଫ ହେଲେ ସାମ୍ବାଦିକ: ଫେରାର ଥିବା ଅପରପକ୍ଷଙ୍କୁ ଖୋଜୁଛି ବାଣପୁର ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ବିଗତ ଦିନରେ ଖୋର୍ଦ୍ଧା ଜିଲ୍ଲା ବାଣପୁରର ୯ ନମ୍ବର ୱାର୍ଡ ଟୀକାକେନ୍ଦ୍ରରେ ଅବ୍ୟବସ୍ଥା ନେଇ ଜଣେ ୱେବ ସାମ୍ବାଦିକ ଖବର ସଂଗ୍ରହ ପାଇଁ ଯାଇଥିଲେ। ହେଲେ ସେଠାରେ କେତେଜଣ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏନେଇ ସାମ୍ବାଦିକଜଣଙ୍କ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅନୁରୂପ ଭାବେ ଉକ୍ତ ସାମ୍ବାଦିକଙ୍କ ନାମରେ ମଧ୍ୟ ବାଣପୁର ଥାନାରେ ସଙ୍ଗୀନ ଅଭିଯୋଗ ହୋଇଥିଲା। ଟୀକାକେନ୍ଦ୍ରରେ ୫୦ ଟଙ୍କା ବଟି ମାଗିବା ଏବଂ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଅପରପକ୍ଷ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ପୋଲିସ ଉଭୟ ପକ୍ଷର ଦୁଇ ଗୋଟି ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବାବେଳେ ଆଜି ଜନୈକ ୱେବ ସାମ୍ବାଦିକଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ। ସେହିପରି ଭାବେ ସାମ୍ବାଦିକ ଦେଇଥିବା ଏତଲାର ଅଭିଯୁକ୍ତ ମାନେ ଗିରଫ ଭୟରେ ଫେରାର ହୋଇଯାଇଥିବାବେଳେ ଖୁବ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ବାଣପୁର ଥାନାଧିକାରୀ ରଶ୍ମି ରଞ୍ଜନ ସାହୁ ସୂଚନା ଦେଇଛନ୍ତି।

ତେବେ ଟୀକାକେନ୍ଦ୍ରରେ ଚାଲିଥିବା ଅନିୟମିତତାକୁ ସାମ୍ବାଦିକ ବିରୋଧ କରିଥିବାରୁ ଆକ୍ରୋଶମୂଳକ ଭାବେ ମିଥ୍ୟା ମାମଲାରେ ତାଙ୍କୁ ଫସାଇ ଦିଆଯାଇଥିବାର ସେ ଅଭିଯୋଗ କରୁଥିବା ବେଳେ ପ୍ରଶାସନର ଟାଳ ଟୁଳ ନୀତି ସମଗ୍ର ଅଞ୍ଚଳରେ ବିଭ୍ରାନ୍ତି ସୃଷ୍ଟି କରିଛି। ତେଣୁ ଅଭିଯୁକ୍ତ ପ୍ରତି ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।