Categories
ଆଜିର ଖବର ଜାତୀୟ ଖବର

ବାବା ରାମଦେବଙ୍କ ବୟାନକୁ ନେଇ ବଢୁଛି ବିବାଦ: ଆଉ ଏକ ସଂଗଠନ ପଠାଇଲା ଲିଗାଲ୍ ନୋଟିସ୍

ନୂଆଦିଲ୍ଲୀ: ଯୋଗ ଗୁରୁ ରାମଦେବ ବାବାଙ୍କ ସମସ୍ୟା କମିବାର ନାଁ ଧରୁନି। ଇଣ୍ଡିଆନ ମେଡିକାଲ ଆସୋସିଏସନ ପରେ ଏବେ ଫେଡେରେସନ ଅଫ ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ ମଧ୍ୟ ରାମଦେବଙ୍କୁ ଲିଗାଲ୍ ନୋଟିସ୍ ପଠାଇଛି।

ଏଫଏଆଇଏମଏ କହିଛିକି, ରାମଦେବ ବାବା ଶସ୍ତା ପ୍ରଚାର ପାଇଁ ଏଲୋପ୍ୟାଥିକକୁ ନେଇ ଆଧାର ବିହୀନ ଦାବି ରଖିଛନ୍ତି। ଯାହାକୁ ଆସୋସିଏସନ ନିନ୍ଦା କରୁଛି। ଏହାସହ ଏଲୋପ୍ୟାଥିକକୁ ନେଇ ରଖିଥିବା ଦାବି ଉପରେ ପ୍ରମାଣ ଦେବା ପାଇଁ କହିଛି। ଏବଂ କ୍ଷମା ମାଗିବା ପାଇଁ ରମାଦେବଙ୍କୁ କହିଛି। ନଚେତ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କଡା କାର୍ଯ୍ଯାନୁଷ୍ଠାନ କରିବ ବୋଲି ଆସୋସିଏସନ ଘୋଷଣା କରିଛି।

ଉଲ୍ଲେଖ ଯୋଗ୍ୟ ଯେ, କରୋନା ସମୟରେ ଏବେ ଏଲୋପ୍ୟାଥିକ ଏବଂ ଆୟୁର୍ବେଦିକ ମଧ୍ୟରେ ଲଢେଇ ବୃଦ୍ଧି ପାଉଛି। ବାବା ରାମଦେବଙ୍କ ବୟାନ ଏବଂ ନୂଆ ଭିଡିଓକୁ ନେଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଇଏମଏ ଦାବି କରିଛି। ଏହା ଭିତରେ କେତେ ଜଣ ଏଲୋପ୍ୟାଥିକ ଡାକ୍ତର ମଧ୍ୟ ରାମଦେବଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ଏତଦବ୍ୟତୀତ ୧ ହଜାର କୋଟି ଟଙ୍କାର ମାନହାନୀ ନୋଟିସ ମଧ୍ୟ ପଠାଯାଇଛି।