Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ମାତ୍ର ୬ ସପ୍ତାହରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ବ୍ରିଟିଶ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ଇସ୍ତଫା ଦେଇଛନ୍ତି। ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନିର୍ବାଚିତ ନହେବା ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ। ଟ୍ରସ୍ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାର କିଛି ସପ୍ତାହ ପରେ ଅର୍ଥନୀତିର ଅବ୍ୟବସ୍ଥା ଯୋଗୁଁ ଦଳରେ ବିଦ୍ରୋହ ଆରମ୍ଭ ହୋଇଥିଲା। ଗତ ଏକ ସପ୍ତାହରେ ଦୁଇ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି।

ୱେଷ୍ଟମିନିଷ୍ଟରରେ ରାଜନୈତିକ ଅସ୍ଥିରତା ମଧ୍ୟରେ କଞ୍ଜରଭେଟିବ ପାର୍ଟିର ସଦସ୍ୟମାନେ ଲିଜ ଟ୍ରସଙ୍କୁ ନେତା ଭାବରେ ମନୋନୀତ କରିବା ନିଷ୍ପତ୍ତିରେ ଅନୁତାପ କରୁଥିବା ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ଲିଜ ଟ୍ରସଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ଲିଜ ଟ୍ରସଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନୂଆ ଭୂମିକା ଓ ଦାୟିତ୍ୱ ପାଇଁ ମଧ୍ୟ ଶ୍ରୀ ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ @trusslizଙ୍କୁ ଅଭିନନ୍ଦନ। ଆପଣଙ୍କ ନେତୃତ୍ୱରେ ଭାରତ- ବ୍ରିଟେନ ବ୍ୟାପକ ରଣନୈତିକ ଭାଗିଦାରୀ ଆହୁରି ସୁଦୃଢ ହେବ। ନୂଆ ଭୂମିକା ଓ ଦାୟିତ୍ୱ ପାଇଁ ଆପଣଙ୍କୁ ଶୁଭେଚ୍ଛା।”

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଭାରତୀୟ ବଂଶୋଭବ ଋଷି ସୁନକଙ୍କୁ ହରାଇ ବ୍ରିଟେନର ପ୍ରଧାନମନ୍ତ୍ରୀ ହେଲେ ଲିଜ୍ ଟ୍ରସ୍

ନୂଆଦିଲ୍ଲୀ: ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ପାଇଁ ଲିଜ୍ ଟ୍ରସ୍ ଜିତିଛନ୍ତି। ସେ ଏକ ଘନିଷ୍ଠ ପ୍ରତିଯୋଗିତାରେ ଭାରତୀୟ ମୂଳ ସାଂସଦ ଋଷି ସୁନକଙ୍କୁ ପରାସ୍ତ କରିଛନ୍ତି। ଲିଜ ଟ୍ରସ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଲିଜ୍ ଟ୍ରସ୍ ୮୧,୩୨୬ ଭୋଟ୍ ପାଇଥିବା ବେଳେ ଋଷି ସୁନକ୍ ୬୦.୩୯୯ ଭୋଟ୍ ପାଇଛନ୍ତି। ଥେରେସା ମେ ଏବଂ ମାର୍ଗରେଟ୍ ଥେଚରଙ୍କ ପରେ ଲିଜ୍ ଟ୍ରସ୍ ବ୍ରିଟେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ଭୋଟ୍ ଶୁକ୍ରବାର ଶେଷ ହୋଇଥିଲା। ପ୍ରି-ସର୍ଭେରେ ଲିଜ ଟ୍ରସଙ୍କ ଠାରୁ ଋଷି ସୁନକ ପଛୁଆ ଥିବା କୁହାଯାଉଥିଲା।

ନିର୍ବାଚନରେ ​​ଜିତିବା ପରେ ଲିଜ ଟ୍ରସ କହିଛନ୍ତି ଯେ, ମୁଁ ଏକ ବୋଲ୍ଡ ଯୋଜନା ଉପସ୍ଥାପନ କରିବି। କରୋନା ମହାମାରୀ ପରେ ଟିକସ ହ୍ରାସ କରିବା ଏବଂ ବ୍ରିଟିଶ ଅର୍ଥନୀତିକୁ ମଜବୁତ କରିବା ପାଇଁ ସେ ଏକ ଉତ୍ତମ ଯୋଜନା ଦେବେ ବୋଲି ଲିଜ ଟ୍ରସ ଦାବି କରିଛନ୍ତି। ଶକ୍ତି ସଙ୍କଟ ଏବଂ NHS ଉପରେ ସେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଋଷି ସୁନକ ହେବେ ବ୍ରିଟେନର ପ୍ରଧାନମନ୍ତ୍ରୀ!: ବର୍ତ୍ତମାନ ୧୦ ଟି ଦେଶରେ ନେତୃତ୍ୱ ନେଉଛନ୍ତି ଭାରତୀୟ

ନୂଆଦିଲ୍ଲୀ: ଭାରତୀୟ ବଂଶଜ ଋଷି ସୁନକ ବ୍ରିଟିଶ ପ୍ରଧାନମନ୍ତ୍ରୀ ପଦ ପାଇଁ ସବୁଠାରୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉଭା ହୋଇଛନ୍ତି। ବୁଧବାର ଦିନ ବୋରିସ୍ ଜନସନଙ୍କ ସ୍ଥାନ ନେବା ପାଇଁ ସେ ଦୌଡର ଶେଷ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ବର୍ତ୍ତମାନ ସେ ପ୍ରଧାନମନ୍ତ୍ରୀ ଭାବରେ ଦଳର ନେତୃତ୍ୱ ଗ୍ରହଣ କରିବାକୁ ବୈଦେଶିକ ମନ୍ତ୍ରୀ ଲିଜ ଟ୍ରସଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ଯଦି ସୁନକ ବ୍ରିଟିଶ ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ବ୍ରିଟେନ ଏକାଦଶ ଦେଶ ହେବ, ଯେଉଁଠାରେ ଭାରତୀୟ ଲୋକ ବିଦେଶରେ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ପଦରେ ବସିବେ।

ଏପର୍ଯ୍ୟନ୍ତ ବିଶ୍ଵର ୧୦ ଟି ଦେଶରେ ଭାରତୀୟମାନେ କ୍ଷମତାରେ ଅଛନ୍ତି। ସେହି ଦେଶଗୁଡ଼ିକ ହେଲା-

୧- ମରିସସ୍
୨- ପର୍ତ୍ତୁଗାଲ୍
୩- ମାଲେସିଆ
୪- ସିଙ୍ଗାପୁର
୫- ସୁରିନାମ
୬- ତ୍ରିନିଦାଦ ଏବଂ ଟୋବାଗୋ
୭- ଗୁୟାନା
୮- ଫିଜି
୯- ଆୟର୍ଲାଣ୍ଡ
୧୦- ସେସେଲସ୍

ବର୍ତ୍ତମାନ ଦୁନିଆରେ ଏପରି ୬ ଟି ଦେଶ ଅଛି ଯେଉଁଠାରେ ଭାରତୀୟ ମୂଳ ଲୋକ ନେତୃତ୍ଵ ନେଉଛନ୍ତି। ଏହି ଦେଶଗୁଡିକ ହେଲା: –

ପର୍ତ୍ତୁଗାଲ: ଏଠାରେ ଆଣ୍ଟୋନିଓ କୋଷ୍ଟା ୨୬ ନଭେମ୍ବର ୨୦୧୫ ଠାରୁ ପ୍ରଧାନମନ୍ତ୍ରୀ ପଦରେ ଅଛନ୍ତି।
ମରିସସ୍: ୨୩ ଜାନୁୟାରୀ ୨୦୧୭ ଠାରୁ ପ୍ରବୀଣ ଜଗନ୍ନାଥ ଏଠାରେ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି। ପୃଥ୍ବୀରାଜ ସିଂ ରୁପୁନ୍ ଦେଶର ରାଷ୍ଟ୍ରପତି ଏବଂ ସେ ୨ ଡିସେମ୍ବର ୨୦୧୯ ଠାରୁ କାର୍ଯ୍ୟ କରୁଛନ୍ତି।
ସିଙ୍ଗାପୁର: ହଲିମା ୟାକୁବ୍ ଏଠାରେ ରାଷ୍ଟ୍ରପତି, ଯିଏ ୧୪ ସେପ୍ଟେମ୍ବର ୨୦୧୭ ଠାରୁ ଏହି ପଦବୀରେ ରହିଛନ୍ତି।
ଗୁୟାନା: ରାଷ୍ଟ୍ରପତି ଇରଫାନ ଅଲି ୨ଅଗଷ୍ଟ ୨୦୨୦ ଠାରୁ ଏଠାରେ କ୍ଷମତାରେ ଅଛନ୍ତି।
ସେସଲସ୍: ୱେବେଲ ରାମକଲାୱାନ୍ ୨୬ ଅକ୍ଟୋବର ୨୦୨୦ ଠାରୁ ଏଠାରେ ରାଷ୍ଟ୍ରପତି ଅଟନ୍ତି।
ସୁରିନାମ: ଖାନ ସନ୍ତୋଖି ୧୬ ଜୁଲାଇ ୨୦୨୦ ଠାରୁ ଏଠାରେ ରାଷ୍ଟ୍ରପତି ଅଟନ୍ତି।