Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

Breaking News: ବିଜେପି ଛାଡିଲେ ଲେଖାଶ୍ରୀ ସାମନ୍ତସିଂହାର, ଜାଣନ୍ତୁ ଇସ୍ତଫା ପତ୍ରରେ କଣ ଲେଖିଲେ

ଭୁବନେଶ୍ବର: ଶେଷରେ ବିଜେପିରୁ ଇସ୍ତଫା ଦେଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର। ସେ ଆଜି ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି।

ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମୁଁ ଦୀର୍ଘ ଦଶ ବର୍ଷ ଧରି ବିଜେପିରେ ରହି କାର୍ଯ୍ୟକରିଛି। ଦଳର ବିକାଶ ପାଇଁ ଯଥାସାଧ୍ୟ ଉଦ୍ୟମ କରିଛି। ହେଲେ ମୁଁ ଅନୁଭବ କଲି ଯେ ଦଳ ମୋର କୌଣସି ସହଯୋଗର ଆବଶ୍ୟକତା ମନେ କରୁ ନାହିଁ। ଶୀର୍ଷ ନେତୃତ୍ବଙ୍କର ମୁଁ ପ୍ରିୟଭାଜନ ହୋଇପାରିଲି ନାହିଁ। ସେଥିପାଇଁ ମୁଁ ଦଳରୁ ଇସ୍ତଫା ପ୍ରଦାନ କଲି ବୋଲି ସେ ଲେଖିଛନ୍ତି।

ଲେଖାଶ୍ରୀ ବିଜେପିର ଜଣେ ଟାଣୁଆ ନେତ୍ରୀ ତଥା ସେ ଉପସଭାପତି ଥିଲେ। ବିଜେପି ପାଇଁ ସେ ବିଜେଡିକୁ କଟୁ ସମାଲୋଚନା କରିଆସୁଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଲେଖାଶ୍ରୀଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଓଡିଶାରେ ବିଜେପି ଲୋକ ପ୍ରିୟତା ହରାଉଛି କି ?

ଭୁବନେଶ୍ବର, ବିଭିନ୍ନ ସମୟରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତିସଂହାରଙ୍କ ଯେପରି ବୟାନ ଦେଉଛନ୍ତି ତାହା ବିଜେପିର ଲୋକପ୍ରିୟତା ବଢାଇବା ପାଇଁ ସାହାର୍ଯ୍ୟ କରୁଛି କି ? ଏହିପରି ଏକ ପ୍ରଶ୍ନବାଚୀ ଓଡିଶା ବୁଦ୍ଧିଜୀବି ମହଲରେ ବର୍ତ୍ତମାନ ସୃଷ୍ଟି ହୋଇଛି। ସେତିକି ନୁହେଁ ଏହା ଦ୍ବାରା ନିଜେ ଲେଖାଶ୍ରୀ ଲୋକପ୍ରିୟତା ହାସଲ କରୁଛନ୍ତି କି? ଏହି ପ୍ରଶ୍ନ ମଧ୍ୟ ସାଧାରଣରେ ଆଲୋଚନା ଚାଲିଛି। କାରଣ ତାଙ୍କର ବୟାନ କେବେ ବି ସାଧାରଣ ଲୋକଙ୍କର ଗ୍ରହଣୀୟ ନୁହେଁ।

ନିକଟରେ ପୁରୀକୁ ନେଇ ସେ ଯେପରି ବିଭ୍ରାନ୍ତିକର ମନ୍ତବ୍ୟ ଦେଲେ ତାହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଗଲା। ପାୱାରଫୁଲ ନେତାଙ୍କର ପାଖ ହେବା ବା ତାଙ୍କର ଆର୍ଶିବାଦ ହାସଲ କରିବା ପାଇଁ ବିଭିନ୍ନ ତରିକା ରହିଛି। ହେଲେ ପୁରୀ ପରି ପବିତ୍ର ସ୍ଥାନକୁ ତଳେ ପକାଇ ସମ୍ବିତ ପାତ୍ରଙ୍କୁ ପ୍ରଶଂସା କରିବା ଠିକ ନୁହେଁ। ଯଦି ଲେଖାଶ୍ରୀ ସମ୍ବିତ ପାତ୍ରଙ୍କୁ ଖୁସି କରି ଉପରକୁ ଯିବା ପାଇଁ ଚାହାଁନ୍ତି ତେବେ ସେ ନିଜେ ତାଙ୍କୁ ଜଗନ୍ନାଥ ବୋଲି ଭାବି ପାରନ୍ତି। ହେଲେ ସମ୍ବିତ ପାତ୍ରଙ୍କ ପାଇଁ ଲୋକେ ପୁରୀ ଓଡିଶାରେ ବୋଲି ଜାଣିଲେ କହିବା ଆଦୌ ଯୁକ୍ତିଯୁକ୍ତ ନୁହେଁ।

ପୂର୍ବରୁ ଏହିପରି ଲେଖାଶ୍ରୀ ବହୁବାର ଅରୁଚିକର ମନ୍ତବ୍ୟ ଦେଇଥିବାର ଉଦାହରଣ ଯଥେଷ୍ଠ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖାଶ୍ରୀ ବିଭିନ୍ନ ସମୟରେ ଅରୁଚିକର ମନ୍ତବ୍ୟ ଦେବା ଦୃଷ୍ଟାନ୍ତ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ବିଜେପିର ରାଜନୈତିକ ପ୍ରତିଦ୍ବନ୍ଦି। ତାଙ୍କୁ ନିନ୍ଦା କରିବା କିମ୍ବା ଗାଳି କରିବା ଲେଖାଶ୍ରୀଙ୍କର ରାଜନୈତିକ ଅଧିକାର ରହିଛି। ହେଲେ ତାହା ଯଦି ଅରୁଚିକର ବକ୍ତବ୍ୟ ହେବ ତେବେ ତାହା କେବେ ବି ସାଧାରଣରେ ଗ୍ରହଣୀୟ ହେବ ନାହିଁ।

ଲେଖାଶ୍ରୀଙ୍କର ଏପରି ବୟନା ହୁଏତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୁସି ହୋଇ ପାରନ୍ତି ହେଲେ ସାଧାରଣ ଲୋକେ କେବେ ବି ତାହାକୁ ସହଜରେ ଗ୍ରହଣ କରିବେ ନାହିଁ। ବରଂ ଲେଖାଶ୍ରୀ ନିଜେ ନିଜର ନିଜତ୍ବ ହରାଇବା ବ୍ୟତିତ ଅନ୍ୟ କିଛି ହେବ ନାହିଁ। କାରଣ ସେ ନବୀନ ପଟ୍ଟନାୟକଙ୍କୁ ଏତେ ଅଭଦ୍ର ଭାଷାରେ ଗାଳି କରିବା ସତ୍ବେ ମଧ୍ୟ ନବୀନଙ୍କ ଲୋକପ୍ରିୟତା ହ୍ରାସ ପାଇପାରୁ ନାହିଁ।

ସେହିପରି ସୁରତରେ ଓଡିଆ ମହିଳାମାନଙ୍କୁ ନେଇ ଯାହା ସହିତ ତୁଳନା କଲେ ତାହା ମଧ୍ୟ ଏକ ବିବାଦୀୟ ଥିଲା। ପ୍ରକୃତରେ ପୁରୀ ଏବଂ ଓଡିଶାର ମହିଳାଙ୍କୁ ନେଇ ଏପରି ବିଭ୍ରାନ୍ତକର ମନ୍ତବ୍ୟ ଦେବା ତାଙ୍କର ଅଭ୍ୟାସ ନା ଏପରି କହିବା ପାଇଁ ଦଳ ତରଫରୁ କୁହାଯାଉଛି ତାହା ବୁଝି ହେଉ ନାହିଁ। କାରଣ ତାଙ୍କର ଏପରି ଅରୁଚିକର ମନ୍ତବ୍ୟକୁ ଦଳ ତରଫରୁ ଢେର ସମର୍ଥନ ମଧ୍ୟ ଯୋଗାଇ ଦିଆଯାଉଛି। ଏହା ଦ୍ବାରା ଦଳର ଭାବମୂର୍ତ୍ତି କିପରି ରହୁଛି ତାହା ବିଜେପି ନେତାମାନେ ଗଭୀର ଭାବେ ଚିନ୍ତା କରିବାର ଆବଶ୍ୟକତା ରହିଛି।

ଲେଖାଶ୍ରୀ ମଧ୍ୟ ନିଜ ବିବାଦୀୟ ମନ୍ତବ୍ୟକୁ ନେଇ ଗଭୀର ଭାବେ ଚିନ୍ତା କରିବା ଉଚିତ। ସେ ଜାଣିବା ଦରକାର ଯେ ଯାହା ପାଇଁ ସେ ବଦନାମ ହେଉଛନ୍ତି ସେମାନେ ତାଙ୍କୁ ଟିକେଟଟିଏ ମଧ୍ୟ କରାଇପାରୁ ନାହାଁନ୍ତି। ତେଣୁ ଏତିକି କୁହାଯାଇପାରେ ଯେ, ବିଜେପିର କେତେକ ନେତା ଲେଖାଶ୍ରୀଙ୍କ କାନ୍ଧରେ ବନ୍ଧୁକ ରଖି ଫୁଟାଉଛନ୍ତି। ଯାହାକୁ ଲେଖାଶ୍ରୀ ହୁଏତ ଜାଣିପାରୁ ନାହାଁନ୍ତି। ସମୟ ଆସିବ ଲେଖାଶ୍ରୀ ନିଜେ ହୃଦୟଙ୍ଗମ କରିବେ ଯେ ସେ ଯାହା କରୁଥିଲେ ଭୁଲ କରୁଥିଲେ। ହେଲେ ସେତେବେଳକୁ ସେ ନିଜର ରାଜନୈତିକ ପ୍ରତିଷ୍ଠା ହରାଇ ବସିଥିବେ।