Categories
ବିଶେଷ ଖବର ରାଜ୍ୟ ଖବର

ବାରମ୍ବାର ପରାଜୟକୁ ପାସୋରି ଦେଉଛନ୍ତି ମନମୋହନ: ବିଜେଡି

ଭୁବନେଶ୍ୱର: ଶ୍ରୀ ମନମୋହନ ସାମଲ ବୋଧେ ଭୁଲି ଯାଇଛନ୍ତି ଯେ ୪.୫ କୋଟି ଲୋକ ଓଡିଶା ବିଜେପିକୁ ପରାସ୍ତ କରିଛନ୍ତି ଏବଂ ଗତବର୍ଷ ଜିଲା ପରିଷଦ ନିର୍ବାଚନରେ ଓଡିଶାର ୩୦ଟି ଜିଲ୍ଲାରେ ବିଜୁ ଜନତା ଦଳର ବିଜୟ ନିଶ୍ଚିତ କରିଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀ ଲେନିନ୍‍ ମହାନ୍ତି।

ଶ୍ରୀ ମହାନ୍ତି ଆଜି ଏଠାରେ ଗଣାମାଧ୍ୟମକୁ କହିଛନ୍ତି ଯେ ଗୋଟିଏ ପରେ ଗୋଟିଏ ଜାତୀୟ ସର୍ଭେ କହୁଛି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଭାରତର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଅଟନ୍ତି। ବିଜୁ ଜନତା ଦଳ ଉପରେ ଓଡିଶାର ଲୋକଙ୍କର ଭରସା ରହିଛି ଏବଂ ଓଡିଶା ବିଜେପି ନେତାଙ୍କ ଏପରି ବିବୃତ୍ତି ପାଇଁ ସେମାନେ ତାଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି।

ଆମେ ମଧ୍ୟ ଜାଣୁ ଯେ ଶ୍ରୀ ସାମଲ ତାଙ୍କ ଦଳରେ ଏଭଳି ଲୋକଙ୍କୁ ସାମିଲ ପାଇଁ ଉଦ୍ୟମ ଚଳାଇଛନ୍ତି ଯେଉଁମାନେ ଲୋକ ବିରୋଧୀ କାର୍ଯ୍ୟକଳାପ ତଥା ଲୋକଙ୍କୁ ଚାକିରୀ ପ୍ରତିଶ୍ରୁତି ଦେଇ ଏବଂ ଲୋକଙ୍କୁ ପ୍ରତାରଣା କରି ବିଜେଡିରୁ ବହିଷ୍କୃତ ହୋଇଛନ୍ତି।

୨୦୧୯ ନିର୍ବାଚନ ସମୟରେ ଓଡିଶା ବିଜେପି ଏଭଳି ଜନ ବିରୋଧୀ ନେତା ଆମଦାନୀ କରି ବ୍ୟାପକ ପରାଜୟର ସମ୍ମଖୀନ ହୋଇଥିଲା। ଆଗାମୀ ନିର୍ବାଚନ ପାଇଁ ଏହିପରି ବଦନାମ ନେତାମାନଙ୍କୁ ନିଜ ଦଳରେ ନେବାକୁ ଉତ୍ସାହିତ କରନ୍ତୁ ଏବଂ ନିଜ ଦଳ ପାଇଁ ପରାଜୟର ଧାରାକୁ ପୁନରାବୃତ୍ତି କରନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଓଡିଶାର ୪.୫ କୋଟି ଲୋକ ବିଜେଡି ସହ ଅଛନ୍ତି ଏବଂ ରହିବେ ଏବଂ ଆଗାମୀ ଦିନରେ ମଧ୍ୟ ଓଡିଶା ବିଜେପିକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଲିମିଟେଡର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ଲେନିନ୍ ମହାନ୍ତି

ଭୁବନେଶ୍ୱର: ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଲିମିଟେଡର ଅଧ୍ୟକ୍ଷ ଭାବେ ଡଃ ଲେନିନ୍ ମହାନ୍ତି ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି କ୍ଷ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେଆଜି ଡଃ ମହାନ୍ତିଓଟିଡିସି କାର‌୍ୟ୍ୟାଳୟରେ ପହଞ୍ଚି ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ଶ୍ଵେତାସ୍ନିଗ୍ଧା ମିଶ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।

କାର୍ଯ୍ୟାଳୟରେ ପହଁଚିବା ପରେ ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ବିଭାଗର ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ଅଂଶୁମାନ ରଥ, ଓଟିଡିସିର ମ୍ୟାନେଜର ଶ୍ରୀ ଶକ୍ତିକାନ୍ତ ରାୟ, କାର୍ଯ୍ୟାଳୟର କମ୍ପାନୀ ସେକ୍ରେଟାରୀ ଶ୍ରୀ ପ୍ରଶାନ୍ତ ପଣ୍ଡାଙ୍କ ସମେତ ସମସ୍ତ କର୍ମଚାରୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଶୁଭେଚ୍ଛୁମାନେ ଉପସ୍ଥିତ ରହି ଡଃ ମହାନ୍ତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

ନୂତନ କାର‌୍ୟ୍ୟଭାର ଗ୍ରହଣ ଅବସରରେ ଡଃ ମହାନ୍ତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରି ଯେଉଁ ଦାୟିତ୍ୱ ଦେଇଛନ୍ତି, ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ସେ ଉତ୍ସର୍ଗୀକୃତ ଭାବେ କାର‌୍ୟ୍ୟ କରିବା ପାଇଁ ସେ ପୂର୍ଣ୍ଣ ପ୍ରୟାସ ଜାରି ରହିବେ। ଓଟିଡିସିର ଅଧ୍ୟକ୍ଷ ହିସାବରେ ପର୍ଯ୍ୟଟକମାନଙ୍କୁ ସୁଲଭ ମୂଲ୍ୟରେ ବିଶ୍ୱସ୍ତରୀୟ ସେବା ଯୋଗାଇଦେବାକୁ ଅଗ୍ରାଧିକାର ଦେବେ ବୋଲି ଡଃ. ମହାନ୍ତି ପ୍ରକାଶ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପର‌୍ୟ୍ୟଟନ ବିଭାଗରେ ଏବେ ଅନେକଗୁଡିଏ ଭଲ ଭଲ ପ୍ରକଳ୍ପ କାର‌୍ୟ୍ୟକାରୀ କରାଯାଉଛି। ପର୍ଯ୍ୟଟନ ଶିଳ୍ପର ବିକାଶ ଓ ସମୃଦ୍ଧି ପାଇଁ ଓଟିଡିସି ଏକ ପ୍ରମୁଖ ସହଯୋଗୀ ଭାବେ କାର‌୍ୟ୍ୟ କରିବ। କୋଭିଡ୍ ପରବର୍ତ୍ତୀ ପର‌୍ୟ୍ୟାୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଟିସି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଗମର ଅଧ୍ୟକ୍ଷ ଭାବେ ତାଙ୍କୁ କାର‌୍ୟ୍ୟ କରିବା ପାଇଁ ଯେଉଁ ସୁଯୋଗ ଦେଇଛନ୍ତି, ରାଜ୍ୟବାସୀଙ୍କ ସେବା ପାଇଁ ତାଙ୍କର ସର୍ବଶ୍ରେଷ୍ଠ ପ୍ରଚେଷ୍ଠା ରହିବ ବୋଲି ଡଃ. ମହାନ୍ତି କହିଛନ୍ତି।

ପୂର୍ବରୁ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ପ୍ରକାଶ ପାଉଥିବା ଓଡିଶା ସରକାରଙ୍କ ମୁଖପତ୍ର ‘ଉତ୍କଳ ପ୍ରସଙ୍ଗ’ ଏବଂ ‘ଓଡିଶା ରିଭ୍ୟୁ’ର ସଂପାଦକ ଭାବେ ଡଃ. ମହାନ୍ତି ସୁନାମ ଅର୍ଜ୍ଜନ କରିଛନ୍ତି। ଏହି ପତ୍ରିକା ଦ୍ୱୟର ନିୟମିତ ପ୍ରକାଶନ ସାଙ୍ଗକୁ ଏହାର ନବକଳେବର ସ୍ୱତନ୍ତ୍ର ସଂଖ୍ୟା, ଓଡିଶାରେ ଗାନ୍ଧିଜୀଙ୍କ ଆଗମନ ପତ୍ରିକାର ଇଂରାଜୀ ଏବଂ ଓଡିଶା ଭାଷା ସଂସ୍କରଣର ପୂନଃ ପ୍ରକାଶନ ଭଳି ପତ୍ରିକା ପ୍ରକାଶନରେ ସେ ଯେଉଁଭଳି ନିରବଚ୍ଛିନ୍ନ ପ୍ରୟାସ କରିଥିଲେ, ସେହିଭଳି ଓଡିଟିସି ଭଳି ଏକ ଗୁରୁତ୍ୱପୂଣ୍ଣ ନିଗମର କାର‌୍ୟ୍ୟକୁ ସୁଚାରୁ ରୂପେ ତୁଲାଇବା ସହ ଏହାକୁ ଶୀର୍ଷତମ ସୋପାନରେ ପହଁଚାଇବାକୁ ତାଙ୍କର ପୂର୍ଣ୍ଣ ପ୍ରୟାସ ଜାରି ରହିବ ବୋଲି ଏହି ଅବସରରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଓଡିଡିସି ଅଧ୍ୟକ୍ଷ ଡଃ. ମହାନ୍ତି ପ୍ରକାଶ କରିଛନ୍ତି।