Categories
ଜାତୀୟ ଖବର ବିଶେଷ ଖବର

ଆସନ୍ତାକାଲି ଆରମ୍ଭ ହେବ ନୂଆ ନ୍ୟୁଜ ଚ୍ୟାନେଲ ‘ସଂସଦ ଟିଭି’ , ବନ୍ଦ ହେବ ଲୋକସଭା ଏବଂ ରାଜ୍ୟସଭା ଟିଭି

ନୂଆଦିଲ୍ଲୀ:  ବୁଧବାର ଦିନ ଏକ ନୂଆ ନ୍ୟୁଜ ଚ୍ୟାନେଲ ‘ସଂସଦ ଟିଭି’ ର ଶୁଭାରମ୍ଭ ହେବ। ଏହାକୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲା ମିଳିତ ଭାବେ ଶୁଭାରମ୍ଭ କରିବେ। ସଂସଦର ମୁଖ୍ୟ କମିଟ ରୁମରେ ଆସନ୍ତାକାଲି ସଂଧ୍ୟା  6 ଟା ସମୟର ଏହାର ଶୁଭାରମ୍ଭ ହେବ।

ପୂର୍ବରୁ ଥିବା ଲୋକସଭା ଟିଭି ଏବଂ ରାଜ୍ୟସଭା ଟିଭିର ମିଶ୍ରଣରେ ଏହି ନୂଆ ଚ୍ୟାନେଲର ପରିକଳ୍ପନା କରାଯାଇଛି। ଗତ ଫେବୃଆରୀ 2021 ରେ ଲୋକସଭା ଟିଭି ଏବଂ ରାଜ୍ୟସଭା ଟିଭି ମିଶ୍ରଣ କରିବାର ନିଷ୍ପତ୍ତି ନିଆଯାଇଥିଲା ଏବଂ ମାର୍ଚ୍ଚ 2021 ରେ ସଂସଦ ଟିଭିର ସିଇଓ ନିଯୁକ୍ତ ହୋଇଥିଲେ। ସେ ହେଲେ ବରିଷ୍ଠ ଆଇଏଏସ ଅଫସିର ରବି କାପୁର।

ସଂସଦ ଟିଭି କାର୍ଯ୍ୟକ୍ରମ ମୁଖ୍ୟତ 4 ଟି ବର୍ଗରେ ରହିବ । ସେଗୁଡିକ ହେଲା ସଂସଦର କାର୍ଯ୍ୟକାରିତା ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟ, ଯୋଜନା ଏବଂ ନୀତି, ଭାରତର ଇତିହାସ ଏବଂ ସଂସ୍କୃତି ଏବଂ କରେଣ୍ଟ ଅଫାୟରସ। ଏଥିରେ ନିତି ଆୟୋଗର ସିଇଓ ରବିକାନ୍ତ, କଂଗ୍ରେସ ନେତା କରନ ସିଂ, ଅର୍ଥନୈତିଜ୍ଞ ବିବେକ ଦେବରାୟ ପ୍ରମୁଖ ସ୍ବତନ୍ତ୍ର କାର୍ଯ୍ୟକ୍ରମର ପରିଚାଳନା କରିବେ।