Categories
ଆଜିର ଖବର ଜାତୀୟ ଖବର

ଏଲଜେପିର ନୂଆ ନିର୍ବାଚନ ଚିହ୍ନ: ଚିରାଗଙ୍କୁ ‘ହେଲିକପ୍ଟର’ ଏବଂ ପଶୁପତିଙ୍କୁ ମିଳିଲା ‘ସିଲେଇ ମେସିନ୍’

ପାଟନା: ଲୋକ ଜନଶକ୍ତି ପାର୍ଟି (ଏଲଜେପି) ନିର୍ବାଚନ ଚିହ୍ନ ‘ବଙ୍ଗଳା’ ଉପରେ ଚିରାଗ ପାସୱାନ ଏବଂ ପଶୁପତି କୁମାର ପାରସଙ୍କ ପାରସ୍ପରିକ ଦାବି ପରେ ନିର୍ବାଚନ ଆୟୋଗ ଦଳର ନାମ ଏବଂ ଚିହ୍ନ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଦେଇଛନ୍ତି। ବର୍ତ୍ତମାନ ଚିରାଗ ପାସୱାନଙ୍କୁ ନିର୍ବାଚନ ଚିହ୍ନ ହେଲିକପ୍ଟର ମିଳିଥିବା ବେଳେ ପଶୁପତି କୁମାର ପାରସଙ୍କ ଗୋଷ୍ଠୀକୁ ସିଲେଇ ଯନ୍ତ୍ରର ଚିହ୍ନ ଦିଆଯାଇଛି। ବାସ୍ତବରେ, ଉଭୟ ଗୋଷ୍ଠୀଙ୍କୁ ଅକ୍ଟୋବର ୪ତାରିଖ ଅପରାହ୍ନ ୧ଟା ସୁଦ୍ଧା ଏକ ନୂତନ ନାମ ଏବଂ ସେମାନଙ୍କ ଦଳ ପାଇଁ ତିନୋଟି ବିକଳ୍ପ ସଙ୍କେତ ଦେବାକୁ ଆୟୋଗ ନିର୍ଦ୍ଦେଶ ଦେଇଥିଲେ।

ଚିରାଗ ପାସୱାନଙ୍କ ଏଲଜେପିକୁ ଲୋକ ଜନଶକ୍ତି ପାର୍ଟି (ରାମ ବିଲାସ) ଙ୍କ ନାମ ପାଇଥିବାବେଳେ ପଶୁପତି କୁମାର ପାରସଙ୍କ ଏଲଜେପିକୁ ନିର୍ବାଚନ ଆୟୋଗ ଦ୍ଵାରା ରାଷ୍ଟ୍ରିୟ ଲୋକଶକ୍ତି ପାର୍ଟିର ନାମ ପ୍ରଦାନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଏଲଜେପି କାର୍ଯ୍ୟକାରିଣୀରେ ଚିରାଗଙ୍କ ଉପରେ ଭରସା କଲେ ନେତା: ରାମବିଳାସଙ୍କୁ ଭାରତ ରତ୍ନ ପାଇଁ କଲେ ଦାବି

ନୂଆଦିଲ୍ଲୀ: ଲୋକ ଜନଶକ୍ତି ପାର୍ଟିର ଲଢେଇ ଏବେ ନିର୍ବାଚନ କମିଶନ ପର୍ଯ୍ୟନ୍ତ ପହଞ୍ଚିସାରିଛି। ଏହା ଭିତରେ ଚିରାଗ ପାଶୱାନଙ୍କ ସମର୍ଥକମାନେ ଆଜି ଦିଲ୍ଲୀରେ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡାକିଥିଲେ। ପ୍ରାରମ୍ଭରୁ ଚିରାଗ ପାଶୱାନଙ୍କ ସହ ବୈଠକକୁ ଆସିଥିବା ସମସ୍ତ ସଦସ୍ୟ ସମ୍ବିଧାନର ଶପଥ ନେଇଥିଲେ। ଦଳର ସୁରକ୍ଷା ପାଇଁ ଏହି ବୈଠକରେ ଶପଥ ଗ୍ରହଣ କରାଯାଇଥିଲା। ଏହାସହ ପୂର୍ବତନ ଦଳର ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ଵର୍ଗତ ରାମବିଳାସ ପାଶୱାନଙ୍କୁ ଭାରତ ରତ୍ନ ପ୍ରଦାନ କରିବା ପାଇଁ ଏହି ବୈଠକରେ ଦାବି କରାଯାଇଥିଲା।

ମିଳିଥିବା ଖବର ଅନୁଯାୟୀ, ଚିରାଗଙ୍କୁ ଦଳର ଅଧିକାଂଶ ନେତା ସମର୍ଥନ କରୁଥିବାର ଏକ ଶକ୍ତି ପ୍ରଦର୍ଶନ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ବୈଠକ ପୂର୍ବରୁ ଚିରାଗଙ୍କ ଘର ବାହାରେ ଅନେକ ପୋଷ୍ଟର ଏବଂ ବ୍ୟାନର ଲଗାଯାଇ, “ହଁ, ଆମେ ଚିରାଗ ପାଶୱାନଙ୍କ ସାଥିରେ ଅଛି” ବୋଲି ଲେଖାଯାଇଥିଲା।