Categories
ଆଞ୍ଚଳିକ

ଵାଣପୁର ବାଲୁଗାଁ ରୋଟାରୀ କ୍ଳବର ଅନ୍ନପୂର୍ଣ୍ଣା ଦିବସ ପାଳନ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଵାଣପୁର ବାଲୁଗାଁ ରୋଟାରୀ କ୍ଳବ ଅନ୍ନପୂର୍ଣ୍ଣା ଦିବସ ପାଳନ କରିବା ଅଵସରରେ ଵାଣପୁର ସବ ଜେଲ ନିକଟସ୍ଥ ଲଡୁକେଶ୍ବର ବୃଦ୍ଧାଶ୍ରମରେ ଥିଵା ଅନ୍ତେଵାସୀ ମାନଙ୍କୁ ଅଧ୍ୟାହ୍ନ ଭୋଜନରେ ଆପାୟିତ କରିଵା ସହିତ ସମସ୍ତ ଅନ୍ତେବାସୀଙ୍କୁ ନୂତନ ଵସ୍ତ୍ର ଓ ମାସିକିଆ ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି। ଆଶ୍ରମ ଦାୟୀତ୍ଵରେ ଥିବା ନାରାୟଣ ବାବୁଙ୍କ ଅନୁରୋଧ ରକ୍ଷା କରି ୧୨ ଗୋଟି ୧୨ ଫୁଟିଆ ଟିଣ ଚଦର ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଶ୍ୟାମସୁନ୍ଦର ପୃଷ୍ଟି, ସମ୍ପାଦକ ଅଶୋକ କୁମାର ନାୟକ, ପ୍ରାକ୍ତନ ସଭାପତି ଵିଜୟ କୁମାର ନନ୍ଦ, ଧୀରେନ୍ଦ୍ରନାଥ ପାତ୍ର, ଅଶୋକ କୁମାର ପାତ୍ର, ରଵିନାରାୟଣ ନାୟକ, ଜଗଦୀଶ ପ୍ରସାଦ ଲାଖୋଟିଆ, ରଵିନାରାୟଣ ପାଲ, ଓ ନନ୍ଦକିଶୋର ମିଶ୍ର ଏବଂ ସଭ୍ୟ ରଵିନ୍ଦ୍ର ନାଥ ପ୍ରଧାନ, ସୋମନାଥ ସୁବୂଦ୍ଧି, ହିମାଂଶୁ ପାତ୍ର, ସଚ୍ଚିଦାନନ୍ଦ ସେଠୀ, ପ୍ରମୋଦ ପୃଷ୍ଟି, ଡ.ଚିନ୍ତାମଣି ମିଶ୍ର, ଡ଼ ସୁନୀଲ ପଟ୍ଟନାନୟକ, ଓ ମନୋରଞ୍ଜନ ଵାରିଜ ପ୍ରମୂଖ ସହଯୋଗ କରିଥିଲେ।

ଆସନ୍ତା ରବିବାର ୨୮ ତାରିଖ ସକାଳ ୯ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ଯନ୍ତ ବାଲୁଗାଁ ଅଶୋକ ନଗର ସ୍ଥିତ ଶ୍ରୀ ଶ୍ରୀ ଉମା ମହେଶ୍ଵର ଵଣିକ ସଘ ସଭା ଗୂହଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିଵିର ଅନୁଷ୍ଠିତ ହେଵ। ଏଥିରେ ଵହୁ ମାତ୍ରାରେ ଯୋଗଦାନ କରି ସଫଳ କରାଇଵା ନିମନ୍ତେ ସଭାପତି ଅନୁରୋଧ କରିଛନ୍ତି।

Categories
ଆଞ୍ଚଳିକ

ଵାଣପୁର-ବାଲୁଗାଁ ରୋଟାରୀ କ୍ଳଵ ପକ୍ଷରୁ ଵୃକ୍ଷ ରୋପଣ ସପ୍ତାହ ପାଳନ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଵନ ମହୋତ୍ସବ ସପ୍ତାହ ପାଳନ ଅଵସରରେ ପ୍ରତି ଵର୍ଷ ପରି ଚଳିତ ଵର୍ଷ ପରିଵେଶର ସୁରକ୍ଷା ନିମିତ୍ତ ଵାଣପୁର ବାଲୁଗାଁ ରୋଟାରୀ କ୍ଳଵ ଆଜି ତାର ଵୃକ୍ଷ ରୋପଣର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଅଲାଇଡିହ ହାଇସ୍କୂଲ ପରିସରରେ ପ୍ରାୟ ୬୦ ଟି ବିଭିନ୍ନ ପ୍ରକାରର ଯଥା ପିଜୁଳି, ଜାମୁ, ଆମ୍ଵ, ଲିମ୍ଵ, ଵଉଳ, ଓ ଆକାଶିଆ ଆଦି ଗଛର ଚାରା ରୋପଣ କରିଅଛି। ଏଥିରେ କ୍ଳଵ ସଭାପତି ଶ୍ୟାମସୁନ୍ଦର ପୃଷ୍ଟି, ସମ୍ପାଦକ ଅଶୋକ ନାୟକ ଓ ପ୍ରାକ୍ତନ ସଭାପତି ଵିଜୟ କୁମାର ନନ୍ଦ, ଧୀରେନ୍ଦ୍ରନାଥ ପାତ୍ର, ରଵିନାରାୟଣ ନାୟକ, ନନ୍ଦକିଶୋର ମିଶ୍ର, ଗୋପାଳ ଚନ୍ଦ୍ର ନାୟକ, ରଵିନାରାୟଣ ପାଲ ଓ ସଭ୍ଯ ସଚ୍ଚିଦାନନ୍ଦ ସେଠି, ଚିନ୍ତାମଣୀ ମିଶ୍ର, ସୁନୀଲ ପାତ୍ର, ସୋମନାଥ ସୁଵୁଦ୍ଧି, ହିମାଶୁ ପାତ୍ର, ପ୍ରଶନ୍ନ ସାମନ୍ତରାୟ ଓ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

ଦ୍ଵିତୀୟ ପର୍ଯ୍ୟାୟରେ ବାଲୁଗାଁ ରାଜୀଵ ନଗର ମନ୍ଦିର ଓ କ୍ଳବ ପରିସରରେ ଆସନ୍ତା କାଲି, ତୃତୀୟ ପର୍ଯ୍ୟାୟରେ ଆସନ୍ତା ସୋମଵାର ଗଵପଦର ପ୍ରାଥମିକ ଵିଦ୍ଯାଳୟ ଓ ନୂଆଗଡ଼ ଉଚ୍ଚ ପ୍ରାଥମିକ ଵିଦ୍ଯାଳୟ ପରିସରରେ, ଓ ଚତୁର୍ଥ ପର୍ଯ୍ୟାୟରେ ମେଘାମ୍ଵରୀ ମନ୍ଦିର ପଛରେ ଥିଵା ମଙ୍ଗରାଜ ପୁର ଶ୍ମଶାନ ପରିସରରେ ପ୍ରାୟ ୨୦୦ ଗୋଟି ଭିନ୍ନ ଭିନ୍ନ ଗଛର ଚାରା ସଵୁ ରୋପଣ କରାଯିଵାର ଯୋଜନା କରାଯାଇଛି। ଚିଲିକା ଡିଭିଜନର ଡିଭିଜନାଲ ଫରେଷ୍ଟ ଅଫିସର ସମସ୍ତ ଚାରା ଯୋଗାଇ ଵାରେ ସହଯୋଗ କରିଥିଲେ।