Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପାଞ୍ଚ ବର୍ଷ ପାଇଁ ୪୫୦୦ ମେଗାୱାଟ ବିଦ୍ୟୁତ୍ କ୍ରୟ ପାଇଁ ଯୋଜନା ଆରମ୍ଭ କରିଛି ଶକ୍ତି ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଶକ୍ତି ମନ୍ତ୍ରଣାଳୟ ଶକ୍ତି ନୀତିର ଅନୁଚ୍ଛେଦ ଖ(ଙ) ଅନୁସାରେ ପାଞ୍ଚ ବର୍ଷ  ପାଇଁ ପ୍ରତିଯୋଗିତାମୂଳକ ଭିତ୍ତିରେ କିମ୍ବା ଅର୍ଥ, ମାଲିକାନା ଏବଂ କାର୍ଯ୍ୟ (ଏଫ୍‌ଓଓ) ଆଧାରରେ ସମୁଦାୟ ୪୫୦୦ ମେଗାୱାଟର ବିଦ୍ୟୁତ୍ କ୍ରୟ ପାଇଁ ଏକ ଯୋଜନା ଆରମ୍ଭ କରିଛି।

ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପିଏଫ୍‌ସି କନ୍‌ସଲ୍ଟିଂ ଲିମିଟେଡ୍ (ପିଏଫ୍‌ସି ଲିମିଟେଡ୍‌ର ଏକ ସମ୍ପୂର୍ଣ୍ଣ ମାଲିକାନା ରହିଥିବା ସହାୟକ କମ୍ପାନୀ) ନୋଡାଲ୍ ଏଜେନ୍ସି ଭାବରେ ନିଯୁକ୍ତ ହୋଇଛି। ଏହି ଯୋଜନା ଅଧୀନରେ, ପିଏଫ୍‌ସି କନ୍‌ସଲ୍ଟିଂ ଲିମିଟେଡ୍ ୪୫୦୦ ମେଗାୱାଟ ଯୋଗାଣ ପାଇଁ ବିଡ୍ ଆମନ୍ତ୍ରଣ କରିଛି। ଏପ୍ରିଲ୍ ୨୦୨୩ ରୁ ବିଦ୍ୟୁତ୍ ଯୋଗାଣ ଆରମ୍ଭ ହେବ। ଏଥିପାଇଁ ପ୍ରାୟ ୨୭ ଏମ୍‌ଟିପିଏ ଆବଣ୍ଟନ କରିବାକୁ କୋଇଲା ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି।

ଏହି ଯୋଜନା ପାଇଁ ଆଗ୍ରହ ଦେଖାଇଥିବା ସଂସ୍ଥାଗୁଡିକ ହେଉଛନ୍ତି, ଗୁଜୁରାଟ ଉର୍ଜା ବିକାଶ ନିଗମ ଲିମିଟେଡ୍‌, ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ୍ ବିତରଣ କମ୍ପାନୀ ଲିମିଟେଡ୍‌, ମଧ୍ୟ ପ୍ରଦେଶ ପାୱାର୍ ମ୍ୟାନେଜମେଣ୍ଟ କମ୍ପାନୀ ଲିମିଟେଡ୍‌, ନୂଆଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ତାମିଲନାଡୁ ଜେନେରେସନ୍ ଏବଂ ଡିଷ୍ଟ୍ରିବ୍ୟୁସନ୍ କର୍ପୋରେସନ୍ ଲିମିଟେଡ୍। ବିଡ୍ ଜମା କରିବାର ଅନ୍ତିମ ତାରିଖ ହେଉଛି ୨୧ ଡିସେମ୍ବର ୨୦୨୨।

ପ୍ରଥମ ଥର ପାଇଁ ଶକ୍ତି ନୀତିର ଅନୁଚ୍ଛେଦ ଖ(ଙ) ଅଧୀନରେ ବିଡିଂ ଚାଲିଛି। ଏହା ସହିତ ଏହି ବିଡିଂରେ ମଧ୍ୟମ ଅବଧି ପାଇଁ ସଂଶୋଧିତ ପିପିଏ ମଧ୍ୟ ବ୍ୟବହୃତ ହେଉଛି।

ଏହି ଯୋଜନା ବିଦ୍ୟୁତ୍ ଅଭାବର ସମ୍ମୁଖୀନ ହେଉଥିବା ରାଜ୍ୟ ଗୁଡିକୁ ସାହାଯ୍ୟ କରିବ ଏବଂ ଉତ୍ପାଦନ ୟୁନିଟ୍ ଗୁଡିକୁ ନିଜର କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।

ଶକ୍ତି ମନ୍ତ୍ରଣାଳୟ ୨୫ ଅକ୍ଟୋବର ୨୦୨୨ ରେ ଶକ୍ତି ନୀତିର ଅନୁଚ୍ଛେଦ ଖ(ଙ) ଅଧୀନରେ ଅର୍ଥ, ମାଲିକାନା ଏବଂ କାର୍ଯ୍ୟ (ଏଫ୍‌ଓଓ) ଆଧାରରେ ଶକ୍ତି କ୍ରୟ ପାଇଁ ନିର୍ଦ୍ଦେଶାବଳୀକୁ ସୂଚିତ କରିଥିଲେ। ଶକ୍ତି ନୀତିର ଅନୁଚ୍ଛେଦ ଖ(ଙ) ବ୍ୟବସ୍ଥାଗୁଡିକ ଅନୁସାରେ କୋଇଲା ଆବଣ୍ଟନର କାର୍ଯ୍ୟପ୍ରଣାଳୀ ୧୧ ମଇ ୨୦୨୨ ରେ ଜାରି କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ @୨୦୪୭ ପାଳିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ପାୱାରଗ୍ରିଡ, ଓ ପି ଟି ସି ଏଲ୍ ଓ ଟିପୀଡ ବ୍ଲୁ ଏଲ ର ମିଳିତ ସହଯୋଗରେ ବିଦ୍ୟୁତ ମହୋତ୍ସବ ପାଳିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ ଯେ ଆଜାଦି କା ଅମୃତ ମହୋତ୍ସବ ପରିପେକ୍ଷିରେ ସାରା ଭାରତବର୍ଷ ରେ ପ୍ରତ୍ୟେକ ଜିଲ୍ଲାରେ ଦୁଇଟି ସ୍ଥାନରେ ୨୫.୭.୨୦୨୨ ରୁ ୩୧.୭.୨୦୨୨ପର୍ଯ୍ୟନ୍ତ ଏହି ମହୋତ୍ସବ ପାଳନ କରାଯାଉଛି।

ଆଜି ଦିବା ୧୧.୦୦ ଘ ସମୟରେ ଆୟୋଜିତ ବିଦ୍ୟୁତ୍ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଯୋଗ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ରୂପେ ପାୱାରଗ୍ରିଡ ସିନିୟର୍ ଜି ଏମ ଏସ କେ ଚାଖି, ଓ ପି ଟି ସି ଏଲ୍ ଜି ଏମ ଅଜୟ କୁମାର ନନ୍ଦ ,ଜିଲ୍ଲା ପରିଷଦ ସଭ୍ୟ ଦୟାନିଧି ନାୟକ, ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ, ଭବାନୀପାଟଣା ବି ଡି ଓ ବିନୟ ଭୋଇ,ଡେପୁଟି ଇଲେକ୍ଟ୍ରିକାଲ ଇନସ୍ପେକ୍ଟର ଇଂ ସୁଧାକର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଭାଗିତା ରେ ବିଦ୍ୟୁତ ଉତ୍ପାଦନ ଓ ବିତରଣ କ୍ଷେତ୍ରରେ ପ୍ରମୁଖ ସଫଳତାକୁ ପ୍ରଦର୍ଶିତ କରିବାପାଇଁ ବିଜୁଳି ମହୋତ୍ସବ ଏକ ମାଧ୍ୟମ ଓ ଏହାଦ୍ବାରା ଅଧିକରୁ ଅଧିକ ଜନସାଧାରଣ ବିଦ୍ୟୁତ୍ କ୍ଷେତ୍ରରେ ବିକାଶକୁ ହୃଦୟଙ୍ଗମ କରିବାସହ ତୃଣମୂଳ ସ୍ତରରେ ଏହାର ଉପଯୋଗୀତା ପହଞ୍ଚିବ।

ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଚନ୍ଦନ ରାଜ୍ୟର ପ୍ରତ୍ୟେକ ଉପଭୋକ୍ତା ଗୁଣାତ୍ମକ ଓ ନିରବିଛିନ୍ନ ବିଦ୍ୟୁତ୍ ସେବା ପାଆନ୍ତୁ ତଥା ଏହି ବିଦ୍ୟୁତ ଉତ୍ପାଦନ ବ୍ୟତୀତ ସୌରଶକ୍ତି, ପବନଚାଳିତ ଶକ୍ତି ଉପରେ ଧ୍ୟାନ ଦେଲେ ଓଡ଼ିଶା ତଥା ଦେଶର ବିକାଶ ଓ ଶିଳ୍ପୀକରଣ ରେ ସାହାଯ୍ୟ ହେବ ବୋଲି କହିଥିଲେ ଜିଲ୍ଲା ପରିଷଦ ସଦସ୍ୟ ତଥା ବ୍ଲକ ଅଧ୍ୟକ୍ଷ ବିଦ୍ୟୁତ୍ ସେବାକୁ ଏକ ଜରୁରୀ ସେବା ରୂପେ ଗ୍ରହଣ କରି ବିଭାଗୀୟ ଅଧିକାରୀ ନିରବିଚ୍ଛିନ୍ନ ବିଦ୍ୟୁତ୍ ସରବରାହ ଦେବା ସହ ହିତାଧିକାରୀଙ୍କୁ ସଠିକ୍ ବିଲ ପ୍ରଦାନ କୁ ଗୁରୁତ୍ୱ ଦେବାକୁ କହିଥିଲେ।ପାୱାରଗ୍ରିଡ ଜି ଏମ ସଞ୍ଜୟ ଚାଖି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ହାତକୁ ନିଆଯାଉଥିବା ବିଭିନ୍ନ ଲୋକାଭିମୁଖି କାର୍ଯ ବିଷୟରେ ସଂକ୍ଷିପ୍ତ ବିବରଣୀ ଦେଇଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଅନେକ ବିଦ୍ୟୁତ୍ ଉପଭୋକ୍ତା ନିଜର ଅସୁବିଧା ଓ ଅନୁଭୂତିକୁ ପ୍ରକଟ କରିଥିଲେ।

ସଭାପରେ ବିଦ୍ୟୁତ ସେବା, ଗ୍ରାହକଙ୍କ ଅଧିକାର, ଅକ୍ଷୟ ଶକ୍ତି, ଗ୍ରାମ୍ୟ ବିଦ୍ୟୁତକରଣ, ପାୱାରଗ୍ରିଡ, ବିଦ୍ୟୁତ୍ ସଞ୍ଚୟ ଓ ଅପଚୟ ଉପରେ ୧୦ ମିନିଟ ର ଭିଡ଼ିଓ କ୍ଲିପ୍ ପ୍ରଦର୍ଶିତ ହୋଇଥିଲା। ପରିବର୍ତ୍ତନ ଓ ବିଜୁଳି ଶୀର୍ଷକ ଦୁଇଟି କ୍ଷୁଦ୍ର ନାଟକ କଳାକାରମାନେ ପରିବେଷଣ କରିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଘୁମୁରା ନୃତ୍ୟ ପ୍ରଦର୍ଶନ ହୋଇଥିଲା। ସଭାଟିକୁ ସଞ୍ଚାଳନ କରିଥିଲେ କର ଆଇନଜୀବୀ ସଂଜୀବ କୁମାର ସିଂ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡିଜିଏମ ଓପିଟିସିଏଲ୍ ଅଜୟ କୁମାର ନନ୍ଦ, ଟିପିଡବ୍ଲୁଏଲ୍ ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ମାଟି, ଡି ଆଇ ପି ଆର୍ ଓ ମନୋଜ ବେହେରା, ତହସିଲଦାର ଉପେନ୍ଦ୍ର ଲୁହା, ନିଜାରତ ଅଧିକାରୀ ଶ୍ରୀଶଙ୍କର ନାଗ, ଜିଲ୍ଲା ପରିଷଦ ସଦସ୍ୟ, ବିରୋଧୀ ଦଳ ନେତା ପ୍ରତିନିଧି, ସରପଞ୍ଚ, ସମିତି ସଭ୍ୟ, ବିଦ୍ୟୁତ୍ ଉପଭୋକ୍ତା ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

ସଭା ପରିଚାଳନା ରେ ପାୱାର ଗ୍ରିଡ ଜି ଏମ ଉମାକାନ୍ତ ଶୁକ୍ଳ, ପାୱାର ଗ୍ରିଡ ମ୍ୟାନେଜର ଆଶୁତୋଷ ଦଳ ବେହେରା, ଏସ୍ ଡି ଓ, ଓପିଟିସିଏଲ୍ ରଞ୍ଜନ କୁମାର ସାହୁ, ପାୱାର ଗ୍ରିଡ କର୍ମଚାରୀ ଡି ବେହେରା ପ୍ରମୁଖ ସହଯୋଗ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ପାୱାର ପ୍ଲାଂଟ୍ ପାଇଁ ଘରୋଇ କୋଇଲାର ଆବଶ୍ୟକ ପରିମାଣ ନିର୍ଦ୍ଧାରଣ କରିବାକୁ ସିଇଏକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଶକ୍ତି ମନ୍ତ୍ରଣାଳୟ ଶକ୍ତି ବି (୮) (କ) ଅଧୀନରେ କୋଇଲା ବ୍ୟବହାର କରୁଥିବା ପାୱାର ପ୍ଲାଂଟ୍ ଗୁଡିକଙ୍କ ପାଇଁ ଘରୋଇ କୋଇଲାର ଆବଶ୍ୟକ ପରିମାଣ ନିର୍ଦ୍ଧାରଣ କରିବା ନିମନ୍ତେ ୧୦ % ଅମଦାନୀକୃତ କୋଇଲାର ମିଶ୍ରଣକୁ ବିଚାରକୁ ନେବାକୁ ସିଇଏକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି, ଯାହା ଶକ୍ତି ଦୃଷ୍ଟିରୁ ଘରୋଇ କୋଇଲାର ହାରାହାରି ୧୫% ସହିତ ସମାନ ଅଟେ। ଶକ୍ତି ବି (୮) (କ) ହେଉଛି ପାୱାର ପ୍ଲାଂଟ ଗୁଡିକଙ୍କ ପାଇଁ ଗବାକ୍ଷ ସଦୃଶ, ଯେଉଁ ମାନଙ୍କର କୋଇଲା ନିମନ୍ତେ ନିଲାମ ଧରିବା ପାଇଁ ସାମର୍ଥ୍ୟ ରହିଛି, ଏହି କୋଇଲାକୁ ବ୍ୟବହାର କରି ଶକ୍ତି ଉତ୍ପାଦନ କରିବା ଏବଂ ଡେ ଆହେଡ୍ ମାର୍କେଟ (ଡିଏଏମ୍ ) ବା ସ୍ୱଳ୍ପକାଳୀନ ପିପିଏ ପାଇଁ ଡିଇଇପି ପୋର୍ଟାଲ୍‌ରେ ତାର ବିନିମୟରେ ବିକ୍ରି କରିବା ପାଇଁ ସାମର୍ଥ୍ୟ ରହିଛି।

ଏଭଳି ପ୍ଲାଂଟ୍ ଗୁଡିକ ପାଇଁ, ମନ୍ତ୍ରଣାଳୟ ଓଜନ ଦ୍ୱାରା ୧୦% ବାଧ୍ୟତାମୂଳକ ମିଶ୍ରଣ ଆଧାରରେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି, ୧୫ ଜୁନ୍ ୨୦୨୨ରୁ ଆରମ୍ଭ କରି ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ବ୍ୟବହୃତ କୋଇଲାର ପରିମାଣକୁ ହିସାବ କରିବା ନିମନ୍ତେ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏହା ଏହି ସବୁ ପ୍ଲାଂଟ୍ ଆମଦାନୀ କରା ଯାଉଥିବା କୋଇଲା ଆହରଣ କରିବାକୁ ତିନି ସପ୍ତାହର ଏକ ମହଲତ ପ୍ରଦାନ କରିବ।

ବିଦ୍ୟୁତ୍ ଶକ୍ତିର ବର୍ଦ୍ଧିତ ଚାହିଦା ଏବଂ ଘରୋଇ କୋଇଲା କମ୍ପାନୀ ମାନଙ୍କର କୋଇଲା ଯୋଗାଣ କୋଇଲା ବ୍ୟବହାର ସହିତ ମେଳ ଖାଉନଥିବାକୁ ତାହା ଉପରେ ବିଚାର କରି, ଶକ୍ତି ମନ୍ତ୍ରଣାଳୟ ଆଇପିପି ଗୁଡିକ ସମେତ ଉତ୍ପାଦନକାରୀ କମ୍ପାନୀ ମାନଙ୍କୁ (ଜେନ୍‌କୋ) ଶକ୍ତି ଉତ୍ପାଦନ ପାଇଁ ୧୦% ଆମଦାନୀକୃତ କୋଇଲା ମିଶ୍ରଣ କରିବା ନିମନ୍ତେ ୨୮.୦୪.୨୦୨୨ ରେ ନିର୍ଦ୍ଦେଶ ଦେଇଛନ୍ତି। ଏହା ଘରୋଇ କୋଇଲା ଯୋଗାଣକୁ ପରିପୂରଣ କରିବା ପାଇଁ କରା ଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଘରୋଇ କୋଇଲା ଭିତ୍ତିକ କାରଖାନାଗୁଡିକୁ ନିର୍ଦ୍ଦେଶ ଜାରି

ନୂଆଦିଲ୍ଲୀ: ଶକ୍ତି ମନ୍ତ୍ରଣାଳୟ ଜେନକୋ ଗୁଡିକୁ ଧାରା-୧୧ ଅଧୀନରେ ବିଦ୍ୟୁତ ଶକ୍ତିର ଅତ୍ୟଧିକ ଚାହିଦା ପରିପ୍ରେକ୍ଷୀରେ ନିର୍ଦ୍ଦେଶ ଜାରି କରିଛନ୍ତି। ବିଦ୍ୟୁତର ଅତ୍ୟଧିକ ଚାହିଦା ଓ କେତେକ ଅଞ୍ଚଳରେ ଏହା ନିଅଣ୍ଟ ଯୋଗୁଁ ଶକ୍ତି ଉତ୍ତୋଳନ  ଯଥା ସମ୍ଭବ ଅଧିକ କରିବା ପାଇଁ ମନ୍ତ୍ରଣାଳୟ କହିଛି। ଘରୋଇ କୋଇଲା ଯୋଗାଣ ଅଧିକ ବୃଦ୍ଧି କରାଯାଇଥିଲେ ମଧ୍ୟ କୋଇଲାର ଆବଶ୍ୟକତା ଓ ଯୋଗାଣ ମଧ୍ୟରେ ବ୍ୟବଧାନ ଯୋଗୁଁ ଉତ୍ପାଦନ ସ୍ଥାନରେ କୋଇଲା ମହବୁତ ସ୍ଥିତି ଭୟଙ୍କର ଭାବେ ହ୍ରାସ ପାଉଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଆହୁରି ଲକ୍ଷ୍ୟ କରାଯାଇଛି ଧାର୍ଯ୍ୟ ଶତକଡା ଦଶଭାଗ ପର୍ଯ୍ୟନ୍ତ ଆମଦାନୀ ହେଉଥିବା କୋଇଲା ମିଶ୍ରଣ ହେଉ ନ ଥିବା ଯୋଗୁଁ କୋଇଲା ଷ୍ଟକ୍ ମଧ୍ୟ ହ୍ରାସ ପାଉଛି । ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଗତ ୧୮.୫. ୨୦୨୨ରେ ସମସ୍ତ ଜେନ୍‌କୋଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ ଜେନ୍‌କୋ ମିଶ୍ରଣ ପାଇଁ ଉଦ୍ଦିଷ୍ଟ ରପ୍ତାନୀ କୋଇଲା ପାଇଁ ବହିନା ୩୧.୫.୨୦୨୨ ସୁଦ୍ଧା ନ ଦେଲେ ବା ଏଥିପାଇଁ  ଆମଦାନୀ କୋଇଲା ୧୫.୬. ୨୦୨୨ ସୁଦ୍ଧା ନ ପହଞ୍ଚିଲେ ଖିଲାପକାରୀ ଜେନକୋ ମିଶ୍ରଣ ନିମନ୍ତେ ଶତକଡା ୧୫ଭାଗ ପର୍ଯ୍ୟନ୍ତ କୋଇଲା ଆମଦାନୀ କରିବେ । ମିଶ୍ରଣ ପାଇଁ ଆମଦାନୀ କୋଇଲା ପ୍ରଥମ ତିନିମାସ ଏପ୍ରିଲ-ଜୁନ ୨୦୨୨ ଓ ୩୧.୧୦.୨୦୨୨ ପର୍ଯ୍ୟନ୍ତ ଅଭାବ ପଡୁଥିବା କୋଇଲା ଆମଦାନୀ କରି ଭରଣା କରିବେ ।

ମନ୍ତ୍ରଣାଳୟ କହିଛି ଯେ ଘରୋଇ କୋଇଲା ଭିତିକ ବିଦ୍ୟୁତ ଉତ୍ପାଦନ କାରାଖାନାଗୁଡିକ ଯେଉଁମାନଙ୍କ ଶୁଳକ୍ ଆଇନର ଧାରା ୬୩ବଳରେ ନିୟନ୍ତ୍ରିତ ହେଉଛି ସେମାନେ ଆମଦାନୀ କୋଇଲା ମିଶ୍ରଣ ବାଧ୍ୟତାମୂଳକ ହେଲେ ଶୁଳ୍‌କ ଦେଇ କୌଣସି ସମସ୍ତଙ୍କୁ ସୁହାଇବା ଭଳି ପଦ୍ଧତି ବାହାର କରିବାକୁ ଅନୁରୋଧ କରିଛନ୍ତି । ମନ୍ତ୍ରଣାଳୟ ସେମାନଙ୍କ ଅନୁରୋଧ ସମ୍ପୂର୍ଣ୍ଣ ପରୀକ୍ଷାନିରୀକ୍ଷା କରି କେନ୍ଦ୍ରୀୟ ବିଦ୍ୟୁତ କର୍ତ୍ତୃପକ୍ଷ (ସିଇଏ)ଙ୍କ ସହ ୨୦.୫.୨୦୨୨ରେ ଅନୁଷ୍ଠିତ ବୈଠକରେ ଏକ ପଦ୍ଧତି ଚୂଡାନ୍ତ କରିଛି । ଆଲୋଚନା ଭିତିରେ ପଦ୍ଧତିର ସିଇଆରସି ଦ୍ୱାରା ଗୃହୀତ ପ୍ରଚଳିତ ପଦ୍ଧତି ଅନୁସାରେ ସଂଶୋଧନ କରାଯାଇଛି ।

 ବର୍ତ୍ତମାନ ପରିସ୍ଥିତି ଓ ଧାରା-୧୧ ଅନୁସାରେ ଆମଦାନୀ କୋଇଲା ମନ୍ତ୍ରଣାଳୟ ନିମ୍ନୋକ୍ତ ନିର୍ଦ୍ଦେଶ ଦେଇଛନ୍ତି :

କ) ଅନୁଚ୍ଛେଦ-୬ ଅନୁସାରେ ପଦ୍ଧତି ଅନୁସରଣ କରି ଶକ୍ତି ଉତ୍ପାଦନ କମ୍ପାନୀମାନେ ବିଦ୍ୟୁତ ଆଇନ, ୨୦୦୩ ଧାରା ୬୩ ଅନୁସାରେ ଶକ୍ତି ଯୋଗାଣ କରିବେ ଓ ରାଜ୍ୟ ସରକାର/ଡିସକମମାନେ ଆମଦାନୀ କୋଇଲା ମିଶ୍ରଣ ବାବଦ କ୍ଷତିପୂରଣ ହିସାବ ଦେବେ ।

ଖ) ଏହି କାରଖାନାଗୁଡିକର ବିଲ୍ ଓ ଦେୟ ପଇଠ ପ୍ରକ୍ରିୟା ପିପିଏ ଅନୁସାରେ ହେବ । ତେବେ ଜେନକୋ ନଗଦ ଦେୟ ପ୍ରଦାନ କରି ବର୍ତ୍ତମାନର ଆବଶ୍ୟକତା ପାଇଁ କୋଇଲା ଆମଦାନୀ କାର୍ଯ୍ୟ ସାପ୍ତାହିକ ଭିତ୍ତିରେ କରିବେ । ବର୍ତ୍ତମାନର ଆବଶ୍ୟକତା ନିମନ୍ତେ ବିଲର୍ ଅନୂନ୍ୟ ଶତକଡା ୧୫ଭାଗ କୋଇଲା ଆମଦାନୀ କରୁଥିବା କମ୍ପାନୀ ବିଲ ପାଇବାର ସପ୍ତାହକ ମଧ୍ୟରେ ପଇଠ କରିବେ । ସାମୟିକ ଆବଶ୍ୟକତା ଜନିତ  ବିଲ୍ ଓ ଦେୟ ଚୂଡାନ୍ତ ବିଲ୍ ଓ ଦେୟ ପଇଠ ମାସିକ ଭିତରେ ପିପିଏ ଅନୁସାରେ କରାଯିବ ।

ଗ) ସାମୟିକ ଆବଶ୍ୟକତାଜନିତ ସାପ୍ତାହିକ ବିଲର ଶତକଡା ୧୫ଭାଗ ଦେୟ ପଇଠ ନିମନ୍ତେ ଉତ୍ପାଦନକାରୀ କମ୍ପାନୀ  ଶକ୍ତି ବିନିମୟ କାର୍ଯ୍ୟକ୍ରମ ଜରିଆରେ ଶତକଡା ୧୫ ଭାଗ ପର୍ଯ୍ୟନ୍ତ ବିଦ୍ୟୁତ ବିକ୍ରୀ କରିପାରିବେ । ଶକ୍ତି ଉତ୍ପାଦନକାରୀ କମ୍ପାନୀଗୁଡିକ ଆମଦାନୀ କୋଇଲା ମିଶ୍ରଣ ସୁନିଶ୍ଚିତ କରିବା ସହ  ନିୟମାନୁଯାୟୀ କୋଇଲା ଷ୍ଟକ ବଳବତ୍ତର ରଖିବେ।

ଘ) ଏହି ନିର୍ଦ୍ଦେଶ ଆମଦାନୀ କୋଇଲା ମିଶ୍ରଣ ଘରୋଇ କମ୍ପାନୀ ଗୁଡିକ ନିମନ୍ତେ ୩୧.୩.୨୦୨୩ ପର୍ଯ୍ୟନ୍ତ ବଳବତ୍ତର ରହିବ।

ପୃଷ୍ଠଭୂମି

ଅସ୍ୱାଭାବିକ କୋଇଲା ଚାହିଦା ବୃଦ୍ଧି ସହ ନିଅଣ୍ଟିଆ ଘରୋଇ କୋଇଲା ଯୋଗାଣ ଦୃଷ୍ଟିରୁ ସବୁ ରାଜ୍ୟ ଓ ଜେନକୋଙ୍କୁ ଏପ୍ରିଲ ୨୮, ୨୦୨୨ (ପରିଶିଷ୍ଟ-୧ରେ ନକଲ ସଂଯୁକ୍ତ) ପତ୍ର ଅନୁସାରେ ମିଶ୍ରଣ ନିମନ୍ତେ ଅନୂନ୍ୟ ଶତକଡା ୧୦ଭାଗ କୋଇଲା ଆମଦାନୀ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । ରାଜ୍ୟଗୁଡିକୁ ସମୟପଯୋଗୀ ଅନୁମତି ଆଇପିପିକୁ ଆବଶ୍ୟକସ୍ଥଳେ ଦେବାକୁ କୁହାଯାଇଥିଲା । ନିଶ୍ଚିତଭାବେ ପ୍ରତିଯୋଗିତା ଦର ଭିତ୍ତିରେ ତଥା ସ୍ୱଚ୍ଛତା ରକ୍ଷା କରି କୋଇଲା ଆହରଣ କରିବାକୁ ପତ୍ରରେ ଦର୍ଶାଯାଇଥିଲା ।

ମାତ୍ର କୋଇଲା ଆମଦାନୀ ଆବଶ୍ୟକତା ଅନୁଯାୟୀ କରା ନ ଯିବା ଲକ୍ଷ୍ୟ କରାଗଲା । ଆମଦାନୀ କୋଇଲା ମିଶ୍ରଣ ନେଇ କ୍ଷତିପୂରଣ ବାବଦ ସ୍ପଷ୍ଟୀକରଣ  ନ ଥିବାରୁ ଅନେକ ବିଦ୍ୟୁତ ଉତ୍ପାଦନକାରୀ କମ୍ପାନୀ କୋଇଲା ଆମଦାନୀ ନିମନ୍ତେ ଅନିଚ୍ଛା ପ୍ରକାଶ କଲେ  । ମେ ୩, ୨୦୨୨  ପତ୍ର (ନକଲ ପରିଶିଷ୍ଟ-୨ରେ ଉପଲବ୍ଧ) ଜରିଆରେ ରାଜ୍ୟ ସରକାର ଓ ଏସଇଆରସିମାନଙ୍କୁ ବିଦ୍ୟୁତ ଉତ୍ପାଦନକାରୀ କେନ୍ଦ୍ରମାନ ତୁରନ୍ତ ମିଶ୍ରଣ ପାଇଁ କୋଇଲା ଆମଦାନୀ କରିବାକୁ କୁହାଗଲା ।

ଶକ୍ତି ମନ୍ତ୍ରଣାଳୟ ମଧ୍ୟ ବିଦ୍ୟୁତ ଆଇନ, ୨୦୦୩ର ଧାରା ୧୦୭ ଅଧୀନରେ ୧୮.୫.୨୦୨୨ଦିନ ଆମଦାନୀ କୋଇଲାର ଅଧିକ ମିଶ୍ରଣ ନିମନ୍ତେ ସିଇଆରସିକୁ ନିର୍ଦ୍ଦେଶ ଜାରି କଲେ । ଏହି ନିର୍ଦ୍ଦେଶର ନକଲ ସମସ୍ତ ରାଜ୍ୟ ସରକାର ଓ ଏସଇଆରସିଏସ/ଜେଇଆରସିଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ପଠାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ଡିସ୍‌କମ୍‌ଗୁଡିକର ପୁରୁଣା ଦେୟ ବୋଝ ଲାଘବ କରିବାକୁ ଶକ୍ତି ମନ୍ତ୍ରଣାଳୟର ଯୋଜନା

ନୂଆଦିଲ୍ଲୀ: ବିଜୁଳି ଆବଣ୍ଟନକାରୀ କମ୍ପାନୀ ବା ଡିସ୍‌କମ୍‌ଗୁଡିକ ବିଦ୍ୟୁତ୍ ଉତ୍ପାଦନକାରୀ କମ୍ପାନୀଙ୍କୁ ଜେନ୍‌କୋ ସମୂହକୁ ନିୟମିତ ଭାବେ ଶକ୍ତିକ୍ରୟ ବାବଦ ପାଉଣା ଦେବାକୁ ଅସମର୍ଥ ହେଉଥିବାରୁ ଶକ୍ତି କ୍ଷେତ୍ରର ସମଗ୍ର ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହୋଇଛି। ଏହି ପରିସ୍ଥିତିକୁ ବିଚାରକୁ ନେଇ କେନ୍ଦ୍ର  ଶକ୍ତି ମନ୍ତ୍ରଣାଳୟ ଦେୟ ଦେଇପାରୁ ନ ଥିବା ଡିସ୍‌କମ୍‌ଗୁଡିକର ଆର୍ଥିକ ଦୁଃସ୍ଥିତିକୁ ଲାଘବ କରିବାକୁ ଏକ ଯୋଜନା ପ୍ରସ୍ତୁତ କରୁଛି।

ଡିସ୍‌କମ୍‌ଗୁଡିକ ବିଜୁଳି କ୍ରୟ ବାବଦ ଅର୍ଥ ଠିକ୍ ସମୟରେ ପୈଠ କରୁ ନ ଥିବାରୁ ବିଦ୍ୟୁତ ଉତ୍ପାଦନକାରୀ କମ୍ପାନୀଗୁଡିକର ଅର୍ଥ ପ୍ରବାହ ପ୍ରକ୍ରିୟା ଗୁରୁତର ଭାବେ ପ୍ରଭାବିତ ହେଉଛି। କୋଇଲା କ୍ରୟ, ଦୈନନ୍ଦିନ ପରିଚାଳନା ଏବଂ ଅନ୍ୟାନ୍ୟା ଆନୁଷଙ୍ଗିକ କାର୍ଯ୍ୟ ପାଇଁ  ଶକ୍ତି ଉତ୍ପାଦନକାରୀ  କମ୍ପାନୀଙ୍କ ପାଖରେ ଯଥେଷ୍ଟ ନଗଦ ଗଚ୍ଛିତ ରହିବାର ଆବଶ୍ୟକତା ରହିଛି। ତେବେ ବିଜୁଳି କିଣୁଥିବା ଡିସ୍‌କମ୍‌ମାନେ ଠିକ୍ ସମୟରେ ଅର୍ଥ ପୈଠ କରୁ ନ ଥିବାରୁ ଉତ୍ପାଦନ ବ୍ୟବସ୍ଥା ଉପରେ ତାହାର ସିଧାସଳଖ ପ୍ରଭାବ ପଡୁଛି। ‘ପ୍ରାପ୍ତୀ ପୋର୍ଟାଲ’ରୁ ମିଳିଥିବା ତଥ୍ୟ ଅନୁସାରେ ୨୦୨୨ ମଇ ୧୮ତାରିଖ ସୁଦ୍ଧା ଡିସ୍‌କମ୍‌ଗୁଡିକ ଶକ୍ତି ଉତ୍ପାଦନକାରୀ କମ୍ପାନୀଙ୍କୁ ୧,୦୦,୦୧୮ କୋଟିରୁ ଅଧିକ ଟଙ୍କା ଦେଇନାହାନ୍ତି। ଏହି ବିପୁଳ ଅର୍ଥ ମଧ୍ୟରେ ବିବାଦୀୟ ଅର୍ଥ ପରିମାଣ ଓ ବିଳମ୍ବିତ ଦେୟଜନିତ ସରଚାର୍ଜ(ଜୋରିମାନା) ଅନ୍ତର୍ଭୁକ୍ତ ହୋଇନାହିଁ। ବିବାଦୀୟ ଓ ବିଳମ୍ବିତ ଦେୟ ଜନିତ ସରଚାର୍ଜର ମୋଟ ପରିମାଣ ୬୮୩୯ କୋଟି ଟଙ୍କା।

ଶକ୍ତି ମନ୍ତ୍ରଣାଳୟ ଏଥିପାଇଁ ଯେଉଁ ସ୍କିମ୍ ପ୍ରସ୍ତୁତ କରୁଛି ସେଥିରେ ନିଜର ବକେୟାକୁ କିସ୍ତି ଆକାରରେ ବିଜୁଳିତ୍ତଉତ୍ପାଦନକାରୀ କମ୍ପାନୀଗୁଡିକ ଦେବାର ବ୍ୟବସ୍ଥା କରାଯାଉଛି। ସମସ୍ତ ପ୍ରକାର ବାକି ଅର୍ଥ ପରିଶୋଧ କରିବାକୁ ଏକକାଳୀନ କୋହଳ ବ୍ୟବସ୍ଥା ସବୁ ଡିସକମ୍ ପାଇଁ ପ୍ରଯୁଜ୍ୟ ହେବ। ସ୍କିମର ବିଜ୍ଞପ୍ତି ପ୍ରକାଶ ପାଇବା ପରଠାରୁ ବିବାଦୀୟ ଓ ବିଳମ୍ବିତ ଦେୟ ଉପରେ ସରଚାଜ୍ ବା ଜୋରିମାନା ଲାଗୁ ହେବ ନାହିଁ। ସମ୍ପୃକ୍ତ ଡିସ୍କକମ୍‌ଗୁଡିକୁ ୪୮ଟି ମାସିକିଆ କିସ୍ତିରେ ସବୁ ବକେୟା ଅର୍ଥ ଉତ୍ପାଦନକାରୀ କମ୍ପାନୀଗୁଡିକୁ ଦେବାକୁ ପଡିବ।

ବାକିଥିବା ଅର୍ଥରାଶିକୁ କିସ୍ତିହାରରେ ପ୍ରଦାନ କରିବାର ସୁବିଧା ଦେବା ସହିତ ବିଳମ୍ବିତ ଦେୟ ବାବଦ ସରଚାର୍ଜ୍‌୍‌କୁ ସ୍ଥଗିତ ରଖି ସରକାର ଡିସ୍‌କମ୍ ଗୁଡିକର ଆର୍ଥିକ ଦୁଃସ୍ଥିତିର ସମାଧାନ ପାଇଁ ପ୍ରୟାସ କରୁଛନ୍ତି। ଏହାଫଳରେ ସମ୍ପୃକ୍ତ ଡିସ୍‌କମ୍‌ଗୁଡିକ ପାଇଁ ଏକ ଉତ୍ତମ ସୁଯୋଗ ସୃଷ୍ଟି ହେବ। ଏହି ପ୍ରକ୍ରିୟାରେ ସେମାନଙ୍କ ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଘଟିବ।

ଆହୁରି ମଧ୍ୟ ଏହି ବ୍ୟବସ୍ଥାରେ ବିଦ୍ୟୁତ୍ ଉତ୍ପାଦନକାରୀ କମ୍ପାନୀମାନେ ପ୍ରତିମାସରେ ଡିସ୍‌କମ୍‌ଗୁଡିକରୁ ବିଜୁଳି କ୍ରୟ ବାବଦ ଅର୍ଥ ପାଇବା ବ୍ୟବସ୍ଥା ସୁନିଶ୍ଚିତ ହେବ ଓ ସେମାନଙ୍କ ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଆସିବ। ତେବେ କୌଣସି ଡିସ୍‌କମ୍ ଯଦି ମାସିକ  କିସ୍ତି ପ୍ରଦାନରେ ବିଳମ୍ବ କରେ ସେ କ୍ଷେତ୍ରରେ ମୋଟ ବକେୟା ଅର୍ଥରାଶି ଉପରେ ସରଚାଜ୍ ଓ ଜୋରିମାନା ଲାଗୁ ହେବ।

ଏହି ପ୍ରସ୍ତାବିତ ଯୋଜନା ଫଳରେ ଡିସ୍‌କମ୍ ସମୂହ ଆସନ୍ତା ୧୨ରୁ ୪୮ ମାସ ମଧ୍ୟରେ ବିଳମ୍ବିତ ଦେୟ ବାବଦ ୧୯, ୮୩୩ କୋଟି ଟଙ୍କାର ସରଚାଜ୍  ବା ଜୋରିମାନା ବଞ୍ଚାଇ ପାରିବେ । ଏହି ଯୋଜନାରେ ତାମିଲନାଡୁ ଓ ମହାରାଷ୍ଟ୍ର ଭଳି ରାଜ୍ୟ ପ୍ରତ୍ୟେକ ୪୫୦୦ କୋଟି ଟଙ୍କା ବଞ୍ଚାଇ ପାରିବେ କାରଣ ଏହି ଦୁଇ ରାଜ୍ୟର ଡିସ୍‌କମ୍‌ଗୁଡିକର ଦେୟ ବାକି ବିପୁଳ । ସେହିଭଳି ଉତ୍ତରପ୍ରଦେଶ ୨୫୦୦ କୋଟି, ଜାମ୍ମୁ ଓ କାଶ୍ମୀର, ରାଜସ୍ଥାନ ଓ ତେଲଙ୍ଗାନା ଆଦି ୧୧୦୦ରୁ ୧୭୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବଞ୍ଚାଇ ପାରିବେ । ଡିସ୍କମ୍ ଗୁଡିକ ଏ ବାବଦରେ ଯେଉଁ ଅର୍ଥ ବଞ୍ଚାଇବେ ତାହାର ଲାଭ ବିଜୁଳି ଉପଭୋକ୍ତାଙ୍କୁ ମିଳିବ । କାରଣ ସେମାନେ  ଯେଉଁ ଅର୍ଥ ବଂଚାଇବା ତାହାକୁ ଉପଭୋକ୍ତାଙ୍କ କଲ୍ୟାଣ ପାଇଁ ବିନିଯୋଗ କରାଯିବ । ସେମାନେ ଅଧିକ ଲାଭ ପାଇଁ ଏହି ଅର୍ଥ ରାଶିକୁ ଖୁଚୁରା ତାରିଫରେ ମିଶାଇବ ପାରିବେ ନାହିଁ କିମ୍ବା ଖାଉଟିଙ୍କ ଉପରକୁ ନିଜର ଦେୟ ବୋଝ ଠେଲି ଦେଇପାରିବେ ନାହିଁ । ଶକ୍ତି ଉତ୍ପାଦନକାରୀ କମ୍ପାନୀ ଜେନ୍‌କୋଗୁଡିକ ନିୟମିତ ଭାବେ ପ୍ରାପ୍ୟ ଦେବାର ସୁବନ୍ଦୋବସ୍ତ କରିବାକୁ ସରକାରଏହି ପଦକ୍ଷେପ ନେଉଛନ୍ତି । ସେମାନେ ବିଜୁଳି ବିକ୍ରି ବାବଦ ଅର୍ଥ ଡିସ୍‌କମ୍‌ଗୁଡିକଠାରୁ ନିୟମିତ ନ ପାଇଲେ ଶକ୍ତି ଉତ୍ପାଦନ ହ୍ରାସ କରିବାକୁ  ବାଧ୍ୟ ହେବେ । ତେଣୁ ଏହି ଅବସ୍ଥା ସୃଷ୍ଟି ନ ହେବାକୁ ଏଭଳି ପଦକ୍ଷେପ କଥା ଚିନ୍ତା କରାଯାଉଛି ।

ବିଳମ୍ବିତ ଦେୟପ୍ରଦାନ ଜନିତ ସରଚାର୍ଜ (ଏଲପିଏସ୍‌ସି) ଏକ ଜୋରିମାନାଜନିତ ଟିକସ ଯାହା ଠିକ୍ ସମୟରେ ଅର୍ଥ ପ୍ରଦାନ ନ କଲେ ଡିସ୍‌କମ୍ ଉପରେ ଲାଗୁ ହୋଇଥାଏ । ପ୍ରଥମ ମାସ ବିଳମ୍ବରେ ଏହି ସରଚାର୍ଜ ବେସରେଟ୍‌ରେ ଲାଗୁ ହୁଏ । ତା’ପରେ କ୍ରମାଗତ ଦେୟ ପ୍ରଦାନରେ ବିଳମ୍ବ ଘଟିଲେ ଏହି ସରଚାର୍ଜ ୦.୫ ଶତାଂଶ ହିସାବରେ ବଢିଚାଲେ । ତେବେ ଏହି ସରଚାର୍ଜ ପରିମାଣ ବେସରେଟ ବା ମୂଳ ଜୋରିମାନାର ସର୍ବାଧିକ ୩ ଶତାଂଶ ପର୍ଯ୍ୟନ୍ତ ବୃଦ୍ଧି ହେବାର ବ୍ୟବସ୍ଥା ରହିଛି । ତାହାଠାରୁ ଅଧିକ ସରଚାର୍ଜ ଲାଗୁ କରାଯାଇପାରିବ ନାହିଁ ।

Categories
ଆଜିର ଖବର ଜାତୀୟ ଖବର

ଆନ୍ଦୋଳନ ସମୟରେ ବିଜୁଳି ଗ୍ରୀଡ଼ର ଚବିଶ ଘଣ୍ଟା ସାଧାରଣ କାର୍ଯ୍ୟ କରିବା ପାଇଁ ପରାମର୍ଶ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: ଶକ୍ତି ମନ୍ତ୍ରଣାଳୟ ସମସ୍ତ ରାଜ୍ୟ, ସିଇଏ, ଆରପିସି, ସିପିଏସୟୁ, ଏନଏଲଡିସି, ଆରଏଲଡିସି ଙ୍କୁ 28 ରୁ 30 ମାର୍ଚ୍ଚ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶ୍ରମିକ ସଂଗଠନ ଦ୍ବାରା ଡାକରା ଦିଆ ଯାଇଥିବା ଆନ୍ଦୋଳନ ସମୟରେ ବିଜୁଳି ଗ୍ରୀଡ଼ର ରକ୍ଷଣାବେକ୍ଷଣ ଏବଂ ବିଶ୍ବସନୀୟତା ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଜାରି କରିଛନ୍ତି। ମନ୍ତ୍ରଣାଳୟ ପରାମର୍ଶ ଦେଇଛନ୍ତି ଯେ ସମସ୍ତ ପାୱାର ୟୁଟିଲିଟିକୁ ବିଜୁଳି ଗ୍ରୀଡ଼ର ଚବିଶ ଘଣ୍ଟା ସାଧାରଣ କାର୍ଯ୍ୟ ଏବଂ ସମସ୍ତ ପ୍ଲାଣ୍ଟ, ଟ୍ରାନ୍‌ସମିସନ ଲାଇନ୍ ଓ ସବଷ୍ଟେସନର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ଉପାୟ କରିବା ଆବଶ୍ୟକ। ଉପରୋକ୍ତ ସତ୍ତ୍ବେ, ସୁରକ୍ଷିତ ଏବଂ ବିଶ୍ବସନୀୟ ଗ୍ରୀଡ଼ ସଞ୍ଚାଳନ ପାଇଁ ନିମ୍ନଲିଖିତ ପଦକ୍ଷେପ ମଧ୍ୟ ଗ୍ରହଣ କରାଯିବ। 28 ମାର୍ଚ୍ଚ 2022 ରୁ 29 ମାର୍ଚ୍ଚ 2022 ସମୟରେ ନିର୍ଦ୍ଧାରିତ ସଟ୍‌ଡାଉନ କାର୍ଯ୍ୟକୁ ଭବିଷ୍ୟତର ଉପଯୁକ୍ତ ତାରିଖରେ ପରିବର୍ତ୍ତନ କରାଯାଇପାରେ।

ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ନିଜର କ୍ଷେତ୍ରୀୟ ନେଟୱର୍କ/ ନିୟନ୍ତ୍ରଣ କ୍ଷେତ୍ର ନିକଟରେ ଉପଯୁକ୍ତ ତତ୍ତ୍ବାବଧାନ ସୁନିଶ୍ଚିତ କରନ୍ତୁ ଏବଂ କୌଣସି ଜରୁରୀ ସ୍ଥିତିରେ ସଂପୃକ୍ତ ଏସଏଲଡିସି/ ଆରଏଲଡିସି ଏବଂ ଏନଏଲଡିସିଙ୍କୁ ରିପୋର୍ଟ କରିବେ।

କୌଣସି ଜରୁରୀକାଳୀନ ପରିସ୍ଥିତିକୁ ଏଡ଼ାଇବା ପାଇଁ 24 x7 ସମସ୍ତ ଗୁରୁତ୍ବପୂର୍ଣ୍ଣ ସବ-ଷ୍ଟେସନ/ପାୱାର ଷ୍ଟେସନରେ ଅତିରିକ୍ତ ଶ୍ରମବଳକୁ ନିୟୋଜିତ କରାଯାଇପାରେ।

ଚିହ୍ନଟ କରାଯାଇଥିବା ସବ-ଷ୍ଟେସନ/ପାୱାର ଷ୍ଟେସନ ଏବଂ ଏଥି ସମ୍ବନ୍ଧିତ ଏସଏଲଡିସି/ଆରଏଲଡିସି ମଧ୍ୟରେ ଡାଟା ଏବଂ ଭଏସ କମ୍ୟୁନିକେସନର ସୁପରିଚାଳନା ସୁନିଶ୍ଚିତ କରାଯିବ।

ହସ୍‌ପିଟାଲ, ରକ୍ଷା, ରେଲୱେ ଆଦି ଜରୁରୀ ସେବାକୁ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରାଯିବା ଆବଶ୍ୟକ।

ସମସ୍ତ କ୍ଷେତ୍ରୀୟ/ ରାଜ୍ୟ ନିୟନ୍ତ୍ରଣ କକ୍ଷର ଅଫିସରଙ୍କୁ ସତର୍କ ଓ ହାଇ ଆଲର୍ଟରେ ରହିବା ଆବଶ୍ୟକ।

ସମସ୍ତ ରକ୍ଷା ପ୍ରଣାଳୀ ଯଥା ଫ୍ରିକୁଏନ୍‌ସି ରିଲେ ଆଧାରିତ ଲୋଡ୍ ସେଡିଂ (ୟୁଏଫଏଲଏସ), ଏସପିଏସ ଇତ୍ୟାଦି ଅନୁସାରେ ଡିଏଫ/ଡିଟି କାର୍ଯ୍ୟକ୍ଷମ ରହିବ। ସୂଚନା ପ୍ରସାର ଏବଂ କୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତିକୁ ଏଡ଼ାଇବା ପାଇଁ 24 x7 ନିୟନ୍ତ୍ରଣ କକ୍ଷକୁ କାର୍ଯ୍ୟକ୍ଷମ କରାଯାଇପାରେ।