Categories
ଆଜିର ଖବର ରାଜ୍ୟ ଖବର

ପ୍ରାଣୀଧନ ନୀରିକ୍ଷକଙ୍କ ଶବ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ କଞ୍ଚୁଡୁ ଗ୍ରାମ ରେ ଅବସ୍ଥିତ ପଶୁ ଚିକିତ୍ସା ଅନୁଷ୍ଠାନ ର ନୀରିକ୍ଷକ ପ୍ରମୋଦ କୁମାର ମହାଙ୍କୁଡ ଙ୍କ ଶବ ଉକ୍ତ କାର୍ଯ୍ୟାଳୟରୁ ଉଦ୍ଧାର ହୋଇଛି।

ଘଟଣାରୁ ପ୍ରକାଶ ଯେ, ମୃତ ପ୍ରମୋଦଙ୍କ ଘର କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରେ ଓ ସେ ଏହି ୩ ବର୍ଷ ହେଲା ଏଠାରେ କାର୍ଯ୍ୟରେ ଯୋଗ ଦେଇଥିଲେ। କିନ୍ତୁ ସେହି କାର୍ଯ୍ୟାଳୟ ମଧ୍ୟରେ ହିଁ ରହୁଥିଲେ। ସକାଳୁ ନିକଟରେ ଥିବା ଫୁଲ ଗଛରୁ ଫୁଲ ତୋଳି କବାଟ ବନ୍ଦ କରି ଭିତରକୁ ଯିବା ଜଣାପଡିଛି। କିନ୍ତୁ ଦୁର୍ଘଟଣା ଗ୍ରସ୍ତ ଛେଳି କୁ ଚିକିତ୍ସା ପାଇଁ ଜଣେ ଲୋକ ଆସି ଭିତରପଟୁ କବାଟ ବନ୍ଦ ହୋଇଥିବା ଦେଖି ଝରକା ପଟେ ଦେଖିଲା ବେଳକୁ ଅଚେତ ଅବସ୍ଥାରେ ପ୍ରମୋଦକୁ ଦେଖି ଗାଁ ଲୋକଙ୍କୁ ଜଣାଇବା ପରେ ଗାଁ ଲୋକଙ୍କ ଠାରୁ ଖବର ପାଇ ହିଞ୍ଜିଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ପ୍ରମୋଦଙ୍କ ମୃତ ଦେହ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିଖୋଜ ମହିଳାଙ୍କ ଶବ ଉଦ୍ଧାର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ପାଟପୁର ଥାନା ଅନ୍ତର୍ଗତ ପୋଡାମାରି ଗ୍ରାମର ସଙ୍ଗୀତା ପ୍ରଧାନ ନାମ୍ନୀ ଜଣେ ମହିଳାଙ୍କର ଶବ ଉଷ୍ମ ପ୍ରବଣ ତପ୍ତପାଣି ନିକଟସ୍ଥ ଏକ କେନାଲରୁ ଉଦ୍ଧାର ହୋଇଛି। ବିବାହିତା ମହିଳା ସଙ୍ଗୀତା ଗତ ୩ ବର୍ଷ ତଳେ ପାଟପୁର ଥାନା ଅନ୍ତର୍ଗତ ନରସିଂହ ଗଡ଼ରେ ବାହା ହୋଇଥିଲେ। କୌଣସି କାରଣରୁ ସେ ସ୍ବାମୀଙ୍କ ଠାରୁ ଛାଡ଼ପତ୍ର ହୋଇ ପୁଡାମାରି ବାପା ଘରେ ରହୁଥିଲେ। କିନ୍ତୁ ହଠାତ୍ ଗତ ୩ ତାରିଖରୁ ଘରୁ କେଉଁ ଆଡେ ଚାଲିଯାଇଥିଲା।

ଏହି ପରିପ୍ରେକ୍ଷୀରେ ବାପା ପାଟପୁର ଥାନାରେ ଏକ ଅଭିଯୋଗ ଦାଖଲ କରିଥିଲେ। ଗତ କାଲି କିଛି ଚାଷୀ ଲୋକ ଜମିରେ ପାଣି ମଡାଇବା ପାଇଁ ଉକ୍ତ ସ୍ଥାନକୁ ଯାଇଥିବା ବେଳେ ବହୁତ ଦୁର୍ଗନ୍ଧ ହୋଇଥିଲା। ଖୋଜିବା ବେଳକୁ ପାଣି ଭିତରେ ଜଣେ ମହିଳା ମୁହଁ ମାଡି ରହିଛି ଓ ତା ଉପରେ ପଥର ମଡ଼ା ଯାଇଛି।

ଏହି ଖବର ଗାଁ ଲୋକେ ଜାଣିଲା ପରେ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର, ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ସକାଶେ ପଠାଇବା ଡାକ୍ତରଖାନାକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି।

ଅନ୍ୟ ପକ୍ଷରେ ସଙ୍ଗୀତା ପିନ୍ଧିଥିବା ସୁନା ଅଳଙ୍କାର ତାଙ୍କ ଦେହରେ ନାହିଁ ଓ ଏହି ଲୋଭରେ କେହି ତାଙ୍କୁ ହତ୍ୟା କରି ପଥର ମଡାଇ ଚାଲିଯାଇଛନ୍ତି ବୋଲି ପୋଲିସ ନିକଟରେ ତାଙ୍କ ବାପା ଅଭିଯୋଗ କରିଛନ୍ତି। ଏତଲା ନଂ ୫୦୦/୨୩ ଅନୁଯାୟୀ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅଟୋ ଭିତରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ବଡଡାକ୍ତରଖାନା ପରିସରରେ ଏକ ଅଟୋ ଭିତରୁ ଜନୈକ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ଜଣକ ବୟସ ପ୍ରାୟ ୪୦ ବର୍ଷ ହେବ ବୋଲି ଜଣାପଡିଛି। ଡାକ୍ତରଖାନା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଶବ ସୁରକ୍ଷା ଗୃହରେ ଶବକୁ ରଖି ତଦନ୍ତ ଆରମ୍ଭ କରିଛନ୍ତି।

ସୁଚନା ଥାଉକି ଲୋଚାପଡା ଅଞ୍ଚଳର ଜନୈକ ଅଟୋ ଚାଳକ ତାଙ୍କର ଅଟୋକୁ ଉକ୍ତ ସ୍ଥାନରେ ରଖି ବାହାରକୁ ବୁଲିବାକୁ ଯାଇ ଆସି ଦେଖିଲା ବେଳକୁ ଏହି ଭଳି ଘଟଣା ଘଟିଛି ଓ ସେ ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପଦକ୍ଷେପ ଗ୍ରହଣ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାସ୍ତା କଡ଼ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର: ହତ୍ୟା ସନ୍ଦେହ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲାଠି ସୁକୁଣ୍ଡା ରାସ୍ତାରୁ ଯୁବକଙ୍କ ଶବ ଉଦ୍ଧାର ହୋଇଛି। ମୃତ ଯୁବକ ବାଉରୀ ସୁକୁଣ୍ଡା ଗ୍ରାମର ଗଙ୍ଗା ଦାସ ବୋଲି ଜଣାପଡିଛି। ଗଙ୍ଗାଙ୍କୁ କିଏ ହତ୍ୟା କରି ଏଠାରେ ଫୋପାଡି ଦେଇଥିବା ଜଣାପଡିଛି।

ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରାକ୍ଟର ଚକା ତଳୁ ଡ୍ରାଇଭରଙ୍କ ଶବ ଉଦ୍ଧାର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବୁଗୁଡ଼ା ଥାନା ଅନ୍ତର୍ଗତ ଖୋଳଖାଳି ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ବାଲିଘାଇ ଠାରେ ମନରେଗା ପାଣ୍ଠିରେ ଏକ ଉନ୍ନୟନ କାର୍ଯ୍ୟ ଚାଲିଛି। ଉକ୍ତ କାର୍ଯ୍ୟସ୍ଥଳରେ ଏକ ଟ୍ରାକ୍ଟର ଚକା ତଳେ ସେହି ଗାଡ଼ିର ଡ଼୍ରାଇଭରର ଶବ ଦେଖିବାକୁ ମିଳିଛି। ମୃତ ଡ୍ରାଇଭର ଜଣଙ୍କ ପୋଲସରା ଥାନା ଅନ୍ତର୍ଗତ ହାତୀପାଦପଲୀ ଗ୍ରାମର ସିମାଞ୍ଚଳ ପ୍ରଧାନ ବୋଲି ଜଣାପଡିଛି।

ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳ ବାସୀ ଓ ବୁଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଂଚି ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେଇଥିଲେ। କିନ୍ତୁ ଡ଼ାକ୍ତର ସିମାଞ୍ଚଳକୁ ମୃତ୍ୟୁ ଘୋଷଣା କରିଥିଲେ।

ଡ଼ାକ୍ତରଖାନାରେ ସ୍ଥାନୀୟ ତହସିଲଦାର ଓ ପୋଲିସ କର୍ମଚାରୀ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ତେବେ ଏନେଇ ମୃତ ସିମାଞ୍ଚଳଙ୍କ ଭାଇ ଗୌତମ ଥାନାରେ ଅଭିଯୋଗ କରିଛନ୍ତି। ଏତଲା ଗ୍ରହଣ କରି ପୋଲିସ ଅନୁସନ୍ଧାନ କରୁଛି।

Categories
ଆଞ୍ଚଳିକ

ବ୍ରହ୍ମପୁର: ନିଖୋଜ ଯୁବକର ଶବ ଉଦ୍ଧାର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଶାସନ ଗ୍ରାମ ପଞ୍ଚାୟତ ଲୁଣିପଡା ଶାସନ ଗ୍ରାମର ରବିନ୍ଦ୍ର ଗୌଡ଼ଙ୍କ ପୁଅ ସୁନୀଲ ଗୌଡ଼ ନିଖୋଜ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। ପିତାଙ୍କ ଅଭିଯୋଗ ଗ୍ରହଣ କରି ପୋଲିସ ଅନୁସନ୍ଧାନ ଚଳାଇଥିବା ବେଳେ ଗ୍ରାମର ଜଣେ ଗାଇ ଚରାଳି ଗ୍ରାମ ନିକଟସ୍ଥ ନୁଆଁ ନାଳ କେନାଲ ପାଖରେ ଏକ ଶବ ପଡିଥିବାର ଦେଖି ଗ୍ରାମରେ ଜଣାଇଥିଲେ। ଗ୍ରାମବାସୀ ଯାଇ ଦେଖିଲେ ଯେ, ଉକ୍ତ ଶବ ସୁନୀଲର ଓ ଗାଙ୍ଗପୁର ଥାନାକୁ ଖବର କରିବା ପରେ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପତ୍ନୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ: ୫ଦିନ ପରେ ମାଟି ତଳୁ ମୃତଦେହ ଉଦ୍ଧାର

କନ୍ଦର୍ପ ବେହେରା
ରେଢାଖୋଲ: ଟିକିଏ ଝଗଡାରୁ ନିଜ ପତ୍ନୀକୁ ପିଟି ପିଟି ହତ୍ୟା ପରେ ଶେଷରେ ଗାତ ଖୋଳି ଶବକୁ ନିକଟସ୍ଥ ଜଙ୍ଗଲରେ ପୋତିଦେବା ଏବଂ ଝାଡା ବାନ୍ତିରେ ମରିଥିବା କହି ନିରବ ରହିବା ଭଳି ଲୋମହର୍ଷଣକାରୀ ଘଟଣା ଘଟିଛି କିସିଣ୍ଡା ଥାନା ଅଂଚଳରେ। ହତ୍ୟାକାରୀ ସ୍ୱାମୀକୁ ମଧ୍ୟ ପୋଲିସ୍ ଗିରଫ କରିଥିବା ସୂଚନା ମିଳିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ଗୋଗୁଆ ପଂଚାୟତ ମଙ୍ଗଳପୁର ଗ୍ରାମର ମାଧବ ଶବର (୪୧) ନିଜ ପତ୍ନୀ ପ୍ରମିଳା ଶବର (୩୬)ଙ୍କ ସହ ଗତ ତା ୧୦ /୪ ରେ ସାମାନ୍ୟ କଥାରେ ବଚସା ହୋଇଥିଲା। ପତ୍ନୀ ବିମଳା ଶବରକୁ ଅଚାନକ ଏକ ଠେଙ୍ଗା ସାହାଯ୍ୟରେ ମାଡପିଟ୍ କରିଥିଲା। ଘଟଣା ସ୍ଥଳରେ ପତ୍ନୀର ମୃତ୍ୟୁ ହୋଇଥିବା ବେଳେ ସେ ଝାଡାରେ ମରିଥିବା ଗ୍ରାମାବସୀଙ୍କୁ କହିଥିଲା।

ତାପରଦିନ ୧୧/୪ ରେ ହତ୍ୟାକାରୀ ମାଧବ ମଙ୍ଗଳପୁର ନିକଟସ୍ଥ ପତରା ଜଙ୍ଗଲକୁ ଯାଇ ଗାତ ଖୋଳି ଶବଟିକୁ ପୋତି ଦେଇଥିଲା। ପ୍ରତିଦିନ ପରି ସେମିତି ସେ ନିଜ କାମରେ ଲାଗିପଡିଥିଲା। ଗ୍ରାମବାସୀ ମାଧବର ଚାଲିଚଳନ ତଥା କାର୍ଯ୍ୟକଳାପରେ ସନ୍ଦେହ କଲେ।

ମଙ୍ଗଳପୁର ଗ୍ରାମବାସୀ ଗତ ତା ୧୪/୪ ରେ କିସିଣ୍ଡା ଥାନାରେ ଲିଖିତ ଅଭିଯୋଗ କଲାପରେ କିସିଣ୍ଡା ପୋଲିସ୍ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଫେରିଆସିଥିଲା। ଗତ ତା ୧୫/୪ ରେ କିସିଣ୍ଡା ପୋଲିସ୍ ଟିମ୍ ଏବଂ ସମ୍ବଲପୁରରୁ ସାଇନ୍‌ଟିଫିକ୍ ଟିମ୍ ଆସି ଶବ ପୋତିଥିବା ଜଙ୍ଗଲକୁ ଯାଇ ତଦନ୍ତ କରିବା ସହ ଅଭିଯୁକ୍ତକୁ ପଚାରିଥିଲେ। ସେ ପୋଲିସ୍ ଆଗରେ ସତ କଥା କହିଥିଲା। ଯା ଫଳରେ ପୋଲିସ୍ ତଦନ୍ତ କରିବାରେ ସଫଳ ହୋଇଥିଲା।

ଗତ ୧୪/୪ ରୁ ତାକୁ ଅଟକ ରଖିଥିବା ବେଳେ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି କିସିଣ୍ଡା ପୋଲିସ୍ ପ୍ରକାଶ କରିଛି। ଅଭିଯୁକ୍ତ ମାଧବ ଓ ମୃତ ପତ୍ନୀ ମିଶି ଜଙ୍ଗଲରୁ ଶିଆରୀ ପତ୍ର, ଶିଆରୀ ରଶି, ତଥା ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିଲା। ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ସବୁ ସମୟରେ ସେମାନେ ପତିପତ୍ନୀ ନିଶା ସେବନ କରିଥାନ୍ତି। ନିଶାରେ ମସ୍ ଗୁଲ ନିଶାଗ୍ରସ୍ତ ହୋଇ ଏପରି କାଣ୍ଡ କରିଥିବା ଅନୁମାନ କରାଯାଉଛି।

କିସିଣ୍ଡା ଥାନା କେସ୍ ନଂ ୩୨/୧୫/୪ ସେକ୍ସନ୍ ୩୦୩/୩୦୨/୨୦୧ ରେ ମାମଲା ରୁଜୁ କରିଛି। କିସିଣ୍ଡା ଥାନାଧିକାରୀ ପ୍ରଶାନ୍ତ କୁମାର ସାମଲଙ୍କ ନିର୍ଦ୍ଦେଶକ୍ରମେ ଏଏସ୍ ଆଇ କଷ୍ଟୁ ଚରଣ ବେହେରା ତଥା ଅନ୍ୟ ଅଧିକାରୀମାନେ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ। ଡାକ୍ତର ଚିନ୍ମୟ କର ବ୍ୟବଚ୍ଛେଦ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନଦୀରେ ବୁଡି ନିଖୋଜ ବ୍ୟକ୍ତିର ଶବ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର କଳାହାଣ୍ଡି ସାହିର ଶୈଳ ଠାକୁର ନାମକ ବ୍ୟକ୍ତି ପଡୋଶୀ ଙ୍କ ଦଶା କାମରେ ସିଲେରୁ ନଦୀର ଦୋରା ଗୁଡ଼ା ଘାଟକୁ ଯାଇଥିଲେ। ଗାଧୋଉଥିବାବେଳେ ସେ ନଦୀରେ ବୁଡି ନିଖୋଜ ହୋଇଯାଇଥିଲେ।

ନିଖୋଜ ହେବାର ଦୁଇଦିନ ପରେ ଦୋରାଗୁଡା ନଦୀ ଘାଟଠାରୁ ଅଳ୍ପ ଦୂରରେ ଶୈଳର ଶବ ଭାସୁଥିବା କିଛି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲୋ ଖବର ପାଇଁ ପୋଲିସ ଓ ଓଡ୍ରାଫ ଟିମ ପହଂଚିି ଶବ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।