Categories
ଅପରାଧ ଆଜିର ଖବର

BREAKING: ଗିରଫ ହେଲେ ଶର୍ମିଷ୍ଠା ରାଉତ, ତାଙ୍କ ସାଥୀ ଝୁନା ଭୋଇ

କଟକ: ଶେଷରେ ବହୁ ଚର୍ଚ୍ଚିତ କ୍ୟାମେରମ୍ୟାନ ମାନସ ସ୍ବାଇଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ କ୍ରାଇମ ବ୍ରାଞ୍ଚ ପୋଲିସ ଗିରଫ କରିବାରେ ସଫଳତା ହାସଲ କରିଛି। ଏଥିସହିତ ତାଙ୍କ ସାଥୀ ଝୁନା ଭୋଇଙ୍କୁ ମଧ୍ୟ ଗିରଫ କରାଯାଇଛି। ସେମାନଙ୍କୁ ଭଦ୍ରକର ନଳଙ୍ଗାରୁ ଗିରଫ କରାଥିବାର ଜଣାପଡିଛି।

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଶର୍ମିଷ୍ଠା। ଏ ନେଇ ତାଙ୍କୁ ବହୁଦିନ ଧରି ପୋଲିସ ଖୋଜୁଥିଲା। ଏପରିକି ବାହାର ରାଜ୍ୟରେ ସେ ଲୁଚିଥିବାର ସନ୍ଦେହ କରି ଏକ ଟିମ ମଧ୍ୟ ଯାଇଛି। ହେଲେ ସେ ଭଦ୍ରକରେ ଲୁଚି ରହିଥିବାର ଜଣାପଡିଥିଲା।

Categories
ଅପରାଧ ଆଜିର ଖବର

ମାନସ ହତ୍ୟା ଘଟଣାରେ ପୂର୍ବତନ ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ନିରଂଜନ ସେଠୀ ଗିରଫ

ଭୁବନେଶ୍ବର: କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡର ଗୁମର ଧିରେଧିରେ ଖୋଲିବାରେ ଲାଗିଛି। ଆଜି ଭଦ୍ରକ ପୋଲିସ ରାଜ୍ୟ ସରକାରଙ୍କ ପୂର୍ବତନ ସୂଚନା ଓ ଲୋକ ସଂପର୍କ ନିର୍ଦ୍ଦେଶକ ନିରଂଜନ ସେଠୀ ଗିରଫ ହୋଇଛନ୍ତି। ଏଥିସହିତ ରାଜ କମ୍ୟୁନିକେସନର ମାଲିକ ରଂଜନ ନାୟକ ମଧ୍ୟ ଗିରଫ ହୋଇଛନ୍ତି। ଏ ନେଇ ଭଦ୍ରକ ଅତିରିକ୍ତ ଏସପି ଯତୀନ ପଣ୍ଡା ସ୍ପଷ୍ଟ କରିଛନ୍ତି।

ପୋଲିସ ଅନୁସାରେ ନିରଂଜନ ସେଠୀ, ମାନସଙ୍କୁ ବାରମ୍ବାର ସେହି ଚିପ୍ ଫେରା ବୋଲି ଫୋନ କରିଥିଲେ। ଏପରକି ସେ ଧମକ ଚମକ ମଧ୍ୟ ଦେଇଥିଲେ। ଶେଷ ମାନସର ହତ୍ୟାକାଣ୍ଡରେ ସେ ସଂପୃକ୍ତ ବୋଲି ପୋଲିସ କହିଛି। ହେଲେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ଏକ ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ଫେରାର ଅଛନ୍ତି।