ବାଣପୁର (ସୀତାରା ଅଗ୍ରୱାଲ): ଶହୀଦ୍ କୃତିବାସ ପାଟ୍ଟଶାଣୀଙ୍କ ସ୍ମୃତିରେ ବିଗତ ୩୮ ବର୍ଷ ଧରି ବାଣପୁର ପାଇକ ସାହିଠାରେ ଅଗ୍ରପୂଜ୍ୟ ଶ୍ରୀଗଣେଣଙ୍କ ପୂଜା ମହାସମାରୋହରେ ପାଳନ ହୋଇ ଆସୁଛି। ଏହି ପୂଜାକୁ ପ୍ରତିବର୍ଷ ଶହୀଦ୍ କୃତିବାସ କ୍ଲବ୍ ଆୟୋଜନ କରୁଛନ୍ତି। ଚଳିତ ବର୍ଷ ମଧ୍ୟ ବେଶ୍ ଆଡମ୍ବରପୂର୍ଣ୍ଣ ଭାବେ ଗଜାନନଙ୍କ ପୂଜା ପାଳିତ ହୋଇଛି। କୃତିବାସ କ୍ଲବ୍ ତରଫରୁ ୧୦ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ କରାଯାଉଛି।
ସେହିପରି ଭାବରେ ଗଣେଣ ଭସାଣୀକୁ ମଧ୍ୟ ଏକ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଏହି କ୍ଲବ ତରଫରୁ ଉଦ୍ୟମ କରାଯାଉଛି। ଏହି ଗଣେଣ ପୂଜା କମିଟିର ସଭାପତି କିରନ ଜେନା, ସମ୍ପାଦକ ସୁନୀଲ ଜେନା, ଶିବ ଶଙ୍କର ସାହୁ, ଜୟକୃଷ୍ଣ ମାର୍ଥା, କ୍ଲବର ସମସ୍ତ ସଦସ୍ୟବୃନ୍ଦ ଏବଂ ପାଇକସାହି ଗ୍ରାମବାସୀବୃନ୍ଦ ଚଳିତଥର ପୂଜାକୁ ସ୍ବଚ୍ଛ ତଥା ଆକର୍ଷଣୀୟ କରିବାରେ ବିଶେଷ ଯୋଗଦାନ ଦେଇଛନ୍ତି।
ଚଳିତ ଥର ତୋରଣରେ ମଧ୍ୟ ସବୁ ବର୍ଷ ପରି ଏହି ପୂଜା କମିଟି ତରଫରୁ ଏକ ଭିନ୍ନ ପ୍ରୟାସ କରାଯାଇଛି। ଗତ ବର୍ଷମାନଙ୍କରେ ଏହି କମିଟି ତରଫରୁ ଜଗନ୍ନାଥ ମନ୍ଦିର, କେଦାର ନାଥ, ବଦ୍ରୀନାଥ ଛାୟାର ତୋରଣ ନିର୍ମାଣ କରାଯାଇଥିବା ବେଳେ ଚଳିତ ବର୍ଷ ମଧ୍ୟ ତୋରଣଟି ବେଶ୍ ଆକର୍ଷଣୀୟ ହୋଇଛି। କମିଟି ତରଫରୁ ଏହି ଗଣେଣ ପୂଜାର କର୍ତ୍ତା ଭାବରେ ବିକ୍ରମ କେଶରୀ ଜେନା ଦାୟିତ୍ଵ ସମ୍ପାଦନ କରିଛନ୍ତି।