Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆଜି ହେଉଛି ଶାମ୍ବ ଦଶମୀ, ଠିକରେ ପୂଜା ନ କଲେ ପଡିପାରେ ବିପଦ

ଭୁବନେଶ୍ବର: ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ। ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ବ, ଯେପରି କୁମାରପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ। ବର୍ଷର ବାରମାସ ଯାକ ବିଭିନ୍ନ ପର୍ବପର୍ବାଣି ପାଳିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ଚିତାଲାଗିଠାରୁ ପୌଷ ଶୁକ୍ଳ ଦଶମୀ ଶାମ୍ବଦଶମୀ ମଧ୍ୟରେ ଅଧିକାଂଶ ପର୍ବ ପାଳିତ ହୋଇଥାଏ।

ଏହି ସମୟ ମଧ୍ୟରେ ପାଳିତ ହେଉଥିବା ପବପର୍ବାଣିରେ ଏଥିପାଇଁ ଗାଉଁଲୀ ଢଗ ରହିଛି ଯଥା-“ଅଇଲା ଚିତୋଉ ନାନୀ, ବାରଓଷା ପର୍ବ ସଙ୍ଗରେ ଘେନି, ଶମ୍ବର ଦଶମୀ ଅଲଣାଦାଉ, ସବୁ ଓଷା ବାର ଏଇଠି ଥାଉ।”

ଶାମ୍ବ ଦଶମୀକୁ ଚାନ୍ଦ୍ରମାନ ବର୍ଷର ଶେଷ ପର୍ବ କହିବାର ତାତ୍ପର୍ଯ୍ୟ ହେଉଛି ଏହାପରେ ଚିତାଲାଗି ଅମାବାସ୍ୟା ପର୍ଯ୍ୟନ୍ତ ପ୍ରାୟ ଛଅମାସ ପର୍ଯ୍ୟନ୍ତ ଆଉ ଏତେ ପିଠାପଣାର ପର୍ବ ପଡ଼େ ନାହିଁ। ଓଡ଼ିଆଙ୍କ ସୁସ୍ୱାଦୁ, ସୁମିଷ୍ଟ, ତୃପ୍ତିକର ଖାଦ୍ୟ ପ୍ରସ୍ତୁତି ଦକ୍ଷତାର ଅସଲ ନିଦର୍ଶନା କଥା ଅଛି-“ଶାମ୍ବର ଦଶମୀରେ ମଣିଷ ଗୋଟିଏକୁ ପିଠା ଗୋଟିଏ।” କୃଷିପ୍ରଧାନ ଓଡ଼ିଶା ରାଜ୍ୟରେ ଏ ସମୟ ପନିପରିବାର ପ୍ରାଚୁର୍ଯ୍ୟର ସମୟ। ବିଭିନ୍ନ ପନିପରିବାରେ ଏ ପର୍ବରେ ଯେଉଁ ତରକାରୀ ପ୍ରସ୍ତୁତ ହୁଏ, ତାକୁ “ଘଡ଼ଘଡ଼ା ତିଅଣ” କୁହାଯାଏ। ଏହି ପର୍ବର ମୁଖ୍ୟ ହେଉଛି ଏହି ଘାଣ୍ଟ ତରକାରୀ ଘଡ଼ାଘଡ଼ା ତିଅଣ।

ପୂଜାବିଧି

ନାରୀମାନେ ନିଜ ସନ୍ତାନସନ୍ତତିଙ୍କ ମଙ୍ଗଳ କାମନା କରି ଶାମ୍ବଦଶମୀ ପର୍ବ ନିଷ୍ଠାର ସହ ପାଳନ କରନ୍ତି। ଏହି ପର୍ବର ବିଶେଷତ୍ୱ ହେଉଛି ସୂର୍ଯ୍ୟଙ୍କର ଆକାଶରେ ତିନି ସ୍ଥିତିକୁ ଲକ୍ଷ୍ୟ କରି ଘରେ ତିନି ପ୍ରକାର ଧୂପ ବା ପୂଜା ଅନୁଷ୍ଠିତ ହୋଇଥାଏ। ଅରୁଣୋଦୟ ସମୟରେ ପ୍ରଥମ ଧୂପ ହୁଏ। ହିନ୍ଦୁ ନାରୀ ଶୁଦ୍ଧପୂତ ଶୁଚିମନ୍ତ ହୋଇ ଏହି ମୂହୁର୍ତ୍ତରେ ଫଳମୂଳ ଓ ମିଷ୍ଟାନ୍ନ ଇତ୍ୟାଦି ନୈବେଦ୍ୟ ବାଢ଼ନ୍ତି।

ଏହି ବ୍ରାହ୍ମମୁହୂର୍ତ୍ତରେ ପୂଜାନୈବେଦ୍ୟ ବା ପ୍ରଥମ ଧୂପ ଅନୁଷ୍ଠାନ କରି ସୂର୍ଯ୍ୟପୁରାଣ ପାରାୟଣ କରିଥାନ୍ତି। ମଧ୍ୟାହ୍ନରେ ମଧ୍ୟାହ୍ନ ସୂର୍ଯ୍ୟ ତେଜୋଦୀପ୍ତ ଭାସ୍କରଙ୍କୁ ଦ୍ୱିତୀୟ ଧୂପ ଦିଆଯାଏ। ଏହା ଶାମ୍ବ ଦଶମୀର ମୁଖ୍ୟ ଧୂପ। ଏଥିରେ ଗଇଁଠା, ଅଟକାଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡ଼ି, ଘଡ଼ଘଡ଼ା ତିଅଣ ଆଦି ଭୋଗ ହୁଏ। ଶେଷଧୂପ ବା ତୃତୀୟ ଧୂପ ହେଉଛି ସନ୍ଧ୍ୟା ସମୟର ଅସ୍ତାଚଳଗାମୀ ସୂର୍ଯ୍ୟଦେବଙ୍କ ନିମିତ୍ତ। ଏହି ଧୂପରେ ମଧ୍ୟ ଏଣ୍ଡୁୁରି, କାକରା, ମାଲପୁଆ, ଗଜା ଆଦି ନୈବେଦ୍ୟ ଅର୍ପଣ କରାଯାଇଥାଏ।

Categories
ଆଜିର ଖବର ଧର୍ମ

ରବିବାର ନୂଆବର୍ଷରେ ଶାମ୍ବ ଦଶମୀ: ପୂଜାରେ ଅଛି ‘ଯେତେ ପିଲାକୁ ସେତେ ପିଠା’

ଭୁବନେଶ୍ବର: ପ୍ରତିବର୍ଷ ପୌଷ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ ଶାମ୍ବ ଦଶମୀ। ଏଥର ଏହି ଦଶମୀ ନୂଆ ବର୍ଷରେ ପଡୁଛି। ଅର୍ଥାତ ଜାନୁୟାରୀ ଏକ ତାରିଖ ରବିବାରରେ ପଡୁଛି। ମୁଖ୍ୟତଃ ଏହି ପୂଜା ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ କରାଯାଇଥାଏ।

କୁମାର ପୂର୍ଣ୍ଣିମା ଯେପରି ଚନ୍ଦ୍ର ଦେବତାଙ୍କ ପାଇଁ ଠିକ୍ ଶାମ୍ବ ଦଶମୀ ସୂର୍ଯ୍ୟଙ୍କ ଉପାସନା କରାଯାଏ। ସାଧାରଣତଃ ଶାମ୍ବ ଦଶମୀକୁ ଚାନ୍ଦମାନ ବର୍ଷର ଶେଷ ବୋଲି ଧରା ଯାଇଥାଏ। କାରଣ ଶାମ୍ବ ଦଶମୀରୁ ଚିତାଲାଗି ଅମବାସ୍ୟା ପର୍ଯ୍ୟନ୍ତ ଓଡିଆ ଘରେ ଆଉ କୌଣସି ପିଠାପଣା ପୂଜା ହୋଇ ନ ଥାଏ।

ମୁଖ୍ୟତଃ ମହିଳାମାନେ ସେମାନଙ୍କର ସନ୍ତାନଙ୍କ ଆରୋଗ୍ୟ କାମନା କରି ଏହି ପୂଜା ବା ଉପସାନା କରିଥାନ୍ତି। ପୁରାଣରେ ରହିଛି ଯେ, ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଶାପ ଗସ୍ତ ହୋଇ କୁଷ୍ଠ ରୋଗରେ ପଡିତି ହୋଇଥିଲେ। ସେ ଚନ୍ଦ୍ରଭାଗା କୂଳରେ ସୂର୍ଯ୍ୟ ପୂଜା କରି ଏହି କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ। ସେଥିପାଇଁ ବିଭିନ୍ନ ରୋଗରୁ ମୁକ୍ତି ପାଇଁ କୋଣାର୍କର ଏହି ଚନ୍ଦ୍ରଭାଗା କୂଳରେ ଶାମ୍ବ ଦଶମୀ ଦିନ ଭିଡ ହୋଇଥାଏ।

ବ୍ରତଧାରୀମାନେ ସେଠାରେ ସୂର୍ଯ୍ୟ ଉଦୟ ଦର୍ଶନ କରି ସ୍ନାନ କରିଥାନ୍ତି। ଏଥିସହିତ ସୂର୍ଯ୍ୟ ଦେବତାଙ୍କୁ ଦ୍ବୀପ ଅର୍ପଣ କରିଥାନ୍ତି। ତେବେ ଯେଉଁମାନେ ଚନ୍ଦ୍ରଭାଗା ଯାଇପାରନ୍ତି ନାହିଁ ସେମାନେ ଘରେ ମଧ୍ୟ ଏହି ପୂଜା କରିଥାନ୍ତି। ହେଲେ ଘରେ ପୂଜା ବିଧି ଭିନ୍ନ ପ୍ରକାରର ହୋଇଥାଏ।

ଘରେ ଶାମ୍ବ ଦଶମୀ ପୂଜା କିପରି କରାଯାଇଥାଏ

ସାଧାରଣତଃ ଓଡିଆ ଘରେ ଶାମ୍ବ ଦଶମୀ ପୂଜା ବିଧି ତିନୋଟି ଭାଗରେ ବିଭକ୍ତ ହୋଇଥାଏ। ସୂର୍ଯ୍ୟଙ୍କ ଗତିବିଧି ଅନୁସାରେ ଏହି ପୂଜା କରାଯାଇଥାଏ। ସକାଳେ, ମଧ୍ୟାହ୍ନରେ ଏବଂ ସଂଧ୍ୟାରେ ଏହିପରି ତିନୋଟି ଭାଗରେ ଏହି ପୂଜା କରାଯିବାର ବିଧି ରହିଛି। ତେବେ ଏହି ତିନୋଟି ପୂଜା ପାଇଁ ରହିଛି ଭିନ୍ନ ଭିନ୍ନ ପ୍ରକାରର ବିଧିବିଧାନ। ଏଥିସହିତ ଏହି ତିନିଥର ପୂଜାରେ ମଧ୍ୟ ଭିନ୍ନ ଭିନ୍ନ ଭୋଗ ସୂର୍ଯ୍ୟ ଦେବାତାଙ୍କୁ ଅର୍ପଣ କରାଯାଇଥାଏ।

ପ୍ରଥମ ପୂଜା- ଏହି ପୂଜା ସକାଳୁ ସକାଳୁ କରାଯାଇଥାଏ। ମୁଖ୍ୟତଃ ସୂର୍ଯ୍ୟ ଉଦୟ ହେବା ପରେ ଏହି ପୂଜା କରାଯାଏ। ଯାହାକୁ କୁହାଯାଏ ପ୍ରଥମ ଧୂପ। ଏହି ସମୟରେ ମହିଳାମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନାଦି କାର୍ଯ୍ୟ ଶେଷ କରି ଖୋଲା ସ୍ଥାନରେ ସୂର୍ଯ୍ୟ ଉଦୟକୁ ଅପେକ୍ଷା କରି ରହିବାକୁ ପଡେ। ଏଥିରେ କେବଳ ଫଳ ଓ ମିଷ୍ଟାନ୍ନ ପୂଜା କରିବାର ବିଧି ରହିଛି। ସୂର୍ଯ୍ୟ ଉଇଁବା ପରେ ଏହି ଭୋଗ ପୂଜା କରି ସୂର୍ଯ୍ୟ ପୁରାଣ ପାରାୟଣ କରିବାକୁ ପଡିଥାଏ।

ଦ୍ବିତୀୟ ପୂଜା-ଏହି ପୂଜା ହେଉଛି ସୂର୍ଯ୍ୟ ପୂଜା ବା ଶାମ୍ବ ଦଶମୀର ମୁଖ୍ୟ ପୂଜା। ଏହା ମଧ୍ୟାହ୍ନ ବେଳେ ବା ସୂର୍ଯ୍ୟ ମୁଣ୍ଡ ଉପରକୁ ଆସିଲେ କରାଯାଇଥାଏ। ଏହି ସମୟରେ ଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥାଏ। ତାହା ହେଲା ଗଇଁଠା, ଅଟକଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡି ଏବଂ ଶାମ୍ବ ଦଶମୀର ସ୍ବତନ୍ତ୍ର ଭୋଗ ଘୁଡୁଘୁଡିଆ ତରକାରୀ। ଏହାକୁ କେତେ ସ୍ଥାନରେ ଘଡାଘଡା, କେତେକ ଘୁଡଘୁଡ ତରକାରୀ ବୋଲି କହିଥାନ୍ତି। ସାଧାରଣତଃ ଏହି ସମୟର ପୂଜା ମୁଖ୍ୟ ପୂଜା ହୋଇଥିବାରୁ ସମସ୍ତେ ଏହି ଗୋଟିଏ ପୂଜାରେ ସବୁକିଛି ସାରି ଦେଇଥାନ୍ତି।

ଶେଷ ପୂଜା- ଶାମ୍ବ ଦଶମୀରେ ଶେଷ ପୂଜା ହେଉଛି ସଂଧ୍ୟା ପୂଜା ବା ସଂଧ୍ୟା ଧୂପ। ସୂର୍ଯ୍ୟ ଅସ୍ତ ହେବା ବେଳେ ଏହି ପୂଜା କରାଯାଇଥାଏ। ଏଥିରେ ମଧ୍ୟ ଭୋଗ ଭିନ୍ନ ପ୍ରକାରର ହୋଇଥାଏ। ଏଥିରେ ମୁଖ୍ୟତଃ ଏଣ୍ଡୁରୀ, କାକରା ଏବଂ ମାଲପୁଆ ପୂଜା କରାଯାଇଥାଏ।

ମଧ୍ୟାହ୍ନ ପୂଜା ହେଉଛି ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ। ଏହି ପୂଜାରେ ଘରର ଯେତେ ପିଲା ଅଛନ୍ତି ସମସ୍ତଙ୍କ ନାମରେ ଗୋଟିଏ ଗୋଟିଏ ପିଠା ପୂଜା କରିବାର ବିଧି ମଧ୍ୟ ରହିଛି। ଅର୍ଥାତ ସୂର୍ଯ୍ୟ ଦେବତାଙ୍କୁ ସେହି ପିଲା ନାମରେ ସେହି ପିଠା ଭୋଗ କରାଯାଇଥାଏ। ଭୋଗ ପରେ ସେହି ପିଠାକୁ ସେ ହିଁ ପ୍ରସାଦ ଭାବେ ଗ୍ରହଣ କରିଥାଏ।

ସେହିପରି ଆଉ ଏକ ପିଲା ନାମରେ ଆଉ ଏକ ପିଠା ପୂଜା କରାଯାଇ ତାଙ୍କୁ ହିଁ ପ୍ରସାଦ ଦିଆଯାଇଥାଏ। ମୁଖ୍ୟତଃ ବୁଢା ଚକୁଳି ବା ମୋଟା ଚକୁଳି ଭୋଗ ପିଲାଙ୍କ ନାମରେ ଦିଆଯାଇଥାଏ। ସେଥିପାଇଁ ଓଡିଆ ଘରେ ଏକ ଢେଗ ଅଛି – “ଯେତେ ପିଲାକୁ ସେତେ ପିଠା”

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆସିଲା ଶାମ୍ବ ଦଶମୀ, ଜାଣନ୍ତୁ ଏହାକୁ ଘରେ କିପରି ପାଳନ କଲେ ମଙ୍ଗଳ ହୁଏ

ଆଜି ହେଉଛି ଶାମ୍ବ ଦଶମୀ, ଉଚିତ ପଦ୍ଧତିରେ ପୂଜା କଲେ ସନ୍ତାନର ହୁଏ ମଙ୍ଗଳ

ଭୁବନେଶ୍ବର: ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ । ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ବ, ଯେପରି କୁମାରପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ । ବର୍ଷର ବାରମାସ ଯାକ ବିଭିନ୍ନ ପର୍ବପର୍ବାଣି ପାଳିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ଚିତାଲାଗିଠାରୁ ପୌଷ ଶୁକ୍ଳ ଦଶମୀ ଶାମ୍ବଦଶମୀ ମଧ୍ୟରେ ଅଧିକାଂଶ ପର୍ବ ପାଳିତ ହୋଇଥାଏ । ଏହି ସମୟ ମଧ୍ୟରେ ପାଳିତ ହେଉଥିବା ପବପର୍ବାଣିରେ ଏଥିପାଇଁ ଗାଉଁଲୀ ଢଗ ରହିଛି ଯଥା-“ଅଇଲା ଚିତୋଉ ନାନୀ, ବାରଓଷା ପର୍ବ ସଙ୍ଗରେ ଘେନି, ଶମ୍ବର ଦଶମୀ ଅଲଣାଦାଉ, ସବୁ ଓଷା ବାର ଏଇଠି ଥାଉ ।”

ଶାମ୍ବ ଦଶମୀକୁ ଚାନ୍ଦ୍ରମାନ ବର୍ଷର ଶେଷ ପର୍ବ କହିବାର ତାତ୍ପର୍ଯ୍ୟ ହେଉଛି ଏହାପରେ ଚିତାଲାଗି ଅମାବାସ୍ୟା ପର୍ଯ୍ୟନ୍ତ ପ୍ରାୟ ଛଅମାସ ପର୍ଯ୍ୟନ୍ତ ଆଉ ଏତେ ପିଠାପଣାର ପର୍ବ ପଡ଼େ ନାହିଁ । ଓଡ଼ିଆଙ୍କ ସୁସ୍ୱାଦୁ, ସୁମିଷ୍ଟ, ତୃପ୍ତିକର ଖାଦ୍ୟ ପ୍ରସ୍ତୁତି ଦକ୍ଷତାର ଅସଲ ନିଦର୍ଶନା କଥା ଅଛି-“ଶାମ୍ବର ଦଶମୀରେ ମଣିଷ ଗୋଟିଏକୁ ପିଠା ଗୋଟିଏ ।” କୃଷିପ୍ରଧାନ ଓଡ଼ିଶା ରାଜ୍ୟରେ ଏ ସମୟ ପନିପରିବାର ପ୍ରାଚୁର୍ଯ୍ୟର ସମୟ । ବିଭିନ୍ନ ପନିପରିବାରେ ଏ ପର୍ବରେ ଯେଉଁ ତରକାରୀ ପ୍ରସ୍ତୁତ ହୁଏ, ତାକୁ “ଘଡ଼ଘଡ଼ା ତିଅଣ” କୁହାଯାଏ । ଏହି ପର୍ବର ମୁଖ୍ୟ ହେଉଛି ଏହି ଘାଣ୍ଟ ତରକାରୀ ଘଡ଼ାଘଡ଼ା ତିଅଣ ।

ପୂଜାବିଧି

ନାରୀମାନେ ନିଜ ସନ୍ତାନସନ୍ତତିଙ୍କ ମଙ୍ଗଳ କାମନା କରି ଶାମ୍ବଦଶମୀ ପର୍ବ ନିଷ୍ଠାର ସହ ପାଳନ କରନ୍ତି। ଏହି ପର୍ବର ବିଶେଷତ୍ୱ ହେଉଛି ସୂର୍ଯ୍ୟଙ୍କର ଆକାଶରେ ତିନି ସ୍ଥିତିକୁ ଲକ୍ଷ୍ୟ କରି ଘରେ ତିନି ପ୍ରକାର ଧୂପ ବା ପୂଜା ଅନୁଷ୍ଠିତ ହୋଇଥାଏ। ଅରୁଣୋଦୟ ସମୟରେ ପ୍ରଥମ ଧୂପ ହୁଏ। ହିନ୍ଦୁ ନାରୀ ଶୁଦ୍ଧପୂତ ଶୁଚିମନ୍ତ ହୋଇ ଏହି ମୂହୁର୍ତ୍ତରେ ଫଳମୂଳ ଓ ମିଷ୍ଟାନ୍ନ ଇତ୍ୟାଦି ନୈବେଦ୍ୟ ବାଢ଼ନ୍ତି।

ଏହି ବ୍ରାହ୍ମମୁହୂର୍ତ୍ତରେ ପୂଜାନୈବେଦ୍ୟ ବା ପ୍ରଥମ ଧୂପ ଅନୁଷ୍ଠାନ କରି ସୂର୍ଯ୍ୟପୁରାଣ ପାରାୟଣ କରିଥାନ୍ତି। ମଧ୍ୟାହ୍ନରେ ମଧ୍ୟାହ୍ନ ସୂର୍ଯ୍ୟ ତେଜୋଦୀପ୍ତ ଭାସ୍କରଙ୍କୁ ଦ୍ୱିତୀୟ ଧୂପ ଦିଆଯାଏ । ଏହା ଶାମ୍ବ ଦଶମୀର ମୁଖ୍ୟ ଧୂପ। ଏଥିରେ ଗଇଁଠା, ଅଟକାଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡ଼ି, ଘଡ଼ଘଡ଼ା ତିଅଣ ଆଦି ଭୋଗ ହୁଏ। ଶେଷଧୂପ ବା ତୃତୀୟ ଧୂପ ହେଉଛି ସନ୍ଧ୍ୟା ସମୟର ଅସ୍ତାଚଳଗାମୀ ସୂର୍ଯ୍ୟଦେବଙ୍କ ନିମିତ୍ତ। ଏହି ଧୂପରେ ମଧ୍ୟ ଏଣ୍ଡୁୁରି, କାକରା, ମାଲପୁଆ, ଗଜା ଆଦି ନୈବେଦ୍ୟ ଅର୍ପଣ କରାଯାଇଥାଏ।

Categories
ବିଶେଷ ଖବର ସଂସ୍କୃତି

ଶାମ୍ବ ଦଶମୀରେ କିପରି ପୂଜା କରାଯାଏ,ଏଥିରେ କଣ କଣ ଭୋଗ ହୁଏ, ଜାଣନ୍ତୁ ଏହାର ବିଧିବିଧାନ

ସମ୍ବିତ ତ୍ରିପାଠୀ

ପ୍ରତିବର୍ଷ ପୌଷ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ ଶାମ୍ବ ଦଶମୀ। ମୁଖ୍ୟତଃ ଏହି ପୂଜା ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ କରାଯାଇଥାଏ। କୁମାର ପୂର୍ଣ୍ଣିମା ଯେପରି ଚନ୍ଦ୍ର ଦେବତାଙ୍କ ପାଇଁ ଠିକ୍ ଶାମ୍ବ ଦଶମୀ ସୂର୍ଯ୍ୟଙ୍କ ଉପାସନା କରାଯାଏ।ସାଧାରଣତଃ ଶାମ୍ବ ଦଶମୀକୁ ଚାନ୍ଦମାନ ବର୍ଷର ଶେଷ ବୋଲି ଧରା ଯାଇଥାଏ। କାରଣ ଶାମ୍ବ ଦଶମୀରୁ ଚିତାଲାଗି ଅମବାସ୍ୟା ପର୍ଯ୍ୟନ୍ତ ଓଡିଆ ଘରେ ଆଉ କୌଣସି ପିଠାପଣା ପୂଜା ହୋଇ ନ ଥାଏ।

ମୁଖ୍ୟତଃ ମହିଳାମାନେ ସେମାନଙ୍କର ସନ୍ତାନଙ୍କ ଆରୋଗ୍ୟ କାମନା କରି ଏହି ପୂଜା ବା ଉପସାନା କରିଥାନ୍ତି। ପୁରାଣରେ ରହିଛି ଯେ, ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଶାପ ଗସ୍ତ ହୋଇ କୁଷ୍ଠ ରୋଗରେ ପଡିତି ହୋଇଥିଲେ। ସେ ଚନ୍ଦ୍ରଭାଗା କୂଳରେ ସୂର୍ଯ୍ୟ ପୂଜା କରି ଏହି କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ। ସେଥିପାଇଁ ବିଭିନ୍ନ ରୋଗରୁ ମୁକ୍ତି ପାଇଁ କୋଣାର୍କର ଏହି ଚନ୍ଦ୍ରଭାଗା କୂଳରେ ଶାମ୍ବ ଦଶମୀ ଦିନ ଭିଡ ହୋଇଥାଏ। ବ୍ରତଧାରୀମାନେ ସେଠାରେ ସୂର୍ଯ୍ୟ ଉଦୟ ଦର୍ଶନ କରି ସ୍ନାନ କରିଥାନ୍ତି। ଏଥିସହିତ ସୂର୍ଯ୍ୟ ଦେବତାଙ୍କୁ ଦ୍ବୀପ ଅର୍ପଣ କରିଥାନ୍ତି। ତେବେ ଯେଉଁମାନେ ଚନ୍ଦ୍ରଭାଗା ଯାଇପାରନ୍ତି ନାହିଁ ସେମାନେ ଘରେ ମଧ୍ୟ ଏହି ପୂଜା କରିଥାନ୍ତି। ହେଲେ ଘରେ ପୂଜା ବିଧି ଭିନ୍ନ ପ୍ରକାରର ହୋଇଥାଏ।

ଘରେ ଶାମ୍ବ ଦଶମୀ ପୂଜା କିପରି କରାଯାଇଥାଏ

ସାଧାରଣତଃ ଓଡିଆ ଘରେ ଶାମ୍ବ ଦଶମୀ ପୂଜା ବିଧି ତିନୋଟି ଭାଗରେ ବିଭକ୍ତ ହୋଇଥାଏ। ସୂର୍ଯ୍ୟଙ୍କ ଗତିବିଧି ଅନୁସାରେ ଏହି ପୂଜା କରାଯାଇଥାଏ। ସକାଳେ, ମଧ୍ୟାହ୍ନରେ ଏବଂ ସଂଧ୍ୟାରେ ଏହିପରି ତିନୋଟି ଭାଗରେ ଏହି ପୂଜା କରାଯିବାର ବିଧି ରହିଛି। ତେବେ ଏହି ତିନୋଟି ପୂଜା ପାଇଁ ରହିଛି ଭିନ୍ନ ଭିନ୍ନ ପ୍ରକାରର ବିଧିବିଧାନ। ଏଥିସହିତ ଏହି ତିନିଥର ପୂଜାରେ ମଧ୍ୟ ଭିନ୍ନ ଭିନ୍ନ ଭୋଗ ସୂର୍ଯ୍ୟ ଦେବାତାଙ୍କୁ ଅର୍ପଣ କରାଯାଇଥାଏ।

ପ୍ରଥମ ପୂଜା- ଏହି ପୂଜା ସକାଳୁ ସକାଳୁ କରାଯାଇଥାଏ। ମୁଖ୍ୟତଃ ସୂର୍ଯ୍ୟ ଉଦୟ ହେବା ପରେ ଏହି ପୂଜା କରାଯାଏ। ଯାହାକୁ କୁହାଯାଏ ପ୍ରଥମ ଧୂପ। ଏହି ସମୟରେ ମହିଳାମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନାଦି କାର୍ଯ୍ୟ ଶେଷ କରି ଖୋଲା ସ୍ଥାନରେ ସୂର୍ଯ୍ୟ ଉଦୟକୁ ଅପେକ୍ଷା କରି ରହିବାକୁ ପଡେ। ଏଥିରେ କେବଳ ଫଳ ଓ ମିଷ୍ଟାନ୍ନ ପୂଜା କରିବାର ବିଧି ରହିଛି। ସୂର୍ଯ୍ୟ ଉଇଁବା ପରେ ଏହି ଭୋଗ ପୂଜା କରି ସୂର୍ଯ୍ୟ ପୁରାଣ ପାରାୟଣ କରିବାକୁ ପଡିଥାଏ।

ଦ୍ବିତୀୟ ପୂଜା-ଏହି ପୂଜା ହେଉଛି ସୂର୍ଯ୍ୟ ପୂଜା ବା ଶାମ୍ବ ଦଶମୀର ମୁଖ୍ୟ ପୂଜା। ଏହା ମଧ୍ୟାହ୍ନ ବେଳେ ବା ସୂର୍ଯ୍ୟ ମୁଣ୍ଡ ଉପରକୁ ଆସିଲେ କରାଯାଇଥାଏ। ଏହି ସମୟରେ ଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥାଏ। ତାହା ହେଲା ଗଇଁଠା, ଅଟକଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡି ଏବଂ ଶାମ୍ବ ଦଶମୀର ସ୍ବତନ୍ତ୍ର ଭୋଗ ଘୁଡୁଘୁଡିଆ ତରକାରୀ। ଏହାକୁ କେତେ ସ୍ଥାନରେ ଘଡାଘଡା, କେତେକ ଘୁଡଘୁଡ ତରକାରୀ ବୋଲି କହିଥାନ୍ତି। ସାଧାରଣତଃ ଏହି ସମୟର ପୂଜା ମୁଖ୍ୟ ପୂଜା ହୋଇଥିବାରୁ ସମସ୍ତେ ଏହି ଗୋଟିଏ ପୂଜାରେ ସବୁକିଛି ସାରି ଦେଇଥାନ୍ତି।

ଶେଷ ପୂଜା- ଶାମ୍ବ ଦଶମୀରେ ଶେଷ ପୂଜା ହେଉଛି ସଂଧ୍ୟା ପୂଜା ବା ସଂଧ୍ୟା ଧୂପ। ସୂର୍ଯ୍ୟ ଅସ୍ତ ହେବା ବେଳେ ଏହି ପୂଜା କରାଯାଇଥାଏ। ଏଥିରେ ମଧ୍ୟ ଭୋଗ ଭିନ୍ନ ପ୍ରକାରର ହୋଇଥାଏ। ଏଥିରେ ମୁଖ୍ୟତଃ ଏଣ୍ଡୁରୀ, କାକରା ଏବଂ ମାଲପୁଆ ପୂଜା କରାଯାଇଥାଏ।

ମଧ୍ୟାହ୍ନ ପୂଜା ହେଉଛି ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ। ଏହି ପୂଜାରେ ଘରର ଯେତେ ପିଲା ଅଛନ୍ତି ସମସ୍ତଙ୍କ ନାମରେ ଗୋଟିଏ ଗୋଟିଏ ପିଠା ପୂଜା କରିବାର ବିଧି ମଧ୍ୟ ରହିଛି। ଅର୍ଥାତ ସୂର୍ଯ୍ୟ ଦେବତାଙ୍କୁ ସେହି ପିଲା ନାମରେ ସେହି ପିଠା ଭୋଗ କରାଯାଇଥାଏ। ଭୋଗ ପରେ ସେହି ପିଠାକୁ ସେ ହିଁ ପ୍ରସାଦ ଭାବେ ଗ୍ରହଣ କରିଥାଏ। ସେହିପରି ଆଉ ଏକ ପିଲା ନାମରେ ଆଉ ଏକ ପିଠା ପୂଜା କରାଯାଇ ତାଙ୍କୁ ହିଁ ପ୍ରସାଦ ଦିଆଯାଇଥାଏ। ମୁଖ୍ୟତଃ ବୁଢା ଚକୁଳି ବା ମୋଟା ଚକୁଳି ଭୋଗ ପିଲାଙ୍କ ନାମରେ ଦିଆଯାଇଥାଏ। ସେଥିପାଇଁ ଓଡିଆ ଘରେ ଏକ ଢେଗ ଅଛି – “ଯେତେ ପିଲାକୁ ସେତେ ପିଠା”