Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲଭ, ସେକ୍ସ, ଧୋକ୍କା!: ପ୍ରତାରକ ଯୁବକ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଲଭ, ସେକ୍ସ, ଧୋକ୍କା ଭଳି ଆଉ ଏକ ମାମଲା ସାମ୍ନାକୁ ଆସିଛି। ଜନୈକ ଯୁବତୀଙ୍କୁ ପ୍ରେମ କରି ବିବାହର ପ୍ରତିଶୃତି ଦେବା ପରେ ଶାରୀରିକ ସମ୍ପର୍କ ରଖି ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଯାହାପରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମର ଚିତ୍ରସେନ ଭୋଳ ନାମରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଘଟଣାରୁ ପ୍ରକାଶ ଯେ, ଗାଙ୍ଗପୁର ଥାନା ଅଞ୍ଚଳର ଜନୈକା ଯୁବତୀ ସୁରତ୍ ରେ କାମ କରୁଥିବା ବେଳେ ଚିତ୍ରସେନର ସମ୍ପର୍କରେ ଆସିଥିଲେ। ସମୟାନୁକ୍ରମେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢ଼ି ଚାଲିଲା ଓ ଏହାର ସୁଯୋଗ ନେଇ ଚିତ୍ରସେନ ଉକ୍ତ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଲା ଓ ଉଭୟେ ଗୋଟିଏ ଘର ଭଡ଼ା ନେଇ ରହୁଥିଲେ।

କିନ୍ତୁ ପରବର୍ତ୍ତୀ ସମୟରେ ଯୁବତୀ ଜଣକ ଜାଣିବାକୁ ପାଇଲା ଯେ, ଚିତ୍ରସେନ ଅନ୍ୟ ଜଣେ ଝିଅ ସହ ସମ୍ପର୍କ ଅଛି ଓ ତା’କୁ ବାହା ହେବ। ଏହି ଭଳି ପରିସ୍ଥିତିରେ ଯୁବତୀ ଜଣକ ବିବାହ ପାଇଁ ଜିଦ୍ ଧରିବାରୁ ଚିତ୍ରସେନ ସେଠାରୁ କେଉଁ ଆଡେ ଗାଏବ ହୋଇଗଲା ଓ ଫୋନରେ ଧମକ ଚମକ ଦେଉଥିଲା। ଏନେଇ ଯୁବତୀ ଜଣକ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲା। ଅଭିଯୋଗ ଗ୍ରହଣ କରି ଓ ପୋଲିସ୍ ପକ୍ଷରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଚିତ୍ରସେନକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।